ଡମ୍ପର ଧକ୍କାରେ ବ୍ୟାଙ୍କ କର୍ମଚାରୀଙ୍କ ଜୀବନ ଗଲା

ଖଇରା,୨୦।୫(ଡି.ଏନ୍‌.ଏ.): ବାଲେଶ୍ବର ଜିଲା ଖଇରା ଥାନା ଅଧୀନ ବ୍ରାହ୍ମଣପୋଖରୀ ଛକ ନିକଟରେ ରବିବାର ରାତିରେ ଏକ ଡମ୍ପର ଧକ୍କାରେ ଜଣେ ବ୍ୟାଙ୍କ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ କୁପାରୀ ଷ୍ଟେଟ୍‌ ବ୍ୟାଙ୍କ ଶାଖାର କର୍ମଚାରୀ ରାଜେଶ ବେହେରା(୩୮)।
ରାଜେଶଙ୍କ ଘର ଔପଦା ବ୍ଲକ ବାଉଁଶବଣିଆ ଗ୍ରାମରେ ହୋଇଥିବା ବେଳେ ସେ ଖଇରାରେ ଘର ଭଡ଼ାନେଇ ରହୁଥିଲେ। ରବିବାର ରାତିରେ ୨ ସହଯୋଗୀଙ୍କ ସହ ଏକ ବାହାଘର ଭୋଜି ଖାଇ ଫେରୁଥିବା ବେଳେ ଏକ ଡମ୍ପର ତାଙ୍କୁ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ରାଜେଶଙ୍କୁ ଖଇରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଅନ୍ୟ ୨ ସହଯୋଗୀ ଆହତ ହୋଇ ଖଇରା ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି।


All Right Reserved By

ଭୋଗରାଇରେ ପୁଣି ଲଜ୍ଜା: ଅଶ୍ଳୀଳ ଭିଡିଓ ଶୁଟିଂ କରି ବ୍ଲାକମେଲିଂ

ଭୋଗରାଇ, ୧୧।୮(ଡି.ଏନ.ଏ.)-ବାଲେଶ୍ୱର ଜିଲାର ଉପାନ୍ତ ତାଳସାରୀ ବେଳାଭୂମିରେ ଜଣେ କଲେଜ ଛାତ୍ରୀଙ୍କୁ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ଅନ୍ତରଙ୍ଗ ସମ୍ପର୍କ ରଖିବାକୁ ବାଧ୍ୟ କରି ଏହାର...

ଓଭରବ୍ରିଜ ତଳେ ପରିବା ବିକ୍ରି; ରାସ୍ତା ଜାମ, ଲୋକେ ହଇରାଣ

ଢେଙ୍କିକୋଟ,୨୨।୭(ଡି.ଏନ୍‌.ଏ.)- କେନ୍ଦୁଝର ଜିଲା ଲାଇଫ ଲାଇନ୍‌ ଜାତୀୟ ରାଜପଥ ୨୦ ନଂ ପାଣି କୋଇଲିଠାରୁ ରାଜାମୁଣ୍ଡାକୁ ଢେଙ୍କିକୋଟ ବଜାର ମଧ୍ୟ ଦେଇ ଯାଇଛି। ଯାହାକି ଏହାର...

ହଷ୍ଟେଲରୁ ଛାତ୍ର ନିଖୋଜ ଘଟଣା: ବିଦ୍ୟାଳୟ ଘେରିଲେ ଶତାଧିକ ମହିଳା

ଜଳେଶ୍ୱର, ୨୩।୭(ଡି.ଏନ.ଏ.)-ଜଳେଶ୍ୱର ସହର ବଡ଼ବଜାରସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ହଷ୍ଟେଲରେ ରହୁଥିବା ଅଷ୍ଟମ ଶ୍ରେଣୀ ଛାତ୍ର ତଥା ଭୋଗରାଇ ଥାନା ଅଧିନ ହାଣ୍ଡିପଡ଼ା ଗ୍ରାମନିବାସୀ କାହ୍ନୁ...

ଟ୍ରକ୍‌ ଓନର୍ସ ଆସୋସିଏଶନର ୨ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ: କାର୍ଯ୍ୟାଳୟରେ ଉତ୍ତେଜନା

ବଡ଼ବିଲ,୧୭।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ମାଇନିଂ ଏରିଆ ଟ୍ରକ ଓନର୍ସ ଆସୋସିଏଶନର ୨ ଗୋଷ୍ଠୀ ବୁଧବାର କୌଣସି କାରଣକୁ ନେଇ ମୁହାଁମୁହିଁ ହୋଇଛନ୍ତି। ଏ ନେଇ...

ଇଣ୍ଡିଆନ ହ୍ବିଲଚେୟାର ପ୍ରିମିୟର ଲିଗ୍‌ରେ କେନ୍ଦୁଝରର ଯୁବକ

କେନ୍ଦୁଝର, ୧୨ା୬ (ସ୍ବ.ପ୍ର.)- ଦୃଢ ମନୋବଳ ଆଉ ସାହସ ଥିଲେ ଭିନ୍ନକ୍ଷମ ବି ସବୁ କିଛି କରିପାରେ। ଏହାର ଏକ ନିଚ୍ଛକ ଉଦାହରଣ ସାଜିଛନ୍ତି କେନ୍ଦୁଝରର...

‘ମୋ ଭୋଟ୍‌ ମୋ ଅଧିକାର’ ଆଲୋଚନାଚକ୍ର

ବାଲେଶ୍ୱର ଅଫିସ, ୨୬।୪-ସମଗ୍ର ଦେଶରେ ଗଣତନ୍ତ୍ରର ମହାପର୍ବ ନିର୍ବାଚନ-୨୦୧୯ ଚାଲୁଅଛି| ଓଡ଼ିଶାରେ ୩ଟି ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହୋଇଯାଇଥିବା ବେଳେ ଆସନ୍ତା ୨୯ତାରିଖରେ ବାଲେଶ୍ୱର ସମେତ...

ଶାଳମଞ୍ଜିିର ଅଭାବୀ ବିକ୍ରି: ବେପାରୀ ମାଲାମାଲ

କପ୍ତିପଦା,୪ା୬(ଡି.ଏନ.ଏ)- ତ୍ରୁଟିପୂର୍ଣ୍ଣ ସରକାରୀ ନୀତି ଯୋଗୁ ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲାରେ ଶାଳମଞ୍ଜି, ମହୁଲ ଓ କେନ୍ଦୁପତ୍ର ଭଳି ବିଭିନ୍ନ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ...

ମା’କୁ ଖୋଜୁଛି ଛୁଆ ହାତୀ

କେନ୍ଦୁଝର,୧୯ା୬ (ସ୍ବ.ପ୍ର./ଡି.ଏନ.ଏ.):କେନ୍ଦୁଝର ବନଖଣ୍ଡ ଭୂୟାଁ ଓ ଜୁଆଙ୍ଗ ପୀଢ ବନାଞ୍ଚଳ କାଞ୍ଜିପାଣି ଜଙ୍ଗଲରେ ଗୋଠରେ ଥିବା ମା’ଠାରୁ ଅଲଗା ହୋଇ ବାଟବଣା ହୋଇ ଏଣେତେଣେ ବୁଲୁଥିବା...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *