ମାନସିକ ବିକାରଗ୍ରସ୍ତଙ୍କ ଥଇଥାନ ଓ ଚିକିତ୍ସା ବ୍ୟବସ୍ଥା କରାଯାଉ: ହାଇକୋର୍ଟରେ ଜନସ୍ବାର୍ଥ ମାମଲା

କଟକ ଅଫିସ,୧ା୯: ମାନସିକ ବିକାରଗ୍ରସ୍ତ ଲୋକଙ୍କୁ ଥଇଥାନ କରିବା ଓ ସେମାନଙ୍କ ଚିକିତ୍ସା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବା ନେଇ ଓଡ଼ିଶା ଲିଗାଲ ଆଣ୍ଡ ସୋସିଆଲ ଆସୋସିଏଶନ(ଓଲ୍‌ସା) ପକ୍ଷରୁ ଆଇନଜୀବୀ ବିପିନ କୁମାର ଚୌଧୁରୀ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାଏର କରିଛନ୍ତି।

ଆବେଦନକାରୀଙ୍କ ପକ୍ଷରୁ ପିଟିଶନ୍‌ରେ ଦର୍ଶାଯାଇଛି, ଆବଶ୍ୟକ ଚିକିତ୍ସା ଶେଷ ହେବା ପରେ ମାନସିକ ବିକାରଗ୍ରସ୍ତ ଲୋକଙ୍କୁ ସେମାନଙ୍କ ପରିବାର ଲୋକେ ଅନେକ ସମୟରେ ଘରକୁ ନେଉନାହାନ୍ତି। କେତେକ ସ୍ଥଳରେ ସେମାନଙ୍କୁ ବାହାରେ ଛାଡ଼ି ଦେଉଥିବାବେଳେ ଆଉ କେତେକ ସ୍ଥଳରେ ଘରକୁ ନେଇ ବାନ୍ଧି ରଖୁଛନ୍ତି। ଯେଉଁଥିରେ ମାନବିକ ଅଧିକାର ଉଲ୍ଲଂଘନ ହେଉଛି। ଏହି ବ୍ୟକ୍ତିମାନେ ବିଭିନ୍ନ ସମୟରେ ଅନ୍ୟମାନଙ୍କ ପାଇଁ ସମସ୍ୟାର କାରଣ ହେଉଛନ୍ତି। ସେହିପରି ମାନସିକ ବିକାରଗ୍ରସ୍ତ ମହିଳାମାନେ ଅନେକ ସମୟରେ ବଳାତ୍କାରର ଶିକାର ହେଉଛନ୍ତି, ଯେଉଁଥିପାଇଁ ସରକାର ଅସୁବିଧାରେ ପଡୁଛନ୍ତି। ତେଣୁ ଏମାନଙ୍କର ମଧ୍ୟ ସମାଜରେ ବଞ୍ଚିବାର ଅଧିକାର ରହିଛି। ୨୦୧୭ ଅଗଷ୍ଟ ୮ରେ ରାଜ୍ୟ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ସ୍ବଧାରଗୃହରେ କୌଣସି ମାନସିକ ବିକାରଗ୍ରସ୍ତ ବ୍ୟକ୍ତିଙ୍କୁ ନ ରଖିବା ଲାଗି ନିର୍ଦ୍ଦେଶନାମା ଜାରି କରାଯାଇଥିଲା। ଫଳରେ ଏହି ବ୍ୟକ୍ତିମାନେ ବାହାରେ ବୁଲି ବିଭିନ୍ନ ସମସ୍ୟା ସୃଷ୍ଟି କରୁଛନ୍ତି। ମାନସିକ ସ୍ବାସ୍ଥ୍ୟ ସୁରକ୍ଷା ଆଇନ ଅନୁଯାୟୀ, ଏହି ବ୍ୟକ୍ତିମାନଙ୍କୁ ସ୍ବତନ୍ତ୍ର ଭାବେ ଥଇଥାନ କରିବା ଏବଂ ସେମାନଙ୍କ ଚିକିତ୍ସା କରିବା ସରକାରଙ୍କ ଦାୟିତ୍ୱ ତଥା କର୍ତ୍ତବ୍ୟ। ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଏ ପର୍ଯ୍ୟନ୍ତ କୌଣସି ବ୍ୟବସ୍ଥା ହୋଇନାହିଁ। ଦୁଇମାସ ତଳେ ଓଲ୍‌ସା ପକ୍ଷରୁ ରାଜ୍ୟ ମହିଳା ଏବଂ ଶିଶୁ ବିକାଶ ବିଭାଗକୁ ମାନସିକ ବିକାରଗ୍ରସ୍ତ ବ୍ୟକ୍ତିଙ୍କ ଥଇଥାନ ବ୍ୟବସ୍ଥା କରାଇବାକୁ ଅବଗତ କରାଯାଇଥିଲା। ମାତ୍ର ବିଭାଗ ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ ନ କରିବାରୁ ଓଲ୍‌ସା ପକ୍ଷରୁ ଜନସ୍ବାର୍ଥ ମାମଲା ଦାଏର କରାଯାଇଛି।

ଆବେଦନରେ ଦର୍ଶାଯାଇଛି, ରାସ୍ତାରେ ବୁଲୁଥିବା ମାନସିକ ବିକାରଗ୍ରସ୍ତ ବ୍ୟକ୍ତିଙ୍କୁ ସୁରକ୍ଷା ଦେବା ସହ ଥଇଥାନ କେନ୍ଦ୍ରରେ ପହଞ୍ଚାଇବା ଓଡ଼ିଶାର ପ୍ରତ୍ୟେକ ଥାନାର ଅଧିକାରୀଙ୍କ ଦାୟିତ୍ୱ ରହିବା ଉଚିତ। ତେଣୁ ପ୍ରତ୍ୟେକ ଥାନା ଅଧିକାରୀଙ୍କୁ ଏହି ଦାୟିତ୍ୱ ତୁଲାଇବା ପାଇଁ ନିର୍ଦ୍ଦେଶ ଦେବାକୁ ଆବେଦନକାରୀ ହାଇକୋର୍ଟଙ୍କୁ ଅନୁରୋଧ କରିଛନ୍ତି। ପ୍ରତି ଜିଲାର ମୁଖ୍ୟାଳୟରେ ଅତି କମ୍‌ରେ ମାନସିକ ବିକାରଗ୍ରସ୍ତ ବ୍ୟକ୍ତିଙ୍କ ପାଇଁ ଗୋଟିଏ ଥଇଥାନ କେନ୍ଦ୍ର ପ୍ରତିଷ୍ଠା କରାଯିବାକୁ ଆବେଦନକାରୀ ନିବେଦନ କରିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଆଶିଷ ରଞ୍ଜନ ମହାନ୍ତି, ପ୍ରଦୀପ ପଟ୍ଟନାୟକ, ଅନାମ ଚରଣ ପଣ୍ଡା, ନୀହାର ରଞ୍ଜନ ମହାନ୍ତି ମାମଲା ଦାଏର କରିଛନ୍ତି। ଏହି ଆବେଦନରେ ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟକୁ ପକ୍ଷଭୁକ୍ତ କରାଯାଇଛି।


All Right Reserved By Dharitri.Com

ଅଗ୍ନି ନିରାପତ୍ତା ନିର୍ଦ୍ଦେଶାଳୟରେ ଅଦଳବଦଳ

ଭୁବନେଶ୍ୱର,୨୨ା୧୧(ବ୍ୟୁରୋ): ରାଜ୍ୟ ସରକାର ଗୁରୁବାର ଓଡ଼ିଶା ଅଗ୍ନି ଓ ବିପର୍ଯ୍ୟୟ ପ୍ରଶମନ ଏକାଡେମୀ(ଓଏଫ୍‌ଏଡିଆରଏ)ର ନିର୍ଦ୍ଦେଶକ(ସିଏଫ୍‌ଓ) ମହେଶ୍ୱର ସ୍ବାଇଁଙ୍କୁ ଫାୟାର ପ୍ରିଭେନ୍‌ସନ ୱିଙ୍ଗ୍‌ ଅଫ୍‌ ଦ ଡାଇରେକ୍ଟୋରେଟ୍‌...

ଦୁଇ ହଷ୍ଟେଲରେ ଛାତ୍ର ମୃତ୍ୟୁ ଘଟଣା: ଶିକ୍ଷୟିତ୍ରୀଙ୍କୁ ନିଲମ୍ବନ, ଶିକ୍ଷକଙ୍କୁ ବଦଳି କାର୍ଯ୍ୟାନୁଷ୍ଠାନକୁ ନେଇ ଅସନ୍ତୋଷ

ଫୁଲବାଣୀ ଅଫିସ, ୧୩ା୧୦-କନ୍ଧମାଳ ଜିଲା ମଙ୍ଗଳ ବିଭାଗ ସବୁବେଳେ ଚର୍ଚ୍ଚାରେ ରହି ଆସିଛି। ବିଭାଗ ଅଧୀନରେ ଚାଲିଥିବା ଦୁଇଟି ହଷ୍ଟେଲର ୨ ଛାତ୍ରୀଛାତ୍ରଙ୍କ ଗତ ମାସରେ...

ପାଟଣାଗଡ଼ରେ କେଭି ପଛରେ

ପାଟଣାଗଡ଼,୨୩।୫: ପାଟଣାଗଡ଼ ବିଧାନସଭା ଆସନରେ ଭାଜପା ପ୍ରାର୍ଥୀ କନକ ବର୍ଦ୍ଧନ ସିଂଦେଓ ପଛରେ ଚାଲିଛନ୍ତି। ବିଜେଡି ପ୍ରାର୍ଥୀଙ୍କଠାରୁ କେଭି ୨୦୬୬ ଭୋଟରେ ପଛୁଆ ଅଛନ୍ତି।

ଭାଜପାର ଗାନ୍ଧୀ ସଂକଳ୍ପ ପଦଯାତ୍ରା: ଲବଣତୀର୍ଥରୁ ଆରମ୍ଭ ହୋଇ ରକ୍ତତୀର୍ଥରେ ସରିଲା

ବାସୁଦେବପୁର,୧୯।୧୦(ଡି.ଏନ୍‌.ଏ.): ବାସୁଦେବପୁର ଭାଜପା ଶାଖା ପକ୍ଷରୁ ଗାନ୍ଧୀ ସଙ୍କଳ୍ପ ପଦଯାତ୍ରା ଶନିବାରଠାରୁ ଲବଣତୀର୍ଥ ଚୁଡ଼ାମଣିରୁ ଆରମ୍ଭ ହୋଇ ରକ୍ତତୀର୍ଥ ଇରମ ଶହୀଦ ପୀଠରେ ଶେଷ ହୋଇଛି।...

ନାବାଳିକାଙ୍କୁ ବଳାତ୍କାର, ଅଭିଯୁକ୍ତଙ୍କ ସମେତ ୧୧ ଗିରଫ

ରାଇକିଆ, ୬ା୯(ଡି.ଏନ.ଏ.): ଜଣେ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ରାଇକିଆ ପୋଲିସ ଅଭିଯୁକ୍ତଙ୍କ ସମେତ ୧୧ ଜଣଙ୍କୁ ଗିରଫ କରିଛି। ଗିରଫ ଯୁବକ ହେଲେ ଶିବାନୀ ପ୍ରଧାନ।...

ବିଧାନସଭା ସଦାଚାର କମିଟି ବୈଠକ: ନିର୍ବାଚନମଣ୍ଡଳୀ ସ୍ତରୀୟ ଉନ୍ନୟନ କମିଟି କାର୍ଯ୍ୟାବଳୀ ଉପରେ ହେଲା ଆଲୋଚନା

ଭୁବନେଶ୍ୱର,୫ା୧୧(ବ୍ୟୁରୋ): ଓଡ଼ିଶା ସଦାଚାର ଗୃହ କମିଟିର ଚତୁର୍ଥ ବୈଠକ ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଅଧ୍ୟକ୍ଷତାରେ ସୋମବାର ଅନୁଷ୍ଠିତ ହୋଇଯାଇଛି । ବିଧାନସଭାସ୍ଥିତ ପ୍ରକୋଷ୍ଠ ନଂ.୫୪ରେ...

ଉପଜିଲାପାଳଙ୍କୁ ଭେଟିଲା ଓକିଲ ସଂଘ: ତହସିଲଦାରଙ୍କ ବିରୋଧରେ ଫେରାଦ

ଅନୁଗୋଳ ଅଫିସ, ୭।୮-ଅନୁଗୋଳ ତହସିଲଦାରଙ୍କ ବିରୋଧରେ ଅଭିଯୋଗ ଆଣିଛି ଓକିଲ ସଂଘ। ମଙ୍ଗଳବାର ଅନୁଗୋଳ ଉପଜିଲାପାଳଙ୍କୁ ଭେଟି ସଂଘ କର୍ମକର୍ତ୍ତାମାନେ ଅଭିଯୋଗ ସମ୍ପର୍କରେ ଅବଗତ କରାଇଛନ୍ତି।...

୧୫୦ ବର୍ଷ ପରେ ଗୁରୁ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ପଡ଼ୁଥିବା ଖବର କ’ଣ ସତ ? ଜାଣନ୍ତୁ ଏହାର ରହସ୍ୟ

ଭୁବନେଶ୍ୱର,୧୬।୭(ବ୍ୟୁରୋ): ମଙ୍ଗଳବାର ପଡ଼ୁଥିବା ଚନ୍ଦ୍ରଗ୍ରହଣକୁ ନେଇ ସୋସିଆଲ ମିଡିଆ ଏବଂ କିଛି ଗଣମାଧ୍ୟମରେ ପ୍ରଚାର କରାଯାଉଥିବା ଖବର ବିଭ୍ରାନ୍ତିକର । ଜୁଲାଇ ୧୭ରେ ପଡ଼ୁଥିବା ଗ୍ରହଣ...

Leave a comment

Your email address will not be published. Required fields are marked *