ବାଲୁଖଣ୍ଡ ଅଭୟାରଣ୍ୟକୁ ମନ୍ତ୍ରୀଙ୍କ ଅଚାନକ ଗସ୍ତ: ନଭେମ୍ବର ସୁଦ୍ଧା ପ୍ରକୃତି ନିବାସକୁ କାର୍ଯ୍ୟକ୍ଷମ କର

ଭୁବନେଶ୍ୱର, ୧ା୯(ବ୍ୟୁରୋ): ବାଲୁଖଣ୍ଡ ଅଭୟାରଣ୍ୟ ମଧ୍ୟରେ ନୂଆନଈଠାରେ ଅବସ୍ଥିତ ପ୍ରକୃତି ନିବାସ ବାତ୍ୟା ‘ଫନୀ’ ରେ କ୍ଷତିଗ୍ରସ୍ତ ହୋଇଥିବାରୁ ତୁରନ୍ତ ଏହାର ମରାମତି, ପୁନରୁଦ୍ଧାର ଓ ନବୀକରଣ କରାଯିବ। ନଭେମ୍ବର ସୁଦ୍ଧା ଏହାର କାର୍ଯ୍ୟ ସାରିବା ସହ ପର୍ଯ୍ୟଟକଙ୍କ ନିମନ୍ତେ କାର୍ଯ୍ୟକ୍ଷମ କରିବାକୁ ଜଙ୍ଗଲ ଓ ପରିବେଶ ତଥା ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ନିର୍ଦ୍ଦେଶ ଦେଇଛନ୍ତି। ଶନିବାର ପୂର୍ବାହ୍ନରେ ମନ୍ତ୍ରୀ ଆରୁଖ ପୁରୀ-କୋଣାର୍କ ବେଳାଭୂମିରେ ଅବସ୍ଥିତ ବାଲୁଖଣ୍ଡ ବନ୍ୟପ୍ରାଣୀ ଅଭୟାରଣ୍ୟକୁ ଅଚାନକ ଗସ୍ତ ସମୟରେ ନୂଆନଈଠାରେ ସମୀକ୍ଷା ବୈଠକ କରି ବନବିଭାଗର ଅଧିକାରୀମାନଙ୍କୁ ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅବସରରେ ମନ୍ତ୍ରୀ ଆରୁଖ ଅଭୟାରଣ୍ୟ ଭିତରେ ବୁଲିବା ସହ ହରିଣମାନଙ୍କ ରହିବା ସ୍ଥାନ ଦେଖିଥିଲେ। ହରିଣମାନଙ୍କ ବର୍ତ୍ତମାନ ଅବସ୍ଥା ବିଷୟରେ ପଚାରି ବୁଝିବା ସହ ସେମାନଙ୍କ ସୁରକ୍ଷା ଏବଂ ଆବଶ୍ୟକ ଯତ୍ନ ନେବା ପାଇଁ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ହରିଣମାନଙ୍କ ପାଇଁ ବର୍ତ୍ତମାନ ଥିବା ୧୨ଟି ଚାରଣ ଭୂମି ଯଥେଷ୍ଟ ହେଉ ନାହିଁ। ଅଧିକ ଚାରଣ ଭୂମି ସୃଷ୍ଟି କରିବା ସହ ତାରବାଡ଼ ଘେରାଇବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଫେବୃୟାରୀ ସୁଦ୍ଧା ଗଣନା ଅନୁଯାୟୀ ଅଭୟାରଣ୍ୟରେ ୪୦୦୦ ହରିଣ ଥିଲେ। କିନ୍ତୁ ଫନୀ ଯୋଗୁ ବାଲୁଖଣ୍ଡରେ ବହୁ ଉପୁଡା ଗଛ ପଡି ରହିଥିବାରୁ ତୁରନ୍ତ ଏହାକୁ ସଫା କରି ପୁଣି ହରିଣ ଗଣନା କରିବା ନିମନ୍ତେ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ବେଳାଭୂମି ଅଞ୍ଚଳରେ ହରିଣମାନେ ରାସ୍ତା ଅତିକ୍ରମ କରିବାବେଳେ ଯାନବାହନ ଦ୍ୱାରା ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁମୁଖରେ ପଡୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଦୀର୍ଘସ୍ଥାୟୀ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ। ହରିଣଙ୍କ ସୁରକ୍ଷା ପାଇଁ ଶିକାର ନିରୋଧ ସ୍କ୍ବାଡ ଗଠନ କରିବାକୁ କହିଥିଲେ। ହରିଣମାନଙ୍କ ଚିକିତ୍ସା ପାଇଁ ଉଦ୍ଦିଷ୍ଟ ଚିକିତ୍ସା ଗୃହକୁ ନିୟମିତ ଭାବେ ପ୍ରାଣୀ ଚିକିତ୍ସକ ଆସୁ ନ ଥିବାରୁ ସେ କ୍ଷୋଭ ପ୍ରକାଶ କରିଥିଲେ। ତେବେ ହରିଣମାନଙ୍କ ପାଇଁ ପର୍ଯ୍ୟାପ୍ତ ପାନୀୟ ଜଳ ଉପଲବ୍ଧ ହେଉଥିବାରୁ ଖୁସି ପ୍ରକଟ କରିଥିଲେ। ବାଙ୍ଗର ବିଟ୍‌ ହାଉସ୍‌ରେ ଅବସ୍ଥିତ ନର୍ସରିକୁ ମଧ୍ୟ ସେ ପରିଦର୍ଶନ କରିଥିଲେ। ମନ୍ତ୍ରୀଙ୍କ ଗସ୍ତ ସମୟରେ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା, ପୁରୀ ବନଖଣ୍ଡ ଅଧିକାରୀ (ବନ୍ୟପ୍ରାଣୀ) ହର୍ଷବର୍ଦ୍ଧନ ଉଦ୍‌ଗାତା, ବନବିଭାଗ ଓ ଅଭୟାରଣ୍ୟର କର୍ମଚାରୀମାନେ ଉପସ୍ଥିତ ଥିଲେ।


All Right Reserved By Dharitri.Com

ବିଧାନସଭା ସ୍ଥାୟୀ କମିଟି ଅଧ୍ୟକ୍ଷ, ସଦସ୍ୟଙ୍କ ନାଁ ଘୋଷିତ

ଭୁବନେଶ୍ୱର,୨।୭(ବ୍ୟୁରୋ): ବିଧାନସଭାର ୧୦ ସ୍ଥାୟୀ କମିଟି ଅଧ୍ୟକ୍ଷ ଏବଂ ସଦସ୍ୟଙ୍କ ନାମ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସୋମବାର ଗୃହରେ ଘୋଷଣା କରିଛନ୍ତି। ଏହି ଅଧ୍ୟକ୍ଷମାନେ ହେଉଛନ୍ତି-...

କଟକ ଡାକ୍ତରଖାନାରେ ଚିକିତ୍ସା ସୁବିଧା ନ ପାଇ ଆଖି ବୁଜିଲେ ସମୀର

ଚିତ୍ରକୋଣ୍ଡା,୧୩ା୩(ଡି.ଏନ.ଏ.): ଚିତ୍ରକୋଣ୍ଡା ପଞ୍ଚାୟତ ସମିତି ଅନ୍ତର୍ଗତ ଦୋରାଗୁଡ଼ା ପଞ୍ଚାୟତ ଆରଏସସି-୧୪ ଗ୍ରାମର ସମୀର ଭତ୍ରାଙ୍କ ଚିକିତ୍ସାରେ ଅର୍ଥ ବାଧକ ସାଜିଛି ଶୀର୍ଷକ ଖବର ଗତ ଫେବୃୟାରୀ...

ହୋମ୍‌ ଆଇସୋଲେସନ୍‌ରେ ଗଜପତି, ୧୫ରେ ଆମେରିକାରୁ ଫେରିଥିଲେ

ଭୁବନେଶ୍ୱର,୧୭।୩(ବ୍ୟୁରୋ): ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ବିଦେଶରୁ ଫେରି ହୋମ୍‌ ଆଇସୋଲେସନ୍‌ରେ ରହିଛନ୍ତି। ସେ ସପରିବାର ନିଜ ଭୁବନେଶ୍ୱର ଘରେ ହୋମ୍‌ ଆଇସୋଲେସନ୍‌ ରହିଥିବା...

ଛାତ୍ର ର଼୍ୟାଗିଂ ଘଟଣା: ସିଡବ୍ଲୁସିଙ୍କୁ ଭେଟିଲେ ପରିବାରବର୍ଗ; ଅଧ୍ୟକ୍ଷଙ୍କୁ ଗିରଫ ନ କଲେ ରାସ୍ତାରୋକୋ ଚେତାବନୀ

ସମ୍ବଲପୁର,୧୮।୯(ବ୍ୟୁରୋ): ସମ୍ବଲପୁର ଜିଲା ଶାସନ ଥାନା ଅନ୍ତର୍ଗତ ପରଧିଆପାଲି ବୈଦିକ ଇଣ୍ଟରନ୍ୟାଶନାଲ ସ୍କୁଲରେ ଜଣେ ଛାତ୍ରଙ୍କୁ ର଼୍ୟାଗିଂ କରାଯାଇଥିବା ମଙ୍ଗଳବାର ଶାସନ ଥାନାରେ ଅଭିଯୋଗ ହୋଇଥିଲ।...

ଆବାସ ପାଇଁ ଧାରଣା

ପରଜଙ୍ଗ, ୧୧।୨(ଡି.ଏନ.ଏ.) ଆବାସ ଯୋଜନା କେଳେଙ୍କାରୀକୁ ନେଇ ଚର୍ଚ୍ଚାରେ ରହିଛି ଢେଙ୍କାନାଳ ଜିଲାର ପରଜଙ୍ଗ ବ୍ଲକ। ସରକାରୀ ଅଧିକାରୀଙ୍କୁ ହାତ କରି ସ୍ବଚ୍ଛଳ ପରିବାର ହାତେଇ...

ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ହେଲେ ବିଶ୍ୱଭୂଷଣ ହରିଚନ୍ଦନ

ଭୁବନେଶ୍ୱର,୧୬।୭(ବ୍ୟୁରୋ): ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ବରିଷ୍ଠ ଭାଜପା ନେତା ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ନିଯୁକ୍ତି ଦିଆଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଙ୍ଗଳବାର ତାଙ୍କୁ ଏହି ନିଯୁକ୍ତି ପ୍ରଦାନ...

ଓ୍ବାନ ନେଶନ, ଓ୍ବାନ ରାଶନ:ବଦଳିବ ରାଶନ କାର୍ଡ

ଭୁବନେଶ୍ୱର,୨୫ା୧୨(ବ୍ୟୁରୋ):କେବଳ ରାଜ୍ୟ ନୁହେଁ, ଦେଶର ଯେ କୌଣସି ସ୍ଥାନରୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ(ଏନ୍‌ଏଫ୍‌ଏସ୍‌ଏ)ରେ ସାମିଲ ହୋଇଥିବା ହିତାଧିକାରୀମାନେ ସେମାନଙ୍କର ରାଶନ ନେଇପାରିବେ। ସମଗ୍ର ଦେଶ...

ବରଗଡ଼ ଧନୁଯାତ୍ରା: କଂସ ଚୟନକୁ ନେଇ ଉଠିଲା ବିରୋଧର ସ୍ବର, ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ

ବରଗ ଅଫିସ,୫।୧୧- ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ଡିସେମ୍ବର ୩୧ ତାରିଖରୁ ଆରମ୍ଭ ହୋଇ ୨୦୨୦ ଜାନୁଆରୀ ୧୦ ପର୍ଯ୍ୟନ୍ତ ଚାଲିବ।...

Leave a comment

Your email address will not be published. Required fields are marked *