୭୫ ମିଟର ଉଚ୍ଛେଦ ପ୍ରସଙ୍ଗ: ଖୁବ୍‌ଶୀଘ୍ର ସରକାରଙ୍କୁ ରିପୋର୍ଟ ଦିଆଯିବ; ଦେବଦେବୀଙ୍କ ବିଜେସ୍ଥଳୀ, ଗାଦିଘର ସୁରକ୍ଷିତ ରଖାଯିବ

ପୁରୀ ଅଫିସ, ୧ା୯: ଶ୍ରୀମନ୍ଦିରର ସୁରକ୍ଷା ଏବଂ ପୁରୀର ବିକାଶ ପାଇଁ ମେଘନାଦ ପ୍ରାଚୀର ଚତୁଃପାର୍ଶ୍ୱସ୍ଥ ୭୫ ମିଟର ପରିଧି ମଧ୍ୟରେ ଥିବା ସବୁ ନିର୍ମାଣ ଉଚ୍ଛେଦ କରାଯିବ। ଏହି ପରିସୀମା ମଧ୍ୟରେ ଥିବା ମଠ, ମନ୍ଦିରର ଗାଦିଘର ଏବଂ ଦେବଦେବୀଙ୍କ ବିଜେସ୍ଥଳୀକୁ ସୁରକ୍ଷିତ ରଖିବା ଲାଗି ନିଷ୍ପତ୍ତି ହୋଇଛି। ତେବେ ଏହା ପୂର୍ବରୁ ଅସୁରକ୍ଷିତ ଥିବା ମଠକୁ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଉଛି। ଅନ୍ୟପକ୍ଷରେ ୭୫ମିଟର ଉଚ୍ଛେଦ ପାଇଁ ସର୍ଭେ କାର୍ଯ୍ୟ ଜାରି ରହିଛି। ତେବେ ଏହି ଉଚ୍ଛେଦର ରୂପରେଖ, କ୍ଷତିଗ୍ରସ୍ତଙ୍କ ଥଇଥାନ ସମ୍ପର୍କିତ ପ୍ୟାକେଜ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କୁ ଖୁବ୍‌ଶୀଘ୍ର ରିପୋର୍ଟ ଦିଆଯିବ ବୋଲି ଜିଲାପାଳ ବଲୱନ୍ତ ସିଂ କହିଛନ୍ତି।

ଶନିବାର ଗଣମାଧ୍ୟମକୁ ସୂଚନା ଦେଇ ଜିଲାପାଳ କହିଛନ୍ତି, ୭୫ମିଟର ଉଚ୍ଛେଦର ଥଇଥାନ ପ୍ୟାକେଜ ପ୍ରସ୍ତୁତ କରି ତାହାର ରିପୋର୍ଟ ଦେବାକୁ ସରକାରଙ୍କ ନିର୍ଦ୍ଦେଶ ରହିଛି। ବର୍ତ୍ତମାନ ଏହାର କାମ ଚାଲିଛି। ଖୁବଶୀଘ୍ର ରାଜ୍ୟ ସରକାରଙ୍କୁ ଥଇଥାନ ପ୍ୟାକେଜ ରିପୋର୍ଟ ପ୍ରଦାନ କରାଯିବ। କୌଣସି କ୍ଷତିଗ୍ରସ୍ତ ଯେପରି ଥଇଥାନରୁ ବଞ୍ଚତ୍ତ ନ ହେବେ ତାହା ଉପରେ ଗୁରୁତ୍ୱ ଦିଆଯାଇ ତାଲିକା ପ୍ରସ୍ତୁତ ହେଉଛି। ତେବେ ବର୍ତ୍ତମାନ ଏମାର ମଠ ଉଚ୍ଛେଦ କାର୍ଯ୍ୟ ଚାଲିଛି। ହେଲେ ମଠ ମହନ୍ତ ଅସୁରକ୍ଷିତ କୋଠାରେ ରହିଥିବା ପ୍ରଶ୍ନରେ ଜିଲାପାଳ କହିଥିଲେ, ଉଚ୍ଛେଦ ସମୟରେ ଦେବଦେବୀଙ୍କ ବିଜେସ୍ଥଳୀ ଏବଂ ଗାଦିଘରକୁ ସୁରକ୍ଷିତ ରଖାଯିବ। ଲଙ୍ଗୁଳି ମଠରେ ଯେପରି ଠାକୁରଙ୍କ

ବିଜେସ୍ଥଳୀକୁ ବାଦ୍‌ ଦିଆଯାଇ ଭଙ୍ଗାଗଲା ଏମାର ମଠ କ୍ଷେତ୍ରରେ ତାହା ହିଁ ହେବ। ଏମାର ମଠରେ ଠାକୁର ପୂଜା ପାଉଥିବା ସ୍ଥାନ ଅଧିକ ଅସୁରକ୍ଷିତ ଥିବାରୁ ତାହାକୁ ସତର୍କତାର ସହ ଭାଙ୍ଗିବାକୁ ପଡ଼ିବ। ମହନ୍ତଙ୍କ ବ୍ୟକ୍ତିଗତ ଜୀବନ ରହିଛି। ତେଣୁ ମୁଖ୍ୟ କୋଠା ଭଙ୍ଗାଯିବା ପୂର୍ବରୁ ଠିକ୍‌ ନିଷ୍ପତ୍ତି ନିଆଯିବ। ଏମାର ମଠରେ ପୂଜା ପାଉଥିବା ଦେବଦେବୀଙ୍କ ବିଜେସ୍ଥଳୀ ଯେଭଳି ସୁରକ୍ଷିତ ରଖାଯିବ ସେଥିନେଇ ବୈଷୟିକ କମିଟି ଭଲ ଭାବେ ଯାଞ୍ଚ କରିବା ପରେ ଭଙ୍ଗାଯିବ ବୋଲି ଜିଲାପାଳ ପ୍ରକାଶ କରିଛନ୍ତି।


All Right Reserved By Dharitri.Com

କଲେଜ ଛାତ୍ରୀଙ୍କୁ ଗଣବଳାତ୍କାର : ୪ ସହପାଠୀ ଛାତ୍ର ଅଟକ, ପୋଲିସ ତନାଘନା

ସୁନ୍ଦରଗଡ଼, ୧୬।୭ (ଡି.ଏନ୍‌.ଏ.) -ସୁନ୍ଦରଗଡ଼ ଜିଲା ବାଲିଶଙ୍କରା ବ୍ଲକ ଅଞ୍ଚଳରେ ଥିବା ଏକ କଲେଜର ଜଣେ ଯୁକ୍ତ ୩ ଶ୍ରେଣୀ ଛାତ୍ରୀଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ...

ଦୁଇ ସ୍ଥାନରୁ ୬ ଲକ୍ଷ ୪୦ ହଜାର ଲୁଟ୍‌

ଭଦ୍ରକ ଅଫିସ, ୨୮।୧୦ : ଭଦ୍ରକ ଜିଲାର ଦୁଇଟି ସ୍ଥାନରୁ ସୋମବାର ଲୁଟେରାମାନେ ୬ ଲକ୍ଷ ୪୦ ହଜାର ଟଙ୍କା ଲୁଟି ନେଇଛନ୍ତି। ଲୁଟ୍‌ର ତରିକା...

ମଣ୍ଡିରେ ଧାନ କ୍ରୟରେ ଅନିୟମିତତା

ମାର୍ଶାଘାଇ,୩।୩ (ଡି.ଏନ୍‌.ଏ.): ଚାଷୀଙ୍କୁ ଉପଯୁକ୍ତ ମୂଲ୍ୟ ଦେଇ ସେମାନଙ୍କଠାରୁ ଧାନ କ୍ରୟ କରିବା ପାଇଁ ବିଭିନ୍ନ ସମବାୟ ସମିତିରେ ମଣ୍ଡି ଖୋଲାଯାଇଛି। ଚାଷୀମାନେ କିପରି ସୁବିଧା,...

କାମରେ ଲାଗୁନି ଭାରୀଯାନ ପାର୍କିଂ କଟକଣା

ପାରାଦୀପ,୨୪ା୨(ସ୍ବ.ପ୍ର.): ପାରାଦୀପ ଶିଳ୍ପ ସହରର ଅଠରବାଙ୍କୀ ଗୋଲେଇଛକରୁ ଦୋଛକି ପର୍ଯ୍ୟନ୍ତ ରାସ୍ତା ସବୁଠାରୁ ବ୍ୟସ୍ତବହୁଳ। ଏହି ୪.୫ କିମି ରାସ୍ତାରେ ଅଧିକାଂଶ ସମୟ ଭିଡ଼ ହୋଇଥାଏ।...

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଦଲାଲଙ୍କ ଉପରେ ନଜର: ଆର୍‌ଟିଓ କାର୍ଯ୍ୟାଳୟରେ ପୋଲିସ ଚଢ଼ାଉ

ଢେଙ୍କାନାଳ ଅଫିସ, ୨୭ା୯-ସ୍ବାସ୍ଥ୍ୟକେନ୍ଦ୍ର ଏବଂ ଆର୍‌ଟିଓ କାର୍ଯ୍ୟାଳୟକୁ ୧୫ଦିନ ମଧ୍ୟରେ ଦଲାଲମୁକ୍ତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେବା ପରେ ପ୍ରକାଶ ପାଇଛି ପ୍ରଶାସନିକ...

ଟ୍ୟୁଶନ ଯିବାବେଳେ ଛାତ୍ରୀଙ୍କୁ ଅସଦାଚରଣ ମାମଲା: ପୋଲିସକୁ ଡେମୋ ଦେଖାଇଲେ ଅଭିଯୁକ୍ତ; ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି

କଟକରୋଡ,୧ା୯(ଡି.ଏନ୍‌.ଏ.): ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଘଟିଥିବା ଏକ ଅସଦାରଚରଣ ଘଟଣାରେ ପୋଲିସ ଗିରଫ ଅଭିଯୁକ୍ତଙ୍କୁ ଶନିବାର କୋର୍ଟଚାଲାଣ କରିଛି। ଅଭିଯୁକ୍ତ ହେଲେ କଟକ ଜିଲା ବାଙ୍କୀ...

୧୭ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ହେବ ବିଶ୍ୱସ୍ତରୀୟ : ତାଲିକାରେ ଓଡ଼ିଶାର ନାହିଁ ସ୍ଥାନ

ଭୁବନେଶ୍ୱର,୮।୭(ବ୍ୟୁରୋ): କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ ଦେଶର ୧୭ଟି ପ୍ରମୁଖ କୀର୍ତ୍ତିରାଜି ତଥା ପର୍ଯ୍ୟଟନସ୍ଥଳୀକୁ ବିଶ୍ୱସ୍ତରୀୟ କରିବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଶୁକ୍ରବାର ବଜେଟ ଉପସ୍ଥାପନ...

ଏଣିକି ତତ୍‌କ୍ଷଣାତ ଲର୍ନିଂ ଲାଇସେନ୍ସ

ଭୁବନେଶ୍ୱର, ୨ା୧(ବ୍ୟୁରୋ): ଡ୍ରାଇଭିଂ ଲାଇସେନ୍ସ ଆବେଦନ କରିବାକୁ ଆଗକୁ ଆଉ ଘଣ୍ଟାଘଣ୍ଟା ଧରି ଧାଡ଼ିରେ ଆର୍‌ଟିଓ କାର୍ଯ୍ୟାଳୟରେ ଠିଆ ହେବାକୁ ପଡ଼ିବ ନାହିଁ। ଏଣିକି ଅନ୍‌ଲାଇନରେ...

Leave a comment

Your email address will not be published. Required fields are marked *