ରାଜ୍ୟରେ ତିନିମାସରେ ୯୧୨.୪ମିମି ବର୍ଷା: ସ୍ବାଭାବିକଠାରୁ ୧.୨% କମ

ଭୁବନେଶ୍ୱର, ୧ା୯(ବ୍ୟୁରୋ): ରାଜ୍ୟରେ ନିଅଣ୍ଟିଆ ବର୍ଷା ରହିଛି। ଅଗଷ୍ଟରେ ପ୍ରବଳ ବର୍ଷା ଯୋଗୁ କିଛି ସ୍ଥାନରେ ବନ୍ୟା ପରିସ୍ଥିତି ଦେଖାଦେଇଥିବାବେଳେ ଆଉ କିଛି ସ୍ଥାନରେ ବର୍ଷାର ନଁା ଗନ୍ଧ ନାହିଁ। ଏବେ ବି ରାଜ୍ୟରେ ୧.୨% କମ୍‌ ବର୍ଷା ହୋଇଛି। ଜୁନ୍‌ ୧ରୁ ଅଗଷ୍ଟ ୩୧ ମଧ୍ୟରେ ୯୧୨.୪ମିମି ବର୍ଷା ହେବା କଥା। କିନ୍ତୁ ୯୦୧ମିମି ବର୍ଷା ହୋଇଛି। ଏହି ତିନି ମାସରେ କଳାହାଣ୍ଡି, କୋରାପୁଟ, ମାଲକାନଗିରି, ବଲାଙ୍ଗୀର ଓ ଝାରସୁଗୁଡ଼ା ଆଦି ୫ଜିଲାରେ ସ୍ବାଭାବିକଠାରୁ ଅଧିକ ବର୍ଷା ହୋଇଛି। ଅର୍ଥାତ୍‌ ୧୯%ରୁ ଅଧିକ ବର୍ଷା ହୋଇଥିବା ଜଣାପଡ଼ିଛି। ସେହିପରି କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କଟକ, ପୁରୀ, ସୁବର୍ଣ୍ଣପୁର, ବରଗଡ଼, ଖୋର୍ଦ୍ଧା, ଗଞ୍ଜାମ, ନୟାଗଡ଼, ଗଜପତି, ଯାଜପୁର, ଗଜପତି, କେନ୍ଦ୍ରାପଡ଼ା, ଭଦ୍ରକ, ନୂଆପଡ଼ା, ଜଗତ୍‌ସିଂହପୁର, ସମ୍ବଲପୁର, ବୌଦ୍ଧ, ଢେଙ୍କାନାଳ, ମୟୂରଭଞ୍ଜ ଓ ବାଲେଶ୍ୱର ଆଦି ୨୧ଜିଲାରେ ସ୍ବାଭାବିକ ବର୍ଷା (+୧୯%ରୁ – ୧୯% ମଧ୍ୟରେ)ହୋଇଛି। ହାରାହାରି ବୃଷ୍ଟିପାତକୁ ତୁଳନା କଲେ କେନ୍ଦୁଝର, ସୁନ୍ଦରଗଡ଼, ଅନୁଗୋଳ ଓ ଦେବଗଡ଼ ଜିଲାରେ ସ୍ବାଭାବିକ ଠାରୁ କମ୍‌ ବର୍ଷା ହୋଇଛି। ଏହି ତିନି ମାସରେ ମାଲକାନଗିରିରେ ସର୍ବାଧିକ ୧୫୪୮.୭ମିମି ବର୍ଷା ହୋଇଥିବା ବେଳେ ଗଜପତି ଜିଲାରେ ସର୍ବନିମ୍ନ ୬୧୬.୬ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ମାଲକାନଗିରିରେ ୩୪.୬% ଅଧିକ ବର୍ଷା ହୋଇଥିବା ବେଳେ ଗଜପତିରେ ୯.୮% କମ୍‌ ବର୍ଷା ହୋଇଛି।

ବ୍ଲକ୍‌ ସ୍ତରରେ ଦେଖିବାକୁ ଗଲେ ଏହି ତିନି ମାସରେ ୬୬ ବ୍ଲକ୍‌ରେ ଅଧିକ ବର୍ଷା ହୋଇଥିବା ବେଳେ ୧୬୯ ବ୍ଲକ୍‌ରେ ସ୍ବାଭାବିକ ଓ ୬୮ବ୍ଲକ୍‌ରେ କମ୍‌ ବର୍ଷା ହୋଇଛି। ୧୧ଟି ବ୍ଲକ୍‌ରେ ଅତ୍ୟଧିକ କମ୍‌ ବର୍ଷା ହୋଇଛି। ବାଲେଶ୍ୱର ଜିଲାର ବାଲେଶ୍ୱର ବ୍ଲକ୍‌ରେ -୪୨.୦% ଓ ନୀଳଗିରିରେ -୪୨.୬%, ଦେବଗଡ଼ ଜିଲାର ରିଆମାଳ ବ୍ଲକ୍‌ରେ -୪୧.୮%, କେନ୍ଦୁଝର ଜିଲାର ହରିଚନ୍ଦନପୁର ବ୍ଲକ୍‌ରେ -୩୯.୯%, ଚମ୍ପୁଆରେ -୪୩.୬%, ଝୁମ୍ପୁରାରେ -୪୪.୫%, ଯୋଡ଼ାରେ -୪୭.୯%, କେରାପୁଟ ଜିଲାର ନାରାୟଣପାଟଣା ବ୍ଲକ୍‌ରେ -୪୪.୫, ସମ୍ବଲପୁର ଜିଲାର ନାକଟିଦେଉଳ ବ୍ଲକ୍‌ରେ -୪୭.୭%, ସୁନ୍ଦରଗଡ଼ ଜିଲାର ରାଜଗାଙ୍ଗପୁର ବ୍ଲକ୍‌ରେ -୪୧.୦% ଓ ବଣାଇ ବ୍ଲକ୍‌ରେ -୪୪.୮% କମ୍‌ ବର୍ଷା ହୋଇଛି। ସେହିପରି ତିନି ମାସ ମଧ୍ୟରେ ହାରାହାରି ୪୦.୯ ବର୍ଷା ଦିନ ହେବା କଥା କିନ୍ତୁ ମୋଟ ୩୫.୭ ବର୍ଷା ଦିନ ହୋଇଛି। ଜୁନ୍‌ରେ ୭.୪, ଜୁଲାଇରେ ୧୩.୭ ଓ ଅଗଷ୍ଟରେ ୧୪.୬ ବର୍ଷାଦିନ ହୋଇଥିଲା।

ଅନ୍ୟପଟେ ଅଗଷ୍ଟ ମାସରେ କିନ୍ତୁ ସ୍ବାଭାବିକଠାରୁ ଅଧିକ ବର୍ଷା ହୋଇଥିବା ଜଣାପଡ଼ିଛି। ଚଳିତ ବର୍ଷ ଅଗଷ୍ଟରେ ୪୪୪.୩ ମିଲିମିଟର ବର୍ଷା ହୋଇଛି। ଅଗଷ୍ଟରେ ହାରାହାରି ୩୫୬ମିମି ବର୍ଷା ହେବା କଥା, କିନ୍ତୁ ଏଥର ୨୪.୫% ଅଧିକ ବର୍ଷା ହୋଇଛି। ମାଲକାନଗିରି ଜିଲାରେ ସର୍ବାଧିକ ୭୬୩.୩ମିମି ବର୍ଷା ହୋଇଛି। ଏଠାରେ ୬୧.୫% ଅଧିକ ବର୍ଷା ହୋଇଛି। ସେହିପରି ପୁରୀ ଜିଲାରେ ସର୍ବନିମ୍ନ ୨୮୭.୬ମିମି ବର୍ଷା ହୋଇଛି। ଏଠାରେ ୩.୪% କମ୍‌ ବର୍ଷା ହୋଇଥିବା ଜଣାପଡ଼ିଛି।


All Right Reserved By Dharitri.Com

ବିଦେଶ ଫେରନ୍ତାଙ୍କ ନାମରେ ମାମଲା ରୁଜୁ

ବାରଙ୍ଗ,୨୫।୩ (ଡି.ଏନ.ଏ): କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ କେନ୍ଦ୍ର ସରକାର ଦେଶକୁ ୨୧ଦିନ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏ ନେଇ ଚାରିଆଡ଼େ ନୀରବତା...

ଜବରଦଖଲରେ ଶ୍ମଶାନ ଜମି

ଖୋର୍ଦ୍ଧା ଅଫିସ, ୧୦।୬ : ପ୍ରଶାସନର ସହଯୋଗ ନ ଥିବାରୁ ଅଧିକାଂଶ ଶ୍ମଶାନ ଜମି ଜବରଦଖଲକାରୀଙ୍କ କବ୍‌ଜାରେ ରହିଛି। ଏଥିରୁ କିଛି ଜମିରେ ଘର ନିର୍ମାଣ ହୋଇ...

ଦିବ୍ୟାଙ୍ଗ ଶିଶୁ ଖୋଜୁଛି ସହାୟତାର ହାତ

ଖପ୍ରାଖୋଲ, ୩୦ା୧୧ (ଡି.ଏନ.ଏ.) ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଭାନପୁର ଗାଁର ଗୋକୁଳ ନାୟକ ଓ ଭାରତୀଙ୍କ ୪ବର୍ଷର ଝିଅ ଅର୍ଚ୍ଚନା। ଜନ୍ମର କେଇଟା ଦିନ...

ମା’ଙ୍କ ଅନ୍ତିମ ସଂସ୍କାର ପାଇଁ ପୁଞ୍ଜିଲାଲଙ୍କ ଜାମିନ ଆବେଦନ

ବଲାଙ୍ଗୀର ଅଫିସ, ୧୧।୧- ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କ ମା’ ଇନ୍ଦୁମତୀ ମେହେର(୭୨)ଙ୍କ ଶୁକ୍ରବାର ରାତିରେ ବଲାଙ୍ଗୀର ଭୀମଭୋଇ...

ଧରିତ୍ରୀ ଖବରକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ୍‌: ରକ୍ତ କର୍କଟ ପୀଡ଼ିତ ଶିଶୁଙ୍କ ଚିକିତ୍ସା ସହାୟତା ପାଇଁ ନିବେଦନ କଲେ ସ୍ବେଚ୍ଛାସେବୀ

ବରଗଡ଼ ଅଫିସ, ୧୪।୩- ବରଗଡ଼ ପୌର ପରିଷଦ ଅଧୀନ ୱାର୍ଡ ନଂ-୧୬ ଡ୍ୟାମ୍‌ କଲୋନୀ (ଗାନ୍ଧୀନଗର) ନିବାସୀ ଅଜୟ ଦୀପଙ୍କ ଏକମାତ୍ର ଶିଶୁପୁତ୍ର ରୋହିତ(୫) ରକ୍ତ...

ଶପଥ ପାଠ ପରେ ପ୍ରଥମ ଥର ମହାପ୍ରଭୁଙ୍କୁ ଦର୍ଶନକଲେ ୨ କେନ୍ଦ୍ରମନ୍ତ୍ରୀ

ପୁରୀ ଅଫିସ, ୮।୬: ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରତାପ ଷଡ଼ଙ୍ଗୀ କେନ୍ଦ୍ରମନ୍ତ୍ରୀ ଭାବେ ଶପଥ ନେବା ପରେ ପ୍ରଥମ ଥର ପାଇଁ ଶନିବାର ଓଡ଼ିଶା ଆସିଛନ୍ତି।...

କ୍ୱାରାଣ୍ଟାଇନ ବ୍ୟବସ୍ଥାରେ ଅବହେଳା: ପ୍ରତିବାଦରେ ଡାକ୍ତରଙ୍କ ସହ ଏମ୍‌କେସିଜି ଛାତ୍ରୀଛାତ୍ରଙ୍କ ଧାରଣା

ବ୍ରହ୍ମପୁର ଅଫିସ, ୮।୫: ବ୍ରହ୍ମପୁର ଉପକଣ୍ଠ ଶୀତଳାପଲିରେ ଥିବା ଟାଟା କୋଭିଡ-୧୯ ହସ୍ପିଟାଲରେ କାମସାରି ଫେରୁଥିବା ଡାକ୍ତରଙ୍କୁ କ୍ୱାରାଣ୍ଟାଇନରେ ରଖିବାନେଇ ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା...

ସମୁଦ୍ରରେ ଚାଲିଛି ଚୋରା ତେଲ ବ୍ୟବସାୟ

ପାରାଦୀପ,୧୮ା୬(ସ୍ବ.ପ୍ର.): ଦୀର୍ଘ ୨ ମାସ ଧରି ଜାରି ହୋଇଥିବା ସାମୁଦ୍ରିକ କଟକଣା ଗତ ୧୪ ତାରିଖ ରାତିରେ ହଟିବା ପରେ ଏବେ ସମୁଦ୍ରରେ ଜୋରଦାର ମାଛଧରା...

Leave a comment

Your email address will not be published. Required fields are marked *