ପୌରପାଳିକାରେ ଖୋଲିଲା ୨୩ ୱାର୍ଡ ଅଫିସ: ଏଣିକି ସମସ୍ୟା ବୁଝିବେ ଓ୍ବାର୍ଡ ଅଫିସର

ଅନୁଗୋଳ ଅଫିସ,୧।୯ – ଅନୁଗୋଳ ଲୋକଙ୍କ ସମସ୍ୟା ବୁଝିବ ପୌର ପ୍ରଶାସନ। ଏଥିପାଇଁ ଶନିବାର ପୌରପାଳିକା ଅଧୀନରେ ଥିବା ୨୩ଟି ୱାର୍ଡ଼ରେ ଖୋଲା ଯାଇଛି ୱାର୍ଡ଼ ଅଫିସ। ଏଣିକି ଲୋକେ ସମସ୍ୟା ଧରି ପୌର କାର୍ଯ୍ୟାଳୟ ଆସିବା ପରିବର୍ତ୍ତେ ନିଜ ନିଜ ଓ୍ବାର୍ଡ ଅଫିସ୍‌କୁ ଯିବେ। ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ନିର୍ଦ୍ଦେଶରେ ଏହି ଓ୍ବାର୍ଡ ଅଫିସ୍‌ ଖୋଲାଯିବା ଫଳରେ ସରକାରଙ୍କ ସୁଶାସନ ସବୁ ଲୋକଙ୍କ ନିକଟରେ ପହଞ୍ଚିପାରିବ ବୋଲି ପୌର ପ୍ରଶାସନ ପକ୍ଷରୁ କୁହାଯାଇଛି।
ପ୍ରତିଦିନ ସକାଳ ୧୦ଟାରୁ ଦୁଇ ଘଣ୍ଟା ପାଇଁ ସବୁ ୱାର୍ଡ଼ରେ ଏହି ୱାର୍ଡ଼ ଅଫିସ ଖୋଲିବ। ଜଳଯୋଗାଣଠାରୁ ଆରମ୍ଭ କରି ପରିମଳ, ବିଦ୍ୟୁତ ଆଦି ସମସ୍ତ ସମସ୍ୟାର ଏଠାରେ ଦୈନିକ ଶୁଣାଣି ହେବ। ଏଥିପାଇଁ ପୌରପାଳିକାର କର୍ମଚାରୀଙ୍କୁ ୱାର୍ଡ଼ ଅଫିସର ଦାୟିତ୍ୱ ପ୍ରଦାନ କରାଯାଇଛି। ୱାର୍ଡ ସମ୍ପର୍କରେ ସମସ୍ତ ଜ୍ଞାନ, ଅଭିଜ୍ଞତା ଓ ଓ୍ବାର୍ଡକୁ ବୁଝିଲା ଭଳି ଦକ୍ଷତା ଥିବା କର୍ମଚାରୀଙ୍କୁ ବଛାଯାଇଛି। ତେଣୁ ୱାର୍ଡ଼ରେ କୌଣସି ସମସ୍ୟା ଲାଗି ରହିଥିଲେ ଏଥିପାଇଁ ଓ୍ବାର୍ଡ ଅଫିସର ଦାୟୀ ରହିବେ। ଅନୁଗୋଳରେ ୱାର୍ଡ ଅଫିସ ଖୋଲିବା ପରେ ବିଭିନ୍ନ ସ୍ଥାନରେ କିଛି ଅଭିଯୋଗ ୱାର୍ଡ଼ ଅଫିସରଙ୍କ ପାଖକୁ ଆସିଛି। ଅନ୍ୟପକ୍ଷରେ ଓ୍ବାର୍ଡ ଅଫିସ୍‌ ଖୋଲା ଯିବାପରେ ଏହାର କାର୍ଯ୍ୟକାରିତାକୁ ନେଇ ପ୍ରଥମ ଦିନରୁ ଅବ୍ୟବସ୍ଥା ଦେଖିବାକୁ ମିଳିଥିଲା। ୱାର୍ଡ ଅଫିସ୍‌ ପାଇଁ ନିୟୋଜିତ ହୋଇଥିବା ୱାର୍ଡ଼ ଅଫିସରଙ୍କ ନିମନ୍ତେ କେତେକ ସ୍ଥାନରେ ଚୌକି ନ ଥିବାରୁ ଅସୁବିଧା ଉପୁଜିଥିଲା। ସେହିପରି ହୁଲୁରିସିଂହା ନେତାଜୀ କ୍ଲବରେ ଖୋଲିଥିବା ୱାର୍ଡ଼ ଅଫିସ ପ୍ରଥମ ଦିନରେ କାର୍ଯ୍ୟକାରୀ ହୋଇପାରି ନାହିଁ। କ୍ଲବରେ ଚାବି ପଡିଥିବାରୁ ଓ୍ବାର୍ଡ ଅଫିସର ଗଛ ତଳେ ବସିଥିବା ଦେଖିବାକୁ ମିଳିଥିଲା। ଏ ସମ୍ପର୍କରେ ପୌର ନିର୍ବାହୀ ଅଧିକାରୀ ଶୁଭେନ୍ଦୁ ଜେନା କହିଛନ୍ତି ଯେ, ପ୍ରଥମ ଦିନ ହୋଇଥିବାରୁ କିଛି ସ୍ଥାନରେ ବିଭ୍ରାଟ ଦେଖାଦେଇଥିଲା। ଭୁଲ୍‌ବଶତଃ ହୁଲୁରିସିଂହାରେ କ୍ଲବ ଚାବି ଧରି ଜଣେ ଅନ୍ୟତ୍ର ଚାଲିଯାଇଥିଲେ। ଆଗକୁ ଏପରି ହେବ ନାହିଁ। ପ୍ରଥମ ଦିନରୁ ହିଁ ଓ୍ବାର୍ଡ ଅଫିସରଙ୍କ ନିକଟକୁ ପ୍ରାୟ ୪୦ ସହରବାସୀ ସେମାନଙ୍କ ଅଞ୍ଚଳର ସମସ୍ୟା ନେଇ ଆସିଥିଲେ।


All Right Reserved By Dharitri.Com

ଜିଲାପାଳଙ୍କ ଆକାଉଣ୍ଟରୁ ୫୯ ଲକ୍ଷ ଗାଏବ ଘଟଣା ଅର୍ଥ ଫେରାଇଲା ବ୍ୟାଙ୍କ

ଅନୁଗୋଳ ଅଫିସ୍‌, ୧୬ା୯: ଅନୁଗୋଳ ଜିଲାପାଳଙ୍କ ଆକାଉଣ୍ଟରୁ ୫୯ ଲକ୍ଷ ଗାଏବ ଘଟଣାରେ ସମ୍ପୃକ୍ତ ବ୍ୟାଙ୍କ ଟଙ୍କା ଫେରାଇଛି। ବ୍ୟାଙ୍କ ପକ୍ଷରୁ ୫୯ ଲକ୍ଷ ୪୧ହଜାର ୪୮୧ଟଙ୍କା...

ଭରତପୁର ଖଣି ଦୁର୍ଘଟଣା : ମିଳିଲା ଅନ୍ୟ ଜଣେ ଶ୍ରମିକଙ୍କ ହାତ, ଶରୀରର କିଛି ଅଂଶ

ତାଳଚେର,୨୭ା୭(ନି.ପ୍ର.): ଅନୁଗୋଳ ଜିଲା ତାଳଚେରସ୍ଥିତ ଏମ୍‌ସିଏଲ୍‌ର ଭରତପୁର ଖଣିରେ ୪ର୍ଥ ଦିନ ଅର୍ଥାତ୍‌ ଶନିବାର ଉଦ୍ଧାର କାର୍ଯ୍ୟ ଜାରି ରହଛି। ଏଥିରେ ନିଖୋଜ ଅନ୍ୟ ଜଣେ...

ଶ୍ରୀ ଜଂଘା ବଡ଼ଦେଓ ବାର୍ଷିକ ପୂଜା: ବିଧାୟକଙ୍କ ଅସ୍ବାଭାବିକ ଆଚରଣକୁ ନେଇ ଚର୍ଚ୍ଚା

ବଇଣ୍ଡା, ୫।୧(ଡି.ଏନ.ଏ.)-ଅନୁଗୋଳ ଜିଲା ଠାକୁରଗଡ଼ ଥାନା ଆମ୍ବଶରମୁଣ୍ଡା ଗ୍ରାମରେ ରବିବାର ଅନୁଷ୍ଠିତ ଶ୍ରୀ ଜଂଘା ବଡ଼ଦେଓଙ୍କ ବାର୍ଷିକ ପୂଜା ଉତ୍ସବରେ ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର...

ମହେନ୍ଦ୍ର ହାଇସ୍କୁଲରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ: ଗୋଟିଏ ହଲ୍‌ରେ ୧୫୦ ପିଲା

ଆଠମଲ୍ଲିକ,୧୧ା୮(ଡି.ଏନ.ଏ.) – ଅନୁଗୋଳ ଜିଲା ଆଠମଲ୍ଲିକ ସଦର ମହକୁମାସ୍ଥିତ ବହୁ ପୁରାତନ ମହେନ୍ଦ୍ର ହାଇସ୍କୁଲ ଏବେ ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି। ଏଠାରେ ପଢୁଥିବା ଛାତ୍ରୀଛାତ୍ରଙ୍କୁ...

ଡାକ୍ତରଙ୍କ ବଦଳି ବାତିଲ ଦାବିରେ ବିକ୍ଷୋଭ

ବଇଣ୍ଡା, ୨୬ା୯(ଡି.ଏନ.ଏ.) – କିଶୋରନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ଚିତ୍ତରଞ୍ଜନ ସାହୁଙ୍କୁ ବୁଧବାର ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଠାକୁରଗଡ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ସପ୍ତାହକୁ ୩...

ସାପ କାମୁଡ଼ାରେ ନାବାଳକ ମୃତ

ଅନୁଗୋଳ ଅଫିସ,୧୪।୯: ଅନୂୁଗୋଳ ଜିଲା ଛେଣ୍ଡିପଦା ଅଞ୍ଚଳରେ ସାପ କାମୁଡ଼ାରେ ଜଣେ ନାବାଳକଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ପୋଡ଼ାପଡ଼ା ଅଞ୍ଚଳର ଶକ୍ତି ପ୍ରସାଦ ନାଏକ(୧୬)।...

ଜିଲା ସଂସ୍କୃତି ପରିଷଦର ସାଧାରଣ ପରିଷଦ ବୈଠକ: ଫେବୃୟାରୀ ୭ରୁ ଜିଲା ମହୋତ୍ସବ

ଅନୁଗୋଳ ଅଫିସ, ୧୧।୧ – ଅଷ୍ଟମ ଜିଲା ମହୋତ୍ସବ ପାଳନ ପାଇଁ ଜିଲା ସଂସ୍କୃତି ପରିଷଦର ସାଧାରଣ ବୈଠକ ଶୁକ୍ରବାର ଜିଲା ପରିଷଦ ସମ୍ମିଳନୀ ଗୃହରେ...

୩ ବର୍ଷର ଶିଶୁକନ୍ୟାଙ୍କୁ ଚାପିଦେଲା ଜେସିବି

ଛେଣ୍ଡିପଦା,୨୫।୧୧(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ନୂଆଗାଁ ଗ୍ରାମର ଜଣେ ୩ ବର୍ଷର ଶିଶୁକନ୍ୟାଙ୍କୁ ଜେସିବି ଚାପିଦେବାରୁ ତାଙ୍କର ଜୀବନ ଚାଲିଯାଇଛି। ସୂଚନାଯୋଗ୍ୟ, ଜିଲା ଖଣିଜ...

Leave a comment

Your email address will not be published. Required fields are marked *