ମୋବାଇଲ ଓ୍ବାଲେଟ କଓ୍ବୋଇସି; ୬ ମାସ ସମୟ ବଢ଼ାଇଲା ଆର୍‌ବିଆଇ

ନୂଆଦିଲ୍ଲୀ,୧-୯: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ମୋବାଇଲ ଓ୍ବାଲେଟ ଲାଗି କଓ୍ବୋଇସି(ନୋ ୟୋର କଷ୍ଟମର) ଦାଖଲ କରିବା ସମୟସୀମାକୁ ଆହୁରି ୬ ମାସ ବଢ଼ାଇ ଦେଇଛି। ପୂର୍ବରୁ ଏହା ଚଳିତ ମାସ ୩୧ ଯାଏ ଥିଲା। ଏହାଦ୍ୱାରା ପ୍ରିପେଡ୍‌ ଓ୍ବାଲେଟ ଜାରି କରୁଥିବା କମ୍ପାନୀ ଆଶ୍ୱସ୍ତ ହୋଇଛନ୍ତି। ଆର୍‌ବିଆଇ ସମୟସୀମା ବଢ଼ାଇ ନ ଥିଲେ ଲକ୍ଷ ଲକ୍ଷ ମୋବାଇଲ ଓ୍ବାଲେଟ ଗ୍ରାହକଙ୍କ ଆକାଉଣ୍ଟ ବନ୍ଦ ହୋଇଯାଇଥା’ନ୍ତା। ସେମାନେ ଆଉ ନେଣଦେଣ କରିପାରି ନ ଥାନ୍ତେ। ଆର୍‌ବିଆଇର ଉକ୍ତ ନିଷ୍ପତ୍ତି ଯୋଗୁ ପେଟିଏମ୍‌, ମୋବିକ୍ୱିକ୍‌, ଏୟାରଟେଲ ମନି, ଆମାଜନ ପେ, ଓଲା ମନି, ପେୟୁ, ଫୋନ୍‌ପେ, ଆଇସିଆଇସିଆଇ ପକେଟ, ଏଚ୍‌ଡିଏଫ୍‌ସି ପେଜେପ୍‌,ଗୁଗଲ ପେ ଆଦି ଉପକୃତ ହେବେ। ସୂଚନାଥାଉ କି, ଆର୍‌ବିଆଇ କଓ୍ବୋଇସି କରିବା ଅବଧିକୁ ଚଳିତବର୍ଷ ଫେବୃୟାରୀ ପର୍ଯ୍ୟନ୍ତ ଧାର୍ଯ୍ୟ କରିଥିଲା। ପରେ କମ୍ପାନୀଗୁଡ଼ିକର ଅନୁରୋଧ କ୍ରମେ ଏହାକୁ ଅଗଷ୍ଟ ୩୧ ଯାଏ ବଢ଼ାଇଥିଲା। ଅଦ୍ୟାବଧି ୩୦ରୁ ୪୦ ପ୍ରତିଶତ ଗ୍ରାହକ ଓ୍ବାଲେଟ୍‌ର କଓ୍ବୋଇସି ଦାଖଲ ସମ୍ପୂର୍ଣ୍ଣ କରିନାହାନ୍ତି।


All Right Reserved By Dharitri.Com

ପିଜିଏଲ୍‌ ହୋଣ୍ଡାରେ ‘ହୋଣ୍ଡା ସିବିଆର୍‌ ୬୫୦ ଆର୍‌’ର ଡେଲିଭରି

ଭୁବନେଶ୍ୱର,୧।୬: ହୋଣ୍ଡା ମୋଟର ସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ ଲିମିଟେଡ ପକ୍ଷରୁ ବଜାରକୁ ଆସିଥିବା ନୂଆ ‘ହୋଣ୍ଡା ସିବିଆର୍‌ ୬୫୦ ଆର୍‌’ର ସ୍ଥାନୀୟ ପିଜିଏଲ୍‌ ହୋଣ୍ଡାଠାରେ...

ସରକାରୀ କର୍ମଚାରୀଙ୍କୁ ଜିପିଏଫ୍‌ ଝଟକା

ନୂଆଦିଲ୍ଲୀ,୧୭।୭: ମୋଦି ସରକାର ସରକାରୀ କର୍ମଚାରୀଙ୍କୁ ଝଟକା ଦେଇ ଜେନେରାଲ ପ୍ରୋଭିଡେଣ୍ଟ ଫଣ୍ଡ(ଜିପିଏଫ୍‌) ଓ ଏଥିସହିତ ଜଡ଼ିତ ଅନ୍ୟ ଫଣ୍ଡ ଉପରେ ମିଳୁଥିବା ସୁଧ ହାରରେ...

ମାନ୍ଦାବସ୍ଥା ମାଡ: ସୁଜୁକି ମୋଟର କ୍ଷମତା ବିସ୍ତାରକୁ ରୋକିଲା

ନୂଆଦିଲ୍ଲୀ,୯-୯: ମାନ୍ଦାବସ୍ଥା କାରଣରୁ ଦେଶରେ ଦୁଇଚକିଆ ଗାଡ଼ି ବିକ୍ରି କ୍ରମାଗତ ହ୍ରାସ ପାଇଚାଲିଛି। ଏଥିସହ ୨୦୨୦ ଏପ୍ରିଲରୁ ଦେଶରେ ଭାରତ ଷ୍ଟେଜ୍‌-୬କୁ କାର୍ଯ୍ୟକାରୀ କରାଯିବ। ଏହି...

ଭାରତର ଟାରିଫ୍‌ ବୃଦ୍ଧି ଗ୍ରହଣୀୟ ନୁହେଁ: ଟ୍ରମ୍ପ

ଓ୍ବାଶିଂଟନ,୧୦-୭: ଆମେରିକାର ବହୁ ଉତ୍ପାଦ ଉପରେ ଭାରତ ଟାରିଫ୍‌ ବୃଦ୍ଧି କରିବା ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଭାରତର ଟାରିଫ୍‌...

ଜଗତସିଂହପୁରରେ ହେବ ପ୍ଲାଷ୍ଟିକ ପାର୍କ

ନୂଆଦିଲ୍ଲୀ,୨୬-୬: ୨୦୧୯-୨୦ ଆର୍ଥତ୍କ ବର୍ଷରେ ଓଡ଼ିଶାର ଜଗତସିଂହପୁରରେ ଏକ ପ୍ଲାଷ୍ଟିକ ପାର୍କ ସ୍ଥାପନ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଏ ନେଇ ପ୍ରସ୍ତାବିତ ପ୍ରକଳ୍ପର...

ନାଲ୍‌କୋକୁ ଗୋଲ୍‌ଡେନ ପିକକ ପୁରସ୍କାର

ଭୁବନେଶ୍ୱର,୧୪-୭(ବ୍ୟୁରୋ): ନ୍ୟାଶନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ(ନାଲ୍‌କୋ)କୁ ଗୋଲ୍‌ଡେନ ପିକକ ପରିବେଶ ପରିଚାଳନା ପୁରସ୍କାର ମିଳିଛି। ପରିବେଶ ପରିଚାଳନାରେ ବିଶ୍ୱସ୍ତରୀୟ ମାନ୍ୟତା, ଔଦ୍ୟୋଗିକ ବିକାଶ ସହ ନିରନ୍ତର...

ସପ୍ତାହକ ଭିତରେ ଜେଟ୍‌ର ସ୍ଥିତି ସ୍ପଷ୍ଟ ହେବ: ଏସ୍‌ବିଆଇ ମୁଖ୍ୟ

ନୂଆଦିଲ୍ଲୀ,୨୦-୫: ଆର୍ଥିକ ସଙ୍କଟ କାରଣରୁ ଅସ୍ଥାୟୀଭାବେ ବନ୍ଦ ହୋଇଯାଇଥିବା ଜେଟ୍‌ ଏୟାରଓ୍ବେଜ୍‌ର ଭବିଷ୍ୟତକୁ ନେଇ ଏବେ ବି ଅନିଶ୍ଚିତତା ଲାଗି ରହିଛି। ଜେଟ୍‌ ପୁଣିଥରେ କାର୍ଯ୍ୟକ୍ଷମ...

ଇନ୍ଧନ ସଞ୍ଚୟ କ୍ଷେତ୍ରରେ ମହିନ୍ଦ୍ରା ବ୍ଲେଜୋର ସଫଳତା

ମୁମ୍ବାଇ,୧୭-୧୦: ମହିନ୍ଦ୍ରା ଟ୍ରକ ଆଣ୍ଡ ବସ୍‌( ଏମ୍‌ଟିବି) ଡିଭିଜନ ପକ୍ଷରୁ ଏହାର ବ୍ଲେଜୋ ମଡେଲ ଇନ୍ଧନ ସଞ୍ଚୟ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ବଜାରକୁ...

Leave a comment

Your email address will not be published. Required fields are marked *