ସ୍ବାୟତ୍ତ ଶାସନ ଦିବସ ପାଳିତ: ‘ମିଳିତ ଉଦ୍ୟମରେ ଢେଙ୍କାନାଳ ହେବ ୧ ନମ୍ବର’

ଢେଙ୍କାନାଳ ଅଫିସ, ୧।୯ – ଢେଙ୍କାନାଳ ହେଉଛି ବୁଦ୍ଧିଜୀବୀଙ୍କ ସହର। ମିଳିତ ପ୍ରଚେଷ୍ଟା, ସମ୍ମିଳିତ ଉଦ୍ୟମରେ ଢେଙ୍କାନାଳ ରାଜ୍ୟରେ ଏକ ନମ୍ବର ପୌରସଂସ୍ଥା ହୋଇପାରିବ ବୋଲି କହିଛନ୍ତି ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା। ସ୍ଥାନୀୟ ମିନି ଷ୍ଟାଡିୟମରେ ଶନିବାର ସନ୍ଧ୍ୟାରେ ପୌର ପ୍ରଶାସନ ପକ୍ଷରୁ ଆୟୋଜିତ ସ୍ବାୟତ୍ତ ଶାସନ ଦିବସ ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଜିଲାପାଳ ପୌରାଞ୍ଚଳବାସୀଙ୍କୁ ଏପରି ଆହ୍ବାନ ଦେଇଛନ୍ତି। ଏହି ଅବସରରେ ଜିଲାପାଳ ଆହୁରି ମଧ୍ୟ କହିଲେ, ସରକାର, ପ୍ରଶାସନ ଲୋକାଭିମୁଖୀ ହୋଇଛି। ଲୋକଙ୍କୁ ହାତ ପାହାନ୍ତାରେ ସେବା ଯୋଗାଇ ଦେବାକୁ ପ୍ରତି ଓ୍ବାର୍ଡରେ ‘ୱାର୍ଡ ଅଫିସ’ ଖୋଲାଯିବ। କର୍ମଚାରୀମାନେ ୨ଘଣ୍ଟା ଉପସ୍ଥିତ ରହି ଅଭିଯୋଗ ଗ୍ରହଣ କରିବେ। ସହରରେ ଡ୍ରେନେଜ୍‌ ସମସ୍ୟା ରହିଛି। ଏହାର ସମାଧାନ ପାଇଁ ଏକ ଭଲ ସଂସ୍ଥା ଦ୍ୱାରା ପ୍ଲାନ ପ୍ରସ୍ତୁତ କରାଯିବ। ପରିବେଶକୁ ସୁରକ୍ଷିତ ରଖିବା, ସହରର ସୌନ୍ଦର୍ଯ୍ୟବୃଦ୍ଧି ଏବଂ ଲୋକଙ୍କ ଆବଶ୍ୟକ ଥିବା ଭଳି କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ଜିଲାପାଳ ଅଭିଭାଷଣ ରଖିଥିଲେ।
ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏସ୍‌ପି ଅନୁପମା ଜେମ୍‌ସ କହିଲେ, ପୌରାଞ୍ଚଳର ବିକାଶ ହୋଇଛି। ଏବେ ସହରକୁ ପ୍ଲାଷ୍ଟିକ୍‌, ପଲିଥିନ୍‌ ମୁକ୍ତ କରିବାକୁ ସମସ୍ତଙ୍କୁ ଆଗେଇ ଆସିବାକୁ ପଡ଼ିବ ବୋଲି ସେ ଆହ୍ବାନ ଦେଇଥିଲେ। ସ୍ବାଗତ ଭାଷଣରେ ନିର୍ବାହୀ ଅଧିକାରୀ ଅତନୁ କୁମାର ସାମନ୍ତ କହିଲେ, ରାଜ୍ୟ ସରକାର ଢେଙ୍କାନାଳକୁ ଆଦର୍ଶ ସହର ଘୋଷଣା କରିଛନ୍ତି। ଏଥିପାଇଁ ସ୍ବତନ୍ତ୍ର ଅନୁଦାନ ମିଳିବ। ଢେଙ୍କାନାଳରେ ଜାଗା ମିଶନକୁ ରାଜ୍ୟ ସରକାର ପାଇଲଟ ପ୍ରୋଜେକ୍ଟ ଭାବେ ଗ୍ରହଣ କରିଛନ୍ତି। ଏହି ଯୋଜନା ଆନୁକୂଲ୍ୟରେ ବିଭିନ୍ନ ବସ୍ତିରେ ରହୁଥିବା ୨୪୦୦ ଲୋକଙ୍କ ପାଇଁ ଜାଗା ଚିହ୍ନଟ କରାଯାଇଛି। ୪୦୦ ଜଣଙ୍କୁ ଜମିପଟ୍ଟା ପ୍ରଦାନ କରାଯାଇଛି। ସେହିପରି ୬୦୦୦ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କାର୍ଯ୍ୟାଦେଶ ଦିଆଯାଇଛି। ୧୦୦୦ ଲୋକଙ୍କ ଗୃହକାର୍ଯ୍ୟ ଶେଷ ହୋଇଥିବା ସେ ସୂଚନା ଦେଇଥିଲେ। ଏହି ଅବସରରେ ପୂର୍ବତନ ନଗରପାଳ ନବୀନଚନ୍ଦ୍ର ନାରାୟଣ ଦାସ, ସୁରେନ୍ଦ୍ର ମିଶ୍ର, ଇନ୍ଦ୍ରମଣି ବେହେରା, ସୁଧାଂଶୁ କୁମାର ଦଳେଇ, ସଂଗ୍ରାମୀ ବ୍ରଜକିଶୋର ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସ୍ବାୟତ୍ତ ଶାସନ ଦିବସ ପାଳନ ଅବସରରେ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ଏବଂ ଦଳ ପୁରସ୍କୃତ ହୋଇଥିଲେ। ସତ୍ୟନାରାୟଣ କର, ରଶ୍ମିତା ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହାପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଦିବସ ପାଳନ ଉପଲକ୍ଷେ ପୌରସଂସ୍ଥା କାର୍ଯ୍ୟାଳୟରେ ସକାଳ ସାଢ଼େ ୭ଟାରେ ଜିଲାପାଳ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସହରରେ ଥିବା ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ମହର୍ଷି ଦୟାନନ୍ଦ ସର୍ଭିସ ମିଶନ, କଣ୍ଟେଇକୋଳିଆ ସେବାଶ୍ରମ, ଆଦୃତା ଶିଶୁସଦନରେ ମିଷ୍ଟାନ୍ନ ଓ ଫଳ ବଣ୍ଟନ କରାଯାଇଥିଲା।


All Right Reserved By Dharitri.Com

ବଧୂହତ୍ୟା ଅଭିଯୋଗ: ସ୍ବାମୀ ଅଟକ, ଶାଶୁ-ଶ୍ୱଶୁର ଫେରାର

ଭୁବନ,୨୫।୧୧(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ଭୁବନ ଥାନା ସୁରପ୍ରତାପପୁର ଡିହସାହିରେ ସୋମବାର ଯୌତୁକ ପାଇଁ ବଧୂହତ୍ୟା ହୋଇଥିବା ଅଭିଯୋଗ ହୋଇଛି। ନବବଧୂ ଜଣଙ୍କ ଭୁବନ ଥାନା ବାଳୁଆ...

ବଜ୍ରପାତରେ ୨ ମୃତ, ୨ ଗୁରୁତର

କାମାକ୍ଷାନଗର,୨୩।୮(ଡି.ଏନ୍‌.ଏ.)-ଢେଙ୍କାନାଳ କାମାକ୍ଷାନଗର ଏବଂ କଙ୍କଡ଼ାହାଡ଼ ବ୍ଲକରେ ଶୁକ୍ରବାର ପୃଥକ୍‌ ସ୍ଥାନରେ ବଜ୍ରପାତ ଘଟି ୨ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ୨ଜଣ ଗୁରୁତର ହୋଇଛନ୍ତି। ବାଲିପଡ଼ା...

ବିଭିନ୍ନ ଧାନମଣ୍ଡି ପରିଦର୍ଶନ କଲେ ଉପଜିଲାପାଳ

ଆଠମଲ୍ଲିକ,୨୫।୧୨(ଡି.ଏନ.ଏ.): ଆଠମଲ୍ଲିକ ଉପଜିଲାପାଳ ଡ.ରଜନୀକାନ୍ତ ବିଶ୍ୱାଳ ବୁଧବାର ଆଠମଲ୍ଲିକ ଓ କିଶୋରନଗର ଅଞ୍ଚଳର ବିଭିନ୍ନ ଧାନମଣ୍ଡି ପରିଦର୍ଶନ କରିଛନ୍ତି। ଏହି ଅବସରରେ ମଣ୍ଡିକୁ ଧାନ ଆଣିଥିବା...

କାଳିଆ କେଳେଙ୍କାରୀ: ୧୭,୧୭୬ ଅଯୋଗ୍ୟ ହିତାଧିକାରୀ

ଢେଙ୍କାନାଳ ଅଫିସ, ୨୩।୯: ‘କାଳିଆ’ କେଳେଙ୍କାରୀକୁ ନେଇ ଅଡୁଆରେ ପଡ଼ିଛନ୍ତି ରାଜ୍ୟ ସରକାର। ଯୁଆଡ଼େ ଉଣ୍ଡିଲେ ଯୋଜନାରେ ବାରି ହେଉଛି ଦୁର୍ନୀତିର ଗନ୍ଧ। ଦିନ ଯେତିକି ଗଡୁଛି...

ବ୍ୟାପକ ହେବ ଏଲିଫ୍ୟାଣ୍ଟ ରେସ୍କ୍ୟୁ ସେଣ୍ଟର

ଢେଙ୍କାନାଳ ଅଫିସ, ୧।୨ – କପିଳାସ ଚିଡ଼ିଆଖାନା ପରିସରରେ ଥିବା ଏଲିଫ୍ୟାଣ୍ଟ ରେସ୍‌କ୍ୟୁ ସେଣ୍ଟରକୁ ଅଧିକ ବ୍ୟାପକ କରାଯିବ। ଅଗ୍ରାଧିକାର ଭିତ୍ତିରେ ଜୁ’ରେ ଥିବା ପ୍ରାଣୀଙ୍କ...

‘ହାସ୍ୟବିଦ୍ୟୁଷୀ’ ପଙ୍କଜିନୀ ଦାଶଙ୍କ ପରଲୋକ

ଢେଙ୍କାନାଳ ଅଫିସ, ୧୯।୮: ଆଉ ନାହାନ୍ତି ଓଡ଼ିଶାର ଖ୍ୟାତନାମା ‘ହାସ୍ୟବିଦ୍ୟୁଷୀ ପଙ୍କଜିନୀ ଦାସ’। ଢେଙ୍କାନାଳ ସହର କୁଞ୍ଜକାନ୍ତ ଉତ୍ତର ମଧୁବନସ୍ଥିତ ବାସ ଭବନରେ ରବିବାର ତାଙ୍କର ପରଲୋକ...

ରାଜ୍ୟସ୍ତରରେ ପୁରସ୍କୃତ ହେବ ଢେଙ୍କାନାଳ

ଢେଙ୍କାନାଳ ଅଫିସ, ୫।୩-ସମନ୍ବିତ ଶିଶୁ ବିକାଶ ଯୋଜନା (ଆଇସିଡିଏସ୍‌) ଏବଂ ମମତା ଯୋଜନା କାର୍ଯ୍ୟାନ୍ବୟନରେ ସଫଳତା ପାଇଁ ରାଜ୍ୟସ୍ତରରେ ପୁରସ୍କୃତ ହେବ ଢେଙ୍କାନାଳ ଜିଲା। ମାର୍ଚ୍ଚ...

ହାତୀ ଉପଦ୍ରବରେ ଅଞ୍ଚଳବାସୀ ଅତିଷ୍ଠ: ସୁରକ୍ଷା, କ୍ଷତିପୂରଣ ଦାବି

ଢେଙ୍କାନାଳ ଅଫିସ, ୧୩।୯-ହାତୀ ଉପଦ୍ରବରେ ଅତିଷ୍ଠ ହୋଇପଡ଼ିଛନ୍ତି ପରଜଙ୍ଗ ବ୍ଲକବାସୀ। ଦୀର୍ଘ ୪ବର୍ଷ ହେଲା ଅଞ୍ଚଳରେ ହାତୀପଲ ଫସଲ ନଷ୍ଟ କରି ଚାଲିଛନ୍ତି। ଏଥିରେ ବ୍ୟାପକ...

Leave a comment

Your email address will not be published. Required fields are marked *