ବ୍ୟାଙ୍କ ମହାମିଶ୍ରଣରୁ ଛଟେଇ ଭୟ; ଆଶ୍ୱସନା ସତ୍ତ୍ୱେ ବିକ୍ଷୋଭରେ ସାମିଲ ହେଲେ କର୍ମଚାରୀ

ନୂଆଦିଲ୍ଲୀ,୧-୯: କେନ୍ଦ୍ର ସରକାର ଶୁକ୍ରବାର ବ୍ୟାଙ୍କିଙ୍ଗ୍‌ ସେକ୍ଟରରେ ବଡ଼ ଧରଣର ସଂସ୍କାର କାର୍ଯ୍ୟକ୍ରମ ଘୋଷଣା କରିଛନ୍ତି। ୧୦ ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ମିଶାଇ ୪ ବୃହତ ବ୍ୟାଙ୍କ ଗଠନ କରାଯିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ପ୍ରକାଶ କରିଛନ୍ତି। ଫଳରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସଂଖ୍ୟା ୧୨କୁ ହ୍ରାସ ପାଇବ ବୋଲି ସେ କହିଛନ୍ତି। ତେବେ ଏହି ମହାମିଶ୍ରଣ ଯୋଗୁ କୌଣସି ରାଷ୍ଟ୍ରାୟତ୍ତ ବ୍ୟାଙ୍କ କର୍ମଚାରୀଙ୍କୁ ଛଟେଇ କରାଯିବ ନାହିଁ ବୋଲି ଖବରଦାତା ସମ୍ମିଳନୀରେ ଉପସ୍ଥିତ ଅର୍ଥ ସଚିବ ରାଜୀବ କୁମାର ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଏଥିରେ ବ୍ୟାଙ୍କ କର୍ମଚାରୀ ପ୍ରଭାବିତ ହୋଇଥିବା ମନେ ହେଉନାହିଁ। ଶନିବାର ଅଲ୍‌ ଇଣ୍ଡିଆ ବ୍ୟାଙ୍କ ଏମ୍ପ୍ଲୟିଜ ଆସୋସିଏଶନ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରିବା ସହ ଏଠାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
ଅର୍ଥମନ୍ତ୍ରୀ ସୀତାରାମନ୍‌ ବ୍ୟାଙ୍କ ମହାମିଶ୍ରଣ ସମ୍ପର୍କରେ ଘୋଷଣା କରିବା ପରେ ଅର୍ଥ ସଚିବ ରାଜୀବ କୁମାର କହିଥିଲେ ଯେ, ୧୦ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମଧ୍ୟରେ ମହାମିଶ୍ରଣ କରାଯିବା ଦ୍ୱାରା କୌଣସି କର୍ମଚାରୀଙ୍କୁ ଛଟେଇ କରାଯିବ ନାହିଁ। ଗତବର୍ଷ ଦେନା ବ୍ୟାଙ୍କ ଏବଂ ବିଜୟ ବ୍ୟାଙ୍କକୁ ବ୍ୟାଙ୍କ ଅଫ୍‌ ବରୋଦା ସହ ମିଶାଇ ଦିଆଯାଇଥିଲା। ଫଳରେ ଦେଶର ତୃତୀୟ ସର୍ବବୃହତ ବ୍ୟାଙ୍କ ପ୍ରତିଷ୍ଠା ହୋଇପାରିଛି। ଏହି ମିଶ୍ରଣ ପରେ କୌଣସି କର୍ମଚାରୀଙ୍କୁ ଛଟେଇ କରାଯାଇ ନାହିଁ। ଏହାକୁ ଉଦାହରଣ ଭାବେ ଗ୍ରହଣ କରାଯାଇପାରେ ବୋଲି ସେ କହିଛନ୍ତି।
ତେବେ ସରକାରଙ୍କ ପ୍ରତିଶ୍ରୁତିକୁ ବ୍ୟାଙ୍କ କର୍ମଚାରୀମାନେ ସହଜ ଭାବେ ଗ୍ରହଣ କରିପାରିନାହାନ୍ତି। ସମସ୍ତ ରାଷ୍ଟ୍ରାୟତ୍ତ ଓ ଘରୋଇ ବ୍ୟାଙ୍କ କର୍ମଚାରୀମାନେ ହାତରେ କଳା ବ୍ୟାଚ୍‌ ପରିଧାନ କରି ବ୍ୟାଙ୍କ ମହାମିଶ୍ରଣକୁ ବିରୋଧ କରିଛନ୍ତି। ସେମାନେ ନିଜ ଦପ୍ତର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ନିିଷ୍ପତ୍ତି ପ୍ରତ୍ୟାହାର କରିନେବା ଲାଗି ଦାବି ଜଣାଇଛନ୍ତି। ଆସୋସିଏଶନ ସାଧାରଣ ସମ୍ପାଦକ ସି.ଏଚ୍‌.ଭେଙ୍କଟଚଳମ କହିଛନ୍ତି ଯେ, ସରକାରଙ୍କ ପଦକ୍ଷେପ ଅସମୟରେ ହୋଇଛି। ଏଣୁ ଏହାର ପୁନଃସମୀକ୍ଷା ହେବା ଉଚିତ। ଆଗାମୀ ଦିନରେ ଆସୋସିଏଶନ ପକ୍ଷରୁ ଏକ ବିଶାଳ ର଼୍ୟାଲିର ଆୟୋଜନ କରାଯିବ ବୋଲି ସେ ଚେତାବନୀ ଶୁଣାଇଛନ୍ତି। ସେ କହିଛନ୍ତି ଯେ, ୬ ବ୍ୟାଙ୍କକୁ ଅନ୍ୟ ୪ ବ୍ୟାଙ୍କ ସହ ମିଶାଇ ଦିଆଯିବା ଅର୍ଥ ସେମାନଙ୍କୁ ବନ୍ଦ କରିଦିଆଯିବ। ତାଙ୍କର କହିବାନୁଯାୟୀ ସରକାର ଏହାକୁ ବ୍ୟାଙ୍କ ମିଶ୍ରଣ କହୁଛନ୍ତି ସତ, କିନ୍ତୁ ଦୀର୍ଘ ବର୍ଷରୁ କାର୍ଯ୍ୟ କରିଆସୁଥିବା ୬ ବ୍ୟାଙ୍କ ବ୍ୟାଙ୍କିଙ୍ଗ୍‌ ସେକ୍ଟରରୁ ଉଭାନ ହୋଇଯିବ। ୨୦୦୮ରେ ସାରା ବିଶ୍ୱରେ ମାନ୍ଦାବସ୍ଥା ଛାଇ ଯାଇଥିବା ବେଳେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ଯୋଗୁ ଘରୋଇ ବ୍ୟାଙ୍କିଙ୍ଗ୍‌ ସେକ୍ଟର ଏଥିରୁ ରକ୍ଷା ପାଇଯାଇଥିଲା ବୋଲି ଭେଙ୍କଟଚଳମ କହିଛନ୍ତି। ଆସନ୍ତା ୧୧ରେ ଆସୋସିଏଶନର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।


All Right Reserved By Dharitri.Com

ରେନୋ ଇଣ୍ଡିଆର ନୂଆ ଡଷ୍ଟର ବଜାରରେ

ନୂଆଦିଲ୍ଲୀ,୧୦-୭: ରେନୋ ଇଣ୍ଡିଆ ପକ୍ଷରୁ ନୂଆ ଡଷ୍ଟର ମଡେଲର ବଜାର ପ୍ରବେଶ ହୋଇଛି। ଏଥିରେ ୨୫ ନୂଆ ଫିଚର ଏବଂ ଟେକ୍ନୋଲୋଜି ରହିଛି। ମଡେଲଟିରେ ଆକର୍ଷଣୀୟ...

ପୁଣି ଆକ୍ସନରେ ମୋଦି ସରକାର;୧୫ ବରିଷ୍ଠ ଆୟକର ଅଧିକାରୀ ଜବରଦସ୍ତ ବିଦା

ନୂଆଦିଲ୍ଲୀ,୨୮-୯: ଅପାରଗ ଅଧିକାରୀଙ୍କ ବିରୋଧରେ ପୁନର୍ବାର ମୋଦି ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଦୁର୍ନୀତି, ସିବିଆଇ ମାମଲା ଓ ଅନ୍ୟ କେତେକ କାରଣ ଯୋଗୁ ସରକାର...

ରିଲିଫ୍‌ ପାଣ୍ଠିକୁ ବିପିସିଏଲ୍‌ ପକ୍ଷରୁ ୫ କୋଟି

ଭୁବନେଶ୍ୱର,୨୨।୫: ଫନୀ ପ୍ରଭାବିତ ଅଞ୍ଚଳଗୁଡିକ ଲାଗି ଭାରତ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ(ବିପିସିଏଲ୍‌) ପକ୍ଷରୁ ୫ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। କମ୍ପାନୀର ରିଟେଲ...

ଜିଏସ୍‌ଟି କାଉନସିଲ୍‌ର ବଡ଼ ନିଷ୍ପତ୍ତି: ହୋଟେଲ ଶିଳ୍ପକୁ ପ୍ରୋତ୍ସାହନ

ପଣଜୀ,୨୧ା୯: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଜିଏସ୍‌ଟି କାଉନସିଲର ୩୭ତମ ବୈଠକ ଏଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।...

ଇସ୍ପାତ ପ୍ରକଳ୍ପ ଲାଗି ଜମି ଯୋଗାଣ;ସେଲ୍‌କୁ ରାଜ୍ୟ ସରକାରଙ୍କ ସବୁଜ ସଙ୍କେତ

ନୂଆଦିଲ୍ଲୀ,୧୦-୬: ରାଷ୍ଟ୍ରାୟତ୍ତ ଷ୍ଟିଲ ଅଥରିଟି ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ସେଲ୍‌) ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳରେ ନୂଆ ୟୁନିଟ୍‌ ସ୍ଥାପନା ନେଇ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିବାବେଳେ...

ୟୁଟ୍ୟୁବ୍‌ରୁ କରେନ୍ସି ଟ୍ରେଡିଂ ଶିଖି ୧୬ବର୍ଷର ବାଳକ କମାଇଲେ ଲକ୍ଷାଧିକ ଟଙ୍କା

ବ୍ରିଟେନ,୨୨।୪: ଅଳ୍ପ ବୟସର ଏମିତି କେତେ ପିଲା ଅଛନ୍ତି, ଯେଉଁମାନେ ବୟସ୍କଙ୍କୁ ମଧ୍ୟ ପଛରେ ପକାଇଦେଇଛନ୍ତି। ସମୟ ପୂର୍ବରୁ ଏମାନେ ପାଇଛନ୍ତି ସଫଳତା। କିଛି ଏଭଳି...

ଭାରତ ଉପରେ ବିଶ୍ୱ ମାନ୍ଦାବସ୍ଥାର ପ୍ରଭାବ

ନୂଆଦିଲ୍ଲୀ,୧୦-୧୦: ମାନ୍ଦାବସ୍ଥାର ପ୍ରଭାବ ସାରା ବିଶ୍ୱର ଦେଶଗୁଡିକ ଉପରେ ଏବେ ପରିଲକ୍ଷିତ ହେଉଛି। ଏହାର ପ୍ରଭାବରେ ବିଶ୍ୱ ଅର୍ଥ ବ୍ୟବସ୍ଥାର ଅଭିବୃଦ୍ଧି ହାର ଏକ ଦଶନ୍ଧିର...

ବାଣିିଜ୍ୟିକ ଋଣ କ୍ଷେତ୍ରରେ ମନ୍ଥରତା

ମୁମ୍ବାଇ,୧୮-୧୦: ଜୁନ୍‌ ତ୍ରୈମାସ ଶେଷ ସୁଦ୍ଧା ବାଣିଜି୍ୟକ ଋଣ ଚାହିଦା ୨.୬%କୁ ହ୍ରାସ ଘଟି ୬୩.୮୦ ଲକ୍ଷ କୋଟି ଟଙ୍କା ରହିଛି। ଅଣୁ, କ୍ଷୁଦ୍ର, ମଧ୍ୟମ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *