ଗ୍ରାମ୍ୟ ରାସ୍ତା ପାଲଟିଛି ମରଣଯନ୍ତା

ଝୁମ୍ପୁରା, ୧।୯ (ଡି.ଏନ.ଏ.)-ଝୁମ୍ପୁରା ବ୍ଲକ ଅନ୍ତର୍ଗତ ଜଙ୍ଗଲାଞ୍ଚଳରେ ଅବସ୍ଥିତ ନୟାଗଡ ପଞ୍ଚାୟତର ପୁରୁଣାପାଣି ଗ୍ରାମ୍ୟ ରାସ୍ତା ପାଲଟିଛି ମରଣଯନ୍ତା। ରାସ୍ତାସାରା ଖାଲଢିପ ସାଙ୍ଗକୁ କାଦୁଅ ପଚପଚ। କାଦୁଅ ଶୁଖିଗଲେ ପ୍ରବଳ ଧୂଳି। ବର୍ତ୍ତମାନର ରାସ୍ତା ଏପରି ହୋଇଛି ଯେ, ବାଇକରେ ଯିବା ତ ଦୂରର କଥା, ପାଦରେ ଚାଲି ଚାଲି ମଧ୍ୟ ଯାତାୟାତ ସମ୍ଭବ ନୁହେଁ। ଏ ନେଇ ରାସ୍ତା ପାର୍ଶ୍ୱରେ ରହିଥିବା ରାହାଡିଗୁଡା, ନାଏକ ସାହି, ପୁରୁଣାପାଣି ଗ୍ରାମବାସୀ ବାରମ୍ବାର ପ୍ରଶାସନ ପାଖରେ ଅଭିଯୋଗ କରି ଚାଲିଛନ୍ତି। ରାସ୍ତା ନିର୍ମାଣ ପାଇଁ ଆନ୍ଦୋଳନ ହୋଇଛି, ହେଲେ ଏଯାଏଁ ରାସ୍ତା ନିର୍ମାଣ ପାଇଁ କୌଣସି ପଦକ୍ଷେପ ନିଆଯାଉନାହିଁ। ୧୬ନଂ ଜିଲା ପରିଷଦ ସଦସ୍ୟ ସୋମନାଥ ମୁଣ୍ଡା ଏ ନେଇ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ଗ୍ରାମ୍ୟ ରାସ୍ତା ଗ୍ରାମ୍ୟ ଉନ୍ନୟନ ବିଭାଗକୁ ହସ୍ତାନ୍ତର କରି ରାସ୍ତା ନିର୍ମାଣ ପାଇଁ ଦାବି ଜଣାଇଛନ୍ତି।
ଭୌଗୋଳିକ ଦୃଷ୍ଟି କୋଣରୁ ପୁରୁଣାପାଣି ଗ୍ରାମ୍ୟ ରାସ୍ତା ବୈତରଣୀ ନଦୀ ପାର୍ଶ୍ୱରେ ରହିଛି। ଅନ୍ୟ ଗୋଟିଏ ପାର୍ଶ୍ୱରେ ବହୁ ଦୂର ବ୍ୟାପୀ ପାହାଡ ଓ ଜଙ୍ଗଲ। ନୟାଗଡ ବୈତରଣୀ ନଦୀର ପୋଲ ପାଖ କିଡକୋ ରାସ୍ତାକୁ ସଂଯୋଗ କରୁଥିବା ପୁରୁଣାପାଣି ଗ୍ରାମ୍ୟ ରାସ୍ତାର ଦୈର୍ଘ୍ୟ ୪କି.ମି। ଏହି ୪ କି.ମି. ଦୈର୍ଘ୍ୟ ରାସ୍ତା ପାର୍ଶ୍ୱରେ ରହିଛି ପୁରୁଣାପାଣି ଗ୍ରାମ ସମେତ ରାହାଡିଗୁଡା ଗ୍ରାମ ଏବଂ ନାଏକ ସାହି। ପୁରୁଣାପାଣି ଗ୍ରାମ ନୟାଗଡ ଗ୍ରାମ ପଞ୍ଚାୟତର ୧ନଂ ୱାର୍ଡରେ ରହିଥିବାବେଳେ ୱାର୍ଡ ନଂ ୧୦ ଏବଂ ୱାର୍ଡ ନଂ ୧୧ର ଅଂଶ ବିଶେଷ ହେଉଛି ରାହାଡିଗୁଡା ଗ୍ରାମ ଏବଂ ନାଏକ ସାହି। ଏହି ୨ଟି ଗ୍ରାମ ଓ ନାଏକ ସାହିର ଭୋଟର ସଂଖ୍ୟା ୩୫୦ ରହିଥିବା ବେଳେ ଲୋକ ସଂଖ୍ୟା ୫୦୦ରୁ ଊର୍ଦ୍ଧ୍ୱ। ଆଦିବାସୀ ଅଧ୍ୟୁଷିତ ଏହି ଗ୍ରାମ ଦ୍ୱୟ ଓ ନାଏକ ସାହି ବାସିନ୍ଦାଙ୍କ ଜୀବନ ଜୀବିକା ହେଉଛି କୃଷି କାର୍ଯ୍ୟ ସହିତ ଶ୍ରମ ମଜୁରି। ଜଙ୍ଗଲାଞ୍ଚଳ ତଥା ପାଖରେ ବୈତରଣୀ ନଦୀ ପ୍ରବାହିତ ହେଉଥିବାରୁ ଗ୍ରାମବାସୀଙ୍କୁ ବର୍ଷ ସାରା ହାତୀ ଭୟ ସହିତ ସରୀସୃପ ଭୟ ଲାଗି ରହିଥାଏ। ବିପଦସଙ୍କୁଳ ରାସ୍ତା ଯୋଗୁ ଗ୍ରାମବାସୀ, ସାହି ବାସିନ୍ଦା ସ୍ବାସ୍ଥ୍ୟସେବାରୁ ବଞ୍ଚିତ ହେଉଛନ୍ତି। ସରକାରୀ ଆମ୍ବୁଲାନ୍ସ ସେବା ପୁରୁଣାପାଣି ଗ୍ରାମକୁ ଏଯାଏ ପହଞ୍ଚି ପାରୁନାହିଁ। ଏହି ଗ୍ରାମ ଗୁଡ଼ିକରେ ଥିବା ପ୍ରାଥମିକ ବିଦ୍ୟାଳୟରେ ରାସ୍ତା ସମସ୍ୟା ଯୋଗୁ ସାଧାରଣତଃ ଉପସ୍ଥାନ ସଂଖ୍ୟା କମ ରହୁଛି। ସେହିପରି ପୁରୁଣାପାଣି ଗ୍ରାମରୁ ନୟାଗଡ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ୬କି.ମି. ଦୂର। ରାସ୍ତା ସମସ୍ୟା ଯୋଗୁ ପଞ୍ଚାୟତ କାର୍ଯ୍ୟାଳୟରୁ ପିଡିଏସ ସାମଗ୍ରୀ ସଂଗ୍ରହ କରିବା ପାଇଁ ଗ୍ରାମବାସୀ ବହୁ ଅସୁବିଧା ଭୋଗିଥାନ୍ତି। ବିପଦସଙ୍କୁଳ ରାସ୍ତା ମରାମତି ତଥା ହସ୍ତାନ୍ତର ବିଷୟରେ ପଚାରିବାରୁ ଝୁମ୍ପୁରା ବିଡିଓ ଜୟଶ୍ରୀ ବେଉରା କହିଛନ୍ତି ଯେ, ରାସ୍ତା ଗ୍ରାମ୍ୟ ଉନ୍ନୟନ ବିଭାଗକୁ ହସ୍ତାନ୍ତର କରାଯାଇ ନିର୍ମାଣ ପାଇଁ ପଦକ୍ଷେପ ନିଆଯିବ। ଝୁମ୍ପୁରା ସ୍ଥିତ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ବଳଭଦ୍ର ମାରାଣ୍ଡିଙ୍କୁ ପଚାରିବାରୁ ରାସ୍ତା ନିର୍ମାଣ ପାଇଁ ପ୍ରପୋଜାଲ ରହିଛି। ଜିଲା ପ୍ରଶାସନର ଅନୁମତି ପରେ ପଦକ୍ଷେପ ନିଆଯିବ।


All Right Reserved By

ଟ୍ରାଫିକ ଜାମ୍‌ରେ ଫସିଲା ୨ ଆମ୍ବୁଲାନ୍ସ : ସାଧାରଣରେ ଅସନ୍ତୋଷ

ଯୋଡ଼ା,୫।୯(ଡି.ଏନ୍‌.ଏ.) : କେନ୍ଦୁଝର ଜିଲା ଯୋଡ଼ା ସହର ଦେଇ ଯାଇଥିବା ୫୨୦ନଂ. ଜାତୀୟ ରାଜପଥରେ ଟ୍ରାଫିକ ସମସ୍ୟା ଦିନକୁ ଦିନ ଜଟିଳ ହୋଇ ପଡ଼ୁଥିବା ଦେଖିବାକୁ...

ଲକ୍ଷାଧିକ ଟଙ୍କା, ସୁନା ଅଳଙ୍କାର ଚୋରି

ଆନନ୍ଦପୁର,୧୨।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ଥାନା ଅଧୀନ ତୋରାଣିଆପାଳ ଗ୍ରାମରୁ ଶୁକ୍ରବାର ରାତିରେ ଚୋରି ହୋଇଛି। ଦୁର୍ବୃତ୍ତମାନେ ପ୍ରଶାନ୍ତ କୁମାର ଦାସଙ୍କ ଘରେ ପଶି ଲକ୍ଷାଧିକ...

ବ୍ଲକର ନାମଫଳକକୁ ନେଇ ଦ୍ୱନ୍ଦ

ହାଟଡିହୀ, ୪।୯(ଡି.ଏନ.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଫିସ୍‌ କାର୍ଯ୍ୟାଳୟ ଏବ ମିଟିଂ ଗୃହରେ ଲିଖିତ ଥିବା ନାମଫଳକକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି। ବିଭିନ୍ନ...

ଚେନ୍ନାଇରୁ ଚୋରିକରି ଓଡ଼ିଶାରେ ଗିରଫ ହେଲେ ଯୁବକ

ଆନନ୍ଦପୁର,୫। ୧୦(ସ୍ବ.ପ୍ର.): ଚେନ୍ନାଇରୁ ଚୋରି କରିଥିବା ଅଭିଯୋଗରେ କେନ୍ଦୁଝର ଜିଲା ଘସିପୁରା ଥାନା ଦରଡ଼ିପାଳ ଗ୍ରାମର ଜଣେ ଯୁବକଙ୍କୁ ଶୁକ୍ରବାର ରାତିରେ ଚେନ୍ନାଇ ପୋଲିସ ଗିରଫ...

୮ ମାସ ପରେ ସିଙ୍ଗରାଇଙ୍କୁ ମିଳିଲା ଚିକିତ୍ସା ସେବା

ଆନନ୍ଦପୁର,୧୭। ୧୦(ସ୍ବ.ପ୍ର.)-ଚିକିତ୍ସା ସେବା ଅପହଞ୍ଚ ଥିବା ଇଲାକାରେ ଏବେବି ଅନ୍ଧବିଶ୍ୱାସକୁ ଲୋକେ ଗ୍ରହଣ କରୁଛନ୍ତି। ଲୋକମାନେ ଗୁଣିଗାରେଡି, ଝଡ଼ାଫୁଙ୍କା ଭଳି ଅନ୍ଧବିଶ୍ୱାସର ମୋହ ଛାଡିବାକୁ ପ୍ରସ୍ତୁତ...

ଓଡ଼ିଆଙ୍କ କଳାକୃତି ଦକ୍ଷିଣ ଭାରତରେ ଭାଇରାଲ

କେନ୍ଦୁଝର, ୨୮ା୮(ସ୍ବ.ପ୍ର.)-ରୁବିକ୍‌ସ କ୍ୟୁବ୍‌ରେ ପ୍ରସ୍ତୁତ ଦକ୍ଷିଣ ଭାରତ ସୁପର ଷ୍ଟାର ତଥା ବାହୁବଳୀ ସିନେମା ଅଭିନେତା ପ୍ରଭାସଙ୍କ ଚିତ୍ର ଓ ଭିଡିଓ ଦକ୍ଷିଣ ଭାରତରେ ଭାଇରାଲ...

୩୭ ବର୍ଷରେ ଜଳକଳଙ୍ଗ ଗଜଲକ୍ଷ୍ମୀ ପୂଜା

ହାଟଡିହୀ,୧୩।୧୦(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଜଳକଳଙ୍ଗ ବଜାର ସାର୍ବଜନୀନ ପୂଜା କମିଟି ପକ୍ଷରୁ ମା’ ଗଜଲକ୍ଷ୍ମୀଙ୍କ ପୂଜା ଆରମ୍ଭ ହୋଇଛି। ଦୀର୍ଘ ୩୭ବର୍ଷ ଧରି...

ଭୂମିହୀନଙ୍କୁ ପଟ୍ଟା ଯୋଜନାରେ ସାମିଲ ଦାବି: ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ

ଆନନ୍ଦପୁର,୫।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ପୌରପରିଷଦ ୧୫ ନଂ. ଓ୍ବାର୍ଡ ମୁରାବାଲି ମୌଜା ମଝିସାହିର ଭୂମିହୀନ ବସ୍ତିବାସନ୍ଦାଙ୍କୁ ପଟ୍ଟା ଯୋଜନାରେ ସାମିଲ କରିବା ଦାବିରେ ସୋମବାର...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *