ରିଲାକ୍ସ ଥେରାପି

ସୁସ୍ଥ ତଥା ନୀରୋଗ ଜୀବନ ଯାପନ ପଛରେ ବ୍ୟାୟାମର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ଯଦି ଜଣେ ନିଜ ଦୈନନ୍ଦିତ ଜୀବନ ତାଲିକାରେ ଏହାକୁ ସାମିଲ କରେ ତେବେ ତା’ଦ୍ୱାରା କେତେ ଉପକାର ମିଳେ ତାହା ଅନୁଭବୀ ହିଁ ଜାଣେ। କେତେକ ବ୍ୟାୟାମ କରିବା ସମୟରେ ଗୀତ ଶୁଣିବାକୁ ଭଲ ପାଆନ୍ତି। କାନରେ ଇୟର ଫୋନ୍‌ ଦେଇ ଓ୍ବାକିଂ, ଜଗିଂ କରୁଥିବାର ଅନେକଙ୍କୁ ଦେଖିବାକୁ ମିଳୁଛି। ହେଲେ ବ୍ୟାୟାମ ସମୟରେ ଗୀତ ଶୁଣିବା ଏକ ଭଲ ଅଭ୍ୟାସ ଏବଂ ତାହାର ସୁପ୍ରଭାବ ଶରୀର ଉପରେ ପଡିଥାଏ ବୋଲି ଲଣ୍ଡନ ୟୁନିଭର୍ସିଟିର ମନୋବିଜ୍ଞାନୀମାନେ ଏକ ସଦ୍ୟତମ ଗବେଷଣାରୁ ଜାଣିପାରିଛନ୍ତି। ବ୍ୟାୟାମ ସମୟରେ ଗୀତ ଶୁଣିବାକୁ ସେମାନେ ‘ରିଲାକ୍ସ ଥେରାପି’ ନାମରେ ନାମିତ କରିଛନ୍ତି। ଏହାଦ୍ୱାରା ସଂପୃକ୍ତ ବ୍ୟକ୍ତିଙ୍କର ମାନସିକତା ସକାରାତ୍ମକ ରହିବା ସହ ମସ୍ତିଷ୍କର କାର୍ଯ୍ୟଧାରା ଆହୁରି ସକ୍ରିୟ ରହିଥାଏ। ଯଦି ଅଧିକ ସମୟ ବ୍ୟାୟାମ କରୁଛନ୍ତି ତେବେ ଥକା ଲାଗିବା ସ୍ବାଭାବିକ। ଏହି ସମୟରେ ମନରେ ପ୍ରଫୁଲ୍ଲତା ଭରିଦିଏ ଗୀତ ଶୁଣିବା। ବ୍ୟୟାମ ସମୟରେ ଗୀତ ଶୁଣୁଥିବା କେତେକ ବ୍ୟକ୍ତିଙ୍କ ଉପରେ ଗବେଷଣା କରି ସେମାନେ ଏପରି ମତବ୍ୟକ୍ତ କରିଛନ୍ତି।


All Right Reserved By

ଦୀର୍ଘାୟୁ ହେବାକୁ ଚାହୁଁଛନ୍ତି କି, ଖେଳନ୍ତୁ ଗଲ୍ଫ

ଲଗାତର ଗୋଲ୍ଫ ଖେଳୁଥିବା ଲୋକଙ୍କ ଜୀବନକାଳ ଦୀର୍ଘ ହେବା ସହ ସେମାନଙ୍କଠାରେ ହୃଦ୍‌ରୋଗ ଆଶଙ୍କା ହ୍ରାସ ପାଇଥାଏ। ବ୍ରିଟିଶ୍‌ ଜର୍ଣ୍ଣାଲ୍‌ ଅଫ୍‌ ସ୍ପୋର୍ଟସ୍‌ ମେଡିସିନ୍‌ରେ ପ୍ରକାଶିତ...

ନବଜାତ ଶିଶୁର ଯତ୍ନ ସମ୍ପର୍କରେ ଜାଣନ୍ତୁ କିଛି ଗୁରୁତ୍ୱପୂର୍ଣ୍ଣ ଟିପ୍ସ

ପ୍ରଥମ ନବଜାତ ଶିଶୁକୁ ନେଇ ଅଭିଭାବକ ବେଶି ଚିନ୍ତିତ ହୋଇପଡ଼ନ୍ତି। କାରଣ ସେମାନଙ୍କ ଯତ୍ନ ନେବା ପାଇଁ ଅନେକ ଜିନିଷ ଉପରେ ଧ୍ୟାନ ଦେବାକୁ ପଡ଼ିଥାଏ।...

ଅଧିକ ଆଞ୍ଚରେ ପ୍ରସ୍ତୁତ ଖାଦ୍ୟ ଖାଇଲେ ବଢେ ହୃଦ୍‌ରୋଗ ଆଶଙ୍କା

ଅଧିକ ଆଞ୍ଚରେ ରନ୍ଧା ଖାଦ୍ୟ ଖାଇବା ଦ୍ୱାରା କ୍ୟାନସର୍‌ ଏବଂ ହୃଦ୍‌ରୋଗ ଆଶଙ୍କା ବଢ଼ିଥାଏ। ନିକଟରେ ହୋଇଥିବା ଏକ ଗବେଷଣାରୁ ଏହା ଜାଣିବାକୁମିଳିଛି।  ଏଡିନବର୍ଗ ୟୁନିଭର୍ସିଟି...

ସ୍ତନ୍ୟପାନ କରାଉଥିଲେ ଧୂମପାନ ହାନିକାରକ

ଧୂମପାନ କରିବା ଏବଂ ଏହା ସଂସ୍ପର୍ଶରେ ରହିବା ଉଭୟ ସ୍ବାସ୍ଥ୍ୟ ପାଇଁ ହାନିକାରକ। ଏହା ସବୁଠୁ ଅଧିକ ମହିଳାଙ୍କ ପାଇଁ କ୍ଷତିକାରକ ହୋଇଥାଏ, ଯେଉଁମାନେ ନବଜାତକଙ୍କୁ...

ସ୍ମରଣଶକ୍ତି ବଢ଼ାଇବାର ସହଜ ଉପାୟ

ସାଧାରଣତଃ ବୟସ ବଢ଼ିବା ସହ ସ୍ମରଣଶକ୍ତିରେ ତାରତମ୍ୟ ପରିଲକ୍ଷିତ ହୋଇଥାଏ। ଅପରପକ୍ଷରେ ମସ୍ତିଷ୍କଜନିତ ସମସ୍ୟାର ସମ୍ମୁଖୀନ ହୋଇଥିଲେ ଏପରି ଅସୁବିଧା ସୃଷ୍ଟି ହେବା ଆଶଙ୍କା ଥାଏ।...

ପ୍ରଥମ ଦରମା ଖର୍ଚ୍ଚ କରିବାକୁ ନେଇ ଚିନ୍ତିତ କି? ଏସବୁ ଟିପ୍ସ ଜାଣିରଖନ୍ତୁ

ଭବିଷ୍ୟତ ପାଇଁ ପ୍ରତ୍ୟେକଙ୍କୁ ଚାକିରିଟିଏ ନିତାନ୍ତ ଆବଶ୍ୟକ। ତେବେ ଚାକିରିର ପ୍ରଥମ ଦରମା ଯେତିକି ଖୁସି ଦେଇଥାଏ, ତାହାକୁ ଖର୍ଚ୍ଚ କରିବା ପାଇଁ ମଧ୍ୟ ସେତିକି...

ସୁଇମିଂପୁଲ୍‌ରେ ଆପଣଙ୍କ ପିଲା ସ୍ନାନ କରୁଛନ୍ତି କି? ହୋଇପାରେ ଏସବୁ ରୋଗ

ଗ୍ରୀଷ୍ମଋତୁରେ ସୁଇମିଂପୁଲ୍‌, ଓ୍ବାଟର ପାର୍କ ଯିବା ପାଇଁ ବହୁ ଲୋକ ପସନ୍ଦ କରିଥାନ୍ତି। ବିଶେଷକରି କରି ପିଲାମାନେ ସୁଇମିଂ ପୁଲ୍‌ରେ ମଜା ନେବାକୁ ଖୁବ୍‌ ଭଲପାଆନ୍ତି।...

ଜାଣନ୍ତୁ ବର୍ଷାଦିନେ କିଭଳି ନେବେ ଗଛର ଯତ୍ନ

ଋତୁ ଅନୁସାରେ ଆମକୁ ଗଛର ଯତ୍ନନେବାକୁ ପଡ଼ିଥାଏ। ତେବେ ବର୍ଷାଦିନେ କିଭଳି ଯତ୍ନନେବା ଜାଣନ୍ତୁ ସେ ସମ୍ପର୍କରେ… . ବର୍ଷାଦିନେ ଜୈବିକ ସାର ପ୍ରୟୋଗ କରନ୍ତୁ।...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *