ଯୁଦ୍ଧ ବିମାନ ରାଣୀ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ
ନବମ ଶ୍ରେଣୀରେ ପଢ଼ୁଥିବା ବେଳେ ନୋଟ୍‌ବୁକ୍‌ରେ ସେ ଲେଖିଥିଲେ ବଡ଼ ହେଲେ ପାଇଲଟ ହେବେ। ଶ୍ରେଣୀ ଭିତରେ ଜଣେ ଛାତ୍ରୀଙ୍କ ଏଭଳି ଦୁଃସାହସିକତା ଶିକ୍ଷକ ଓ ସହପାଠୀଙ୍କୁ ସେତେବେଳେ ଖୁସି ଦେଇଥିଲା। ନିଜ ଲକ୍ଷ୍ୟରେ ପହଞ୍ଚିବା ପାଇଁ ସମ୍ପୃକ୍ତା ଛାତ୍ରୀଙ୍କୁ କଠୋର ପରିଶ୍ରମ କରିବାକୁ ପଡ଼ିଥିଲା। ଆଜି ସେ ଲକ୍ଷ୍ୟଠାରୁ ବହୁ ଉଚ୍ଚକୁ ଉଡ଼ିବାରେ ସକ୍ଷମ ହୋଇଛନ୍ତି। କେବଳ ସେତିକି ନୁହେଁ, ଭାରତୀୟ ବାୟୁସେନାର ଓ୍ବିଙ୍ଗ୍‌ କମାଣ୍ଡର ଏବେ ଫ୍ଲାଇଂ ୟୁନିଟ୍‌ର ପ୍ରଥମ ମହିଳା ଫ୍ଲାଇଟ୍‌ କମାଣ୍ଡର ହୋଇ ଇତିହାସ ରଚିଛନ୍ତି। ସେହି ସାହସୀ ମହିଳା ହେଲେ ଶାଲିଜା ଧାମି। ଅଗଷ୍ଟ ୨୮ରେ ତାଙ୍କ ପଦୋନ୍ନତି ନେଇ ଖବର ପ୍ରକାଶ ପାଇବା ପରେ ଶାଲିଜାଙ୍କ ବ୍ୟକ୍ତିତ୍ୱ ଚର୍ଚ୍ଚାକୁ ଆସିଛି।
ଯୁଦ୍ଧ କ୍ଷେତ୍ରରେ ନିୟୋଜିତ ବିମାନଗୁଡ଼ିକୁ ପରିଚାଳନା କରିବା ଅତ୍ୟନ୍ତ କଷ୍ଟକର ବ୍ୟାପାର। ଏକାଥରକେ ପାଖାପାଖି ୬ଟି ଏୟାରକ୍ରାଫ୍ଟ ଆକାଶମାର୍ଗରେ ଉଡ଼ିଥାଆନ୍ତି। ସେତେବେଳେ ସେଗୁଡ଼ିକୁ ଚଳାଉଥିବା ପାଇଲଟ୍‌ଙ୍କୁ କମାଣ୍ଡ୍‌ ବା ନିର୍ଦ୍ଦେଶ ଦେବାକୁ ପଡ଼ିଥାଏ। ଫ୍ଲାଇଟ୍‌ କମାଣ୍ଡର ଏମାନଙ୍କ ନେତା ହୋଇଥିବାରୁ ଶତ୍ରୁପକ୍ଷକୁ ମୁକାବିଲା କରିବା ଲାଗି ସେ ଅନ୍ୟମାନଙ୍କୁ ଆଦେଶ ଦେଇ ଏୟାରକ୍ରାଫ୍ଟକୁ ଆଗକୁ ନେଇଥାଆନ୍ତି। ଏବେ ସେହି ଫ୍ଲାଇଟ୍‌ କମାଣ୍ଡର ଭୂମିକାରେ ଶାଲିଜା ଅବତୀର୍ଣ୍ଣ ହୋଇଥିବାରୁ ତାଙ୍କ ବିଷୟରେ ଜାଣିବା ଲାଗି ସମସ୍ତଙ୍କ ଆଗ୍ରହ ରହିବା ସ୍ବାଭାବିକ। ପୁରୁଷଙ୍କଠାରୁ ଜଣେ ମହିଳା କୌଣସି ଗୁଣରେ କମ୍‌ ନୁହେଁ ବୋଲି ଶାଲିଜା ଜୀବନରେ କରି ଦେଖାଇଛନ୍ତି। ହେଲିକପ୍ଟର ପାଇଲଟ ଭାବେ ୧୫ ବର୍ଷ ଉଡ଼ାଣ କରିବା ପରେ ସେ ଆଜି ଫ୍ଲାଇଟ୍‌ କମାଣ୍ଡର ହୋଇପାରିଛନ୍ତି। ୯ ବର୍ଷ ବାଳକର ଜଣେ ସଫଳ ମା’ ହୋଇପାରିଥିବା ଶାଲିଜାଙ୍କ ନାମରେ ୨,୩୦୦ ଘଣ୍ଟା ବିମାନ ଉଡ଼ାଇବାର ରେକର୍ଡ ରହିଛି। ନିକଟ ଅତୀତରେ ଦିଲ୍ଲୀ ହାଇକୋର୍ଟରେ ଲମ୍ବା ସମୟର ଆଇନଗତ ଯୁଦ୍ଧ ଜିତିଥିବା ବାୟୁ ସେନାର ମହିଳା ଅଧିକାରୀଙ୍କ ପାଇଁ ଶାଲିଜା ପାଲଟି ଯାଇଛନ୍ତି ଆଇକନ୍‌। ଉଲ୍ଲେଖଯୋଗ୍ୟ ଯେ, ଭାରତୀୟ ବାୟୁସେନାରେ ପ୍ରଥମେ ୧୯୯୪ରେ ମହିଳାଙ୍କୁ ଅଣ-ଯୁଦ୍ଧ ଦିଗରେ କାର୍ଯ୍ୟ କରିବା ସକାଶେ ଶର୍ଟ ସର୍ଭିସ କମିଶନ ପଦବୀରେ ନିଯୁକ୍ତ କରାଯାଇଥିଲା। ପରବର୍ତ୍ତୀ ସମୟରେ ସେମାନଙ୍କୁ ସ୍ଥାୟୀ ଭାବେ ଯୁଦ୍ଧ ବିମାନ ଉଡ଼ାଇବା ଲାଗି ଅନୁମତି ଦେବା ପାଇଁ ସେମାନେ ଅଦାଲତର ଆଶ୍ରୟ ନେଇଥିଲେ। ଏବେ ଯୁଦ୍ଧ ବିମାନ ଉଡ଼ାଇବା ଦିଗରେ ଭାରତୀୟ ବାୟୁସେନାର ପ୍ରଥମ ବ୍ୟାଚ୍‌ର ମହିଳା ପାଇଲଟମାନେ ସେବା ଯୋଗାଇ ଚାଲିଛନ୍ତି। ତେବେ ଶାଲିଜାଙ୍କ ଦକ୍ଷତା ତାଙ୍କୁ ପ୍ରଥମେ ଫ୍ଲାଇଂ ବ୍ରାଞ୍ଚର ପର୍ମାନେଣ୍ଟ୍‌ କମିଶନ ହେବାର ସୁଯୋଗ ଦେଇଥିଲା। ପଞ୍ଜାବର ଲୁଧିଆନାରେ ଜନ୍ମିତ ଏହି ସାହସୀ ମହିଳା କ୍ୟାରିୟରର ପ୍ରାରମ୍ଭିକ ପର୍ଯ୍ୟାୟ ବେଳର କଥା କହିବା ବେଳେ ଭାବବିହ୍ବଳ ହୋଇଯାଇଥାଆନ୍ତି। ୨୦୦୩ରେ ସେ ଯେତେବେଳେ ହାଇଦ୍ରାବାଦର ଏକାଡେମୀରୁ ପ୍ରଥମ ସୋଲୋ ଫ୍ଲାଇଟ୍‌ ‘ଏଚ୍‌ପିଟି-୩୨ ଦୀପକ’ ଉଡ଼ାଇଥିଲେ ସେତେବେଳେ ପବନ ବହୁଥିବା ଦିଗରୁ ତାଙ୍କୁ ଅସ୍ବାଭାବିକ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଥିଲା। ସେହି ସମୟରେ ସେ ତାଙ୍କ ପ୍ରଶିକ୍ଷକଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରିଥିଲେ ମଧ୍ୟ ତାହା ପାଇବା ସମ୍ଭବ ହୋଇ ନ ଥିଲା। ସେ ଧରି ନେଇଥିଲେ ନିଜକୁ ନିୟନ୍ତ୍ରଣ ମଧ୍ୟକୁ ଆଣି ସଫଳତା ପାଇବାକୁ ପଡ଼ିବ। ସେହି ସମୟକୁ କିପରି ସାମ୍ନା କରିଥିଲେ ତାହା ଅବର୍ଣ୍ଣନୀୟ ଥିଲା ବୋଲି ସେ କହିଥାଆନ୍ତି। ହେଲେ ନିରନ୍ତର ଚେଷ୍ଟା ତାଙ୍କୁ ଦୃଢ଼ମନା କରିଦେଇଛି। ସେ ହସି ହସି କହିଥାଆନ୍ତି, ଆଜି କାର୍‌ ଚଳାଇବା ଅପେକ୍ଷା ହେଲିକପ୍ଟର ଉଡ଼ାଇବାରେ ନିଜକୁ ସହଜ ମଣିଥାଆନ୍ତି।


All Right Reserved By Dharitri.Com

ଭାରତୀୟତା ଓ ଓଡ଼ିଶା

ଇଂ. ହାଡ଼ିବନ୍ଧୁ ଖଣ୍ଡୁଆଳ ମୁଁ  ରୁର୍କୀ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରୁଥିବା ସମୟର ଏକ ଘଟଣା। ଆମ ଇଞ୍ଜିନିୟରିଂ ବିଭାଗର ସ୍ନାତକୋତ୍ତର ଶ୍ରେଣୀରେ ସିଟ୍‌ ଥାଏ ୧୫ଟି।...

ଅସୁରକ୍ଷିତ ମାନବାଧିକାର

ଭାଲଚନ୍ଦ୍ର ଷଡ଼ଙ୍ଗୀ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ, ଜାତୀୟତା ଏପରି କି ରାଜନୈତିକ ବିଚାର ନିର୍ବିଶେଷରେ ବିଶ୍ୱର ସବୁ ମଣିଷଙ୍କର ଜଣେ ମଣିଷ ଭାବେ ରହିଥିବା...

ବ୍ୟଥିତ ଭାରତ

ଉପେନ୍ଦ୍ର ବିଶ୍ୱାଳ ବିଶ୍ୱ ଆଜି ଦେଖୁଛି ଭାରତକୁ, ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧିର ଦେଶ ବା ଭଲ ଅର୍ଥ ବ୍ୟବସ୍ଥାର ଭୂଖଣ୍ଡ ଭାବେ। ବିଶ୍ୱର ଦ୍ୱିତୀୟ ବୃହତ୍ତମ...

ଶିକ୍ଷା, ସମାଜ ଓ ସାମାଜିକତା

ଜଷ୍ଟିସ୍‌ ଡ. ଦୀପକ ମିଶ୍ର ଏକ ଶ୍ରେଣୀକକ୍ଷରୁ ହିଁ ରାଷ୍ଟ୍ରର ଭାଗ୍ୟ ନିର୍ଦ୍ଧାରଣ କରିହେବ, ଏ ମନ୍ତବ୍ୟ ରାଷ୍ଟ୍ରୀୟ ଶିକ୍ଷା କମିଶନଙ୍କର। ତେଣୁ ଶିକ୍ଷାନୁଷ୍ଠାନ କେବଳ...

ଏଇ ଭାରତରେ

ବୟସ ୧୭, କିନ୍ତୁ ବିଚାର ଅତି ଉଚ୍ଚ। ଏମିତି ଜଣେ ଝିଅ ହେଉଛନ୍ତି ହରିୟାଣାର ଦୌଲତପୁର ଗାଁ ନିବାସୀ ଅଞ୍ଜୁ ବର୍ମା। ସେ ତାଙ୍କ ପିତା...

ଆଧୁନିକ ଯୁଦ୍ଧ

ଆକାର ପଟେଲ ସକାଳେ ଖବରକାଗଜ ପଢ଼ୁ ପଢ଼ୁ ଗୋଟିଏ ଖବର ଉପରେ ନଜର ଅଟକି ରହିଗଲା। ଏଥିରେ ଲେଖାଥିଲା ଯେ ଭାରତୀୟ ବାୟୁ ସେନା ଚାହୁଁଛି...

ଶିକ୍ଷାରେ ବ୍ୟବସାୟ

ସହଦେବ ସାହୁ ସ୍କୁଲ-କଲେଜରେ ନାମ ଲେଖାଇବା ସମୟ ଆସିଗଲା, ତେଣୁ ଖବରକାଗଜ ପୃଷ୍ଠାଗୁଡିକ, ବିଶେଷତଃ ପ୍ରଥମ କେଇ ପୃଷ୍ଠା ଘରୋଇ ଶିକ୍ଷାନୁଷ୍ଠାନର ବିଜ୍ଞାପନରେ ଭର୍ତ୍ତି। ଟେଲିଭିଜନ...

ନୂଆ ଭାରତ ଓ ନୂଆ ଓଡ଼ିଶା କେତେ ବାସ୍ତବ

ଡ. ସନ୍ତୋଷ କୁମାର ମହାପାତ୍ର ଯିଏ ସରକାର ଗଢୁ ବା ଶାସନ କରୁ ବିଭିନ୍ନ ପ୍ରକାର ଆର୍ଥିକ, ରାଜନୈତିକ ତଥା ସାମାଜିକ ସମସ୍ୟା ସମାଧାନ କରିବା...

Leave a comment

Your email address will not be published. Required fields are marked *