ଜୀବନ ଜୀବିକା ଓ ଜୈବ ବିବିଧତା

”ମଣିଷ ଏବେ ଉଭା ହୋଇପଡ଼ିଛି ପ୍ରକୃତିର ପ୍ରଧାନ
ପ୍ରତିଦ୍ୱନ୍ଦ୍ୱୀ ରୂପେ । ସଂପ୍ରତି ମଣିଷ ସଂଘର୍ଷରତ ଉଦ୍ଭିଦଜଗତ ସହ, ସଂଘର୍ଷରତ ପ୍ରାଣିଜଗତ ସହ ଏବଂ ଏପରି କି ସଂଘର୍ଷରତ ଜଳ, ବାୟୁ, ମୃତ୍ତିକା, ପ୍ରସ୍ତର ଆଦି ନିର୍ଜୀବ ଜଗତ ସହ ମଧ୍ୟ । ଏହାର ଫଳସ୍ବରୂପ ଏବେ ଲୋପ ପାଇଚାଲିଛି ଜଙ୍ଗଲ । ଶୁଖିଗଲାଣି ସୁନାବ୍ୟା ନଦୀ । ବିଲୁପ୍ତ ହୋଇ ଚାଲିଛନ୍ତି ଜୀବଜନ୍ତୁ, ମୃତ୍ତିକା ହରେଇ ବସିଛି ତା’ର ଉତ୍ପାଦିକା ଶକ୍ତି ଏବଂ ଜଳବାୟୁ ହୋଇପଡ଼ିଲାଣି ବାଉଳା । ତେଣୁ ପୃଥିବୀର ଜୈବବୈଚିତ୍ର୍ୟ ଏବେ ଶୋଚନୀୟ ଭାବରେ ବିପନ୍ନ ।“

ଜୈବ ବିବିଧତା ବୋଇଲେ କ’ଣ ? ପରିବେଶର ସନ୍ତୁଳନକୁ ସୁରକ୍ଷିତ ରଖିବା ପାଇଁ ବିଭିନ୍ନ ଜାତିର ପ୍ରାଣୀ ଉଦ୍ଭିଦର ସହାବସ୍ଥାନକୁ ଜୈବ ବିବିଧତା ବୋଲି କୁହାଯାଏ । ଆମେ ଜାଣୁ ଯେ ସବୁ ପ୍ରକାରର ଉଦ୍ଭିଦ ସମାନ ନୁହନ୍ତି କି ସବୁ ପ୍ରକାରର ପ୍ରାଣୀ ମଧ୍ୟ ସମାନ ନୁହନ୍ତି । ସମାନ ବି ନୁହନ୍ତି ସବୁ ପ୍ରକାରର ଅଣୁଜୀବ ା ଏପରି କି ଏକା ମା’ ପେଟରୁ ଜନ୍ମ ନେଇଥିବା ସବୁ ଭାଇ ଭଉଣୀଙ୍କ ମଧ୍ୟରେ ସମାନତା ପରିଲକ୍ଷିତ ହୋଇ ନ ଥାଏ।
ପ୍ରାଣୀ ଓ ଉଦ୍ଭିଦଗୁଡିକ ଦେଖିବାକୁ ମିଳେ ମେରୁଭୂମିରେ ହ୍ରଦ ଓ ଝରଣା ଇତ୍ୟାଦିରେ ଆବାସ ସ୍ଥଳୀ ଭେଦରେ ସେମାନଙ୍କଠାରେ ପରିଦୃଷ୍ଟି ହୁଏ ଭିନ୍ନତା।
ହେଲେ ନିଜକୁ ପଚାରନ୍ତୁ ତ ପୃଥିବୀର ଏତେ ପ୍ରକାରର ଜୈବ ବୈଚିତ୍ର୍ୟ ବା ବିବିଧତା ସୃଷ୍ଟି କରିଛି କିଏ ? ବିବିଧତାର ଜନନୀ ହେଉଛି ମୁଖ୍ୟତଃ ପ୍ରକୃତି । କିନ୍ତୁ ସେହି ନାନା ଜାତିର ଉଦ୍ଭିଦ ଓ ପ୍ରାଣୀକୁ ପ୍ରକୃତି କାହିଁକି ସୃଷ୍ଟି କରିଛି ? ବରଗଛ ଭଳି ଆମ୍ବ ଗଛ ଓ ନଡିଆ ଗଛ ଭଳି ଗୋରୁ ମେଣ୍ଢା, ଛେଳି, ବାଘ, ଭାଲୁ ସିଂହ ହାତୀ ଭଳି ସୃଷ୍ଟି କରିଛି । କାହିଁକି ? କଙ୍ଗାରୁକୁ ବାହିକ ଜନ୍ମ ଦେଇଛି ଅଷ୍ଟ୍ରେଲିଆରେ ଏବଂ ତିମିକୁ ସମୁଦ୍ରରେ ା ସବୁଜାତିର ଉଦ୍ଭିଦ ଓ ସବୁ ଜାତିର ପ୍ରାଣୀଙ୍କୁ ସୃଷ୍ଟି କରିସାରି କାହିଁକି ସବା ଶେଷରେ ସୃଷ୍ଟି କରିଛି ମଣିଷକୁ ?
ପୁଣି କେତେ ଜାତିର ଉଦ୍ଭିଦ ଓ ପ୍ରାଣୀକୁ ଜନ୍ମ ଦେଇଛି ସେ ? ବାସ୍ତବରେ ଦେଖିବାକୁ ଗଲେ, ବିଜ୍ଞାନକୁ ନେଇ ବେଶ୍‌ ବଡେଇ କରୁଥିବା ବିଜ୍ଞ ମଣିଷ ପାଖରେ ଏସବୁ ପ୍ରଶ୍ନର ଠିକ୍‌ ଉତ୍ତର ନାହିଁ । ଏହାର ଉତ୍ତର କେବଳ ପ୍ରକୃତି ହିଁ ଦେଇ ପାରିବ । ତେବେ ପୃଥିବୀର ସମସ୍ତ ପ୍ରାଣୀ ଓ ସମସ୍ତ ଉଦ୍ଭିଦର ମଙ୍ଗଳ ସାଧନ କରିବା ହିଁ ପ୍ରକୃତ ସୃଷ୍ଟି ଜୈବ ବିବିଧତାର ଏକମାତ୍ର ଉଦ୍ଦେଶ୍ୟ । ସୁତରାଂ ଜବୈ ବିବିଧତାକୁ ନିଖୁଣ ନ ରଖିପାରିଲେ ଜୀବଜଗତର ସ୍ଥିତି ଯେ ଶୋଚନୀୟ ଭାବରେ ବିପନ୍ନ ହୋଇପଡିବ ଏଥିରେ କୌଣସି ସନ୍ଦେହ ନାହିଁ ।

କିନ୍ତୁ ଜବୈ ବିବିଧତାର ସ୍ଥିତି ସିନା ପ୍ରକୃତି, ହେଲେ ବଡ ପରିତାପର ବିଷୟ ଯେ ଜୈବ ବିବିଧତାକୁ ହ୍ରଦ ହାରରେ ହ୍ରାସ କରି ଚାଲିଛି ମଣିଷ ା କେବଳ ମାଂସ ଲୋଭରେ ପୃଥିବୀରୁ ସବୁ ଦିନ ପାଇଁ ନିଶ୍ଚିହ୍ନ ହୋଇଗଲା ଡୋଡୋ।
ବିଲୁପ୍ତ ହୋଇଥିବା ପାସେଞ୍ଜର ପାରା; କେବଳ ଚମଡ଼ା ଲୋଭରେ ମଣିଷ ବଂଶ ବୁଡେଇ ଦେଲା ମାମଥ୍‌, କ୍ୱାଗା ଓ ସମୁଦ୍ର ଗାଈର; ରଙ୍ଗବେରଙ୍ଗ ପରରେ ମୋହିଯାଇ ନାଶ କରିଦେଲା ଦୁଇଆ ପକ୍ଷୀର କୁଳ ଏବଂ ଶିକାର ସଉକ ଚରିତାର୍ଥ କରିବା ପାଇଁ ଲୋପ କରିଦେଲା ଭାରତୀୟ ଚିତାର ବଂଶ। ଏମାନେ ପ୍ରକୃତିକୁ ଆଉ ଫେରି ପାରିବେନି।
ମାତ୍ର ମଣିଷ ତ ଧରିତ୍ରୀ ମାତାର ଏକମାତ୍ର ସନ୍ତାନ ନୁହେଁ। ପୃଥିବୀରେ ବସବାସ କରୁଛନ୍ତି ସମ୍ଭବତଃ ଅଶୀଲକ୍ଷ ଜାତିର ପ୍ରାଣୀ ଏବଂ ଉଦ୍ଭିଦ। ଏମାନଙ୍କ ମଧ୍ୟରେ କେବଳ କୀଟପତଙ୍ଗ ହେଉଛନ୍ତି ୫୫ ଲକ୍ଷ ଜାତିର। ଧରିତ୍ରୀର ଏହି ସମସ୍ତ ସନ୍ତାନମାନଙ୍କ ମଧ୍ୟୋ ମଣିଷ ହେଉଛି ଅନ୍ୟତମ ମିତ୍ର।
ହେଲେ ମଣିଷ ଏବେ ଉଭା ହୋଇପଡ଼ିଛି ପ୍ରକୃତିର ପ୍ରଧାନ ପ୍ରତିଦ୍ୱନ୍ଦ୍ୱୀ ରୂପେ। ସଂପ୍ରତି ମଣିଷ ସଂଘର୍ଷରତ ଉଦ୍ଭିଦ ଜଗତ ସହ, ସଂଘର୍ଷରତ ପ୍ରାଣିଜଗତ ସହ ଏବଂ ଏପରିକି ସଂଘର୍ଷରତ ଜଳ, ବାୟୁ, ମୃତ୍ତିକା, ପ୍ରସ୍ତର ଆଦି ନିର୍ଜୀବ ଜଗତ ସହ ମଧ୍ୟ। ଏହାର ଫଳ ସ୍ବରୂପ ଏବେ ଲୋପ ପାଇଚାଲିଛି ଜଙ୍ଗଲ। ଶୁଖିଗଲାଣି ସୁନାବ୍ୟା ନଦୀ। ବିଲୁପ୍ତ ହୋଇ ଚାଲିଛନ୍ତି ଜୀବଜନ୍ତୁ, ମୃତ୍ତିକା ହରେଇ ବସିଛି ତା’ର ଉତ୍ପାଦିକା ଶକ୍ତି ଏବଂ ଜଳବାୟୁ ହୋଇପଡ଼ିଲାଣି ବାଉଳା। ତେଣୁ ପୃଥିବୀର ଜୈବବୈଚିତ୍ର୍ୟ ଏବେ ଶୋଚନୀୟ ଭାବରେ ବିପନ୍ନ। କିନ୍ତୁ ପ୍ରଶ୍ନ ଉଠେ, ପ୍ରତି ବର୍ଷ ପୃଥିବୀ ପୃଷ୍ଠରୁ ଅନ୍ତତଃ ଏକ ହଜାର ସଂଖ୍ୟକ ପ୍ରାଣୀ ଓ ଉଦ୍ଭିଦ ଲୋପ ପାଇଯାଉଥିବାର ପ୍ରଧାନ କାରଣମାନ କ’ଣ? ଅଟକଳ କରି କୁହାଯାଉଛି ଯେ ଆଗାମୀ ଅଳ୍ପ କେତୋଟି ଦଶକ ଭିତରେ ପାଖାପାଖି ୧୦ ଲକ୍ଷ ଜାତିର ପ୍ରାଣୀ ଓ ଉଦ୍ଭିଦ ଲୋପ ପାଇଯିବେ।
କଳକାରଖାନା ପ୍ରତିଷ୍ଠା, ସହର ଓ ଜନବସତି ସ୍ଥାପନ ଓ କୃଷିକ୍ଷେତ୍ର ପ୍ରସ୍ତୁତି ଫଳରେ ଉଦ୍ଭିଦ ଓ ପ୍ରାଣିଗୋଷ୍ଠୀଙ୍କ ପାଇଁ ପର୍ଯ୍ୟାପ୍ତ ବାସୋପଯୋଗୀ ସ୍ଥାନ ମିଳୁନାହିଁ। ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ଅପବ୍ୟବହାର ଯୋଗୁ ବୃଦ୍ଧି ପାଇ ଚାଲିଛି ପରିବେଶ ପ୍ରଦୂଷଣ। ଅବିଚାରିତ ଭାବରେ ଜୀବଜନ୍ତୁ ଶିକାର କରିବା ଓ ଗଛ କାଟିବା ଯୋଗୁ ସୁଗମ ହୋଇଯାଉଛି ସେମାନଙ୍କ ବିଲୁପ୍ତ ପ୍ରକ୍ରିୟା। ବିଦେଶୀ ବୃକ୍ଷଲତା ଓ ବିଦେଶୀ ଜୀବଜାତିର ଅନୁପ୍ରବେଶ ଫଳରେ ସ୍ଥାନୀୟ ବୃକ୍ଷଲତା ଓ ଜୀବଜନ୍ତୁଙ୍କ ଉପରେ ପଡ଼ୁଛି ପ୍ରତିକଳ ପ୍ରଭାବ। ସବୁଜ କୋଠରି ଗ୍ୟାସର ନିର୍ଗମନ ବୃଦ୍ଧି ପାଇ ବଢ଼ିବଢ଼ି ଚାଲିଛି ଜାଗତିକ ଉଷ୍ମତା। ଏ ସବୁର ପରିଣାମ ପ୍ରାଣୀ ଓ ଉଦ୍ଭିଦ ଜଗତର ସ୍ଥିତି ପାଇଁ ଆଦୌ ଶୁଭଙ୍କର ହୋଇପାରୁନାହିଁ।
ଏହା ସ୍ବୀକାର୍ଯ୍ୟ ଯେ ଖାଦ୍ୟ ଓ ବାସସ୍ଥାନ ପାଇଁ ସମଗ୍ର ଜୀବଜଗତ ପ୍ରାକୃତିକ ସମ୍ପଦ ଉପରେ ନିର୍ଭରଶୀଳ। ଆମେ ମଣିଷମାନେ ମଧ୍ୟ ପ୍ରକୃତିରୁ ସଂଗ୍ରହ କରିଥାଉ ଆମର ଖାଦ୍ୟ, ଗୃହପାଳିତ ପଶୁଖାଦ୍ୟ, ବସ୍ତ୍ର, ଗୃହୋପକରଣ, ଇନ୍ଧନ ଓ ଔଷଧ ଇତ୍ୟାଦି। ବିଶେଷକରି କୃଷିଜୀବୀ, ମତ୍ସ୍ୟଜୀବୀ, ପଶୁପାଳକ ଏବଂ ଶିକାର ଓ ଜଙ୍ଗଲଜାତ ଦ୍ରବ୍ୟ ଉପରେ ଭରସା କରୁଥିବା ବନବାସୀ ସଂପ୍ରଦାୟଙ୍କ ଜୀବନ ଧାରଣ ମୁଖ୍ୟତଃ ପ୍ରାକୃତିକ ସମ୍ପଦ ଉପରେ ନିର୍ଭର କରିଥାଏ।
ସୁତରାଂ ଜୈବବିବିଧତାକୁ ଅକ୍ଷତ ରଖିବା ପାଇଁ ବାସସ୍ଥଳୀ ସଂରକ୍ଷଣ, ପ୍ରଦୂଷଣ ନିୟନ୍ତ୍ରଣ, ଚୋରା ଶିକାରୀ ଓ କାଠ ଚୋରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ, ବିଦେଶୀ ଉଦ୍ଭିଦ ଓ ଜୀବଜନ୍ତୁ ଆମଦାନୀରେ ଅଙ୍କୁଶ ଓ ବାୟୁମଣ୍ଡଳରେ ତାପମାତ୍ରା ହ୍ରାସ ଭଳି ଗଠନମୂଳକ ପଦକ୍ଷେପମାନ ଗ୍ରହଣ କରିବା ସର୍ବୋଦୌ ଆବଶ୍ୟକ।
ଅବଶ୍ୟ ଅଭୟାରଣ୍ୟ, ଜାତୀୟ ଉଦ୍ୟାନ, ଜୈବ ମଣ୍ଡଳ, ସଂରକ୍ଷଣ, ବ୍ୟାଘ୍ର, ହସ୍ତୀ, ଗଣ୍ଡା, କୁମ୍ଭୀର, ଶାଗୁଣା ଓ ଡଲଫିନ୍‌ ଆଦିର ସୁରକ୍ଷା ପାଇଁ ସରକାରୀ ସ୍ତରରେ ପ୍ରକଳ୍ପମାନ କାର୍ଯ୍ୟକାରୀ ହେଉଛି। ଜୈବ ବିବିଧତାର ସଂରକ୍ଷଣରେ ଏଭଳି ପଦକ୍ଷେପମାନ ନିଶ୍ଚିତ ଭାବରେ ସ୍ବାଗତଯୋଗ୍ୟ। ଯାହା ହେଉ, ଜାହାଜରୁ କୌଣସି ଗୋଟିଏ ପେଚ ଗଳିପଡ଼ିଲେ ଜାହାଜଟି ତତ୍‌କ୍ଷଣାତ ଡୁବି ଯାଏନି। କିନ୍ତୁ ଗୋଟିକ ପରେ ଗୋଟିଏ କରି ପେଚମାନ ଗଳିପଡ଼ିଲେ ଜାହାଜଟି ଜଳ ସମାଧି ନେବାର ପ୍ରକ୍ରିୟା ତ୍ୱରାନ୍ବିତ ହୋଇପଡେ। ସେହିପରି ପୃଥିବୀ ରୂପକ ପୋତଟିକୁ ପ୍ରାଣୀ ଓ ଉଦ୍ଭିଦ କୁଳ ହିଁ ଅନୁକୂଳ ଅବସ୍ଥାରେ ରଖିଛନ୍ତି। ମାତ୍ର ପ୍ରତିବର୍ଷ ଲୋପ ପାଇ ଚାଲିଛନ୍ତି ହଜାରେ ସରିଜ୍ଞ ଜୀବଜନ୍ତୁ ଓ ଉଦ୍ଭିଦ। ଯଦି ଏହି ପ୍ରକ୍ରିୟା ଅବ୍ୟାହତି ରହେ ତେବେ ଦିନେ ନା ଦିନେ ଆମ ପ୍ରିୟ ପୃଥିବୀର ମୃତ୍ୟୁ ଅବଶ୍ୟମ୍ଭାବୀ। ଏବଂ ପୃଥିବୀର ପରଲୋକ ହେବା ପୂର୍ବରୁ ଶ୍ମଶାନବାସୀ ହୋଇସାରିଥିବା ଅପରିଣାମଦର୍ଶୀ ଆମେ ମଣିଷମାନେ।
ସେଥିପାଇଁ ବେଦର ଶାନ୍ତି ସୂକ୍ତରେ ଆକାଶ ଅନ୍ତରୀକ୍ଷ, ପୃଥିବୀ, ଜଳ, ବୃକ୍ଷଲତା, ଔଷଧୀୟ ଗୁଳ୍ମ ଇତ୍ୟାଦିରେ ଶାନ୍ତି ଅକ୍ଷତ ରଖିବା ନିମନ୍ତେ ଯେଉଁ ଆହ୍ବାନ ଦିଆଯାଇଛି, ତାହା ଆଧୁନିକ ମଣିଷର ଗଭୀର ପ୍ରଣିଧାନଯୋଗ୍ୟ।
ଶାନ୍ତି ପାଇଁ ନୋବେଲ ପୁରସ୍କାର ପାଇଥିବା ଆଲବର୍ଟ ସ୍ବେଇଜରଙ୍କ ଭାଷାରେ, ବିଶ୍ୱର ସମସ୍ତ ଜୀବଙ୍କ ପାଇଁ ଅନୁକମ୍ପାଶୀଳ ହେବା ହିଁ ମାନବଜାତିର ଯଥାର୍ଥ ମାନବିକତା।
ମଣିଷଠାରେ ମାନବିକତା ଅକ୍ଷୁଣ୍ଣ ରହିଲେ ହିଁ ଜୈବ ବିବିଧତା ଯେ ଅକ୍ଷତ ତଥା ଅପରିବର୍ତ୍ତନୀୟ ରହିପାରିବ, ଏହା ନିଃସନ୍ଦେହ।
ଜୈବ ବିବିଧତାକୁ ଅକ୍ଷତ ରଖିବାର ଗୁରୁତ୍ୱ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ଓ ଜୈବ ବିବିଧତାର ସଂରକ୍ଷଣ ପାଇଁ ଅଗ୍ରାଧିକାର ଭିତ୍ତିରେ ସମୁଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ଲକ୍ଷ୍ୟ ନେଇ ହିଁ ପ୍ରତିବର୍ଷ ମେ ୨୨ ତାରିଖରେ ପାଳିତ ହୋଇଆସୁଛି ଆନ୍ତର୍ଜାତିକ ଜୈବ ବିବିଧତା ଦିବସ।
ଜାଣି ରଖିବା ଉଚିତ ଯେ, ଜନସାଧାରଣଙ୍କ ଜୀବନ ଓ ଜୀବିକାର ନିରାପତ୍ତା ପାଇଁ ଜୈବ ବିବିଧତା ହିଁ ହେଉଛି ମେରୁଦଣ୍ଡ ସଦୃଶ।

ଡା. ନିତ୍ୟାନନ୍ଦ ସ୍ବାଇଁ

-ଅଭୀପ୍‌ସା, ସେକ୍ଟର-୬, ପ୍ଲଟ୍‌ ନଂ-୧୧୩୧, ଅଭିନବ, ବିଡାନାସୀ, କଟକ-୧୪


All Right Reserved By

ପ୍ରଦୂଷଣ ପ୍ରଭାବରୁ ରକ୍ଷାକରିବ ଗୁଡ଼

ପ୍ରଦୂଷଣ ଯୋଗୁ ଲୋକେ ଆଜ୍‌ମା, ବ୍ରୋଙ୍କାଇଟ୍ସ ଏବଂ ଶିଶୁଙ୍କ ମଧ୍ୟରେ ନିମୋନିଆ ଆଶଙ୍କା ବଢ଼ିବାରେ ଲାଗିଛି। ଆଗକୁ ଏହି ପ୍ରଦୂଷଣ ସ୍ତର ବୃଦ୍ଧିପାଇବ ବୋଲି ଜଣାପଡ଼ିଛି।...

ପାନପତ୍ର ସହ ମସଲାରେ ରହିଛି ଅନେକ ଔଷଧୀୟ ଗୁଣ: ଏସବୁ ସମସ୍ୟା କରେ ଦୂର

ପାନ ଖାଇବାକୁ ପ୍ରାୟ ସମସ୍ତଙ୍କୁ ଭଲ ଲାଗିଥାଏ। ସବୁଦିନେ ନ ଖାଇଲେ ମଧ୍ୟ କିଛି ସ୍ବତନ୍ତ୍ର ଦିନରେ ଏହାର ମଜାନେବାକୁ ପ୍ରାୟ ସମସ୍ତେ ଚାହିଁଥାନ୍ତି। ସେଥିରୁ...

ଅସ୍ଥିକୁ ସୁସ୍ଥ ରଖିବେ କିପରି ଧ୍ୟାନ ଦିଅନ୍ତୁ…

ଆମ ଶରୀରର ପ୍ରମୁଖ ଅଙ୍ଗ ମଧ୍ୟରୁ ଅସ୍ଥି ଅନ୍ୟତମ। ଏହା ଯଦି ଦୁର୍ବଳ ହୋଇଯାଏ ତେବେ ଆମେ କାମ କରିବା ତ ଅଲଗା କଥା, ଚାଲବୁଲ...

ତ୍ୱଚାରେ ଚମକ ଦେବ ଫ୍ରୁଟ୍‌ ମାସ୍କ

ତ୍ୱଚାରେ ଚମକ ଦେବ ଫ୍ରୁଟ୍‌ ମାସ୍କ କଦଳୀରେ ଭିଟାମିନ୍‌ ‘ବି’ ଏବଂ ‘ସି’ ଭରପୂର ମାତ୍ରାରେ ରହିଛି, ଯାହାକି ତ୍ୱଚାର ରଙ୍ଗ ସଫା କରିବା ସହ...

ମଧୁମେହ ନିୟନ୍ତ୍ରଣ କରେ ସେଓ ଚା’

ଫିଟ୍‌ ରହିବାକୁ ଏପର୍ଯ୍ୟନ୍ତ ସମସ୍ତେ ଗ୍ରୀନ୍‌ ଟି ଏବଂ କଫି ପିଇବାରେ ବ୍ୟସ୍ତ ଅଛନ୍ତି। କିନ୍ତୁ ଜାଣନ୍ତି ଆପଲ୍‌ ବା ସେଓ ଚା’ ସ୍ବାସ୍ଥ୍ୟ ପାଇଁ...

ହାର୍ଟ ଆଟାକ୍‌ରୁ ଦୂରେଇ ରହିବା ପାଇଁ ସକାଳେ ଏଥିରୁ ପିଅନ୍ତୁ ଅଧାକପ୍‌…

କଫି ଓ ଚା’ ହୃଦ୍‌ଘାତରୁ ମନୁଷ୍ୟକୁ ସୁରକ୍ଷା ଦେଇଥାଏ। କଫିରେ ଥିବା କାଫିନ୍‌ ଓ ଚା’ରେ ଥିବା ନିକୋଟାଇନ୍‌ ରକ୍ତରେ ମିଶିବା ଦ୍ୱାରା ରେଡ୍‌ ବ୍ଲଡ୍‌...

ହାର୍ଟ ଆଟାକ୍‌ ଆଶଙ୍କା ଦୂର କରେ ଏହି ପାଣି…

ପ୍ରତିଦିନ ସକାଳେ ଅଭ୍ୟାସ କରି ଅଧଗ୍ଲାସେ ହଳଦୀ ପାଣି ପିଇଲେ ଅନେକ ଉପକାର ମିଳିଥାଏ। ଫାଳେ ଲେମ୍ବୁ, ଗୋଟେ ଚାମଚର ଏକ ଚତୁର୍ଥାଂଶ ହଳଦୀ, ଗୋଟେ...

ଲଗାତର ମୁଣ୍ଡବିନ୍ଧୁଛି କି? ହୋଇପାରେ ବିପଜ୍ଜନକ

ମାଇଗ୍ରେନ୍‌ ସାମାନ୍ୟ ଭାବରେ ହେଉଥିବା ଏକ ପ୍ରକାର ମୁଣ୍ଡବିନ୍ଧା। ମାଇଗ୍ରେନ୍‌ ଗ୍ରସ୍ତ ଲୋକଙ୍କର ନିୟମିତ ମୁଣ୍ଡ ବିନ୍ଧିଥାଏ। ଅଧିକାଂଶ ସମୟରେ ଏହି ଯନ୍ତ୍ରଣା କାନ ଏବଂ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *