ଗଣେଶଙ୍କ ପୂଜାରେ କାହିଁକି ଲାଗେ ନାହିଁ ତୁଳସୀ…

ପ୍ରତିବର୍ଷ ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ ବିଘ୍ନରାଜଙ୍କୁ ପୂଜା କରାଯାଇଥାଏ। ତାଙ୍କ ପୂଜାରେ ବିଭିନ୍ନ ସାମଗ୍ରୀ ବ୍ୟବହାର କରାଯାଏ। ଏଇ ଯେମିତି ଦୂବ, ଅରୁଆଚାଉଳ, ଆମ୍ବଡାଳ, ବରକୋଳି ପତ୍ର ଆଦି ଅର୍ପଣ କରାଯାଇଥିାଏ। କିନ୍ତୁ ଗଜାନନଙ୍କ ପୂଜାରେ ତୁଳସୀ ବ୍ୟବହାର କରାଯାଏ ନାହିଁ। ଏହା ପଛରେ ଏକ ପୌରାଣିକ କାହାଣୀ ବି ରହିଛି। ଜାଣନ୍ତୁ ଏ ସମ୍ପର୍କରେ…

ଏକଦା ଗଣେଶ ଧ୍ୟାନମଗ୍ନ ଥିବାବେଳେ ଦେବୀ ତୁଳସୀ ସେହିବାଟ ଦେଇ ଯାଉଥିଲେ। ଗଣେଶଙ୍କ ରୂପରେ ବିମୋହିତ ହୋଇ ତୁଳସୀ ବିବାହ କରିବାକୁ ପ୍ରସ୍ତାବ ଦେଇଥିଲେ। ମାତ୍ର ପ୍ରଭୁ ଗଣେଶ ଦେବୀ ତୁଳସୀଙ୍କ ଏହି ପ୍ରସ୍ତାବରେ ରାଜି ହୋଇ ନ ଥିଲେ। କାରଣ ଗଣେଶ ନିଜ ବିଶାଳକାୟ ଚେହେରାକୁ ନେଇ ପଶ୍ଚାତାପ କରୁଥିଲେ। ଏଣୁ ସେ ତୁଳସୀଙ୍କୁ ବିବାହ କରିବାକୁ ମନା କରି ଦେଇଥିଲେ। ଏକଥା ଦେବୀ ତୁଳସୀଙ୍କୁ ଖୁବ୍‌ ବାଧିଥିଲା। ତେଣୁ ସେ ରାଗିଯାଇ ଗଣେଶଙ୍କୁ ଅଭିଶାପ ଦେଇଥିଲେ କି ତୁମେ ଦୁଇଟି ବିବାହ କରିବ। ଅବଶ୍ୟ ଗଣେଶ ପରବର୍ତ୍ତୀ ସମୟରେ ଏହି ଶାପ ଭୋଗ କରିଥିଲେ। ଅନ୍ୟପକ୍ଷରେ ସେବେଠାରୁ ଆଜିପର୍ଯ୍ୟନ୍ତ ଗଶେଶଙ୍କ ପୂଜାରେ ତୁଳସୀ ଲାଗେନାହିଁ।


All Right Reserved By Dharitri.Com

ମୁସଲମାନ ସମ୍ପ୍ରଦାୟର ଲୋକେ ଚାନ୍ଦା ଆଦାୟ କରି ନିର୍ମାଣ କଲେ କାଳୀ ମନ୍ଦିର, ମୌଲବୀ କଲେ ଉଦ୍‌ଘାଟନ

ପଶ୍ଚିମବଙ୍ଗରେ ମୁସଲମାନ ଭାଇଭଉଣୀମାନେ ଭାଇଚାରାର ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି। ବୀରଭୂମ୍‌ ଜିଲାର ବାସପୁରାରେ ରାସ୍ତା ନିର୍ମାଣ ପାଇଁ କାଳୀ ମନ୍ଦିର ଭାଙ୍ଗିଦିଆଯାଇଥିଲା। ଏଠାରେ...

ଗୋଟିଏ ଦିନରେ ୨୬ ଲକ୍ଷ ଟଙ୍କାର ଚକୋଲେଟ କିଣି ମହିଳା ଚର୍ଚ୍ଚାରେ

ସାଧାରଣ ଲୋକଙ୍କୁ ୨୬ ଲକ୍ଷ ଟଙ୍କା ରୋଜଗାର କରିବାକୁ ବର୍ଷ ବର୍ଷ ସମୟ ଲାଗିଯାଇଥାଏ। ଯେଉଁ ଟଙ୍କାକୁ ରୋଜଗାର କରିବାକୁ ଏତେ ସମୟ ଲାଗିଥାଏ ସେହି...

ବୁଢ଼ିଆଣୀ ପିଠିରେ ମଣିଷ ମୁହଁ

ସେଣ୍ଟ୍ରାଲ ଚାଇନାର ହ୍ୟୁନାନ୍‌ ଅଞ୍ଚଳରୁ ଏକ ଭିନ୍ନ ପ୍ରଜାତିର ବୁଢ଼ିଆଣୀ ପିଠିରେ ଅବିକଳ ମଣିଷ ମୁହଁ ଭଳି ଚିହ୍ନ ରହିଥିବା ଦେଖିବାକୁ ମିଳିଛି। ଏହି ବୁଢ଼ିଆଣୀର...

ଏହି ଗଛ ଦିଏ ବର୍ଷାର ଆଗୁଆ ସୂଚନା…

ଗୁଜରାଟରେ ରହିଛି କିଛି ଗଛ ଯିଏ ବର୍ଷା ସମ୍ପର୍କରେ ସୂଚନା ଦେଇଥାନ୍ତି । ଏହା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ତେବେ ଏହା...

ଏହି ଦେଶର ମହାରାଣୀଙ୍କ ପାଖରେ ନାହିଁ ପାସପୋର୍ଟ: ବୁଲି ସାରିଲେଣି ଶହେରୁ ଊର୍ଦ୍ଧ୍ୱ ଦେଶ

ପାସପୋର୍ଟ ବା ଭିଜା ନ ଥିଲେ ଜଣେ ବ୍ୟକ୍ତି ନିଜ ଦେଶ ବ୍ୟତୀତ ବିଦେଶ ଭ୍ରମଣ କରିପାରିବ ନାହିଁ। ହେଲେ ବ୍ରିଟେନର ମହାରାଣୀ ଏଲିଜାବେଥ-୨ ଏକମାତ୍ର...

ସବୁଠୁ ବଡ଼ ଟେବୁଲ୍‌ ଟେନିସ୍‌ ବ୍ୟାଟ୍‌

ଟେବୁଲ୍‌ ଟେନିସ୍‌ ଅନେକେ ଖେଳିଥିବେ। ନ ଖେଳିଥିଲେ ବି ତା’ର ଛୋଟ ଛୋଟ ବ୍ୟାଟ୍‌କୁ ନିଶ୍ଚୟ ଦେଖିଥିବେ। ଏହାକୁ ହାତରେ ସହଜରେ ଧରି ଖେଳି ହୁଏ।...

ଦେଶ ପାଇଁ ଶହୀଦ ହେଲେ ପୁଅ, ଏବେ ମା’ ୩୫୦ ପିଲାଙ୍କୁ ସେନାରେ ଭର୍ତ୍ତି ପାଇଁ କରୁଛନ୍ତି ପ୍ରସ୍ତୁତି

ଗାଜିଆବାଦ୍‌,୧୮।୧୧: ସାଧାରଣତଃ ଦେଶ ପାଇଁ ପୁଅ ଶହୀଦ୍‌ ହେବା ପରେ ମା’ବାପାମାନେ ଭାଙ୍ଗିପଡନ୍ତି। କିନ୍ତୁ ସବିତା ତିଓ୍ବାରୀଙ୍କ କ୍ଷେତ୍ରରେ ଏହାର ବ୍ୟତିକ୍ରମ ପରିଲକ୍ଷିତ ହୋଇଥାଏ। ପୁଅ...

ଏମିତି ମନ୍ଦିର, ଯେଉଁଠି ମାନବମୁଖରେ ପୂଜାପାନ୍ତି ଭଗବାନ ଶ୍ରୀଗଣେଶ

ସାଧାରଣତଃ ପ୍ରତ୍ୟେକ ମନ୍ଦିରରେ ଭଗବାନ ଶ୍ରୀଗଣେଶଙ୍କ ଗଜମୁଖ ସ୍ବରୂପ ପ୍ରତିମା ସ୍ଥାପିତ ହୋଇଥାଏ। କିନ୍ତୁ ଦକ୍ଷିଣ ଭାରତସ୍ଥିତ ଏକ ମନ୍ଦିରରେ ଏହାର ପରିବର୍ତ୍ତନ ଦେଖିବାକୁ ମିଳିଛି।...

Leave a comment

Your email address will not be published. Required fields are marked *