Posted inଖେଳ

ହାଇଦ୍ରାବାଦ ବିପକ୍ଷରେ ଧୋନୀଙ୍କୁ ବିଶ୍ରାମ

ହାଇଦ୍ରାବାଦ, ୧୭।୪ (ପି.ଟି.)- ୨୦୧୦ ପରଠାରୁ ପ୍ରଥମଥର ପାଇଁ ମହେନ୍ଦ୍ର ସିଂ ଧୋନୀ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଚେନ୍ନାଇ ସୁପର କିଙ୍ଗ୍ସର ନେତୃତ୍ୱ ନେଇନାହାନ୍ତି। ବୁଧବାର ଖେଳାଯାଇଥିବା ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍‌ରେ ତାଙ୍କୁ ବିଶ୍ରାମ ଦିଆଯାଇଛି। ତାଙ୍କ ଅନୁପସ୍ଥିତିରେ ସୁରେଶ ରାଇନା ଦଳର ନେତୃତ୍ୱ ନେଇଛନ୍ତି। ଧୋନୀ ବିଶ୍ରାମ ନେବାକୁ ଚାହୁଁଥିଲେ ଓ ସେ ପରବର୍ତ୍ତୀ ମ୍ୟାଚ୍‌ରେ ପ୍ରତ୍ୟାବର୍ତ୍ତନ କରିବେ ବୋଲି ରାଇନା କହିଛନ୍ତି। ଆଘାତ ସମସ୍ୟାକୁ ଏଡାଇବା ପାଇଁ ସେ ଆଗୁଆ ଏପରି ନିଷ୍ପତ୍ତି ନେଇଛନ୍ତି। ଗତ କୋଲକାତା ବିପକ୍ଷ ମ୍ୟାଚ ଖେଳିବା ଅବସରରେ ସେ ପିଠିରେ ଆଘାତ ପାଇଥିଲେ। ତେବେ ଏହା ଗୁରୁତର ହୋଇ ନ ଥିଲେ ମଧ୍ୟ ସେ ବିଶ୍ରାମ ନେବାକୁ ନିଷ୍ପତ୍ତି ନେଇଥିଲେ ବୋଲି ଟିମ୍‌ ମ୍ୟାନେଜମେଣ୍ଟ ତରଫରୁ ସୂଚନା ଦିଆଯାଇଛି। ମ୍ୟାଚ୍‌ ପୂର୍ବରୁ ଧୋନୀ ଫୁଟବଲ ଖେଳିଥିବାର ଦେଖାଯାଇଥିଲା। ଏହା ପରେ ରାଇନା ଟସ୍‌ ପକାଇବାକୁ ଆସିଥିଲେ। ଆଇପିଏଲ୍‌ରେ ଚତୁର୍ଥଥର ପାଇଁ ଧୋନୀ କୌଣସି ମ୍ୟାଚ୍‌ ଖେଳୁନାହାନ୍ତି।


All Right Reserved By Dharitri.Com

Posted inଖେଳ View All

୬ ବର୍ଷୀୟା ପାକିସ୍ତାନ ଝିଅକୁ ସାହାଯ୍ୟର ହାତ ବଢ଼ାଇଲେ ଗମ୍ଭୀର

ନୂଆଦିଲ୍ଲୀ,୨୦।୧୦- ପୂର୍ବତନ କ୍ରିକେଟର ତଥା ଭାଜପା ଏମ୍‌ପି ଗୌତମ ଗମ୍ଭୀରଙ୍କ ହସ୍ତକ୍ଷେପ ପରେ ଜଣେ ୬ ବର୍ଷୀୟା ପାକିସ୍ତାନ ଝିଅର ମେଡିକାଲ ଭିଜାକୁ ମଞ୍ଜୁରି ମିଳିଛି।...

ରାଓ୍ବଲପିଣ୍ଡି ଟେଷ୍ଟରେ ବର୍ଷା ବାଧା

ରାଓ୍ବଲପିଣ୍ଡି, ୧୨।୧୨: ଦଶନ୍ଧିପରେ ପାକିସ୍ତାନକୁ ଫେରିଥିବା ଟେଷ୍ଟ କ୍ରିକେଟ ବର୍ଷାଦ୍ୱାରା ବାଧାପ୍ରାପ୍ତ ହୋଇଛି। ପ୍ରଥମ ଦିବସରେ ୬୮.୧ ଓଭର ଖେଳ ହୋଇଥିବାବେଳେ ଗୁରୁବାର ଦ୍ୱିତୀୟ ଦିବସରେ...

କଳିଙ୍ଗ ଷ୍ଟାଡିୟମରେ କମଲ ହାସନ

ଭୁବନେଶ୍ୱର, ୨୦।୧୧(କ୍ରୀଡ଼ା ପ୍ରତିନିଧି)-ସମ୍ପ୍ରତି ଓଡ଼ିଶା ଗସ୍ତରେଥିବା ବଲିଉଡ ଅଭିନେତା ତଥା ଚଳଚ୍ଚିତ୍ର ନିର୍ମାତା ପଦ୍ମଶ୍ରୀ କମଲ ହାସନ ମଙ୍ଗଳବାର କଳିଙ୍ଗ ଷ୍ଟାଡିୟମ ପରିଦର୍ଶନ କରିଛନ୍ତି। ଷ୍ଟାଡିୟମରେ...

ଅଲିମ୍ପିକ୍‌ ମଶାଲ ରିଲେ ସ୍ଥଗିତ ରହିଲା

ଟୋକିଓ, ୨୫।୩ (ଏଏଫ୍‌ପି)- ଟୋକିଓରେ ଆୟୋଜନ ହେବାକୁ ଥିବା ଅଲିମ୍ପିକ୍ସର ୩୨ତମ ସଂସ୍କରଣକୁ ଘୁଞ୍ଚାଇ ଦିଆଯାଇଥିବା ବେଳେ ଏହାର ମାଶାଲ ରିଲେକୁ ମଧ୍ୟ ସ୍ଥଗତି ରଖାଯାଇଛି।...

ରିଅଲ ମାଡ୍ରିଡ୍‌ର ଟ୍ରେନିଂ ଆରମ୍ଭ

ମାଡ୍ରିଡ୍‌, ୧୨ା୫ (ଏପି)-ସ୍ପାନିଶ ଲିଗ୍‌ର ସଦ୍ୟତମ କ୍ଲବ ଭାବେ ରିଅଲ ମାଡ୍ରିଡ୍‌ ବ୍ୟକ୍ତିଗତ ଟ୍ରେନିଂ ଆରମ୍ଭ କରିଛି। କରୋନାଭାଇରସ୍‌ ମହାମାରୀ ଯୋଗୁ ଦୁଇ ମାସ ଧରି...

୨ୟ ଅନ୍‌ଅଫିସିଆଲ ଦିନିକିଆ: ଭାରତ ଏ’ ୨-୦ରେ ସିରିଜ ଅଗ୍ରଣୀ

ନର୍ଥ ସାଉଣ୍ଡ (ଆଣ୍ଟିଗୁଆ), ୧୫।୭ (ପି.ଟି.)- ଘରୋଇ ଓ୍ବେଷ୍ଟଇଣ୍ଡିଜ-ଏ ବିପକ୍ଷରେ ଏଠାରେ ଅନୁଷ୍ଠିତ ୨ୟ ଅନ୍‌ଅଫିସିଆଲ ଦିନିକିଆ ମ୍ୟାଚ୍‌କୁ ମନୀଷ ପାଣ୍ଡେଙ୍କ ନେତୃତ୍ୱାଧୀନ ଭାରତ-ଏ ଦଳ...

ସ୍ବିତୋଲିନା ସେମିଫାଇନାଲରେ

ନ୍ୟୁୟର୍କ,୪ା୯- ପଞ୍ଚମ ସିଡ୍‌ ତଥା ୟୁକ୍ରେନ୍‌ର ଏଲିନା ସ୍ବିତୋଲିନା ୟୁଏସ୍‌ ଓପନ ଗ୍ରାଣ୍ଡସ୍ଲାମ ଟେନିସ ଚାମ୍ପିୟନଶିପ୍‌ ମହିଳା ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ମଙ୍ଗଳବାର ଏକ...

ନାଡା ଶୃଙ୍ଖଳାଗତ ପ୍ୟାନେଲରେ ପୁଣି ଅଖିଲ୍‌

ନୂଆଦିଲ୍ଳୀ,୧୨।୫(ପି.ଟି.): ପୂର୍ବତନ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ପଦକ ବିଜେତା ବକ୍ସର ଅଖିଲ୍‌ କୁମାରଙ୍କୁ ପୁଣି ଥରେ ଜାତୀୟ ନିଶା ନିବାରଣ ସଂସ୍ଥା (ନାଡା) ଶୃଙ୍ଖଳାଗତ କମିଟିରେ...

Leave a comment

Your email address will not be published. Required fields are marked *