ପାନୀୟଜଳ, ପକ୍କାରାସ୍ତା, ବିଦ୍ୟୁତ୍‌ରୁ ବଞ୍ଚିତ

ଖଜୁରିପଡା,୨୦ା୫(ଡି.ଏନ.ଏ.)-କନ୍ଧମାଳ ଜିଲା ଖଜୁରିପଡା ବ୍ଲକ ବିଲାବାଡି ପଞ୍ଚାୟତର ମେଣିଆଁକୋଠି ଗାଁ। ଜଙ୍ଗଲ ଘେରା ଏହି ଗାଁରେ ୧୫ ପରିବାର ରହୁଥିବାବେଳେ ଜନସଂଖ୍ୟା ୬୦ରୁ ୭୦। ସ୍ବାଧୀନତାର ୭୨ବର୍ଷ ବିତିଥିଲେ ମଧ୍ୟ ଗାଁକୁ ପକ୍କାରାସ୍ତା, ପାନୀୟଜଳ ଓ ବିଦ୍ୟୁତ୍‌ ବ୍ୟବସ୍ଥା ନାହିଁ। ଭୋଟ ଆସିଲେ ନେତାଙ୍କ ପାଦପଡେ, ବହୁ ପ୍ରତିଶ୍ରୁତି ମିଳେ, ମାତ୍ର ଭୋଟ ସରିଗଲେ ଆଉ ଦେଖା ମିଳେନାହିଁ। ଏବେ ଏହି ଗାଁ ଖଜୁରିପଡା ବ୍ଲକ ବିଲାବାଡି ପଞ୍ଚାୟତରୁ ବାହାର କରାଯାଇ ଫୁଲବାଣୀ ବ୍ଲକ ତୁଡିପାଜୁ ପଞ୍ଚାୟତରେ ସାମିଲ କରାଯାଇଥିବା ଶୁଣିବାକୁ ମିଳୁଛି। ମାତ୍ର ଗ୍ରାମବାସୀ ଏବେବି ମୌଳିକ ସମସ୍ୟାରୁ ବଞ୍ଚତ୍ତ। ଗାଁକୁ ପକ୍କା ରାସ୍ତା ନ ଥିବାବେଳେ ଲୋକେ ଜଙ୍ଗଲ ରାସ୍ତା ଦେଇ ଯାତାୟାତ କରୁଛନ୍ତି।
ପିଇବା ପାଣିର ବ୍ୟବସ୍ଥା ନଥିବାରୁ ନାଳ, ଝରଣା ଓ ଚୁଆ ଉପରେ ନିର୍ଭର କରିଥାନ୍ତି ଗ୍ରାମବାସୀ। ଖରାଦିନରେ ଅବସ୍ଥା ଶୋଚନୀୟ ହୋଇପଡେ। ପିଡିଏସ୍‌ ଚାଉଳ ପାଇଁ ୧୦ କିମି ଦୂର ଭେଟଖୋଲ ଚାଲିକି ଯିବାକୁ ପଡୁଛି ବୋଲି କହିଛନ୍ତି ଗ୍ରାମବାସୀ। କିଛିଦିନ ତଳେ ଗ୍ରାମର ସମସ୍ୟା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଫୁଲବାଣୀ ବିଡିଓ ସୁବ୍ରତ କୁମାର ଜେନା ଓ ବ୍ଲକ ଅଧ୍ୟକ୍ଷା ମଞ୍ଜୁ କହଁର ଗାଁକୁ ଯାଇ ସମସ୍ୟାର ଅନୁଧ୍ୟାନ କରିଥିଲେ। ସେଠାରୁ ଆସି ଅବ୍ୟବସ୍ଥା ସମ୍ପର୍କରେ ଜିଲାପାଳଙ୍କୁ ଅବଗତ କରାଇଥିଲେ। ଜିଲାପାଳ ଡ. ବୃନ୍ଦା ଡି ଗ୍ରାମ ଲୋକଙ୍କୁ ଡକାଇ ସେଠାରୁ ପାଖ ପଡିଶା ଗ୍ରାମକୁ ଯାଇ ଥଇଥାନ ହେବାକୁ ପରାମର୍ଶ ଦେଇ ଜାଗା ଓ ବାସଗୃହ ଦିଆଯିବ ବୋଲି କହିଥିଲେ। କିନ୍ତୁ ଗ୍ରାମବାସୀ କହିବା କଥା, ସେଠାରେ ଆମର ଜମିବାଡି, ଘରଦ୍ୱାର ଅଛି ଆମେ ଅନ୍ୟକୁଆଡେ ଯିବୁନାହିଁ। ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଫୁଲବାଣି ବ୍ଲକର ତୁଡିପାଜୁ ପଞ୍ଚାୟତ ନୂଆ ପଞ୍ଚାୟତ। ଏଥିରେ ଆମ୍ଭ ଗ୍ରାମକୁ ମିଶାଯାଇଥିବାରୁ ଆହୁରି ଅଡୁଆ ହେଲା। ସୁଡ୍ରେଜୁ ପଞ୍ଚାୟତ ବରଂ ଭଲ ଥିଲା ବୋଲି କହିଛନ୍ତି ଗ୍ରାମବାସୀ। ଫୁଲବାଣୀ ବ୍ଲକ ଓ ତୁଡିପାଜୁ ପଞ୍ଚାୟତକୁ ଯଦି ଆମ୍ଭମାନଙ୍କୁ ନିଆଯାଇଛି। ଯଥାଶୀଘ୍ର ସମସ୍ୟା ଦୂର କରି ରାସ୍ତା କରିଦେଲେ ଆମ୍ଭେ ମାନେ ଉନ୍ନତି କରିପାରିବୁ ବୋଲି କହିଥିଲେ।

 


All Right Reserved By Dharitri.Com

ପ୍ରବଳ ବର୍ଷାରେ ଅଞ୍ଚଳ ଜଳମଗ୍ନ

ସୋରଡ଼ା,୬।୯(ଡି.ଏନ.ଏ.)-ଅନବରତ ବର୍ଷା ଯୋଗୁ ସୋରଡ଼ା ଅଞ୍ଚଳ ଜଳମଗ୍ନ ହୋଇ ରହିଛି। ସହରର ବାଂକ ବଜାର, ଖଦାଳ ସାହିରେ ନାଳ ପାଣି ରାସ୍ତା ଉପରେ ଭାସିବା ସହ...

ପାଣି ଚିନ୍ତା, ବର୍ଷା ଉପରେ ଭରସା: ଗଞ୍ଜାମ ଜିଲାରେ ଖରିଫ ଫସଲ

ଛତ୍ରପୁର,୫ା୭(ଡି.ଏନ.ଏ.)- ଗଞ୍ଜାମ ଜିଲାରେ ଚଳିତବର୍ଷ ହେବାକୁ ଥିବା ଖରିଫ୍‌ ଫସଲ ପାଇଁ ଚାଷୀଙ୍କୁ ପାଣି ଚିନ୍ତା ଘାରିଛି। ଜିଲାରେ ହେଉଥିବା ଖରିଫ ଫସଲକୁ ଜଳସେଚନର ଅଭାବ...

ଭଷାଣି ବେଳେ ଯୁବକଙ୍କୁ ହତ୍ୟା ଉଦ୍ୟମ: ୭ ଅଭିଯୁକ୍ତ ଗିରଫ, ମାରଣାସ୍ତ୍ର ଜବତ

ବ୍ରହ୍ମପୁର ଅଫିସ,୧୮ା୯-ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଭାବିନୀପୁର ଗ୍ରାମରେ ଗତ ୧୫ ତାରିଖ ରାତିରେ ଗଣେଶ ମୂର୍ତ୍ତି ଭାଷାଣି ବେଳେ ଜଣେ ଯୁବକଙ୍କୁ ହତ୍ୟା ଉଦ୍ୟମ...

ହାଣ୍ଡି ମାଠିଆ ଧରି ରାସ୍ତାରେ ବସିଲେ ମହିଳା

ପୁରୁଷୋତ୍ତମପୁର,୧୫।୭(ଡି.ଏନ୍‌.ଏ.)-ପୁରୁଷୋତ୍ତମପୁର ବ୍ଲକ ବଡ ବରଗାଁରେ ଦୀର୍ଘଦିନ ହେଲା ପାନୀୟ ଜଳର ସଙ୍କଟ ଦେଖାଦେଇଛି। ଲୋକେ ପୋଖରୀ ପାଣିପିଇ ରୋଗାକ୍ରାନ୍ତ ହେଉଛନ୍ତି। ସମସ୍ୟା ସମାଧାନ ପାଇଁ ବ୍ଲକ...

୩୫ କୁଇଣ୍ଟାଲ ଗଞ୍ଜେଇ ଜବତ, ୪ ଗିରଫ

ସୋରଡା,୧୩-୯(ଡି.ଏନ୍‌.ଏ.):ଗଞ୍ଜାମ ଜିଲା ବଡଗଡ଼ ପୋଲିସ ଗୁରୁବାର ଏକ ବଡଧରଣର ଗଞ୍ଜେଇ ଚୋରାଚାଲାଣ ଉଦ୍ୟମ ପଣ୍ଡ କରିଛି। ଯାଞ୍ଚବେଳେ ୪୦୭ ଟ୍ରକ୍‌, ପିକ୍‌ଅପ୍‌, ବୋଲେରୋ ଓ ଏକ...

ଛାତ୍ରୀଙ୍କୁ ଅଶ୍ଳୀଳ ଇଙ୍ଗିତ ଅଭିଯୋଗ: ଜେଲଗଲେ ୨ ଯୁବକ

ଆସିକା,୨୦ା୧୧(ଡି.ଏନ୍‌.ଏ.):  ଆସିକା ଥାନା ଇଲାକାରେ ଜଣେ ଛାତ୍ରୀଙ୍କୁ ଅଶ୍ଳୀଳ ଇଙ୍ଗିତ ଦେବା ଅଭିଯୋଗରେ ପୋଲିସ ବୁଧବାର ୨ ଯୁବକଙ୍କୁ ଗିରଫ କରିଛି। ସେମାନେ ହେଲେ ଦୀପକ...

ଗାଡ଼ି ଯାଞ୍ଚ ନାଁରେ ଚାନ୍ଦା ଆଦାୟ, ପୋଲିସ ଏଏସ୍‌ଆଇ ନିଲମ୍ବିତ

ବ୍ରହ୍ମପୁର ଅଫିସ, ୭।୯: ଟ୍ରାଫିକ ନିୟମ ଅନୁସାରେ ପୋଲିସ ଯାନବାହନଗୁଡ଼ିକର କାଗଜପତ୍ର ଯାଞ୍ଚ କରୁଛି। ହେଲେ ଗାଡ଼ି ଯାଞ୍ଚ ନା’ରେ ଚାନ୍ଦା ଆଦାୟ କରିବା ଏବେ...

ଆରସିରୋଡରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ

ଭଞ୍ଜନଗର,୧୭।୭(ଡି.ଏନ.ଏ) -ଭଞ୍ଜନଗର ସହର ଆର୍‌ସିରୋଡ଼କୁ ଅଧିକାଂଶ ଲୋକେ ବର୍ଷବର୍ଷ ଧରି ଜବରଦଖଲ କରି ରଖିଥିଲେ। ଫଳରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଥିଲା। ବିଭିନ୍ନ ସମୟରେ ଜବରଦଖଲ...

Leave a comment

Your email address will not be published. Required fields are marked *