ଇମ୍ରାନଙ୍କ ପରେ ଏବେ ପାକିସ୍ତାନ ସେନାମୁଖ୍ୟ ଦେଲେ ଭାରତକୁ ଚେତାବନୀ

ଇସ୍‌ଲାମାବାଦ,୩୧।୮: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟାଇ ଦିଆଯିବା ପରେ ପାକିସ୍ତାନ ଏକ ପ୍ରକାର ରକ୍ତ ଚାଉଳ ଚୋବାଉଛି। ଯଦିଓ ଭାରତର ଏହା ଆଭ୍ୟନ୍ତରୀଣ ମାମଲା ତଥାପି ଏହାକୁ ନେଇ ପାକିସ୍ତାନ ବିଶ୍ୱର ଅନେକ ଦେଶଙ୍କ ମଧ୍ୟସ୍ଥତା ମଧ୍ୟ ଲୋଡି ସାରିଲାଣି। ହେଲେ ଏଥିରେ କେହି ତାକୁ ସହଯୋଗ କରୁ ନାହାଁନ୍ତି। ଏହାକୁ ନେଇ ପ୍ରଥମେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଭାରତକୁ ପରମାଣୁ ଯୁଦ୍ଧର ଧମକ ଦେଇଥିବା ବେଳେ ଏବେ ପାକିସ୍ତାନ ସେନା ମୁଖ୍ୟ ମଧ୍ୟ ଭାରତକୁ ଚେତାବନୀ ଦେଇଛନ୍ତି। ଜେନେରାଲ କ୍ୱାମର ଜାଭେଦ ବାଜଓ୍ବା କହିଛନ୍ତି କଶ୍ମୀର ସମସ୍ୟା ପାଇଁ କେବେ ସୀମାରେ ଶାନ୍ତି ପ୍ରତିଷ୍ଠା ହୋଇ ପାରିବ ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି ଭାରତ ପକ୍ଷରୁ ଯଦି କୌଣସି ହିଂସାର ସୂତ୍ରପାତ ହୁଏ ତେବେ ତା’ର କଡା ଜବାବ ଦିଆଯିବ।


All Right Reserved By

ଡ୍ରାଗନ୍‌ର ନୂଆ ଯୋଜନା: ନେପାଳ ସ୍କୁଲରେ ଚାଇନା ଭାଷା ବାଧ୍ୟତାମୂଳକ

କାଠମାଣ୍ଡୁ,୧୫।୬: ନେପାଳରେ ନିଜର ପତିଆରା ବୃଦ୍ଧି ପାଇଁ ଚାଇନା ନୂଆ ଯୋଜନା କରିଛି। ଏହି ଯୋଜନା ଅନ୍ତର୍ଗତ ନେପାଳ ସ୍କୁଲରେ ଚାଇନା ଭାଷାକୁ ବାଧ୍ୟତାମୂଳକ କରାଯାଇଛି।...

ଚାଇନା ରାଷ୍ଟ୍ରପତିଙ୍କ ଭଳି କାର୍ଯ୍ୟ କରିବାକୁ ଚାହୁଁଛନ୍ତି ଇମ୍ରାନ

ବେଜିଂ,୯।୧୦: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ କହିଛନ୍ତି ସେ ଚାଇନା ରାଷ୍ଟ୍ରପତିଙ୍କ କାମକୁ ଅନୁସରଣ କରିବାକୁ ଚାହୁଁଛନ୍ତି। କାରଣ ଚାଇନା ଯେମିତି ଭ୍ରଷ୍ଟାଚାର ମାମଲାରେ ପ୍ରାୟ...

କଙ୍ଗୋରେ ଭାରତୀୟ ଲ୍ୟୁଟନାଟ୍‌ କର୍ନଲ ଗୌରବ ସୋଲାଙ୍କି ନିଖୋଜ

କିନଶାସା,୧୨।୯: ଜାତିସଂଘ ଶାନ୍ତି ସେନାରେ ନିୟୋଜିତ ଥିବା ଭାରତୀୟ ଲ୍ୟୁଟନାଟ୍‌ କର୍ନଲ ଗୌରବ ସୋଲାଙ୍କି ଗତ ୫ ଦିନ ଧରି ନିଖୋଜ ଅଛନ୍ତି। ସେ କଙ୍ଗୋରେ...

ଆପଲ୍‌ ଘଣ୍ଟା ବଞ୍ଚାଇଲା ପର୍ବତାରୋହୀଙ୍କ ଜୀବନ: ଫେସବୁକ୍‌ରେ ଭାଇରାଲ; ୨ ଲକ୍ଷ କଲେଣି ଶେୟାର

ଓ୍ବାଶିଂଟନ,୨୪।୯: ଆପଲ ଘଣ୍ଟାର ସିରିଜ୍‌-୪ରେ ଫଲ୍‌ ଡିଟେକସନ୍‌ ସୁବିଧା ରହିଛି। ଏହାଦ୍ୱାରା ଘଣ୍ଟା ପିନ୍ଧିଥିବା ବ୍ୟକ୍ତି ଯଦି ବାଟରେ କୌଣସି ସ୍ଥାନରେ ପଡ଼ି ଯାଆନ୍ତି ତେବେ...

ବ୍ୟାୟାମ କଲେ ବୃଦ୍ଧିପାଏ ବୟସ୍କଙ୍କ ସ୍ମରଣ ଶକ୍ତି

ନ୍ୟୁୟର୍କ:  ବ୍ୟାୟାମ କଲେ ବୟସ୍କମାନଙ୍କ ମସ୍ତିଷ୍କର କାର୍ଯ୍ୟଦକ୍ଷତା ଓ ସ୍ମରଣ ଶକ୍ତି ବୃଦ୍ଧି ପାଏ  । ଆମେରିକାରେ ହୋଇଥିବା ଏକ ଗବେଷଣାରୁ ଏହା ଜାଣିବାକୁ ମିଳିଛି।...

ଇମ୍ରାନଙ୍କ ଧମକ: କହିଲେ, ଭାରତ ସହ ଯୁଦ୍ଧ ଚାହୁଁନୁ, ସୁଯୋଗ ମିଳିଲେ ଦେବୁ ଦୃଢ ଜବାବ

ଇସଲମାବାଦ୍‌,୯।୮: ଜମ୍ମୁ-କଶ୍ମୀରୁ ୩୭୦ ଉଚ୍ଛେଦ ପରେ ବ୍ୟତିବ୍ୟସ୍ତ ହୋଇପଡିଛି ପାକିସ୍ତାନ। ଭାରତଠାରୁ ବ୍ୟାପାରିକ ଏବଂ କୁଟନୈତିକ ସମ୍ପର୍କ ଛିନ୍ନ କରିଛି ପାକିସ୍ତାନ। ଭାରତ ସହ ଆମେ...

କଶ୍ମୀର ନୁହେଁ ଚାଇନାରେ ବାସ କରୁଥିବା ମୁସଲମାନ୍‌ଙ୍କ ଚିନ୍ତା କରୁ ପାକିସ୍ତାନ: ଆମେରିକା

ଜେନେଭା, ୨୮।୯: ଆମେରିକା ପକ୍ଷରୁ ଜାତିସଂଘରେ ଆମେରିକା ପକ୍ଷରୁ କଡ଼ାଜବାବ ମିଳିଛି। ଆମେରିକା କହିଛି ଯେ, ପାକିସ୍ତାନ କଶ୍ମୀରରେ ବାସ କରୁଥିବା ମୁସଲମାନ୍‌ଙ୍କ ଚିନ୍ତା ନ...

ଜେଲ୍‌ରୁ ମୁକୁଳିବା ପାଇଁ ୨ ମିତ୍ର ରାଷ୍ଟ୍ରର ସହଯୋଗ ଲୋଡୁଛନ୍ତି ଶରିଫ: ଇମ୍ରାନ

ଇସ୍‌ଲାମାବାଦ୍‌,୨।୭: ଜେଲ୍‌ରେ ବନ୍ଦୀ ଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫ ମୁକୁଳିବା ପାଇଁ ୨ମିତ୍ର ରାଷ୍ଟ୍ରର ସହଯୋଗ ଲୋଡିଥିବା ନେଇ କହିଛନ୍ତି ପାକିସ୍ତାନର ବର୍ତ୍ତମାନ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *