ବେଳାଭୂମିରୁ ବିଦେଶୀ ନାଗରିକଙ୍କ ଗଳିତ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ

ପାରାଦୀପ,୩୧।୮(ସ୍ବ.ପ୍ର.): ପାରାଦୀପ ବନ୍ଦର ୫ ନଂ ଗେଟ୍‌ ପାଖ ହନୁମାନ ମନ୍ଦିର ସୀମା ସମୁଦ୍ର ବେଳାଭୂମିରୁ ଶନିବାର ସକାଳେ ଜଣେ ବ୍ୟକ୍ତିଙ୍କ ଗଳିତ ମୃତଦେହକୁ ପୋଲିସ ଉଦ୍ଧାର କରିଛି। ମୃତକଙ୍କ ଶାରିରୀକ ଗଠନ ଓ ବର୍ଣ୍ଣରୁ ସେ ଜଣେ ବିଦେଶୀ ବୋଲି ଅନୁମାନ କରାଯାଉଛି। ହେଲେ ମୃତକଙ୍କ ପରିଚୟ ମିଳିନାହିଁ। ତେବେ ସେ କୌଣସି ପଣ୍ୟବହାରୀ ଜାହାଜର ନାବିକ ହୋଇଥାଇପାରନ୍ତି ସନ୍ଦେହ କରି ପୋଲିସ ସେ ଦିଗରେ ମଧ୍ୟ ତଦନ୍ତ ଚଳାଇଛି। ଏଥିପାଇଁ ଜଟାଧାର ମୁହାଁଣ ସାମୁଦ୍ରିକ ଥାନା ପୋଲିସ ଇମିଗ୍ରେସନ(ଆପ୍ରବସାନ) ବିଭାଗର ସହାୟତା ଲୋଡ଼ିଛି।

ସୂଚନାନୁଯାୟୀ, ଉକ୍ତ ସ୍ଥାନରେ ମୂତୟନ ଥିବା ସିଆଇଏସ୍‌ଏଫ୍‌(କେନ୍ଦ୍ରୀୟ ଶିଳ୍ପ ସୁରକ୍ଷାବଳ) ଯବାନମାନେ ସକାଳେ ମୃତଦେହକୁ ଦେଖି ପୋଲିସକୁ ଖବର ଦେଇଥିଲେ। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ଅପମୃତ୍ୟୁ ମାମଲା(୩/୧୯) ରୁଜୁ କରିଛି। ମୃତକ ଚାଇନା କିମ୍ବା ଦକ୍ଷିଣ କୋରିଆର ନାଗରିକ ଏବଂ ଦୁଇ ରୁ ତିନି ଦିନ ତଳେ ତାଙ୍କ ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି।


All Right Reserved By

୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ

ଭୁବନେଶ୍ୱର, ୨୦।୬(ବ୍ୟୁରୋ): ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ ବାୟୁ। ପ୍ରାଥମିକ ପର୍ଯ୍ୟାୟରେ ଏହା ଦକ୍ଷିଣ ଓଡ଼ିଶାରେ ସକ୍ରିୟ ହେବା ପରେ ସାରା...

ଶ୍ରୀମନ୍ଦିର ପାଇଁ ୨୫ ପ୍ଲାଟୁନ ଫୋର୍ସ

ପୁରୀ ଅଫିସ, ୧୬ା୬: ଦବସ୍ନାନ ପୂର୍ଣ୍ଣିମା ସହ ସୋମବାର ମହାପ୍ରଭୁଙ୍କ ହାତୀବେଶ ଅନୁଷ୍ଠିତ ହେବ। ଏହାକୁ ଦେଖିବା ଲାଗି ପୁରୀରେ ଭକ୍ତଙ୍କ ପ୍ରବଳ ସମାଗମ ହେବ।...

ଭଦ୍ରକ ଜିଲା ସ୍କୁଲରେ ‘ରାଷ୍ଟ୍ରୀୟ ହିନ୍ଦୀ ଦିବସ’ ପାଳିତ

ଭଦ୍ରକ ଅଫିସ,୧୪।୯: ଭଦ୍ରକ ଜିଲା ସ୍କୁଲ ପରିସରରେ ଶନିବାର ରାଷ୍ଟ୍ରିୟ ହିନ୍ଦୀ ଦିବସ ପାଳିତ ହୋଇଯାଇଛି। ଜିଲା ହିନ୍ଦୀ ଶିକ୍ଷକ ସଂଘ ପକ୍ଷରୁ ଏହି କାର୍ଯ୍ୟକ୍ରମ...

ବ୍ୟାଟେରି ଚୋରି ଅଭିଯୋଗ ପର୍ଦ୍ଦାଫାଶ: ଅଭିଯୁକ୍ତ ଗିରଫ

ଚାନ୍ଦବାଲି,୨୮।୭(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଚାନ୍ଦବାଲି ଥାନା ଅଞ୍ଚଳରୁ ବିଭିନ୍ନ ଟ୍ରାକ୍ଟର, ଟ୍ରକରୁ ବ୍ୟାଟେରି ଚୋରି ଅଭିଯୋଗ ହେଉଥିବା ବେଳେ ଶନିବାର ସନ୍ଧ୍ୟାରେ ପୋଲିସ ଜଣେ ଅଭିଯୁକ୍ତଙ୍କୁ...

ତିନି ଦିନ ଯାଏ ବର୍ଷା

ଭୁବନେଶ୍ୱର, ୬।୮(ବ୍ୟୁରୋ): ଆସନ୍ତା ୬ରୁ ୮ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲାରେ ବର୍ଷା ଲାଗି ରହିବ। ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା...

୩ ଝିଅଙ୍କୁ ହତ୍ୟା କରି ବାପାଙ୍କ ଆତ୍ମହତ୍ୟା

କେନ୍ଦୁଝର/ ଆନନ୍ଦପୁର,୧୫ା୬( ସ୍ବ.ପ୍ର.) :କେନ୍ଦୁଝର ଜିଲା ଆନନ୍ଦପୁର ଥାନାଠାରୁ ୪୦ କି.ମି. ଦୂର ଉଲିିବସା ଗ୍ରାମର ଏକ ଘରୁ ଶୁକ୍ରବାର ୩ରୁ ୯ ବର୍ଷ ବୟସର...

ନିୟମଗିରି ଅଞ୍ଚଳରେ ହାତୀ ଉପଦ୍ରବ: ଏକର ଏକର ଚାଷ ନଷ୍ଟ : କ୍ଷତିପୂରଣ ଦାବି

ଭବାନୀପାଟଣା,୧୩।୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ନିୟମଗିରି ପାଦଦେଶରେ ଥିବା ଗାଁ ଗୁଡିକରେ ଗତ କିଛି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ହାତୀପଲ ଗାଁ ମୁହଁା...

ଶ୍ରୀଲୋକନାଥଙ୍କ ପୀଠରେ ଜଳ ଲାଗିକଲେ ୩୨ ହଜାର କାଉଡ଼ିଆ

ପୁରୀ ଅଫିସ, ୨୯ା୭: ଶ୍ରାବଣ ମାସ ଦ୍ୱିତୀୟ ସୋମବାର ଶ୍ରୀଲୋକନାଥଙ୍କ ପୀଠରେ କାଉଡ଼ିଆଙ୍କ ପ୍ରବଳ ଭିଡ଼ ହୋଇଥିଲା। ରାଜ୍ୟର ବିଭିନ୍ନ ନଦୀରୁ ଜଳ ଆଣି ୩୨,୩୦୦...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *