ଏନ୍‌ଏଚ୍‌ ନିର୍ମାଣ,ମରାମତି ପୂର୍ବରୁ ରାଜ୍ୟର ପରାମର୍ଶ ନିଆଯାଉ

ଭୁବନେଶ୍ୱର,୩୧ା୮(ବ୍ୟୁରୋ): ଓଡ଼ିଶା ମଧ୍ୟ ଦେଇ ଯାଇଥିବା ଜାତୀୟ ରାଜପଥ(ଏନ୍‌ଏଚ୍‌)ଗୁଡ଼ିକର ନିର୍ମାଣ, ରକ୍ଷଣାବେକ୍ଷଣ ନେଇ ବିଧାନସଭା ପୂର୍ତ୍ତ ବିଭାଗ ସ୍ଥାୟୀ କମିଟିରେ ଉଦ୍‌ବେଗ ପ୍ରକାଶ ପାଇଛି। ବିଶେଷ କରି ରାଜ୍ୟ ସରକାରଙ୍କ ସହ ଆଲୋଚନା ନ କରି ଜାତୀୟ ରାଜପଥଗୁଡିକର ନିର୍ମାଣ କରାଯାଉଛି। ପରେ ରାସ୍ତାର ଓସାର, ସ୍ଥଳ ବିଶେଷରେ ୱାଟର ଲଗିଂ ସମସ୍ୟା ଦେଖାଦେଉଛି। ଅସରାଏ ବର୍ଷା ହେଲେ ରାଜଧାନୀସ୍ଥିତ ଇସ୍କନ ମନ୍ଦିର ସମ୍ମୁଖରେ ପାଣି ଜମିବା ପ୍ରସଙ୍ଗ ଆଲୋଚନା ହୋଇଥିଲା। ତେଣୁ ରାଜ୍ୟରେ ଏନ୍‌.ଏଚ୍‌. ନିର୍ମାଣ, ମରାମତି ଏବଂ ରକ୍ଷଣାବେକ୍ଷଣ ପାଇଁ ଏନ୍‌ଏଚ୍‌ଏଆଇ ରାଜ୍ୟ ସରକାରଙ୍କ ସହ ଆଲୋଚନା କରୁ ବୋଲି କମିଟି ପରାମର୍ଶ ଦେଇଛି। ସେହିପରି କମିଟିର ସଦସ୍ୟମାନେ ବୈଠକରେ ନିଜ ନିଜ ନିର୍ବାଚନମଣ୍ଡଳୀର ରାସ୍ତା,କୋଠାବାଡ଼ି ସମ୍ପର୍କିତ ପ୍ରସ୍ତାବ ରଖିଥିଲେ। ବୈଠକରେ ପୂର୍ତ୍ତ ବିଭାଗ କମିଶନର ତଥା ସଚିବ କ୍ରିଷ୍ଣନ କୁମାର ବିଭାଗ ସମ୍ପର୍କିତ ବିବରଣୀ ଉପସ୍ଥାପନ କରିଥିଲେ। ଗତ ୫ ବର୍ଷରେ ଧାର୍ଯ୍ୟଲକ୍ଷ୍ୟଠାରୁ ବିଭାଗ ଅଧିକ ରାସ୍ତା ଏବଂ ପୋଲ ନିର୍ମାଣ କରିଛି। ଗ୍ରାମ୍ୟ ଉନ୍ନୟନ ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ତୁଳନାରେ ପୂର୍ତ୍ତ ବିଭାଗ ପ୍ରଦର୍ଶନ ଉତ୍ତମ ରହିଛି। ହେଲେ ପୂର୍ବାପେକ୍ଷା ବିଭାଗର ଅନୁଦାନ ହ୍ରାସ ପାଇଥିବା ସଚିବ ଉଲ୍ଲେଖ କରିଥିଲେ। ତେଣୁ ଷ୍ଟାଣ୍ଡିଂ କମିଟି ସଦସ୍ୟ ଅନୁଦାନ ବୃଦ୍ଧି ସମ୍ପର୍କିତ ଦାବି ଅର୍ଥ ଏବଂ ଯୋଜନା ଓ ସଂଯୋଜନା ବିଭାଗ ନିକଟରେ ରଖାଯାଉ ବୋଲି ମତ ଦେଇଥିଲେ। ଏହି ବୈଠକରେ ଅଧ୍ୟକ୍ଷ ପ୍ରଫୁଲ୍ଲ ସାମଲଙ୍କ ସମେତ ବିଧାୟକ ଅମର ପ୍ରସାଦ ଶତପଥୀ, ତାରାପ୍ରସାଦ ବାହିନୀପତି, ବିକ୍ରମ ପଣ୍ଡା, ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ, ପ୍ରକାଶ ସୋରେନ ଏବଂ ଜୟନ୍ତ ଷଡଙ୍ଗୀ ପ୍ରମୁଖ ଯୋଗ ଦେଇଥିଲେ। ବିଧାନସଭାର ୫୫ ନଂ. ରୁମ୍‌ରେ ଶୁକ୍ରବାର ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଅନୁରୂପ ଭାବେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଷ୍ଟାଣ୍ଡିଂ କମିଟି ବୈଠକ ମଧ୍ୟ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ବିଭିନ୍ନ ପୌରାଞ୍ଚଳରେ ଡ୍ରେନ୍‌, ସ୍ବେରେଜ ବ୍ୟବସ୍ଥା ସମ୍ପର୍କିତ ଆଲୋଚନା କରାଯାଇଥିଲା। ସେହିପରି ଉତ୍ତର-ଭୁବନେଶ୍ୱର ବିଧାୟକ ସୁଶାନ୍ତ କୁମାର ରାଉତ ରାଜଧାନୀସ୍ଥିତ କଳାରାହାଙ୍ଗ ନିକଟରେ ଏକ ରେଲୱେ ଓଭରବ୍ରିଜ(ଆରଓବି) ପାଇଁ ପ୍ରସ୍ତାବ ଦେଇଥିଲେ।


All Right Reserved By

ମାଓବାଦୀଙ୍କ ଗୁଳିରେ ପୋଲିଂ କର୍ମଚାରୀଙ୍କ ମୃତ୍ୟୁ ମାମଲା: ଏନ୍‌ଏଚ୍‌ଆର୍‌ସିଙ୍କୁ ରିପୋର୍ଟ ଦେଲେ କନ୍ଧମାଳ ଏସ୍‌ପି

ଭୁବନେଶ୍ୱର,୧୫ା୬(ବ୍ୟୁରୋ): ୨୦୧୯ ନିର୍ବାଚନ ପରିଚାଳନା ପାଇଁ ବୁଥ୍‌କୁ ଯାଉଥିବାବେଳେ ମାଓବାଦୀଙ୍କ ଗୁଳିରେ କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ଲୁଇସିଂ ପଞ୍ଚାୟତର ଜିଆର୍‌ଏସ୍‌ ସଂଯୁକ୍ତା ଦିଗାଲଙ୍କ ମୃତ୍ୟୁ...

୧୫ ଯାଏ ହାଲୁକା ବର୍ଷା

ଭୁବନେଶ୍ୱର,୧୧।୭(ବ୍ୟୁରୋ): ରାଜ୍ୟରେ ମୌସୁମୀ ବାୟୁ ଦୁର୍ବଳ ରହିଛି। କେତେକ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେଉଥିବା ବେଳେ ଅନ୍ୟ କେତେକ ସ୍ଥାନରେ ଆଦୌ ବର୍ଷା...

୭ମ ଅର୍ଥନୈତିକ ଗଣନା-୨୦୧୯ ଆରମ୍ଭ:ଠିକ୍‌ ତଥ୍ୟ ସଂଗ୍ରହରେ ହେବ ଆର୍ଥିକ ବିକାଶ

ଢେଙ୍କାନାଳ ଅଫିସ,୨୭ା୮ ଭାରତ ସରକାରଙ୍କ ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରାଳୟ ଦ୍ୱାରା ପରିଚାଳିତ ୭ମ ଅର୍ଥନୈତିକ ଗଣନା ୨୦୧୯ ସୋମବାର ପୂର୍ବାହ୍ନରେ ଜିଲା କାର୍ଯ୍ୟାଳୟ...

ରାଜ୍ୟସ୍ତରୀୟ ପୋଲିସ ଶହୀଦ ସ୍ମୃତି ଦିବସ: ଶହୀଦ ଯବାନଙ୍କୁ ତୋପ ସଲାମି

କଟକ ଅଫିସ, ୨୨ା୧୦: କଟକ ବକ୍ସିବଜାରସ୍ଥିତ ରାଜ୍ୟ ପୋଲିସ ମୁଖ୍ୟାଳୟ ପରିସରରେ ୬୦ତମ ରାଜ୍ୟସ୍ତରୀୟ ପୋଲିସ ଶହୀଦ ସ୍ମୃତି ଦିବସ ସୋମବାର ପାଳିତ ହୋଇଯାଇଛି। ଏଥିରେ...

ବିଦ୍ୟୁତ୍‌ ସଂଯୋଗ ଦାବିରେ ରାସ୍ତାରୋକୋ

ନିମାପଡ଼ା,୧୩ା୬(ଡି.ଏନ୍‌.ଏ.): ବାତ୍ୟାକୁ ୪୦ଦିନ ବିତିଯାଇଥିଲେ ହେଁ ନିମାପଡ଼ା ବ୍ଲକ ଅନ୍ତର୍ଗତ ଶଗଡା, ଆଙ୍କୁଶୁପୁର, ଶଗଡ଼ା ହେଉଳି ଆଦି ଅଞ୍ଚଳକୁ ବିଦ୍ୟୁତ୍‌ ସଂଯୋଗ କି ପୁନରୁଦ୍ଧାର କାର୍ଯ୍ୟ...

୫ ଆଦିବାସୀ ଗ୍ରାମକୁ ପକ୍କାରାସ୍ତା ନାହିଁ

ଚିକିଟିି,୩ା୭(ଡି.ଏନ.ଏ.)-ଗଞ୍ଜାମ ଜିଲା ଚିକିଟି ବ୍ଲକରେ ଆଦିବାସୀ ଗ୍ରାମ ରହିଛି। ଏ ପର୍ଯ୍ୟନ୍ତ ସେହି ଗ୍ରାମଗୁଡିକୁ ଭଲ ପକ୍କା ରାସ୍ତାଟିଏ ନିର୍ମାଣ ହୋଇପାରିନାହିଁ। ଫଳରେ ଗମନାଗମନ କ୍ଷେତ୍ରରେ...

ଦୁଇ ଦୁର୍ଦ୍ଦାନ୍ତ ହାଇୱେ ଲୁଟେରା ଗିରଫ

ବଲାଙ୍ଗୀର ଅଫିସ, ୨୫ା୯: ବଲାଙ୍ଗୀର ଜିଲା ପୁଇଁତଲା ଥାନା ପୋଲିସ ଦୁଇ ଦୁର୍ଦ୍ଦାନ୍ତ ହାଇୱେ ଲୁଟେରାଙ୍କୁ ବୁଧବାର ଗିରଫ କରି କୋର୍ଟଚାଲାଣ କରିଛି । ଗିରଫ...

ଆଜିଠୁ ବିଧାନସଭାର ବଜେଟ୍‌ ଅଧିବେଶନ

ଭୁବନେଶ୍ୱର,୨୫।୬(ବ୍ୟୁରୋ): ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନ ମଙ୍ଗଳବାରଠାରୁ ଆରମ୍ଭ ହେବ। ଜୁନ ୨୫ରୁ ବିଧାନସଭା ଆରମ୍ଭ ହୋଇ ଦୁଇଟି ପର୍ଯ୍ୟାୟରେ ଅଗଷ୍ଟ ୮ ତାରିଖ ଯାଏ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *