Posted inଜାତୀୟ

ପ୍ରକାଶ ପାଇବ ଚୂଡ଼ାନ୍ତ ଏନ୍‌ଆର୍‌ସି

ନୂଆଦିଲ୍ଲୀ/ଗୁଆହାଟୀ,୩୧ା୮: ଆସାମ ପାଇଁ ପ୍ରଥମେ ପ୍ରକାଶ ପାଇଥିବା ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି)ରୁ ୪୧ ଲକ୍ଷରୁ ଊର୍ଦ୍ଧ୍ୱ ବାଦ୍‌ ପଡିଥିଲେ। ଏହାର ବର୍ଷେ ପରେ ଚୂଡ଼ାନ୍ତ ତାଲିକା ଶନିବାର ପ୍ରକାଶ ପାଇବାକୁ ଯାଉଛି। ଜମ୍ମୁ-କଶ୍ମୀରରୁ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ଓ ଉକ୍ତ ରାଜ୍ୟକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ ପରେ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ପାଳି ସରକାରରେ ଏହା ଏକ ବଡ଼ ପଦକ୍ଷେପ ହେବ। ଏନ୍‌ଆର୍‌ସି ତାଲିକା ପ୍ରକାଶ ପରେ ଉତ୍ତେଜନା ସୃଷ୍ଟି ହେବା ଆଶଙ୍କାରେ ଆସାମରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ସେଠାକୁ ଅତିରିକ୍ତ ଅର୍ଦ୍ଧସାମରିକ ବାହିନୀ ପଠାଯାଇଛି। ସୋସିଆଲ ମିଡିଆରେ ଗୁଜବ ପ୍ରଚାର ନ କରିବା ପାଇଁ ପ୍ରଶାସନ ପକ୍ଷରୁ ଚେତାବନୀ ଦିଆଯାଇଛି। ଜନସାଧାରଣ ଭୟଭୀତ ନ ହେବା ପାଇଁ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ବାଲ ଅନୁରୋଧ କରିଛନ୍ତି। ପ୍ରକୃତ ଭାରତୀୟଙ୍କୁ ସେମାନଙ୍କ ନାଗରିକତ୍ୱ ପ୍ରମାଣ ଲାଗି ରାଜ୍ୟ ସରକାର ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇଦେବେ। ଗରିବଙ୍କୁ ଆଇନଗତ ସହାୟତା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଏନ୍‌ଆର୍‌ସି ଚୂଡ଼ାନ୍ତ ତାଲିକା ଶନିବାର ପୂର୍ବାହ୍ନ ୧୦ଟାରେ ଅନ୍‌ଲାଇନରେ ଉପଲବ୍ଧ ହେବ। ଯେଉଁମାନଙ୍କର ଇଣ୍ଟରନେଟ ସଂଯୋଗ ନାହିଁ, ସେମାନେ ନିକଟବର୍ତ୍ତୀ ସେବାକେନ୍ଦ୍ରରୁ ସେମାନଙ୍କ ନାଁ ଯାଞ୍ଚ କରିପାରିବେ ବୋଲି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଯେଉଁମାନଙ୍କ ନାଁ ଚୂଡ଼ାନ୍ତ ତାଲିକାରେ ନ ଥିବ, ସେମାନଙ୍କୁ ବିଦେଶୀ ଘୋଷଣା କରାଯିବନି। ସେମାନଙ୍କୁ ଆଇନଗତ ପଦକ୍ଷେପ ନେବା ପାଇଁ ସୁଯୋଗ ଦିଆଯିବ। ବାଦ୍‌ପଡିଥିବା ଲୋକେ ବିଦେଶୀମାନଙ୍କ ପାଇଁ ଉଦ୍ଦିଷ୍ଟ ଟ୍ରିବ୍ୟୁନାଲରେ ଆବେଦନ କରିପାରିବେ ଏବଂ ଏଥିପାଇଁ ୬୦ରୁ ୧୨୦ ଦିନ ସମୟ ଦିଆଯିବ। ଏହିସବୁ ବିବାଦର ଶୁଣାଣି ଲାଗି ପର୍ଯ୍ୟାୟକ୍ରମେ ୧୦୦୦ ଟ୍ରିବ୍ୟୁନାଲ ଖୋଲାଯିବ ବୋଲି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ବର୍ତ୍ତମାନ ୧୦୦ ଟ୍ରିବ୍ୟୁନାଲ ଖୋଲିଥିଲାବେଳେ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଆଉ ୨୦୦ଟି ଖୋଲିବ। ଜଣେ ଟ୍ରିବ୍ୟୁନାଲରେ ମାମଲା ହାରିଗଲେ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟରେ ମଧ୍ୟ ଅପିଲ କରିପାରିବେ। ସମସ୍ତ ଆଇନଗତ ପଦକ୍ଷେପ ଶେଷ ନ ହେବା ପର୍ଯ୍ୟନ୍ତ କାହାକୁ ଅଟକ ରଖାଯିବନି ବୋଲି ସରକାର ସ୍ପଷ୍ଟ କରିଛନ୍ତି।
ଉତ୍ତେଜନା ଆଶଙ୍କାରେ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି। ଅତୀତରେ ହିଂସାକାଣ୍ଡ ଘଟିଥିବା ସମ୍ବେଦନଶୀଳ ଅଞ୍ଚଳର ସର୍ବସାଧାରଣ ସ୍ଥାନରେ ୪ ଜଣରୁ ଅଧିକ ଏକାଠି ହେବା ଉପରେ ନିଷେଧାଦେଶ ଲଗାଯାଇଛି। କେନ୍ଦ୍ର ସରକାର ଆସାମକୁ ଅତିରିକ୍ତ ୨୦ ହଜାର ଅର୍ଦ୍ଧସାମରିକ ବଳ ପଠାଇଛନ୍ତି। ଏନ୍‌ଆରସି ଚୂଡ଼ାନ୍ତ ତାଲିକାରେ ନଁା ନ ଥିବା ଲୋକଙ୍କୁ ସରକାର ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇଦେବେ। ଗୁଜବରେ ବିଶ୍ୱାସ ନ କରିବାକୁ ଆସାମ ପୋଲିସ ପକ୍ଷରୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି। ତାଲିକାରୁ ବାଦ୍‌ ପଡିଥିବା ବାସ୍ତବ ନାଗରିକଙ୍କୁ ସବୁପ୍ରକାର ସହାୟତା ଯୋଗାଇଦେବାକୁ ଭାଜପା ଏବଂ କଂଗ୍ରେସ ଯୋଜନା କରିଛନ୍ତି। ସେହିପରି କେତେକ ସ୍ବେଚ୍ଛାସେବୀ ସଂସ୍ଥା ମଧ୍ୟ ଲୋକଙ୍କୁ ଆଇନଗତ ସହାୟତା ଦେବା ପାଇଁ ଆଗେଇ ଆସିଛନ୍ତି। ୨୦୧୮ ଜୁଲାଇ ୩୦ରେ ପ୍ରକାଶିତ ପ୍ରଥମ ତାଲିକାରୁ ବାଦ୍‌ ପଡିଥିବା ଲୋକଙ୍କ ମଧ୍ୟରୁ ଯେଉଁମାନଙ୍କ ନାଁ ଚୂଡ଼ାନ୍ତ ତାଲିକାରେ ଥିବ ସେମାନଙ୍କୁ ଆଧାର କାର୍ଡ ଯୋଗାଇଦିଆଯିବ
ବୋଲି ସରକାର କହିଛନ୍ତି।


All Right Reserved By

୫୦ କୁକୁରଙ୍କୁ ମାରିଲା ତେଲେଙ୍ଗାନା ନଗରପାଳିକା ଏଜେନ୍ସି: ମାମଲା ରୁଜୁ

ହାଇଦ୍ରାବାଦ,୨୩।୬: ତେଲେଙ୍ଗାନାର ବିକାରାବାଦରେ ନଗରପାଳିକା ଏଜେନ୍ସି ଦ୍ୱାରା ୫୦ରୁ ଊର୍ଦ୍ଧ୍ୱ କୁକୁରଙ୍କୁ ହତ୍ୟା କରାଯାଇଥିବା ଜଣାପଡିଛି। ପୋଲିସର ସୂଚନା ଅନୁଯାୟୀ, କୁକୁର ଗୁଡିକର ମୃତ ଶରୀରକୁ...

ଭିଡରେ ଅଣନିଃଶ୍ୱାସି ହୋଇ ଟ୍ରେନ୍‌ରେ ଯୁବତୀଙ୍କ ମୃତ୍ୟୁ

ଲକ୍ଷ୍ନୌ,୨।୬: ଉତ୍ତର ପ୍ରଦେଶରେ ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସରେ ଶୁକ୍ରବାର ରାତିରେ ଗୋଟିଏ ପରିବାର ଯାତ୍ରା କରୁଥିବା ସମୟରେ ଏମାନଙ୍କ ମଧ୍ୟରେ ଥିବା ସୀତା(୧୮) ନାମକ ଜଣେ...

ଅବୈଧ ସମ୍ପର୍କ ରଖିବାରୁ କୁକୁରକୁ ଘରୁ ବିଦା କଲେ ମାଲିକ

ଥିରୁଭାନନ୍ତପୁରମ୍‌, ୨୪।୭: ପଡୋଶୀ କୁକୁର ସହ ଅବୈଧ ସମ୍ପର୍କ ରଖିବାରୁ ପୋଷା କୁକୁରକୁ ଘରୁ ବିବା କରିଦେଇଛନ୍ତି ମାଲିକ। ଏଭଳି ଘଟଣା ଘଟିଛି କେରଳର ଥିରୁଭାନନ୍ତପୁରମ୍‌ରେ।...

ବିଚାରପତି ହେଲେ ଆଇନ ସଚିବ

ନୂଆଦିଲ୍ଲୀ,୧୫ା୧୦(ପି.ଟି.): ପ୍ରଥମ ଥର ଲାଗି ଜଣେ ଜିଲା ଓ ଦୌରାଜଜ୍‌ଙ୍କୁ ସୋମବାର କେନ୍ଦ୍ର ଆଇନ ସଚିବ ନିଯୁକ୍ତ କରାଯାଇଛି। ଅନୁପ କୁମାର ମେଣ୍ଡିରତ୍ତା ଆଇନ ମନ୍ତ୍ରଣାଳୟର...

ମାମଲାର ନିରପେକ୍ଷ ତଦନ୍ତ କର

ନୂଆଦିଲ୍ଲୀ,୧୪ା୮(ପି.ଟି.): ସିବିଆଇ ‘ରାଜନୈତିକ ହାତବାରିସୀ’ ଭାବେ ବ୍ୟବହୃତ ନହୋଇ ଅଧିକ ସ୍ବାଧୀନ ଓ ନିରପେକ୍ଷ ତଦନ୍ତ କରିବା ଉଚିତ ବୋଲି ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ...

ନ୍ୟାଶନାଲ ହେରାଲ୍ଡ ମନିଲଣ୍ଡରିଂ ମାମଲା: ଭୋରା, ହୁଡାଙ୍କ ବିରୋଧରେ ଚାର୍ଜଶିଟ୍‌

ପଞ୍ଚକୁଲା,୨୭ା୮(ଆଇଏଏନ୍‌ଏସ୍‌): ମନିଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କଂଗ୍ରେସର ବରିଷ୍ଠ ନେତା ମୋତିଲାଲ ଭୋରା, ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପିନ୍ଦର ସିଂ ହୁଡା ଏବଂ କଂଗ୍ରେସ ମାଲିକାନାରେ...

ଓଏନ୍‌ଜିସି ପ୍ଲାଣ୍ଟରେ ଅଗ୍ନିକାଣ୍ଡ: ୪ ମୃତ

ମୁମ୍ବାଇ, ୪ା୯: ମୁମ୍ବାଇଠାରୁ ୪୫ କି.ମି. ଦୂର ଉରାନ୍‌ସ୍ଥିତ ରାଷ୍ଟ୍ରାୟତ୍ତ ତୈଳ ଓ ଗ୍ୟାସ୍‌ ପ୍ରୋସେସିଂ ପ୍ଲାଣ୍ଟ ଓଏନ୍‌ଜିସିରେ ମଙ୍ଗଳବାର ସକାଳେ ହଠାତ୍‌ ଅଗ୍ନିକାଣ୍ଡ ଘଟିବାରୁ...

ଲଦାଖ ଏମ୍‌ପି ସୋସିଆଲ ମିଡିଆ ଷ୍ଟାର:ଲୋକ ସଭାରେ ପ୍ରଭାବୀ ମତ ରଖି ପ୍ରଶଂସିତ

ନୂଆଦିଲ୍ଲୀ, ୯।୮:ଲୋକ ସଭାର ଶେଷ ବେଞ୍ଚରେ ବସୁଥିବା ଲଦାଖର ଯୁବ ଏମ୍‌ପି ଜାମ୍‌ୟାଙ୍ଗ ସେରିଙ୍ଗ ନମ୍ବୟାଲ୍‌ ରାତାରାତି ସୋସିଆଲ ମିଡିଆର ଷ୍ଟାର୍‌ ପାଲଟି ଯାଇଛନ୍ତି। ଏବେ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *