Posted inଜାତୀୟ

ପାକ୍‌ରେ ଶିଖ୍‌ ଯୁବତୀଙ୍କୁ ଅପହରଣ, ଧର୍ମାନ୍ତରୀକରଣ

ଚଣ୍ଡିଗଡ଼, ୩୧ା୮(ପି.ଟି.): ପାକିସ୍ତାନରେ ଜଣେ ଶିଖ୍‌ ଯୁବତୀଙ୍କୁ ଅପହରଣ କରି ନିଆଯିବା ସହ ଇସ୍‌ଲାମ ଧର୍ମକୁ ପରିବର୍ତ୍ତନ କରାଯିବା ଘଟଣା ସମ୍ପର୍କରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଶୁକ୍ରବାର କେନ୍ଦ୍ରକୁ ଅବଗତ କରିଛନ୍ତି। ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଏନେଇ ଅବଗତ ହେବା ସହ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି। ପ୍ରକାଶଥାଉ କି, ଶିଖ୍‌ ଯୁବତୀଙ୍କୁ ବଳପୂର୍ବକ ପାକିସ୍ତାନର ନଙ୍କନା ସାହିବ୍‌ଙ୍କୁ ନିଆଯାଇ ଧର୍ମାନ୍ତରୀକରଣ କରାଯାଇଥିଲା। ଏହି ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏନେଇ ଏକ ଭିଡିଓ ମେସେଜ୍‌ରେ ଯୁବତୀଙ୍କ ପରିବାର ମଧ୍ୟ ଆପତ୍ତି ଉଠାଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ସହଯୋଗ ଲୋଡ଼ିଛନ୍ତି। ଅମରିନ୍ଦର ମଧ୍ୟ ପାକ୍‌ ପ୍ରଧାନମନ୍ତ୍ରୀଙ୍କୁ ଏ ସମ୍ପର୍କରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ କହିଛନ୍ତି।


All Right Reserved By Dharitri.Com

‘ସବ୍‌କା ସାଥ୍‌, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ’: ୨୦୧୯ର ଗୋଲ୍ଡେନ୍‌ ଟୁଇଟ୍‌

ନୂଆଦିଲ୍ଲୀ,୧୦।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକସଭା ନିର୍ବାଚନ ସମୟରେ ଟୁଇଟରରେ ଦେଇଥିବା ସ୍ଲୋଗାନ୍‌ ‘ସବ୍‌କା ସାଥ୍‌, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ’କୁ ଟୁଇଟର ପକ୍ଷରୁ ୨୦୧୯...

ସକାଳ ଖରାରେ ବସନ୍ତୁ ମାତ୍ର ୫ ମିନିଟ୍‌…

ସକାଳେ ୫ ମିନିଟ୍‌ ପାଇଁ ଯେଉଁମାନେ ଖରାରେ ବସନ୍ତି ସେମାନେ ଦୀର୍ଘ ଦିନ ପର୍ଯ୍ୟନ୍ତ ସୁସ୍ଥ ରହିଥାଆନ୍ତି ବୋଲି ଆୟୁର୍ବେଦରେ ବର୍ଣ୍ଣନା କରାଯାଇଛି। -ପ୍ରତିଦିନ ସକାଳେ...

ମୋଦିଙ୍କ ଟିମ୍‌ରେ କମିଗଲେ ମହିଳା: ଥିଲେ ୧୦, ହେଲେ ୬

ନୂଆଦିଲ୍ଲୀ, ୩୧।୫: ନରେନ୍ଦ୍ର ମୋଦି ଲଗାତାର ଦ୍ୱିତୀୟଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ମୋଦିଙ୍କ ମନ୍ତ୍ରିମଣ୍ଡଳରେ ୫୭ ଜଣ ସଦସ୍ୟ ସ୍ଥାନ ପାଇଥିଲାବେଳେ ଏମାନଙ୍କ...

ପ୍ରଧାନମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡକୁ ୧ କୋଟି ଟଙ୍କା ଦାନ କଲେ ଜନ ସେନା ମୁଖ୍ୟ

ନୂଆଦିଲ୍ଲୀ,୨୬।୩: କରୋନା ଭାଇରସ ଏବେ ବିଶ୍ୱ ପାଇଁ ଏକ ଚ୍ୟାଲେଞ୍ଜ ହୋଇ ଠିଆ ହୋଇଛି। ଭାରତ ମଧ୍ୟ ଏହାସହ ଲଢିବାକୁ ସବୁ ପ୍ରକାର ଉଦ୍ୟମ ଜାରି...

ରାଜ୍ୟପାଳଙ୍କୁ ଭେଟିଲେ ଉଦ୍ଧବ: ଗୁରୁବାର ଶିବାଜୀ ପାର୍କରେ ଶପଥ ଗ୍ରହଣ

ମୁମ୍ବାଇ,୨୭।୧୧: ମହାରାଷ୍ଟ୍ରରେ ଜାରି ରହିଥିବା ସଙ୍କଟର ଅନ୍ତ ଘଟିଛି। ରାଜ୍ୟରେ ସରକାର ଗଠନ ପାଇଁ ଶିବସେନା-ଏନ୍‌ସିପି-କଂଗ୍ରେସ ଅଣ୍ଟା ଭିଡ଼ିଛନ୍ତି। ବୁଧବାର ମେଣ୍ଟର ନେତା ଶିବସେନା ମୁଖ୍ୟ...

ଧରାପଡ଼ିଲେ ୩ ସନ୍ଦିଗ୍ଧ ଆଇଏସ୍‌ ଆତଙ୍କବାଦୀ: ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ନୂଆଦିଲ୍ଲୀ,୯।୧: ଦିଲ୍ଲୀ ପୋଲିସର ସ୍ବତନ୍ତ୍ର ପୋଲିସ୍‌ ଟିମ୍‌ ୩ ଜଣ ସନ୍ଦିଗ୍ଧ ଆଇଏସ୍‌ ଆତଙ୍କବାଦୀଙ୍କୁ ଗିରଫ କରିଛି। ସ୍ଥାନୀୟ ବଜିରାବାଦ୍‌ ଅଞ୍ଚଳରୁ ସନ୍ଦିଗ୍ଧଙ୍କୁ ଗିରଫ କରାଯିବା...

ଦିଲ୍ଲୀ ବିଶ୍ୱର ସବୁଠାରୁ ଅଧିକ ପ୍ରଦୂଷିତ ସହର: କୋଲକାତା, ମୁମ୍ବାଇ ମଧ୍ୟ ଟପ୍‌ ୧୦ରେ

ନୂଆଦିଲ୍ଲୀ,୧୭।୧୧: ରାଜଧାନୀ ଦିଲ୍ଲୀର ପ୍ରଦୂଷଣ ଏବେ ସମସ୍ତଙ୍କ ଚିନ୍ତାର କାରଣ ପାଲଟିଛି। ଏବେ ସେଠାରେ ଲୋକେ ଘର ବାହାରକୁ ବାହାରିବାକୁ ଭୟ କରୁଛନ୍ତି। କାରଣ ଦିଲ୍ଲୀର...

ଯୋଗ ଦିବସରେ ମନ୍ତ୍ରୀଙ୍କୁ ଜୋତା ପିନ୍ଧାଇଲେ ସରକାରୀ କର୍ମଚାରୀ

ଶାହଜହାଁପୁର,୨୧।୬: ଉତ୍ତରପ୍ରଦେଶର ଶାହଜହାଁପୁରରେ ଯୋଗ ଦିବସ ଅବସରରେ କ୍ୟାବିନେଟ ମନ୍ତ୍ରୀ ଲକ୍ଷ୍ମୀ ନାରାୟଣ ଚୌଧୁରୀଙ୍କ ଏକ ଫଟୋ ଭାଇରାଲ ହୋଇଛି। ଜଣେ ସରକାରୀ କର୍ମଚାରୀ ତାଙ୍କୁ...

Leave a comment

Your email address will not be published. Required fields are marked *