ଗ୍ରୀଷ୍ମରେ ରକ୍ତ ଅଭାବ ଦୂର ପାଇଁ ପ୍ରୟାସ: ଷଷ୍ଠ ଶିବିରରେ ୨୪ ୟୁନିଟ୍‌ ରକ୍ତ ସଂଗ୍ରହ

ବ୍ରହ୍ମପୁର ଅଫିସ୍‌,୨୦ା୫-ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ବ୍ରହ୍ମପୁର ବଡ଼ ମେଡ଼ିକାଲ୍‌ ପରିସରରେ ଥିବା ରକ୍ତ ଭଣ୍ଡାରରେ ରକ୍ତର ଘୋର ଅଭାବ ଦେଖିବାକୁ ମିଳିଛି। ଆବଶ୍ୟକ ସ୍ଥଳେ ମଧ୍ୟ ରୋଗୀଙ୍କୁ ରକ୍ତ ମିଳୁନି। ଏହି ଅଭାବ ଦୂର କରିବା ପାଇଁ ଉଦ୍ୟମ କରୁଛି ବ୍ରହ୍ମପୁର ସବୁଜ ବାହିନୀ, ଆଞ୍ଚଳିକ ବିକାଶ ପରିଷଦ ଗୁଣ୍ଠବନ୍ଧ, ମାରୱାଡି ମହିଳା ସମିତି, ନେଚର୍ସ ଲଭର୍ସ ଓଡିଶା ଏବଂ ବକ୍ସିଂ ଓଡ଼ିଶା। ଏଥିରେ ସହଯୋଗ କରୁଛି ରକ୍ତ ଭଣ୍ଡାର, ମହାତ୍ମା ହେଲ୍‌ପିଂ ହ୍ୟାଣ୍ଡ୍‌ସ। ରବିବାର ଷଷ୍ଠ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଏଥିରେ ୨୪ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ଡା.ରଶ୍ମୀତା ପାଣିଗ୍ରାହୀ ଓ ଅନ୍ୟାନ୍ୟ କର୍ମଚାରୀ ରକ୍ତ ସଂଗ୍ରହ କରିଥିଲେ। ୪ ଜଣ ପ୍ରଥମ ଥର ରକ୍ତ ଦାନ କରିଥିଲେ। କାର୍ଯ୍ୟକ୍ରମରେ ଦୁଇ ଭାଇ ରାକେଶ କୁମାର ବିଷୋୟୀ ଓ ବିକାଶ ବିଷୋୟୀ ମିଳିତ ରକ୍ତ ଦାନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥିଲେ। ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବନ ଖଣ୍ଡ ଅଧିକାରୀ ଆଶିଷ କୁମାର ବେହେରା ଯୋଗଦେଇ ଏଭଳି ଉଦ୍ୟମକୁ ପ୍ରଶଂସା କରିବା ସଙ୍ଗେ ସଙ୍ଗେ ରକ୍ତ ଦାତାମାନଙ୍କୁ ଉତ୍ସାହିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବନ୍ୟପ୍ରାଣୀ ବିଜ୍ଞାନୀ ଚନ୍ଦନ ଜାନୀ, ସବୁଜ ବାହିନୀ ସଭାପତି ଶିବରାମ ପାଣିଗ୍ରାହୀ, କୋଷାଧ୍ୟକ୍ଷ ଦୀପକ ପାତ୍ର, ପରିଷଦ ସଭାପତି ସାଗର କୁମାର ପାତ୍ର, ସମ୍ପାଦକ ବିଜେନ୍ଦ୍ର ମାଝି, ମହାତ୍ମା ହେଲ୍‌ପିଂ ହ୍ୟାଣ୍ଡ୍‌ସ ସଂଯୋଜକ ଏମ୍‌.ଭେଙ୍କଟ ରାମଣା, ଏସ୍‌.ଚିଟି ବାବୁ, ଏ.ସୁରେଶ, ଏମ୍‌.ଆଦର୍ଶ, ସୁଶିଲ କୁମାର, ସନିଆ ଗୌଡ଼, ସଞ୍ଜୟ ପାତ୍ର, ଏ.ବାବୁଲା ପାତ୍ର, ଈଶ୍ୱର ପ୍ରସାଦ ଗୌଡ଼, ମଣ୍ଟୁ ଜେନା, ସ୍ବରୂପ କୁମାର ପଣ୍ଡା, ନବୀନ କୁମାର ସାହୁ, ନେଚର୍ସ ଲଭର୍ସ ଓଡ଼ିଶାର ଆବାହକ ଶ୍ରୀନିବାସ ରାଜନାଙ୍କ ସମେତ ବହୁ ସ୍ବେଚ୍ଛାସେବୀ ଯୋଗ ଦେଇଥିଲେ। ଏହି ଶିବିର ଶେଷ ସୁଦ୍ଧା ମୋଟ ୬ ଶିବିରରେ ସମୁଦାୟ ୧୧୯ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି।


All Right Reserved By

ମଦ ବିକ୍ରି ବନ୍ଦ କରିବାକୁ ମହିଳାଙ୍କ ଦାବି

ଜି.ଉଦୟଗିରି,୧୬ା୯(ଡି.ଏନ.ଏ.)-ଜି.ଉଦୟଗିରି ଥାନା ଅଞ୍ଚଳର କଳିଙ୍ଗା ଠାରେ ଅବାଧ ମଦ କାରବାର ଚାଲିଛି। ଏସବୁ ମଦ ବିକ୍ରିକୁ ଦଳମତ ନିର୍ବିଶେଷରେ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବାକୁ କଳିଙ୍ଗା...

ଶିଶୁଙ୍କ ଡ୍ରେସ ବିକ୍ରି କରିବା ମହଙ୍ଗା ପଡ଼ିଲା: ନର୍ସଙ୍କୁ କାରଣ ଦର୍ଶାଅ ନୋଟିସ

ବ୍ରହ୍ମପୁର ଅଫିସ,୨୦ା୭-ଏମକେସିଜି ମେଡିକାଲ କଲେଜରେ ରୋଗୀଙ୍କୁ ଶୋଷଣ କରାଯାଉଥିବା ନେଇ ବିଭିନ୍ନ ସମୟରେ ଅଭିଯୋଗ ଆସୁଛି। ଏପରିକି ଅସ୍ତ୍ରୋପଚାର ପାଇଁ ଲାଞ୍ଚ ନେଉଥିବା ବେଳେ ଜଣେ...

ଖରାଦିନେ ବରଡ଼ା ଶାଗ ଚାହିଦା

ଫୁଲବାଣୀ ଅଫିସ, ୨୨ା୪- କନ୍ଧମାଳ ଜିଲା ପଛୁଆ ଅଞ୍ଚଳ ଭାବେ ପରିଚିତ ହେଲେ ମଧ୍ୟ ଏଠାରେ ମିଳୁଥିବା କେତେକ ଦ୍ରବ୍ୟର ଚାହିଦା ବହୁ ଉଚ୍ଚରେ। କନ୍ଧମାଳ...

ପୂର୍ବ ଶତ୍ରୁତାରୁ ଛୁରାମାଡ, ଅଭିଯୁକ୍ତ ଗିରଫ

କୋଦଳା,୧୪ା୯(ଡି.ଏନ.ଏ.): କୋଦଳା ଥାନା ଫାସି ପଞ୍ଚାୟତର ମେଦିନୀପୁର ଗ୍ରାମରେ ପୂର୍ବ ଶତ୍ରୁତାରୁ ଜଣେ ବ୍ୟକ୍ତିଙ୍କୁ ଛୁରାମାଡ଼ ହୋଇଛି। ଅଭିଯୋଗକୁ ଭିତ୍ତିକରି ପୋଲିସ ନଂ. ୨୩୫/୧୯ରେ ମାମଲା...

ଶ୍ରେଣୀ ଗୃହରେ ମୋବାଇଲ ଫୋନ ବ୍ୟବହାର କଲେ କାର୍ଯ୍ୟାନୁଷ୍ଠାନ

ବ୍ରହ୍ମପୁର ଅଫିସ୍‌,୧୩ା୬-ଖରା ଛୁଟି ପରେ ଆସନ୍ତା ୧୯ତାରିଖରେ ସ୍କୁଲ ଖୋଲିବ। ଏହା ପୂର୍ବରୁ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା କରିବାକୁ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି...

ହୁକିଂ ତାରରେ ଲାଗି ନାବାଳକଙ୍କ ମୃତ୍ୟୁ: ଘଟଣାସ୍ଥଳରେ ଉତ୍ତେଜନା

ଭଞ୍ଜନଗର,୧୫।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଚୁନାପଲ୍ଲୀଠାରେ ଫସଲ ସୁରକ୍ଷା ପାଇଁ ବିଛା ହୋଇଥିବା ହୁକିଂ ତାରରେ ଲାଗି ରବିବାର ଜଣେ ନାବାଳକଙ୍କ ମୃତ୍ୟୁ...

ବଜ୍ରପାତରେ ଛାତ ଫାଟିଲା

ବୁଗୁଡ଼ା,୧୭ା୬(ଡି.ଏନ.ଏ.): ବୁଗୁଡ଼ା ବ୍ଲକ ଅନ୍ତର୍ଗତ କୁଆନଳା ଗ୍ରାମରେ ଶନିବାର ମଧ୍ୟରାତିରେ ବଜ୍ରପାତ ହେବାରୁ ରଞ୍ଜନ ବେହେରାଙ୍କ ଘରର ଛାତ, କାନ୍ଥ ଫାଟିବା ସହ ବିଦ୍ୟୁତ୍‌ ତାର...

ଆଇଟିଆଇ ଛାତ୍ରୀଛାତ୍ରଙ୍କ ପ୍ରଥମ ବିଶ୍ୱ ରେକର୍ଡ : ବ୍ରହ୍ମପୁର ଆଇଟିଆଇକୁ ‘ଗ୍ରାଣ୍ଡମାଷ୍ଟର’ ଟାଇଟଲ

ବ୍ରହ୍ମପୁର ଅଫିସ,୨୨ା୮-ଆବର୍ଜନା ତଥା ସ୍କ୍ରାପ୍‌ ସାମଗ୍ରୀର ପୁନଃ ବ୍ୟବହାର କରି ବିଶ୍ୱସ୍ତରରେ ନିଜ ନାମ ସ୍ଥାନିତ କରିଛନ୍ତି ବ୍ରହ୍ମପୁର ସରକାରୀ ଆଇଟିଆଇ ଛାତ୍ରୀଛାତ୍ର। ସ୍କ୍ରାପ୍‌ ସାମଗ୍ରୀରୁ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *