୧୦ ହଜାର କୋଟିର ସମ୍ପତ୍ତି ବିକିବ ରିଲାଏନ୍ସ କ୍ୟାପିଟାଲ

ନୂଆଦିଲ୍ଲୀ,୨୦-୫: ନଗଦ ସଙ୍କଟର ସମ୍ମୁଖୀନ ହୋଇଥିବା ଉଦ୍ୟୋଗପତି ଅନିଲ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ କ୍ୟାପିଟାଲ ଚଳିତ ଆର୍ଥିକ ବର୍ଷରେ ୧୦ ହଜାର କୋଟି ଟଙ୍କାର ସମ୍ପତ୍ତି ବିକ୍ରି କରି ଏହାର ଋଣ ପରିମାଣକୁ ୫୦ ପ୍ରତିଶତ ହ୍ରାସ କରିବ। କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଏହା ଋଣର କିସ୍ତି ନିୟମିତ ପ୍ରଦାନ କରିଆସୁଛି। ସମ୍ପତ୍ତି ବିକ୍ରି କରି ଅର୍ଥ ଯୋଗାଡ କରିବା ଦିଗରେ ଏହା ଠିକ୍‌ ବାଟରେ ଆଗେଇ ଚାଲିଛି। କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ରିଲାଏନ୍ସ ନିପ୍ପନ ଲାଇଫ ଆସେଟ୍‌ ମ୍ୟାନେଜମେଣ୍ଟ ଲିମିଟେଡରେ ନିଜର ୪୨.୮୮ ପ୍ରତିଶତ ଅଂଶଧନକୁ ସମ୍ପୂର୍ଣ୍ଣ ବିକ୍ରି କରିଦେବ। ଯାହାର ବଜାର ମୂଲ୍ୟ ଏବେର ମୂଲ୍ୟଠାରୁ ୫ ହଜାର କୋଟି ଟଙ୍କା ଅଧିକ ରହିଛି। ରିଲାଏନ୍ସ ଜେନେରାଲ ଇନସ୍ୟୁରାନ୍ସରେ ଥିବା କମ୍ପାନୀର ୪୯ ପ୍ରତିଶତ ଅଂଶଧନକୁ ମଧ୍ୟ ରିଲାଏନ୍ସ କ୍ୟାପିଟାଲ ବିକ୍ରି କରିବାକୁ ଘୋଷଣା କରିଛି। ମୂଳ କାରବାରରେ ଥିବା ସମ୍ପତ୍ତିକୁ ବିକ୍ରି କରି କମ୍ପାନୀ ପ୍ରାୟ ୧୦ ହଜାର କୋଟି ଟଙ୍କା ସଂଗ୍ରହ କରିବ ବୋଲି ଆଶାବ୍ୟକ୍ତ କରିଛି।


All Right Reserved By

ସମାଧାନ ହେବ ଜେଟ୍‌ ଏୟାରଓ୍ବେଜ୍‌ ସମସ୍ୟା

ନୂଆଦିଲ୍ଲୀ,୧୫-୬: ଆର୍ଥିକ ସଙ୍କଟ କାରଣରୁ ବନ୍ଦ ହୋଇଯାଇଥିବା ଘରୋଇ ବିମାନ କମ୍ପାନୀ ଜେଟ୍‌ ଏୟାରଓ୍ବେଜ୍‌କୁ ନେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ...

ୟୁବିଆଇର ଗ୍ରାହକ ସମ୍ମିଳନୀ

ଭୁବନେଶ୍ୱର,୨୪।୭:ୟୁନାଇଟେଡ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ୟୁବିଆଇ) ପକ୍ଷରୁ ଅର୍ଦ୍ଧବାର୍ଷିକୀ ଗ୍ରାହକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସାରା ଦେଶରେ ଥିବା ବ୍ୟାଙ୍କର ଶାଖାଗୁଡିକରେ ଏହା ଆୟୋଜନ କରାଯାଇଥିଲା।...

ଏଫ୍‌ପିଆଇ ସରଚାର୍ଜ ପ୍ରତ୍ୟାହାରକୁ ନେଇ ଅର୍ଥମନ୍ତ୍ରୀ ଚୁପ୍‌

ନୂଆଦିଲ୍ଲୀ,୧୧-୮: ବଜେଟରେ ଲାଗୁ ହୋଇଥିବା ସରଚାର୍ଜକୁ ନେଇ ଚିନ୍ତିତ ଫରେନ ପୋର୍ଟଫୋଲିଓ ଇନ୍‌ଭେଷ୍ଟର(ଏଫ୍‌ପିଆଇ) କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ଙ୍କୁ ଭେଟିଛନ୍ତି। ସରଚାର୍ଜ ଲାଗୁ ହେବା ଦ୍ୱାରା...

ଏୟାର ଇଣ୍ଡିଆ ବିକ୍ରି; ମନ୍ତ୍ରିଗୋଷ୍ଠୀର ନେତୃତ୍ୱ ନେବେ ଅମିତ ଶାହ

ନୂଆଦିଲ୍ଲୀ,୧୯-୭: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏୟାର ଇଣ୍ଡିଆ ବିକ୍ରି(ପୁଞ୍ଜି ପ୍ରତ୍ୟାହାର) ସଂକ୍ରାନ୍ତ ପୁନର୍ଗଠିତ ମନ୍ତ୍ରିଗୋଷ୍ଠୀର ନେତୃତ୍ୱ ନେବେ। ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ...

ପାତ୍ରପଡାରେ ଶ୍ରୀ ଦୁର୍ଗାର ନୂଆ ଶୋ’ରୁମ

ଭୁବନେଶ୍ୱର,୨୭-୫: ଦକ୍ଷିଣ ଓଡିଶାର ପ୍ରମୁଖ ଶାଢି ଏବଂ ଗାର୍ମେଣ୍ଟ ରିଟେଲର ଶ୍ରୀ ଦୁର୍ଗା ସ୍ଥାନୀୟ ପାତ୍ରପଡାରେ ନୂଆ ଶୋ’ରୁମ ଶୁଭାରମ୍ଭ କରିଛି। ବ୍ରହ୍ମପୁରରେ ଏହା ପ୍ରଥମ...

ଆସୁଛି ହାଲ୍‌କା ହଳଦିଆ ରଙ୍ଗର ୨୦ ଟଙ୍କିଆ ନୋଟ୍‌

ମୁମ୍ବାଇ,୨୮-୪: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଖୁବଶୀଘ୍ର ୨୦ ଟଙ୍କିଆ ନୂଆ ନୋଟ୍‌ ବଜାରକୁ ଛାଡ଼ିବାକୁ ଯାଉଛି। ମହାତ୍ମା ଗାନ୍ଧୀ  ସିରିଜର ଏହି ନୂଆ ନୋଟ୍‌ରେ ଗଭର୍ନର...

ଜୁନ୍‌ ପହିଲାରୁ କେରଳରେ ଲାଗୁହେବ ପ୍ରାକୃତିକ ବିପର୍ଯ୍ୟୟ ସେସ୍‌

ନୂଆଦିଲ୍ଲୀ,୨୯-୫: କେରଳ ସରକାର ଜୁନ୍‌ ପହିଲାରୁ ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ସେସ୍‌ ଆଦାୟ କରିବେ। ଜିଏସ୍‌ଟି ଉପରେ ୧ ପ୍ରତିଶତ ସେସ୍‌ ଲାଗୁ କରାଯିବ। ଗତ...

ଜିଡିପି ବିବାଦ: ସୁବ୍ରମଣ୍ୟନ୍‌ଙ୍କୁ ଜବାବ ଦେବେ ସରକାର

ନୂଆଦିଲ୍ଲୀ,୧୩-୬: ଏନ୍‌ଡିଏ ସରକାର ଅମଳରେ ଜିଡିପି ହାର ଦର୍ଶାଇବାରେ ମିଥ୍ୟାର ଆଶ୍ରୟ ନିଆଯାଇଥିଲା ବୋଲି ପୂର୍ବତନ ଅର୍ଥନୈତିକ ଉପଦେଷ୍ଟା ଅରବିନ୍ଦ ସୁବ୍ରମଣ୍ୟନ୍‌ ଏକ ରିପୋର୍ଟ ପ୍ରକାଶ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *