ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ବ୍ରହ୍ମପୁର ଅଫିସ,୩୦ା୮-ସାପ କାମୁଡ଼ାରେ ଗୁରୁତର ଜଣେ ମହିଳାଙ୍କ ବ୍ରହ୍ମପୁର ବଡ଼ ମେଡିକାଲରେ ଶୁକ୍ରବାର ମୃତ୍ୟୁ ଘଟିଛି। ସେ ହେଲେ ସଦର ଥାନା ଅନ୍ତର୍ଗତ ଅଲାରିଗଡ ଗ୍ରାମର ମନୋଜ ଡାକୁଆଙ୍କ ସ୍ତ୍ରୀ ନମିତା। ମେଡିକାଲ ଫାଣ୍ଡି ପୋଲିସ ମୃତଦେହ ଜବତ କରି ନଂ.୪୫୯/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ନମିତା ପ୍ରାୟ ୧୫ ଦିନ ହେଲା ପାଟପୁରରେ ରହୁଥିବା ବାପା ଭଗବାନ ଡାକୁଆଙ୍କ ଘରକୁ ଯାଇଥିଲେ। ଗୁରୁବାର ରାତିରେ ସମସ୍ତେ ଖାଇସାରି ଶୋଇଥିଲେ। ରାତି ପ୍ରାୟ ୩ଟାରେ ନମିତାଙ୍କୁ କୌଶସି ଏକ ସାପ କାମୁଡ଼ି ଦେବାରୁ ସେ ଚିତ୍କାର କରିଥିଲେ। ଏହା ଶୁଣି ବାପା ଉଠି ପଡ଼ି ନମିତାଙ୍କୁ ତୁରନ୍ତ ଦିଗପହଣ୍ଡିର ଏକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଶୁକ୍ରବାର ସକାଳେ ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ନିଆଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ନମିତାଙ୍କ ମୃତ୍ୟୁ ଘଟିଥିଲା।


All Right Reserved By Dharitri.Com

ଛତ୍ରପୁର ବିଡିଓଙ୍କ ପରେ ପାତ୍ରପୁର ତହସିଲଦାରଙ୍କୁ ଆକ୍ରମଣ ଅଭିଯୋଗ

ଛତ୍ରପୁର, ୨୩।୫(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାରେ କରୋନା ଯୋଦ୍ଧାଙ୍କୁ ଅସମ୍ମାନ ଏବଂ ଦୁର୍ବ୍ୟବହାର କରାଯାଉଥିବା ଅଭିଯୋଗ ବଢ଼ିବାରେ ଲାଗିଛି। ଡାକ୍ତର, ଆଶାକର୍ମୀ, ଶିକ୍ଷକ, ମହିଳା ସଂଘ ସଦସ୍ୟ...

ପୋଖରୀକୁ ଭୁଶୁଡ଼ିଲା ଗାର୍ଡଓ୍ବାଲ

ବାସୁଦେବପୁର,୩୦।୧(ଡି.ଏନ.ଏ.)-ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଲବଗାସ୍ଥିତ ଝାଡ଼େଶ୍ୱର ମହାଦେବଙ୍କ ପୋଖରୀ ଗାର୍ଡଓ୍ବାଲ ଭୁଶୁଡ଼ି ପଡ଼ିଛି। ଏହି ପୋଖରୀରେ ଗତ କିଛିମାସ ତଳେ ନିର୍ମାଣ ହୋଇଥିବା ଗାର୍ଡଓ୍ବାଲ...

ମୃତକଙ୍କ ନାମରେ ଭତ୍ତା ଟଙ୍କା ହଡ଼ପ

ଦାରିଙ୍ଗବାଡ଼ି, ୨୬।୮(ଡି.ଏନ.ଏ)-ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳର ବିଭିନ୍ନ ପଞ୍ଚାୟତରେ ଦିନକୁ ଦିନ ଦୁର୍ନୀତି ବୃଦ୍ଧି ପାଉଥିବାବେଳେ ମୃତ ଲୋକଙ୍କ ନାମରେ ହଜାର ହଜାର ଟଙ୍କା ଚଳୁ କରାଯାଇଥିବା...

ନୂଆ ପ୍ରତିଭା ଶୁଭଶ୍ରୀ ବଡ଼ମାଳୀ

ବଇଣ୍ଡା,୧୮।୨ – ଆଗ୍ରହ ଥିଲେ ସୁଯୋଗ ଆପଣାଛାଏ ଆସେ। ଆଉ ଉକ୍ତ ସୁଯୋଗର ସଦୁପୋଯୋଗ କିପରି ସଫଳତାର ମାର୍ଗ ପ୍ରଶସ୍ତ କରିଥାଏ ତାହାର ଉଦାହରଣ ହେଲେ...

ଦେଢ ବର୍ଷ ହେଲା ବସ୍ତ୍ର ବିତରଣ କେନ୍ଦ୍ରରେ ପଡ଼ିଛି ତାଲା

ବଡବିଲ, ୧୧।୭(ସ୍ବ.ପ୍ର.)-କେନ୍ଦୁଝର ଜିଲା ବଡବିଲ ତହସିଲ କାର୍ଯ୍ୟାଳୟ ପରିସରରେ ପ୍ରଶାସନ ପକ୍ଷରୁ ବ୍ୟବହାର ଉପଯୋଗୀ ବସ୍ତ୍ର ଓ ଆସବାବପତ୍ର ଦାତାଙ୍କ ଠାରୁ ଗ୍ରହଣ କରାଯାଇ ଗରିବ...

ସଂସ୍କାର ହେଉନି ଗୋପାଳିଆ କେନାଲ: ପାଣିରେ ବୁଡ଼ିଛି ଚାଷଜମି

ତିହିଡ଼ି, ୨।୮ (ଡି.ଏନ.ଏ.) – ଭଦ୍ରକ ଜିଲା ତିହିଡ଼ି ତହସିଲ ଅଧୀନ କୁବେରା ପଞ୍ଚାୟତର ୩ଟି ମୌଜାରେ ୩ ଶହ ଏକର ଚାଷଜମି ପାଣିରେ ବୁଡ଼ି...

କୋକସରା ବ୍ଲକରେ ଅଭିଯୋଗ ଜନଶୁଣାଣି: ସ୍କୁଲ ପରିଦର୍ଶନ, ପିଲାଙ୍କୁ ପାଠପଢ଼ାଇଲେ ଜିଲାପାଳ

କୋକସରା,୧୧।୯(ଡି.ଏନ.ଏ.)-କଳାହାଣ୍ଡି ଜିଲା କୋକସରା ବ୍ଲକଠାରେ ମଙ୍ଗଳବାର ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। କୋକସରା ବିଡିଓ ବସନ୍ତ କୁମାର ସେଠୀ ଓ ବ୍ଲକ ଅଧ୍ୟକ୍ଷା...

କଟକ: ସନ୍ଧ୍ୟା ୭ରୁ ସକାଳ ୭ ସବୁ ବନ୍ଦ

କଟକ ଅଫିସ,୭ା୫: କଟକରେ ବୁଧବାର ଠାରୁ ଲାଗୁ ହୋଇଛି କର୍ଫ୍ୟୁ ଭଳି ପରିସ୍ଥିତି। ସନ୍ଧ୍ୟା ୭ଟା ପରେ ସାଧାରଣ ଚଳପ୍ରଚଳ ଉପରେ କଡ଼ା କଟକଣା ଲାଗିଛି।...

Leave a comment

Your email address will not be published. Required fields are marked *