ଖଣିଆ ପୋଲ ନିମ୍ନମାନର ଅଭିଯୋଗ: ତଦନ୍ତ କଲେ ଏସ୍‌କ୍ୟୁଏମ୍‌

ଖଇରା, ୩୦।୮(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ତୁଡିଗଡିଆ -ଡଗରପଡା ଆରଡି ରାସ୍ତାର ଖଣିଆ ନିକଟରେ ପୋଲ ନିମ୍ନମାନର ହୋଇଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଥିଲେ। ଏହାକୁ ଭିତ୍ତି କରି ରାଜ୍ୟ ମାନ ଯାଞ୍ଚ(ଷ୍ଟେଟ କ୍ୱାଲିଟି ମନିଟର) ଅଧିକାରୀଙ୍କ ଦ୍ୱାରା ଶୁକ୍ରବାର ତଦନ୍ତ କରାଯାଇଛି। ଅଧିକାରୀ ରମାକାନ୍ତ ନାୟକଙ୍କ ନେତୃତ୍ୱରେ ଏକ ଟିମ୍‌ ପୋଲ ନିକଟକୁ ଯାଇ ସମ୍ପୂର୍ଣ୍ଣ ହୋଇଥିବା କାର୍ଯ୍ୟର ମାନ ପରୀକ୍ଷା କରିଥିଲେ। ତଦନ୍ତ ସମୟରେ ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠଯନ୍ତ୍ରୀ ସପନ ଜେନାଙ୍କ ସମେତ ମାର୍କୋଣା ଡିଭିଜନର କର୍ମଚାରୀମାନେ ଉପସ୍ଥିତ ଥିଲେ ା ଅଧିକାରୀଙ୍କ ନିକଟରେ ସ୍ଥାନୀୟ ଗ୍ରାମବାସୀ ଠିକାଦାରଙ୍କ ଦ୍ୱାରା ହୋଇଥିବା ନିମ୍ନମାନର କାର୍ଯ୍ୟ ସମ୍ପର୍କରେ ପୁନର୍ବାର ଅଭିଯୋଗ କରିଥିଲେ ା
ଉଲ୍ଲେଖଯୋଗ୍ୟ, ଏହି ସ୍ଥାନରେ ଥିବା ପୁରୁଣା ପୋଲକୁ ଭାଙ୍ଗି ନୂତନ ପୋଲ ନିର୍ମାଣ ପାଇଁ ଆନୁମାନିକ ୫୨ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା। ହେଲେ ଠିକାଦାର ନୂଆ ପୋଲ କରିବା ବଦଳରେ ପୁରୁଣା ପୋଲକୁ ସମ୍ପ୍ରସାରଣ କରି ଅର୍ଥ ହରିଲୁଟ ପାଇଁ ଉଦ୍ୟମ କରିଥିଲେ। ଏଭଳି କାର୍ଯ୍ୟ ପ୍ରତିବାଦରେ ଏପ୍ରିଲ ୫ତାରିଖରେ ଡାଲଙ୍ଗ, ଖଣିଆ, ଜଳଦା ଆଦି ଗ୍ରାମର ଅଧିବାସୀମାନେ କାର୍ଯ୍ୟକୁ ବନ୍ଦ କରିଥିଲେ।


All Right Reserved By

ସ୍ବାସ୍ଥ୍ୟକେନ୍ଦ୍ର ବନ୍ଦ ଥିବାରୁ ରୋଗୀ ଫେରିଲେ ଘରକୁ

ପାଟଣା, ୧୦।୬(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ବ୍ଲକ ରାଜନଗର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଶନିବାର ସକାଳ ୭ଟାରୁ ୧୧ଟା ପର୍ଯ୍ୟନ୍ତ ମୁଖ୍ୟ ଫାଟକରେ ଚାବି ପଡ଼ିଥିବା ଦେଖିବାକୁ ମିଳିଥିଲା।...

୧୨ ପରିବାରଙ୍କୁ ବାସନ୍ଦ ଅଭିଯୋଗ, ଜଣେ ଗିରଫ

ଦିଗପହଣ୍ଡି,୨୧ା୫(ଡି.ଏନ.ଏ.)- ଗଞ୍ଜାମ ଜିଲା ଚିକିଟି ବ୍ଲକ ରମ୍ପା ପଞ୍ଚାୟତ ବରଡ଼ା ଗ୍ରାମରେ ୧୦ ତାରିଖ ରାତିରେ ଘଟିଥିବା ଗୋଷ୍ଠୀ ସଂଘର୍ଷ ଓ ହତ୍ୟା ଉଦ୍ୟମ ଘଟଣାରେ...

ଭକ୍ତଙ୍କ ପାଇଁ ପଡିଲା ମ୍ୟାଟ୍‌

ପୁରୀ ଅଫିସ, ୨୧।୮: ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତମାନେ ଯେଭଳି କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିପ୍ରତି ପ୍ରଶାସନ ଗୁରୁତ୍ୱ ଦେଇଛି। ମହାପ୍ରଭୁଙ୍କ ଦର୍ଶନ...

ଫୁଟବଲ ଟୁର୍ନାମେଣ୍ଟ, ତଣ୍ଡ୍ରିଗାଁ ଚାମ୍ପିୟନ

ଫିରିଙ୍ଗିଆ,୪ା୧୦- ଫିରିଙ୍ଗିଆ ବ୍ଲକ କାଶିନିପଦର ପଞ୍ଚାୟତ ବରେବାଟା ଗ୍ରାମରେ ଚକାଡୋଳା କ୍ଲବ ଆନୁକୂଲ୍ୟରେ ଚାଲିଥିବା ବନ୍ଦନା କହଁର ସ୍ମାରକୀ ଫୁଟବଲ୍‌ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି। ଫାଇନାଲ...

ସ୍ଥାୟୀ ଜଳ ଯୋଗାଣ, ବେଆଇନ ଜଳକର ଉଚ୍ଛେଦ ଦାବି: ଚାଷୀଙ୍କ ଜାତୀୟ ରାଜପଥ ଅବରୋଧ

ଜୁନାଗଡ,୪।୧୦(ଡି.ଏନ.ଏ.)- କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ଆଟିଗଁା, ତଳମଲା ପଞ୍ଚାୟତକୁ ସ୍ଥାୟୀ ଜଳ ଯୋଗାଣ ଓ ବେଆଇନ ଭାବେ ନିଆଯାଉଥିବା ଜଳକରକୁ ଉଚ୍ଛେଦ ଦାବି ନେଇ...

ପାରାଦୀପରେ ମତ୍ସ୍ୟଜୀବୀଙ୍କୁ ନିଆଁ ଚେଙ୍କ

ବାସୁଦେବପୁର, ୩୦।୯ (ଡି.ଏନ.ଏ.) – ଭଦ୍ରକ ଜିଲା ବାସୁଦେବପୁର ଥାନା ଅଧୀନ ଖରିଦା ବିନାୟକପୁର ଗ୍ରାମର ଅଗଣୀ ମଳିକ ନାମକ ଜଣେ ମତ୍ସ୍ୟଜୀବୀଙ୍କୁ ପାରାଦୀପରେ ଜଣେ...

ଦୁଇ ଦିନିଆ ଗ୍ରାହକ ସେବା ମେଳା ଉଦ୍‌ଯାପିତ: ୩୧ କୋଟି ୯୧ ଲକ୍ଷ ଋଣ ପ୍ରଦାନ

ଅନୁଗୋଳ ଅଫିସ, ୬।୧୦ – ଅନୁଗୋଳ ଜିଲାପାଳଙ୍କ କାର୍ଯ୍ୟାଳୟରେ ଚାଲିଥିବା ଦୁଇ ଦିନିଆ ଗ୍ରାହକ ସେବା ମେଳା ଶନିବାର ଉଦ୍‌ଯାପିତ ହୋଇଯାଇଛି। ଏହି ଦୁଇ ଦିନରେ...

ଘର ଭାଙ୍ଗିଲେ ହାତୀ

ଠାକୁରମୁଣ୍ଡା ,୧୪ା୯(ଡି.ଏନ୍‌.ଏ.) – ମୟୂରଭଞ୍ଜ ଜିଲା କରଞ୍ଜିଆ ଉପଖଣ୍ଡରେ ଦୀର୍ଘ ଦିନ ହେଲା ହାତୀ ଉପଦ୍ରବ ଲାଗି ରହିଛି। ହାତୀପଲ ବିଭିନ୍ନ ଗ୍ରାମରେ ପଶି ଘର...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *