ଫେସ୍‌ବୁକ୍‌, ଗୁଗଲରେ ବିଜ୍ଞାପନ;ରାଜନୈତିକ ଦଳ ଖର୍ଚ୍ଚ କରିଛନ୍ତି ୫୩ କୋଟି

ନୂଆଦିଲ୍ଲୀ,୨୦-୫: ଦେଶର ରାଜନୈତିକ ଦଳଗୁଡ଼ିକ ଚଳିତ ବର୍ଷ ଫେବୃୟାରୀରୁ ଅଦ୍ୟାବଧି ଫେସ୍‌ବୁକ୍‌ ଓ ଗୁଗଲ ଆଦି ସୋସିଆଲ ମିଡିଆରେ ନିଜର ପ୍ରଚାର ପାଇଁ ୫୩ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି। ଏମାନଙ୍କ ମଧ୍ୟରେ ଶାସକ ଦଳ ଭାଜପା ସର୍ବାଗ୍ରେ ରହିଛି। ଫେସ୍‌ବୁକ୍‌ ବିଜ୍ଞାପନ ରିପୋର୍ଟରୁ ଜଣାପଡିଛି ଯେ, ଫେବୃୟାରୀରୁ ମେ ୧୫ ସୁଦ୍ଧା ଏହାର ମଞ୍ଚରେ ୧.୨୧ ଲକ୍ଷ ରାଜନୈତିକ ବିଜ୍ଞାପନ ଦିଆଯାଇଥିଲା। ଏହିସବୁ ବିଜ୍ଞାପନରେ ରାଜନୈତିକ ଦଳଗୁଡ଼ିକ ୨୬.୫ କୋଟି ଟଙ୍କା ବ୍ୟୟ କରିଛନ୍ତି। ଏଭଳି ଭାବେ ଗୁଗଲ, ୟୁଟ୍ୟୁବ୍‌ ଏବଂ ଏହାର ସହାୟକ କମ୍ପାନୀଗୁଡ଼ିକରେ ୧୯ ଫେବୃୟାରୀରୁ ଅଦ୍ୟାବଧି ୧୪,୮୩୭ ବିଜ୍ଞାପନ ବାବଦରେ ରାଜନୈତିକ ଦଳଗୁଡ଼ିକ ୨୭.୩୬ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଶାସକ ଦଳ ଭାଜପା ଫେସ୍‌ବୁକ୍‌ରେ ୨୫୦୦ରୁ ଅଧିକ ବିଜ୍ଞାପନ ବାବଦରେ ୪.୨୩ କୋଟି ଟଙ୍କା ବ୍ୟୟ କରିଛି। ସେହିପରି ଗୁଗଲ ମଞ୍ଚରେ ଏହି ଦଳ ୧୭ କୋଟି ଟଙ୍କା ବ୍ୟୟ କରିଥିବା ବେଳେ କଂଗ୍ରେସ ଫେସ୍‌ବୁକ୍‌ରେ ୩,୬୮୬ ବିଜ୍ଞାପନ ବାବଦରେ ୧.୪୬ କୋଟି ଟଙ୍କା, ଗୁଗଲରେ ୪୨୫ ବିଜ୍ଞାପନ ବାବଦରେ ୨.୭୧ କୋଟି ଟଙ୍କା ବ୍ୟୟ କରିଛି। ସେହିପରି ତୃଣମୂଳ କଂଗ୍ରେସ ଫେସ୍‌ବୁକ୍‌ରେ ୨୯.୨୮ ଲକ୍ଷ ଟଙ୍କା, ଆମ୍‌ ଆଦ୍‌ମୀ ପାର୍ଟି(ଆପ୍‌) ୧୩.୬୨ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି।


All Right Reserved By Dharitri.Com

ସପ୍ତାହକ ଭିତରେ ଜେଟ୍‌ର ସ୍ଥିତି ସ୍ପଷ୍ଟ ହେବ: ଏସ୍‌ବିଆଇ ମୁଖ୍ୟ

ନୂଆଦିଲ୍ଲୀ,୨୦-୫: ଆର୍ଥିକ ସଙ୍କଟ କାରଣରୁ ଅସ୍ଥାୟୀଭାବେ ବନ୍ଦ ହୋଇଯାଇଥିବା ଜେଟ୍‌ ଏୟାରଓ୍ବେଜ୍‌ର ଭବିଷ୍ୟତକୁ ନେଇ ଏବେ ବି ଅନିଶ୍ଚିତତା ଲାଗି ରହିଛି। ଜେଟ୍‌ ପୁଣିଥରେ କାର୍ଯ୍ୟକ୍ଷମ...

ହସ୍ପିଟାଲରୁ ଆସି ମତଦାନ କଲେ ୮୦ ବର୍ଷୀୟା ବୃଦ୍ଧା

କଠୁଆ,୧୮।୪: ଜମ୍ମୁ-କଶ୍ମୀରର କଠୁଆ ଜିଲାରେ ଜଣେ ବୃଦ୍ଧା ମତଦାନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ୮୦ ବର୍ଷୀୟା ବୃଦ୍ଧା ଯୋଗୀନ୍ଦେରୋ ଦେବୀ ଅସୁସ୍ଥତା ପାଇଁ...

ଝିଅ ବିବାହର ଗୋଟିଏ ଦିନ ପୂର୍ବରୁ ୨୫ ବର୍ଷ ଧରି ଲିଭ୍‌ଇନ୍‌ରେ ରହୁଥିବା ମାତାପିତା କଲେ ବିବାହ

ଭୋପାଳ, ୧୬।୬: ମଧ୍ୟପ୍ରଦେଶରେ ଘଟିଛି ଏକ ନିଆରା ଘଟଣା। ଏଠାରେ ଝିଅ ବିବାହର ଗୋଟିଏ ଦିନ ପୂର୍ବରୁ ୨୫ ବର୍ଷ ଧରି ଲିଭ୍‌ଇନ୍‌ରେ ରହୁଥିବା ମାତାପିତା...

ହରିୟାଣା ରାଜନୀତି: ଜେଜେପି ସମର୍ଥନରେ ଖଟ୍ଟର ସରକାର

ନୂଆଦିଲ୍ଲୀ/ଚଣ୍ଡିଗଡ଼,୨୫ା୧୦(ପି.ଟି./ଆଇଏଏନ୍‌ଏସ୍‌)- ହରିୟାଣା ନିର୍ବାଚନରେ କୌଣସି ଦଳକୁ ସଂଖ୍ୟାଗରିଷ୍ଠତା ନ ମିଳିବା ପରେ ଝୁଲା ବିଧାନସଭା ସ୍ଥିତି ସୃଷ୍ଟି ହୋଇଛି। ମ୍ୟାଜିକ୍‌ ନମ୍ବର ୪୬କୁ ଛୁଇଁବା ପାଇଁ...

ଅମେଠିରେ ରାହୁଲ ପଛରେ; ବାରାଣସୀରେ ମୋଦି ଆଗୁଆ

ନୂଆଦିଲ୍ଲୀ, ୨୩।୫: ଅମେଠି ଲୋକ ସଭା ଆସନରେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପଛରେ ଥିବାବେଳେ ବାରାଣସୀ ଲୋକ ସଭା ଆସନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ପୁଲଓ୍ବାମାରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର: ୨ ଆତଙ୍କବାଦୀ ନିହତ

ଶ୍ରୀନଗର, ୧୮।୫: ଦକ୍ଷିଣ କଶ୍ମୀରର ପୁଲଓ୍ବାମା ଜିଲାରେ ଶନିବାର ଭୋର୍‌ ସମୟରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିଗୋଳା ବିନିମୟ ଘଟିଛି। ଏଥିରେ ୨ ଜଣ...

ମାୟାନଗରୀରେ ବନ୍ୟା ବିତ୍ପାତ: ଫିକା ପଡ଼ିଲା ଗଣେଶ ପୂଜା

ମୁମ୍ବାଇ,୫।୯: ମୁମ୍ବାଇରେ ମଙ୍ଗଳବାରଠାରୁ ଲଗାଣ ବର୍ଷା ହେବାରୁ ସହରର ବିଭିନ୍ନ ସ୍ଥାନରେ ବନ୍ୟା ବିତ୍ପାତ ଦେଖାଦେଇଛି। ମୁମ୍ବାଇ ଓ ମହାରାଷ୍ଟ୍ରର ବିଭିନ୍ନ ସ୍ଥାନ ଜଳାର୍ଣ୍ଣବ ହୋଇଛି।...

ଡଙ୍ଗାବୁଡ଼ି ୧୩ ମୃତ

ମାନିଲା, ୪ା୮(ପି.ଟି.): କେନ୍ଦ୍ରୀୟ ଫିଲିପାଇନ୍ସ ନିକଟ ସମୁଦ୍ରରେ ଶନିବାର ୨ଟି ଡଙ୍ଗା ବୁଡ଼ିଯିବାରୁ ୧୩ ଜଣଙ୍କ ପ୍ରାଣହାନି ଘଟିଥିବାବେଳେ କେତେକ ନିଖୋଜ ଥିବା ଜଣାପଡ଼ିଛି। ୩୧...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *