Posted inଫୁରସତ

ହାତୀମଳରୁ ତିଆରି ହେବ କଫି, ୧ କପ୍‌ର ଦାମ୍‌ ୫ ହଜାର ଟଙ୍କା

କାନାଡ଼ାର ବିଜ୍‌ନେସ୍‌ ମ୍ୟାନ୍‌ ବ୍ଲାକ୍‌ ଡିଙ୍କିନ୍‌ ଏମିତି କଫି ତିଆରି କରିବାକୁ ଯାଉଛନ୍ତି ଯାହାର ପ୍ରସ୍ତୁତି ପ୍ରଣାଳୀ ଆଉ ଦାମ୍‌ ଶୁଣି ଆଶ୍ଚର୍ଯ୍ୟ ହୋଇଯିବେ। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏହି କଫି ହାତୀ ମଳରୁ ତିଆରି ହେବ। ଏକ ରିପୋର୍ଟ ଅନୁଯାୟୀ, କଫିର ନାଁ ରହିଛି ‘ବ୍ଲାକ୍‌ ଆଇବରୀ’।

ଗୋଟିଏ କପ୍‌ର ଦାମ୍‌ ୪,୨୦୦ ଟଙ୍କାରୁ ଊର୍ଦ୍ଧ୍ୱ। ହାତୀ ମଳରୁ କଫି ପ୍ରସ୍ତୁତ କରିବାର କାରଣ ହେଲା ହାତୀ ଡାଳପତ୍ର ଖାଇଥାନ୍ତି। ତେଣୁ ସେଲୁଲେସ୍‌ ଯୋଗୁ ଗୋବରରେ ମିଠା ଅଂଶ ଥାଏ। ତେଣୁ ଡିଙ୍କିନ୍‌ ଏପରି କରିବାକୁ ଆଗେଇ ଆସିଥିବା କହିଛନ୍ତି। ଡିଙ୍କିନ୍‌ଙ୍କ ଏହି ପ୍ରସ୍ତୁତିକୁ ନେଇ ଲୋକେ ତାଙ୍କୁ ବହୁତ ଚିଡ଼ାଉଛନ୍ତି। ଲୋକେ ତାଙ୍କୁ ବ୍ରୁ ନଂ -୨, ଗୁଡ୍‌ ଟୁ ଲାଷ୍ଟ ଡ୍ରପିଙ୍ଗ୍‌ ଆଦି ଡାକି ଚିଡ଼ାଉଛନ୍ତି।

କିନ୍ତୁ ସେ ଏହାକୁ ନେଇ ଖୁବ୍‌ ଗମ୍ଭୀର ଥିବାବେଳେ ନିଜ କାମରେ ଲାଗିପଡ଼ିଛନ୍ତି। ଏହି କଫିର ଖାସ୍‌ କଥା ହେଲା ଏହା ଉଭୟ ଚା’ ଏବଂ କଫିର ସ୍ବାଦ ଦେବ। ଏସିଆନ୍‌ ହାତୀଙ୍କ ଠାରୁ ମିଳୁଥିବା ଏହି ଗୋବରରୁ କଫି ପ୍ରସ୍ତୁତ କରାଯାଉଛି। ୩୪ କିଲୋଗ୍ରାମ ଗୋବରରୁ ୧ କିଲୋଗ୍ରାମ କଫି ପ୍ରସ୍ତୁତ କରାଯାଉଛି। ଏହାର ଦାମ୍‌ରୁ ଜାଣିପାରୁଥିବେ ଏହା ପଞ୍ଚତାରକା ହୋଟେଲରେ ହିଁ ମିଳିପାରିବ।


All Right Reserved By Dharitri.Com

ବ୍ଲାକ୍‌ହୋଲ ଅନୁସନ୍ଧାନ କରିବ ଇସ୍ରାଏଲ୍‌

ଜେରୁଜେଲମ: ୨୦୨୩ରେ ଏକ ସ୍ବତନ୍ତ୍ର ସାଟେଲାଇଟ୍‌ ମହାକାଶକୁ ଲଞ୍ଚ୍‌ କରିବାକୁ ଇସ୍ରାଏଲ୍‌ ଯୋଜନା କରିଛି। ମହାଜାଗତିକ ବିସ୍ଫୋରଣକୁ ରେକର୍ଡ କରିବା ସହିତ ବ୍ଲାକହୋଲ୍‌ ସମ୍ପର୍କରେ ଅଧିକ...

ଅଟୋରିକ୍ସାରେ ‘ହ୍ୟାଣ୍ଡଓ୍ବାଶ୍‌’ସୁବିଧା

ଥିରୁଭାନନ୍ତପୁରମ୍‌: ଭାରତରେ ସବୁଠାରୁ ଅଧିକ ସାକ୍ଷରତା ହାର ଏବଂ ଶିକ୍ଷିତ ରାଜ୍ୟଭାବେ ପରିଚିତ କେରଳ। ଏଠାରେ ଅଧିକାଂଶ ରିକ୍ସା ଏବଂ ଅଟୋ ଚାଳକ ମଧ୍ୟ ଗ୍ରାଜୁଏଟ୍‌...

ବାଲାଜୀଙ୍କ ସମେତ ଅନ୍ୟ ଦେବାଦେବୀଙ୍କ ନାଗରିକତ୍ୱ ପ୍ରମାଣ ଲୋଡିଲେ ପୂଜାରୀ

ହାଇଦ୍ରାବାଦ୍‌ ,୨୬।୧: ଦେଶରେ ସିଏଏ ବିରୋଧ ତଥା ସମର୍ଥନରେ ବିଭିନ୍ନ ପ୍ରଦର୍ଶନ ଜାରି ରହିଛି। ତେବେ ହାଇଦ୍ରାବାଦ୍‌ ଚିଲକୁର ବାଲାଜୀ ମନ୍ଦିରର ମୁଖ୍ୟ ପୂଜାରୀ ସି.ଏସ୍‌....

ଅଦରକାରୀ, ପୁରୁଣା ସାମଗ୍ରୀରେ ବାଇକ୍‌ ତିଆରି କଲେ ନବମ ଶ୍ରେଣୀ ଛାତ୍ର

ଆନନ୍ଦପୁର : ଜଣେ ନବମ ଶ୍ରେଣୀ ଛାତ୍ର ନିଜସ୍ବ ଜ୍ଞାନକୌଶଳ ବଳରେ ତିଆରି କରିଛନ୍ତି ଏକ ବାଇକ୍‌। ଏହି ବାଇକ୍‌କୁ ନେଇ ସମଗ୍ର କେନ୍ଦୁଝର ଜିଲା...

ସାଇତା ଖେଳଣା

ଏଠି ଯେଉଁ ଖେଳଣା କଥା କୁହାଯାଉଛି, ସେଥିପାଇଁ ପିଲା ଜିଦ୍ଦି କଲେ ବି ମା’ବାପା ପିଲାର ଆଶା ପୂରଣ କରିପାରିବେନି। କାରଣ ଏସବୁ ହେଉଛି ପୃଥିବୀର...

୨୨ଶହ ମସିହା ବେଳକୁ ମୃତ୍ୟୁକୁ ଜୟ କରିବ ମଣିଷ …

ମଣିଷ ବି ମୃତ୍ୟୁ ଉପରେ ବିଜୟ ଲାଭ କରିବାକୁ ସକ୍ଷମ ହୋଇପାରିବ। ଆଉ ୨୨ ଶହ ମସିହା ବେଳକୁ ମଣିଷ ହୋଇଯିବ ଭଗବାନ। ଯେପରି ସୃଷ୍ଟିକର୍ତ୍ତା...

ଜାଣନ୍ତି ଟ୍ରେନ୍‌ ବଗିରେ ଲାଗିଥିବା ଝରକା କାହିଁକି ହୋଇଥାଏ ଭିନ୍ନ

ଭାରତୀୟ ଟ୍ରେନ୍‌ ଏସିଆ ମହାଦେଶର ସବୁଠୁ ବଡ଼ ନେଟ୍‌ଓ୍ବାର୍କ। ପ୍ରତିଦିନ ୧୩ ହଜାରରୁ ଅଧିକ ଯାତ୍ରୀ ଟ୍ରେନ୍‌ରେ ଯାତାୟାତ କରିଥାନ୍ତି। କିନ୍ତୁ କେବେ ଧ୍ୟାନ ଦେଇଛନ୍ତି...

ଆରାମ ନୁହେଁ, କଷ୍ଟ ଦେବ ଏ ତକିଆ

ଦିନ ତମାମର ଥକାପଣ ଦୂର ହୁଏ ନରମ ଗଦିରେ, ନରମ ତକିଆରେ କେଇ ଘଣ୍ଟା ଆରାମରେ ଶୋଇପଡ଼ିଲେ। ଏହି ଧଳାରଙ୍ଗର ସୁନ୍ଦର ତକିଆ ଦେଖିଲେ ଅନେକଙ୍କ...

Leave a comment

Your email address will not be published. Required fields are marked *