ଜଳିଗଲା ଡିଜେଲ ଟ୍ୟାଙ୍କର: ଡ୍ରାଇଭର, ହେଲ୍‌ପର ଗୁରୁତର

ଖୋର୍ଦ୍ଧା ଅଫିସ,୩୦।୮: ଖୋର୍ଦ୍ଧା ଜିଲା ୧୬ ନଂ ଜାତୀୟ ରାଜପଥର ଟାଙ୍ଗୀ ବାଇପାସ ପଥରବନ୍ଧ ନିକଟରେ ଗୁରୁବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟି ଏକ ଡିଜେଲ ଟ୍ୟାଙ୍କର ଜଳିଯାଇଛି। ଏଥିରେ ଟ୍ୟାଙ୍କର ଚାଳକ ଓ ହେଲ୍‌ପର ଗୁରୁତର ହୋଇଛନ୍ତି। ସେମାନଙ୍କୁ ଭୁବନେଶ୍ୱରର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
ସୂଚନାନୁଯାୟୀ, ପାରାଦୀପରୁ ଡିଜେଲ ନେଇ ଏକ ଟ୍ୟାଙ୍କର(ନଂ-ଓଆର୍‌୦୫ଏଏ୭୨୩୧)ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ଉକ୍ତ ସ୍ଥାନରେ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌କୁ ଧକ୍କା ଦେଇଥିଲା। ଫଳରେ ଟ୍ୟାଙ୍କର ସମ୍ମୁଖ ଭାଗରେ ଥିବା ଚାମ୍ବରରୁ ତେଲ ଲିକ୍‌ ହୋଇ ଏଥିରେ ନିଆଁ ଲାଗିଯାଇଥିଲା। ନିଆଁ ଲାଗିବାର କିଛି ସମୟ ପରେ ରାସ୍ତାରେ ଯାଉଥିବା ଲୋକେ ଟ୍ୟାଙ୍କର ଚାଳକ ଓ ହେଲ୍‌ପରଙ୍କୁ ଉଦ୍ଧାର କରିଥିଲେ। ଖବର ପାଇ ଟାଙ୍ଗୀ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।


All Right Reserved By Dharitri.Com

ଜମି ପଟ୍ଟା ଯୋଗାଇଦେବାକୁ ଜିଲାପାଳଙ୍କୁ ନିବେଦନ

ଯାଜପୁର ଟାଉନ,୧୧-୯(ଡି.ଏନ୍‌.ଏ.)- ଯାଜପୁର ବ୍ଲକର ସିମିଳିଆ ପଞ୍ଚାୟତର ଶହ ଶହ ଲୋକମାନେ ଜମିପଟ୍ଟା ପାଇବାରୁ ବଞ୍ଚତ୍ତ ଅଛନ୍ତି। ଏନେଇ ଗତ ମାର୍ଚ୍ଚ ୬ ତାରିଖରେ ଏହି...

କୃଷି, ଆଇନଶୃଙ୍ଖଳା ପ୍ରସଙ୍ଗ ନେଇ ସରକାରଙ୍କୁ ଘେରିବ କଂଗ୍ରେସ

ଭୁବନେଶ୍ୱର,୧୩।୧୧(ବ୍ୟୁରୋ):କୃଷି, କୃଷକ ସମସ୍ୟା, ବେକାରି, ଆଇନଶୃଙ୍ଖଳା, ନାରୀ ସୁରକ୍ଷା, ଦୁର୍ନୀତି ଆଦି ପ୍ରସଙ୍ଗକୁ ନେଇ କଂଗ୍ରେସ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛି। ମଙ୍ଗଳବାର ଅପରାହ୍ନରେ...

୧୦ ଜିଲାକୁ ବର୍ଷା, ବଜ୍ରପାତ: ସତର୍କ ରହିବାକୁ ସୂଚନା

ଭୁବନେଶ୍ୱର, ୧୮।୯(ବ୍ୟୁରୋ): ରାଜ୍ୟର ୧୦ଟି ଜିଲାକୁ ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏ ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ବୁଧବାର...

ବାଲିମେଳାରେ କାର୍‌ଗିଲ ବିଜୟ ଦିବସ: ଚିତାପରି ଗ୍ରାମଠାରୁ ବାଲିମେଳା ମିନି ଷ୍ଟାଡିୟମ ପର୍ଯ୍ୟନ୍ତ ମିନି ମାରାଥନ

କୋରୁକୋଣ୍ଡା,୨୧।୭(ଡି.ଏନ୍‌.ଏ.): ମାଲକାନଗିରି ଜିଲା ବାଲିମେଳାରେ ସୀମା ସୁରକ୍ଷା ବାହିନୀ ୧୪୪ ବାଟାଲିୟନ ପକ୍ଷରୁ ରବିବାର ସକାଳେ କାର୍‌ଗିଲ ବିଜୟ ଦିବସ ପାଳନ କରାଯାଇଛି। ଚିତାପରି-୩ ଗ୍ରାମ...

ଜିଲାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ତାଣ୍ଡବ: ଘରେ ପଶିଲା ପାଉଁଶ, କୋଇଲା ଗୁଣ୍ଡ

ବଅଁରପାଳ/କଣିହାଁ/ଛେଣ୍ଡିପଦା/ପବିତ୍ରନଗର/ପାଲଲହଡ଼ା, ୧ା୬(ଡି.ଏନ.ଏ.): ଅନୁଗୋଳ ଜିଲାର ବିଭିନ୍ନ ସ୍ଥାନରେ ଶୁକ୍ରବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ଜୋରଦାର ପବନ ଯୋଗୁ ଦୀର୍ଘ ସମୟ ଧରି ନାଲ୍‌କୋ, ଏନ୍‌ଟିପିସି...

ପ୍ରେମିକଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ

ଭାପୁର, ୧୧।୮(ଡି.ଏନ୍‌.ଏ.) – ଢେଙ୍କାନାଳ ସଦର ଥାନା ଭାପୁର ଫାଣ୍ଡି ଅଧୀନ ଜରିପାଳ ଛକରୁ ଜଣେ ଅସହାୟ ଯୁବତୀ (୧୮ବର୍ଷ)ଙ୍କୁ ଶନିବାର ପୋଲିସ ଉଦ୍ଧାର କରିଛି।...

ନୀଳଗିରି ଉପଖଣ୍ଡ ଚିକିତ୍ସାଳୟର ୫୦ ଶଯ୍ୟା ବିଶିଷ୍ଟ ଗୃହ ନିର୍ମାଣର ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ, ବିଧାୟକ

ସଜନାଗଡ଼,୨୧।୧୦(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଚିକିତ୍ସାଳୟ ୫୦ ଶଯ୍ୟା ବିଶିଷ୍ଟ ଅର୍ନ୍ତବିଭାଗ ଓ ବର୍ହିବିଭାଗ ଗୃହ ନିର୍ମାଣର ଶୁଭ ଶିଳାନ୍ୟାସ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଓ...

ସମୁଦ୍ରରେ ବୁଡ଼ି ଛାତ୍ର ମୃତ

ଗୋପ, ୧୬।୬(ଡି.ଏନ୍‌.ଏ.)-ସାଙ୍ଗ ସାଥୀଙ୍କ ସହ ରଜ ସଂକ୍ରାନ୍ତିରେ କୋଣାର୍କ ବୁଲିବାକୁ ଆସିଥିବା ଜଣେ କଲେଜ ଛାତ୍ରଙ୍କର ରବିବାର ସମୁଦ୍ରରେ ବୁଡ଼ି ମୃତ୍ୟୁ ଘଟିଛି। ମୃତକ ଜଣକ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *