ବିଦ୍ୟୁତ ସଂସ୍ପର୍ଶରେ ଆସି ୨ ଯୁବକଙ୍କ ମୃତ୍ୟୁ: ୨ଗୁରୁତର

ଦାରିଙ୍ଗବାଡ଼ି,୩୦।୮(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଭ୍ରମରବାଡ଼ି ପଞ୍ଚାୟତ କଲେଙ୍ଗବାଡି ଗ୍ରାମରେ ବିଦ୍ୟୁତ ସଂସ୍ପର୍ଶରେ ଆସି ୨ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ମୃତ ଯୁବକ ଦ୍ୱୟ ହେଲେ ଲିକୁ ପ୍ରଧାନ ଏବଂ ରଞ୍ଜନ ପ୍ରଧାନ। ଗୁରୁତର ହେଲେ ସୁରଜ ପ୍ରଧାନ ଓ ଜଳେନ୍ଦ୍ର ପ୍ରଧାନ।
ଏ ନେଇ ମୃତକଙ୍କ ପରିବାର ପକ୍ଷରୁ ଦାରିଙ୍ଗବାଡ଼ି ଥାନାରେ ଲିଖିତ ଅଭିଯୋଗ ହୋଇଛି। ଦାରିଙ୍ଗବାଡି ଆଇଆଇସି କୌଶିକ ମାଝି, ସବଇନ୍ସପେକ୍ଟର ଗୋପାଳକୃଷ୍ଣ ଆଗୁପାତ୍ର, ଆର ଭିମୋରାଓ ରେଡ୍ଡି ପ୍ରମୁଖ ପହଞ୍ଚି ଆହତଙ୍କୁ ଫୁଲବାଣୀ ଜିଲା ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇବା ସହ ମୃତଦେହ ଉଦ୍ଧାର କରିଛନ୍ତି । ଆଇଆଇସି ମାଝି କହିଛନ୍ତି ଯେ, ୪ ଯୁବକ ଗାଧୋଇବାକୁ ଯିବା ସମୟରେ ପୂର୍ବରୁ ବିଲ ମଝିରେ ପଡ଼ିଥିବା ବିଦ୍ୟୁତତାର ସଂସ୍ପର୍ଶରେ ଆସିଥିଲେ।


All Right Reserved By Dharitri.Com

ଭୋଗରାଇ ନାବାଳିକା ଜଗତ୍‌ସିଂହପୁରରୁ ଉଦ୍ଧାର

ଭୋଗରାଇ, ୨୫।୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ଥାନା ଅଧୀନ ଗୁନାଇବସାଣ ଗ୍ରାମର ବିଜୟ କୁମାର ଦେ ନାମକ ଯୁବକ ଜଣେ ନାବାଳିକାଙ୍କୁ ଅପହରଣ କରିନେଇଥିବା ତାଙ୍କ ବାପା...

ମଦଭାଟି ବନ୍ଦ ପାଇଁ ମହିଳାଙ୍କ ଦାବି

ସୋନପୁର, ୩।୧୨(ନି.ପ୍ର.) ସୁବର୍ଣ୍ଣପୁର ଜିଲା ତରଭା ବ୍ଲକର ମରାଡୁଗୋଛା ମଦଭାଟି ବନ୍ଦ ପାଇଁ ପଞ୍ଚାୟତର ଲୋକପ୍ରତିନିଧି ଓ ମହିଳାମାନେ ସୋମବାର ଜିଲାପାଳ ମୋନିଷା ବାନାର୍ଜୀଙ୍କ ନିକଟରେ...

ସ୍ବାଇନ୍‌ ଫ୍ଲୁ ପାଇଁ ପ୍ରସ୍ତୁତ ଏସ୍‌ସିବି ମେଡିକାଲ

କଟକ ଅଫିସ,୨୮।୨: ଏସ୍‌ସିବି ମେଡିକାଲ ଚକ୍ଷୁ ବିଭାଗର ତୃତୀୟ ମହଲାରେ ଖୋଲାଯାଇଥିବା ସ୍ବତନ୍ତ୍ର ସ୍ବାଇନ୍‌ ଫ୍ଲୁ ୱାର୍ଡରେ ତିନି ଜଣ ସନ୍ଦେହରେ ଚିକିତ୍ସିତ ହୋଇ ଫେରିଛନ୍ତି।...

ଅକାମୀ ହୋଇଛି ଓଡ଼ିଶାର ଏକମାତ୍ର ଇଏସ୍‌ଟି ସେଲ୍‌

ବ୍ରହ୍ମପୁର ଅଫିସ,୧୮ା୨ – ଛାତ୍ରୀଛାତ୍ରଙ୍କ ଗବେଷଣାଗତ ବିକାଶ ଏବଂ ରୋଜଗାର ସୁଯୋଗ ସୃଷ୍ଟି କରିବା ଉଦ୍ଦେଶ୍ୟ ନେଇ ଭାରତ ସରକାରଙ୍କ ପକ୍ଷରୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପରିସରରେ...

ମନ୍ଦିରରୁ ପୂଜକଙ୍କୁ ଉଠାଇନେଲା ପ୍ରଶାସନ

ଭଞ୍ଜନଗର,୨୧।୪(ଡି.ଏନ.ଏ.)-ଗଞ୍ଜାମରେ ଲକ୍‌ଡାଉନ ସାମାନ୍ୟ କୋହଳ ହୋଇଥିଲେ ମଧ୍ୟ ମନ୍ଦିରରେ ଲୋକଙ୍କ ଗହଳି ଉପରେ କଟକଣା ଜାରି ରହିଛି। ଏହା ସତ୍ତ୍ୱେ ଭଞ୍ଜନଗର-ବେଲଗୁଣ୍ଠା ରାସ୍ତାର ଜାମପଲ୍ଲୀ ଛକରେ...

ପୁଣି ବେଳାଭୂମିରୁ ଗଳିତ ମୃତଦେହ ଉଦ୍ଧାର

ପାରାଦୀପ,୧।୯(ସ୍ବ.ପ୍ର.): ପାରାଦୀପ ସମୁଦ୍ର ଷଣ୍ଢକୂଦ ବସ୍ତିର ଚର୍ଚ୍ଚ ସୀମା ବେଳାଭୂମିରୁ ପୁଣି ରବିବାର ଜଣେ ମହିଳାଙ୍କ ଗଳିତ ମୃତଦେହ ପୋଲିସ ଉଦ୍ଧାର କରିଛି। ତେବେ ମହିଳାଙ୍କ...

ଆଦର୍ଶ ବିଦ୍ୟାଳୟ ଲାଗି ଜମି ହସ୍ତାନ୍ତର

ଜଳେଶ୍ୱର, ୪।୧(ସ୍ବ.ପ୍ର.)-ଜଳେଶ୍ୱର ବ୍ଲକର ବିଛିନ୍ନାଞ୍ଚଳ ଭାବେ ପରିଚିତ ରାଇବଣିଆ ଥାନା କାଳିକଠାରେ ଆଦର୍ଶ ବିଦ୍ୟାଳୟ ନିର୍ମାଣ ଲାଗି ଜମି ହସ୍ତାନ୍ତର ପ୍ରକ୍ରିୟା ଶେଷ ହୋଇଛି ।...

ନିଜକୁ ସୀମାନ୍ତର ଜାଗ୍ରତ ପ୍ରହରୀ ଭାବେ ଦେଖିବାକୁ ପ୍ରସ୍ତୁତ ରୁହନ୍ତୁ

ଭୁବନେଶ୍ବର, ୪।୪(ବ୍ୟୁରୋ) : ଆଜିର ସମୟ ସମ୍ବେଦନଶୀଳ ସମୟ l ପ୍ରତିଟି ଜନସାଧାରଣ ସରକାର, ପ୍ରଶାସନ, ପୁଲିସ କୁ ସେମାନଙ୍କର କାମ କରିବାକୁ ଦିଅନ୍ତୁ l...

Leave a comment

Your email address will not be published. Required fields are marked *