Posted inଜାତୀୟ

ସିଂହ ଖାଉଛି ଘାସ

ନୂଆଦିଲ୍ଲୀ: ସିଂହ ଘାସ ଖାଇବା କେବେ ଦେଖିଛନ୍ତି କି? ଗୁଜରାଟର ଅମ୍‌ରେଲି ଜିଲାର ଖାମ୍ବା ଜଙ୍ଗଲରେ ଗୋଟିଏ ସିଂହ ଘାସ ଖାଉଥିବାର ଭିଡିଓ ଭାଇରାଲ ହୋଇଛି। ଏଥିରେ ସିଂହଟି ଘାସକୁ ଚୋବାଇ ଖାଉଥିବାର ଦୃଶ୍ୟ ଦେଖାଯାଉଛି। ସିଂହ ଏକ ମାଂସାଶୀ ପ୍ରାଣୀ ହୋଇଥିଲେ ହେଁ ତୃଣଭୋଜୀ ଭଳି ଘାସ ଖାଇବା ଘଟଣା ନେଇ ସୋସିଆଲ ମିଡିଆରେ ବିତର୍କ ସୃଷ୍ଟି ହୋଇଛି। ଅବଶ୍ୟ ପରେ ଏହି ଘଟଣା ନେଇ ଗୁଜରାଟ ବନ ବିଭାଗର ଦୃଷ୍ଟି ଆକର୍ଷଣ କରାଯିବାରୁ ଏ ସମ୍ପର୍କିତ ସନ୍ଦେହ ଦୂର ହୋଇପାରିଛି। ବିଭାଗ ପକ୍ଷରୁ କୁହାଯାଇଛି ଯେ, ସିଂହ ଘାସ ଖାଇବା ଅସାଧାରଣ କଥା ନୁହେଁ। ସିଂହର ପାକସ୍ଥଳୀରେ ବଦହଜମି ବା ଅଜୀର୍ଣ୍ଣ ହେଲେ ସେ ଘାସ ଖାଇଥାଏ। ଏହାଦ୍ୱାରା ଅଜୀର୍ଣ୍ଣ ଖାଦ୍ୟ ବାନ୍ତି କରିବା ପରେ ସିଂହ ସୁସ୍ଥ ହୋଇଥାଏ। ଏପରି କି କୁକୁର ମଧ୍ୟ ଘାସ ଖାଇବା ଦ୍ୱାରା ତାକୁ ବଦହଜମିରୁ ମୁକ୍ତି ମିଳେ। ଏହା ପଶୁମାନଙ୍କର ପେଟ ସଫା ପାଇଁ ଏକ ପ୍ରାକୃତିକ କ୍ରିୟା ବୋଲି ଜଣେ ଟୁଇଟର ବ୍ୟବହାରକାରୀ ଲେଖିଛନ୍ତି। ହଜମକ୍ରିୟା ପାଇଁ ସିଂହ ବେଳେବେଳେ ଘାସ ଖାଆନ୍ତି ବୋଲି ଆଉ ଜଣେ ବ୍ୟବହାରକାରୀ ଉଲ୍ଲେଖ କରିଛନ୍ତି।


All Right Reserved By Dharitri.Com

୫ଲକ୍ଷର ନକଲି ନୋଟ ଜବତ, ଜଣେ ଗିରଫ

ନୂଆଦିଲ୍ଲୀ,୧୧।୬: ଦିଲ୍ଲୀ ପୋଲିସର ସ୍ପେଶିଆଲ ସେଲ୍‌ ନକଲି ନୋଟକୁ ଜବତ କରିଛି। ବାଂଲାଦେଶରୁ ଦିଲ୍ଲୀକୁ ଆସିଥିବା ୫ଲକ୍ଷ ନକଲି ନୋଟକୁ ଜବତ କରିବା ସହ ଏଥିରେ...

ରାଜସ୍ଥାନରେ ଇଣ୍ଟରନେଟ୍‌ ସେବା ୨୪ ଘଣ୍ଟା ପାଇଁ ବନ୍ଦ

ଜୟପୁର,୯।୧୧: ଅଯୋଧ୍ୟା ମାମଲାର ରାୟ ଶନିବାର ପ୍ରକାଶ ପାଇବ। ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ଲାଗି ରାଜସ୍ଥାନରେ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି।...

ମୋଦି ପୁଣି ଦେଲେ ଝଟ୍‌କା: ଲୋକ ସଭା ବାଚସ୍ପତି ହେବେ ଓମ୍‌ ବିର୍ଲା

ନୂଆଦିଲ୍ଲୀ,୧୮।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣିଥରେ ଝଟ୍‌କା ଦେଇଛନ୍ତି। ଲୋକ ସଭା ବାଚସ୍ପତି ପଦ ପାଇଁ ବହୁ ଚର୍ଚ୍ଚା ଲାଗି ରହିଥିଲା। ତେବେ ରାଜସ୍ଥାନ କୋଟା...

୧୨୫ କୋଟିରୁ ଊର୍ଦ୍ଧ୍ୱ ଲୋକଙ୍କ ପାଖରେ ରହିଛି ଆଧାର

ନୂଆଦିଲ୍ଲୀ,୨୭।୧୨: ସରକାରଙ୍କ ୟୁନିକ ଆଇଡେଣ୍ଟିଫିକେଶନ ଅଥରିଟି ଅଫ୍‌ ଇଣ୍ଡିଆ(ୟୁଆଇଡିଏଆଇ)ପକ୍ଷରୁ ଶୁକ୍ରବାର ଘୋଷଣା କରାଯାଇଛି କି ଦେଶରେ ବର୍ତ୍ତମାନ ସୁଦ୍ଧା ୧୨୫କୋଟିରୁ ଊର୍ଦ୍ଧ୍ୱ ଲୋକଙ୍କ ପାଖରେ ଆଧାର...

ଭୋପାଳରେ ପୂଜା ହେବେନି ୬ ଫୁଟ୍‌ରୁ ଊର୍ଦ୍ଧ୍ୱ ଉଚ୍ଚତାର ଦୁର୍ଗାମୂର୍ତ୍ତି

ଭୋପାଳ,୧୬।୯: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳର ଖଟଲାପୁରରେ ଗତ ଗଣେଶ ପୂଜା ସମୟରେ ହୋଇଥିବା ଦୁର୍ଘଟଣାକୁ ନେଇ ମଧ୍ୟପ୍ରଦେଶ ସରକାର ଏବେ ଏକ ବଡ ନିଷ୍ପତ୍ତି ନେଇଛନ୍ତି।...

ଜମ୍ମୁ-କଶ୍ମୀର: ପ୍ରିପେଡ ସିମକାର୍ଡରେ କଥା ହେବା ସହ ଦେଇ ପାରିବେ ବାର୍ତ୍ତା

ଶ୍ରୀନଗର,୧୮।୧: ଜମ୍ମୁ-କଶ୍ମୀରର ସ୍ଥିତି ସମିକ୍ଷା କରିବା ପରେ ଏବେ ସେଠାରେ ସମସ୍ତ ସ୍ଥାନୀୟ ପ୍ରିପେଡ ସିମକାର୍ଡରେ କଲ୍‌ କରିବା ସହ ଏସ୍‌ଏମ୍‌ଏସ୍‌ ପଠାଯାଇ ପାରିବ ବୋଲି...

ବିଭତ୍ସ ହତ୍ୟା: ବାଇକ୍‌ ପଛରେ ଯୁବକଙ୍କୁ ବାନ୍ଧି ୧୫ କିଲୋମିଟର ଘୋଷାଡି ମାରିଲେ ଦୃର୍ବୃତ୍ତ

ଲକ୍ଷ୍ନୌ,୨୫।୯:ଉତ୍ତରପ୍ରଦେଶର ମିରଟରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଯୁବକଙ୍କ ବେକରେ ରଶି ବାନ୍ଧି ବାଇକ୍‌ ପଛରେ ୧୫କିମି ଘୋଷାଡି ଘୋଷାଡି ହତ୍ୟା କରାଯାଇଛି। ତେବେ...

ଜିଏସ୍‌ଟି ଯୋଗୁ ୫ ଲକ୍ଷ କୋଟିରୁ ଅଧିକ ରାଜକୋଷରେ ଜମା ହୋଇଛି: ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୧୬।୭: ଜିଏସ୍‌ଟି ଯୋଗୁ କେନ୍ଦ୍ରୀୟ ରାଜକୋଷରେ ୫ ଲକ୍ଷ କୋଟିରୁ ଅଧିକ ଟଙ୍କା ଜମା ହୋଇଛି। ଏନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ଲୋକ ସଭାରେ...

Leave a comment

Your email address will not be published. Required fields are marked *