ଯୁକ୍ତ ୨ ବହି ଆଉ ଛାପିବନି ଟେକ୍‌ଷ୍ଟ ବୁକ୍‌ ଅଫ ବ୍ୟୁରୋ

ଭୁବନେଶ୍ୱର,୩୦।୮(ବ୍ୟୁରୋ): ଟେକ୍‌ଷ୍ଟ ବୁକ୍‌ ଅଫ ବ୍ୟୁରୋ ଅଫିସ୍‌ କାର୍ଯ୍ୟାଳୟଠାରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ଅଧ୍ୟକ୍ଷତାରେ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଉଚ୍ଚଶିକ୍ଷା ବିଭାଗ ସଚିବ, ଟେକ୍‌ଷ୍ଟ ବୁକ୍‌ ଅଫ୍‌ ବ୍ୟୁରୋର ନିର୍ଦ୍ଦେଶକ ଏବଂ ସଦସ୍ୟମାନେ ଉପସ୍ଥିତ ରହି ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା କରିଛନ୍ତି। ଏହି କାର୍ଯ୍ୟାଳୟରେ ବିଶ୍ୱବିଦ୍ୟାଳୟ, ଯୁକ୍ତ ୨ ଆଦି ବିଭିନ୍ନ ପିଲାଙ୍କ ପରୀକ୍ଷା ପେପର୍‌ଠାରୁ ଆରମ୍ଭ କରି ବହି ଆଦି ଛପା ଯାଇଥାଏ। ବର୍ତ୍ତମାନ ଏହି କାର୍ଯ୍ୟାଳୟ ପକ୍ଷରୁ ୧୪କୋଟି ଟଙ୍କାର ବହି ଛପାଯାଇଛି। ଏହି ବହିଗୁଡିକ କିପରି ଠିକ୍‌ ଭାବରେ ବଣ୍ଟାଯାଇପାରିବ ସେନେଇ ବିଶେଷତଃ ଆଲୋଚନା କରାଯାଇଛି। ପୂର୍ବରୁ ଟେକ୍‌ଷ୍ଟ ବୁକ୍‌ ଅଫ୍‌ ବ୍ୟୁରୋ ଦ୍ୱାରା ଯୁକ୍ତ ୨ ପିଲାଙ୍କ ପାଠ୍ୟ ପୁସ୍ତକ ଛପାଯାଉଥିଲା। କିନ୍ତୁ ଆଗକୁ ଆଉ ଯୁକ୍ତ ୨ ଛାତ୍ରୀଛାତ୍ରଙ୍କ ବହି ଛପାଯିବ ନାହିଁ ବୋଲି ଜଣାପଡିଛି। ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି। ଗଣଶିକ୍ଷା ବିଭାଗ ସେମାନଙ୍କ ବହି ଛାପିବା ବ୍ୟବସ୍ଥା ନିଜସ୍ବ ମାଧ୍ୟମରେ କରିବାକୁ ସ୍ଥିର କରିଥିବା ଜଣାପଡିଛି। ଅନ୍ୟପଟେ ଟେକ୍‌ଷ୍ଟ ବୁକ୍‌ ଅଫ୍‌ ବ୍ୟୁରୋ ଚଳିତ ବର୍ଷ ତା’ର ସୁବର୍ଣ୍ଣ ଜୟନ୍ତୀ ପାଳନ କରିବା ଲାଗି ମନ୍ତ୍ରୀଙ୍କ ନିକଟରେ ପ୍ରସ୍ତାବ ରଖିଛନ୍ତି। ଏନେଇ ବିଧିବଦ୍ଧ ଭାବରେ କୌଣସି ନିର୍ଦ୍ଦିଷ୍ଟ ତାରିଖ ଠିକ୍‌ ହୋଇ ନ ଥିବା ବେଳେ ଏହା ଖୁବ୍‌ଶୀଘ୍ର କରାଯିବ ବୋଲି ସେ କହିଛନ୍ତି।


All Right Reserved By Dharitri.Com

କପାଷ୍ଟିକିରୀ ଗଁ।ରେ ହାତୀ ଆତଙ୍କ

ଛତିଆ,୧୨ା୭(ଡି.ଏନ.ଏ.): ବୈରୀ ଥାନା ଅନ୍ତଗର୍ର୍ତ ବନ୍ତଳା ପଞ୍ଚାୟତର କପାଷ୍ଟିକିରୀ ଗ୍ରାମ ମଧ୍ୟରେ ଗୁରୁବାର ରାତିରେ ଜଙ୍ଗଲୀ ଦନ୍ତା ହାତୀ ପଶି ଶତୃଘ୍ନ ମଲ୍ଲିକଙ୍କ ଚାଳଘର ସମ୍ପୂର୍ଣ୍ଣ...

ଉଚ୍ଛେଦ ନ ସରୁଣୁ ତରବରିଆ ନିର୍ମାଣ: ପୂର୍ତ୍ତ ବିଭାଗର କାର୍ଯ୍ୟକୁ ନେଇ ସନ୍ଦେହ

ପୁରୁଣା ଭୁବନେଶ୍ୱର,୨୭।୧୨(ଡି.ଏନ.ଏ.): ଏକାମ୍ର କ୍ଷେତ୍ରରେ ଶ୍ରୀଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱ ଉଚ୍ଛେଦ ଠିକ୍‌ ଭାବେ ସରିନାହିଁ। ଏଭଳିସ୍ଥଳେ ସମସ୍ତ ନୀତିନିୟମକୁ ଦଳିମକଚି ରାତିଅଧିଆ ପୂର୍ତ୍ତବିଭାଗ ନିର୍ମାଣ କାର୍ଯ୍ୟକୁ...

ଗଠନ ହେଲା ବିଧାନସଭା କାର୍ଯ୍ୟ ପରାମର୍ଶଦାତା କମିଟି

ଭୁବନେଶ୍ୱର,୨୬।୬(ବ୍ୟୁରୋ) : ବୁଧବାର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ବିଧାନସଭାର କାର୍ଯ୍ୟ ପରାମର୍ଶଦାତା କମିଟି ଗଠନ କରିଛନ୍ତି। ସେ ଏ ନେଇ ବିଧିବଦ୍ଧ ଭାବେ ଘୋଷଣା...

କଂସ ବଧ ସହ ସରିଲା ବରଗଡ଼ ଧନୁଯାତ୍ରା

ମଥୁରାନଗରୀ,୧୧ା୧: ବରଗଡ଼ ଧନୁଯାତ୍ରା ମହୋତ୍ସବ ଶୁକ୍ରବାର ଉଦ୍‌ଯାପିତ ହୋଇଛି। ଉଦଯାପନୀ ଦିବସରେ କଂସବଧ ଦୃଶ୍ୟାଭିନୟ ମୁଖ୍ୟ ଆକର୍ଷଣ ଥିଲା। ଅନୁକୁଳ ପାଗ ଓ କଳାକାରଙ୍କ ନିଖୁଣ...

‘ଜୀବନରେ ଶାନ୍ତି ଆଣେ ସଙ୍ଗୀତ’

ରେମୁଣା, ୫।୧୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ରେମୁଣାସ୍ଥିତ କ୍ଷୀରଚୋରା ସଂଗୀତ ମହାବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହ ରବିବାର ସନ୍ଧ୍ୟାରେ ରେମୁଣା ମନ୍ଦିର ଛକ ନିକଟରେ ଅନୁଷ୍ଠିତ ହୋଇଛି ା...

ସିଏବି ବିଲ୍‌କୁ ସମର୍ଥନ: ବିଜେଡିକୁ ସମାଲୋଚନା କଲେ କଂଗ୍ରେସ, ଆର୍‌ଜେଡି

ଭୁବନେଶ୍ୱର,୧୨।୧୨(ବ୍ୟୁରୋ): ନାଗରିକତ୍ୱ ସଂଶୋଧନ ବିଲ୍‌(ସିଏବି) ପାର୍ଲାମେଣ୍ଟରେ ଅନୁମୋଦନ ଲାଭ କରିଛି। ଲୋକ ସଭାରେ ସୋମବାର ବିଲ୍‌ଟି ଗୃହୀତ ହୋଇଥିବା ବେଳେ ବୁଧବାର ରାଜ୍ୟ ସଭାରେ ପାରିତ...

ଶ୍ରୀକ୍ଷେତ୍ରରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଅବହେଳିତ

ପୁରୀ ଅଫିସ,୧୨।୧୦: ଶ୍ରୀକ୍ଷେତ୍ରର ବିକାଶ ଲାଗି ସରକାର ଗୁରୁତ୍ୱାରୋପ କରୁଛନ୍ତି। ଅନ୍ୟପଟେ ପୁରୀ ସହରରେ ଅବହେଳିତ ହୋଇପଡିଛନ୍ତି ମହାପୁରୁଷ। ଶ୍ରୀକ୍ଷେତ୍ରର ବିଭିନ୍ନ ସ୍ଥାନରେ ଥିବା ମହାପୁରୁଷଙ୍କ...

ଶିଶୁଙ୍କ ସାମଗ୍ରିକ ବିକାଶ ଉପରେ ଗୁରୁତ୍ୱ

ପୁରୀ ଅଫିସ, ୨୦ା୧୧ :  ବିଶ୍ୱମ୍ବର ବିଦ୍ୟାପୀଠ ପରିସରରେ ଗୁରୁବାର ଶିଶୁ ସମାଚାର ପକ୍ଷରୁ ବିଶ୍ୱ ଶିଶୁ ଅଧିକାର ଦିବସ ପାଳିତ ହୋଇଯାଇଛି। ଆଇନଜୀବୀ ଶରତ...

Leave a comment

Your email address will not be published. Required fields are marked *