‘ଗଜ୍‌ନବୀ’ପରୀକ୍ଷା କଲା ପାକିସ୍ତାନ

ଜମ୍ମୁ-କଶ୍ମୀର ସମ୍ପର୍କିତ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ପରେ ଭାରତକୁ ବାରମ୍ବାର ଆଣବିକ ଅସ୍ତ୍ର ପ୍ରୟୋଗର ଧମକ ଦେଇ ଯୁଦ୍ଧ ଭୟ ଦେଖାଉଥିବା ପାକିସ୍ତାନ ଶେଷରେ ଏକ କ୍ଷେପଣାସ୍ତ୍ର ପରୀକ୍ଷା କରିଛି। ଗଜ୍‌ନବୀ ନାମକ ଏହି ସ୍ବଳ୍ପ ଦୂରଗାମୀ ମିସାଇଲ୍‌ର ପରୀକ୍ଷଣକୁ ଭାରତ କିମ୍ବା ଅନ୍ତର୍ଜାତୀୟ ସମୁଦାୟ ଗୁରୁତ୍ୱ ଦେଇ ନ ଥିବାବେଳେ ପାକିସ୍ତାନୀ ସେନା ଓ ଶୀର୍ଷ ନେତୃବୃନ୍ଦ ଏହାକୁ ଏକ ବଡ଼ ସଫଳତା ବୋଲି ବିବେଚନା କରି ଆମତ୍ସନ୍ତୋଷ ଲାଭ କରିଛନ୍ତି। ଭାରତ ବିରୋଧୀ ଅପପ୍ରଚାରରେ ସବୁ ମଞ୍ଚରେ ବିଫଳ ହୋଇଥିବା ଇସ୍‌ଲାମାବାଦର ଏହି ପଦକ୍ଷେପ ପାକିସ୍ତାନୀମାନଙ୍କୁ ଖୁସି କରିବା ପାଇଁ ଉଦ୍ଦିଷ୍ଟ ବୋଲି କୁହାଯାଉଛି।

ଇସ୍‌ଲାମାବାଦ,୩୦-୮ (ଆଇଏଏନ୍‌ଏସ୍‌):ପାକିସ୍ତାନ ବୁଧବାର ରାତିରେ ଭୂପୃଷ୍ଠରୁ ଭୂପୃଷ୍ଠକୁ ଲକ୍ଷ୍ୟଭେଦ କରିପାରୁଥିବା ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ‘ଗଜ୍‌ନବୀ’ର ସଫଳ ପରୀକ୍ଷା କରିଛି। ଇଣ୍ଟର ସର୍ଭିସେସ୍‌ ପବ୍ଲିକ୍‌ ରିଲେଶନ୍ସ (ଆଇଏସ୍‌ପିଆର୍‌)ର ମହାନିର୍ଦ୍ଦେଶକ ମେଜର ଜେନେରାଲ ଅସିଫ୍‌ ଗଫୁର ଏହି ସୂଚନା ଦେଇଛନ୍ତି। କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ୨୯୦ କିଲୋମିଟର ରହିଥିବାବେଳେ ଏହା ବିଭିନ୍ନ ପ୍ରକାର ଯୁଦ୍ଧାସ୍ତ୍ର ବହନ କରିପାରିବ।
ଗତ ମେ ମାସରେ ପାକ୍‌ ସେନା ଶାହିନ୍‌-୨ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ପରୀକ୍ଷା କରିଥିଲା, ଯାହାର ଲକ୍ଷ୍ୟଭେଦ କ୍ଷମତା ୧୫୦୦ କିଲୋମିଟର ରହିଛି। ଏହି କ୍ଷେପଣାସ୍ତ୍ର ଉଭୟ ପାରମ୍ପରିକ ଓ ଆଣବିକ ଅସ୍ତ୍ର ବହନ କରିପାରିବ। ଏହା ପୂର୍ବରୁ ମାର୍ଚ୍ଚରେ ପାକ୍‌ ବାୟୁସେନା ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘ସ୍ମାର୍ଟ ଓ୍ବିପନ୍‌’ଜେଏଫ୍‌-୧୭ ଯୁଦ୍ଧବିମାନରୁ ପରୀକ୍ଷା କରିଥିଲା। ଜାନୁୟାରୀରେ ମଧ୍ୟ ପାକିସ୍ତାନ ନୂତନ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ‘ନସ୍‌ର’ ପରୀକ୍ଷା କରିଥିଲା।
ରାତିରେ ପରୀକ୍ଷା କରାଯାଇଥିବା ଗଜନବୀର ଏକ ଭିଡିଓ ଟୁଇଟରରେ ଶେୟାର କରିଛନ୍ତି ଗଫୁର। ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଗଜନ୍‌ବୀ ହେଉଛି ସ୍କଡ୍‌ ପ୍ରଜାତି ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ରର ବିକଶିତ ରୂପ। ଏହା ପାରମ୍ପରିକ, ଅତ୍ୟଧିକ ବିସ୍ଫୋରକ (ଏଚ୍‌ଇ) ଏବଂ ଆଣବିକ ଯୁଦ୍ଧାସ୍ତ୍ର ବହନ କରିବା କ୍ଷମତା ରଖିଛି। ଗଜ୍‌ନବୀର ସଫଳ ପରୀକ୍ଷାକୁ ନେଇ ତିନିବାହିନୀର ମୁଖ୍ୟ ଏବଂ ଷ୍ଟାଫ୍‌ କମିଟି ଯୁଗ୍ମ ମୁଖ୍ୟମାନଙ୍କ ଅଧ୍ୟକ୍ଷ ବିଶେଷଜ୍ଞ ଟିମ୍‌କୁ ଅଭିନନ୍ଦନ ଜଣାଇଛନ୍ତି। ରାଷ୍ଟ୍ରପତି ଅରିଫ୍‌ ଅଲଓ୍ବି ଏବଂ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଉକ୍ତ ଟିମ୍‌କୁ ପ୍ରଶଂସା କରିଛନ୍ତି। ପାକିସ୍ତାନ ଏହି କ୍ଷେପଣାସ୍ତ୍ର ପରୀକ୍ଷଣ ପୂର୍ବରୁ ଭାରତକୁ ଅବଗତ କରାଇଥିଲା ବୋଲି ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରବୀଶ୍‌ କୁମାର ସୂଚନା ଦେଇଛନ୍ତି।


All Right Reserved By Dharitri.Com

ବେଆଇନ ଅନୁପ୍ରବେଶ ନେଇ ୩୧୧ଜଣ ପ୍ରବାସୀ ଭାରତୀୟଙ୍କୁ ବିଦା କଲା ମେକ୍ସିକୋ

ମେକ୍ସିକୋ,୧୮।୧୦: ବେଆଇନ ଭାବେ ଆମେରିକାରେ ପଶିବାକୁ ଯୋଜନା କରୁଥିବା ୩୧୧ଜଣ ପ୍ରବାସୀ ଭାରତୀୟଙ୍କୁ ଭାରତ ପଠାଇଦେଇଛି ମେକ୍ସିକୋ। ଭିସା ଏବଂ ସ୍ଥାୟୀ ରହଣୀ ପାଇଁ ଆବଶ୍ୟକ...

ପାକିସ୍ତାନ ସୈନ୍ୟବାହିନୀରେ ୮ ଅଧିକାରୀଙ୍କୁ କରୋନା: ଡ୍ୟୁଟି କରିବାକୁ ଅମଙ୍ଗ ସୈନ୍ୟ

ଇସଲାମାବାଦ,୧୫।୩: ପାକିସ୍ତାନ ସୈନ୍ୟବାହିନୀରେ ଏବେ ସଙ୍କଟ ଦେଖାଦେଇଥିବା କୁହାଯାଉଛି। ଡ୍ୟୁଟି କରିବାକୁ ସୈନ୍ୟମାନେ ପଛଘୁଞ୍ଚା ଦେବାକୁ ଲାଗିଛନ୍ତି। କୁହାଯାଉଛି ପାକିସ୍ତାନ ସୈନ୍ୟବାହିନୀରେ ୮ ଅଧିକାରୀଙ୍କୁ କରୋନା...

ଆମେରିକାରେ ୩୩ ହଜାର ମୃତ

ଓ୍ବାଶିଂଟନ,୧୭।୪: ଆମେରିକା ଏବେ ଉଦ୍‌ବେଗଜନକ ସ୍ଥିତିରେ ପହଞ୍ଚିଛି। କରୋନା ସଂକ୍ରମିତଙ୍କ ସଂଖ୍ୟା ଗୁରୁବାର ଏଠାରେ ବଢ଼ି ୬ ଲକ୍ଷ ୫୨ ହଜାରରେ ପହଞ୍ଚି ଥିବାବେଳେ ୩୩...

୬ ମହାଦେଶର ୧୯୯ ଦେଶରେ କରୋନାର ମୃତ୍ୟୁ ତାଣ୍ଡବ: ଆମେରିକା-ୟୁରୋପ-ଇରାନରେ ଆତଙ୍କ

ଓ୍ବାଶିଂଟନ,୩୦।୩: କରୋନା ସଂକ୍ରମଣ ଯୋଗୁ ସାରା ପୃଥିବୀରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ଏହାକୁ ରୋକିବାରେ କୌଣସି ରାଷ୍ଟ୍ର ସକ୍ଷମ ହୋଇପାରୁ ନାହାଁନ୍ତି। ଇତିମଧ୍ୟରେ ଆଣ୍ଟାର୍କଟିକାକୁ ଛାଡ଼ି...

ବିବାହର ୭୧ ବର୍ଷ ପରେ ଏକାଠି ହେଲା ପତ୍ନୀପତିଙ୍କ ମୃତ୍ୟୁ

ବର୍ଲିନ,୧୮।୭: ଜର୍ମାନୀରେ ରହୁଥିବା ଜଣେ ବୃଦ୍ଧ ଦମ୍ପତିଙ୍କ ପ୍ରେମ କାହାଣୀ ଏବେ ଖବର ପାଲଟି ଯାଇଛି। ଦୀର୍ଘ ୭୧ ବର୍ଷର ବୈବାହିକ ଜୀବନ ଅତିବାହିତ କରିବା...

ଗରିବ ପିଲାଙ୍କ ପାଇଁ ଝୁମ୍ପୁଡି ବସ୍ତିରେ ସ୍କୁଲ ଖୋଲିରେ ୧୨ ବର୍ଷର ଛାତ୍ର

ଆର୍ଜେଣ୍ଟିନାର ସାନ୍‌ଜୁଆନ୍‌ ସ୍ଥିତ ୧୨ ବର୍ଷୀୟ ଲିଓନାର୍ଡୋ ନିକାନୋର୍‌ ନିଜେ ପଢ଼ିବା ସହ ଗରିବ, ଅସହାୟ, ନିରାଶ୍ରୟ ପିଲାଙ୍କୁ ପଢ଼ାଇବାର ଏକ ଗୁରୁଦାୟିତ୍ୱ ବହନ କରିଛନ୍ତି।...

ମୋଦିଙ୍କୁ ପ୍ରଶଂସା କଲେ ଆମେରିକା ଏମ୍‌ପି

ଓ୍ବାଶିଂଟନ୍‌,୧।୧୧: ଜମ୍ମୁ-କଶ୍ମୀରରୁ ୩୭୦ ଅନୁଚ୍ଛେଦ ହଟିବା ନିଷ୍ପତ୍ତି ବେଶ୍‌ ପ୍ରଶଂସନୀୟ ବୋଲି ଆମେରିକା ଏମ୍‌ପି ଜର୍ଜ ହୋଲ୍ଡିଂ କହିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସାର...

ୟୁରୋପ ଜାଣୁ ଚାଇନା କ’ଣ

ୟୁରୋପର ଜନସାଧାରଣ, ୟୁରୋପର ରାଜନେତା କିମ୍ବା ବ୍ୟବସାୟୀମାନେ କେହି ବି ଚାଇନା ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ଙ୍କ ଧମକକୁ ସମ୍ପୂର୍ଣ୍ଣ ଭାବେ ବୁଝିପାରୁନାହାନ୍ତି। ଯଦିଓ ଏକଚ୍ଛତ୍ରବାଦୀ ଜିନ୍‌ପିଙ୍ଗ୍‌...

Leave a comment

Your email address will not be published. Required fields are marked *