ପୋଖରୀରେ ପଡ଼ି ଶିଶୁପୁତ୍ର ମୃତ

ସୋର,୧୮।୪(ଡି.ଏନ.ଏ.)- ବାଲେଶ୍ୱର ଜିଲା ସୋର ଥାନା ମଧୁସୂଦନପୁର ପଞ୍ଚାୟତର କୁରୁଣିଆ ଗ୍ରାମର ମାମୁଁ ରମାକାନ୍ତ ମହାକୁଡ଼ଙ୍କ ଘରକୁ ବୁଲିବାକୁ ଆସି ୩ବର୍ଷର ଶିଶୁପୁତ୍ର ପୋଖରୀରେ ପଡ଼ି ମୃତ୍ୟୁ ଘଟିଛି। ସୋର ଥାନା ଅନ୍ତର୍ଗତ ସାଉଡ଼ ଗ୍ରାମର ନିରାକାର ନାୟକଙ୍କ ପୁଅ ଜଗନ। ସେ ତାଙ୍କ ମା’ ସହିତ ମାମୁଁ ଘରକୁ ବୁଲିବାକୁ ଆସିଥିଲେ। ବୁଧବାର ସକାଳେ ଘର ନିକଟରେ ଥିବା ପୋଖରୀ ନିକଟରେ ଖେଳୁଥିବା ବେଳେ ସେଠାରେ ପଡ଼ି ଯାଇଥିଲେ। ଶିଶୁଟିକୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ପରିବାର ଲୋକେ ପାଇ ପାରି ନଥିଲେ। ତେବେ ଶିଶୁଙ୍କର ମୃତଦେହ ପୋଖରୀରେ ଭାସୁଥିବାର ଦେଖି ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ। ପରିବାର ଲୋକେ ଶିଶୁଙ୍କୁ ସୋର ଡାକ୍ତରଖାନାକୁ ନେଇଯାଇଥିଲେ। ସେଠାରେ ଡାକ୍ତର ଶିଶଙ୍କୁ ମୃତ ଘୋଷଣା କରିଥିଲେ। ସୋର ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇଛି।


All Right Reserved By Dharitri.Com

ବ୍ଲକ୍‌ ରୋଡ୍‌ ଜବର ଦଖଲତହସିଲରେ ଅଭିଯୋଗ

ଝୁମ୍ପୁରା, ୨୩।୭ (ଡି.ଏନ.ଏ.)-ଝୁମ୍ପୁରା ବଜାର ଅଞ୍ଚଳର ୨୦ନଂ ଜାତୀୟ ରାଜପଥର ବ୍ଲକ ଛକ ଠାରୁ ତହସିଲ କାର୍ଯ୍ୟାଳୟ ଏବଂ ବ୍ଲକ କାର୍ଯ୍ୟାଳୟ ପାର୍ଶ୍ୱରେ ଉଖୁଣ୍ଡାକୁ ସଂଲଗ୍ନ...

ମାଲ ବୋଝେଇ ଟ୍ରେନରେ ନିଆଁ

ସୋର, ୧୦।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ସୋର ରେଳ ଷ୍ଟେଶନଠାରେ ସୋମବାର ପୂର୍ବାହ୍ନରେ ଏକ କୋଇଲା ବୋଝେଇ ଟ୍ରେନ୍‌ରେ ହଠାତ୍‌ ନିଅଁା ଲାଗିଯାଇଥିଲା। ଡ୍ରାଇଭର ଏହା ଜାଣିପାରି ଟ୍ରେନକୁ...

ଦିଲ୍ଲୀ ପୋଲିସ କବଳରୁ ଖସିଗଲା ଚୋର

ବାଲେଶ୍ୱର ଅଫିସ, ୨୦।୭: ଦିଲ୍ଲୀରୁ ୧୦ଲକ୍ଷ ଟଙ୍କାର ଗହଣା ଚୋରି କରି ପଳାଇ ଆସିଥିବା  ସୋର ଜିଲା ବାଲେଶ୍ୱର ଥାନା କରୁଣାକର  ଗ୍ରାମର ରଘୁନାଥ ଦାସ...

ଶ୍ୱଶୁରଙ୍କ ଗଳା କାଟିଲେ ଜ୍ୱାଇଁ

ବାଲେଶ୍ୱର ଅଫିସ,୪।୭-ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ ମନ୍ତ୍ରୀଡାହି ଗ୍ରାମର ରତ୍ନାକର ମହାନ୍ତଙ୍କ ଗଳାକୁ ତାଙ୍କ ଜ୍ୱାଇଁ କାଟି ଦେଇଥିବା ନଜରକୁ ଆସିଛି। ରାଗର ପ୍ରତିଶୋଧ...

୧୫ଲକ୍ଷ ଟଙ୍କାର ଚୋରି ସାମଗ୍ରୀ ଉଦ୍ଧାର, ୬ ଗିରଫ

ବାଲେଶ୍ୱର ଅଫିସ, ୩୧।୮-ବାଲେଶ୍ୱର ଟାଉନ ଥାନା ଅଧୀନ ସୁନହଟ କନକଦୁର୍ଗା ମନ୍ଦିର ନିକଟସ୍ଥ ପରମେଶ୍ୱର ପ୍ରଧାନଙ୍କ ଭଉଣୀ ଘରୁ ଗତ ୨୭ତାରିଖ ରାତିରେ ସୁନାଗହଣା, ନଗଦ...

ସଂଗ୍ରାମୀଙ୍କ ପରିବାର ଲୋକଙ୍କୁ ସ୍ବତନ୍ତ୍ର ପରିଚୟପତ୍ର

ବାସୁଦେବପୁର, ୩।୭ (ଡି.ଏନ.ଏ.): ବାସୁଦେବପୁର ବ୍ଲକ ଇରମ ପଞ୍ଚାୟତ ରଥପଦାଠାରେ ଶହୀଦ ମେମୋରିଆଲ ସଂଗ୍ରାମୀ ମହାସଂଘ ପକ୍ଷରୁ ବୁଧବାର ସ୍ବାଧୀନତା ଓ ଅଣବନ୍ଦୀ ସ୍ବାଧୀନତା ସଂଗ୍ରାମୀଙ୍କ...

ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରୁ ମଦ ଦୋକାନ ଉଠାଇବା ଦାବି, ଧାରଣା ଚେତାବନୀ

ବାଲେଶ୍ୱର ଅଫିସ, ୨୪।୯-ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଥିବା ସରକାରୀ ସ୍ବୀକୃତିପ୍ରାପ୍ତ ମଦ ଦୋକାନକୁ ଉଠାଇବା ପାଇଁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବାରମ୍ବାର ଦାବି...

ବ୍ୟବସାୟୀ ରାକେଶ ହତ୍ୟାକାଣ୍ଡର ପର୍ଦ୍ଦାଫାସ:ପୁଅ ମୁଖ୍ୟ ଅଭିଯୁକ୍ତ

ବାଲିଆପାଳ, ୨୪।୭(ସ୍ବ.ପ୍ର.)-ବାଲେଶ୍ୱର ଜିଲା ବାଲିଆପାଳ ଥାନାର ଟାଙ୍ଗରପିଟା ଗ୍ରାମରେ ଗତ ମାସ ୨୫ତାରିଖ ରାତିରେ କେତେଜଣ ଦୃର୍ବୁତ୍ତ ରାକେଶ ଚୌଧୁରୀ ନାମକ ଜଣେ କ୍ଷୀର ବ୍ୟବସାୟୀଙ୍କୁ...

Leave a comment

Your email address will not be published. Required fields are marked *