Posted inUncategorized

ବ୍ରାହ୍ମଣୀରୁ ବେଆଇନ ବାଲି ଚାଲାଣ: ୩ ଟ୍ରାକ୍ଟର ଜବତ, ଜରିମାନା ଆଦାୟ

ପରଜଙ୍ଗ, ୩୦।୮(ଡି.ଏନ୍‌.ଏ.) – ବ୍ରାହ୍ମଣୀ ନଦୀରୁ ବେଆଇନ ବାଲି ଚାଲାଣ ବେଳେ ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ପୋଲିସ ଏବଂ ତହସିଲ ପ୍ରଶାସନ ପକ୍ଷରୁ ୩ଟି ଟ୍ରାକ୍ଟରକୁ ଜବତ କରାଯାଇଛି। ସମ୍ପୃକ୍ତ ଟ୍ରାକ୍ଟର ମାଲିକଙ୍କଠାରୁ ୪୫ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି।
ପାଣିଗେଙ୍ଗୁଟିଆ, ଖଇରପଶି, ରୋଡ୍‌, ପାଳସାହି ଘାଟରୁ ଦୈନିକ ଶତାଧିକ ଟ୍ରିପ୍‌ ବାଲି ଚାଲାଣ ହେଉଛି। ବାରମ୍ବାର ଅଭିଯୋଗ ସତ୍ତ୍ୱେ ରାଜସ୍ବ ବିଭାଗ ପକ୍ଷରୁ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ବ୍ରାହ୍ମଣୀ ନଦୀର ପାଣିଗେଙ୍ଗୁଟିଆ ଘାଟରୁ ବାଲି ଚୋରାଚାଲାଣ ହେଉଥିବା ସୂଚନା ପାଇ ଫାଣ୍ଡି ଅଧିକାରୀ ସୁରେଶ ମହାପାତ୍ର ଗୁରୁବାର ଚଢ଼ାଉ କରିଥିଲେ। ଏହି ସମୟରେ କେତୋଟି ଟ୍ରାକ୍ଟର ଫେରାର ହୋଇଯାଇଥିଲେ। ଅନ୍ୟ ୨ଟି ଟ୍ରାକ୍ଟର (ଇଞ୍ଜିନ ନଂ. ଓଡ଼ି ୦୬ ସି ୫୯୦୧ ଏବଂ ଓଡ଼ି ୦୬ଇ ୪୧୧୦)କୁ ଜବତ କରାଯାଇଥିଲା। ଉକ୍ତ ଦୁଇ ଗାଡ଼ିକୁ ସାଆନ୍ଦା ଆର୍‌ଆଇଙ୍କୁ ହସ୍ତାନ୍ତର କରାଯାଇଥିଲା। ଜବତ ହୋଇଥିବା ଟ୍ରାକ୍ଟର ମାଲିକଙ୍କଠାରୁ ୨୫ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ସେହିପରି ଅନ୍ୟ ଏକ ଘଟଣାରେ ଭାଲୁମୁଣ୍ଡା-ଆଲୁଅଝରଣ ରାସ୍ତାରେ ତହସିଲଦାର ଜୟନ୍ତ କୁମାର ଜୟସିଂଙ୍କ ଦ୍ୱାରା ଏକ ନମ୍ବର ବିହୀନ ବାଲି ବୋଝେଇ ଟ୍ରାକ୍ଟର ଜବତ କରାଯାଇଛି। ଉକ୍ତ ଟ୍ରାକ୍ଟର ମାଲିକଙ୍କଠାରୁ ୨୦ ହଜାର ଟଙ୍କା ଆଦାୟ କରାଯାଇଛି। ଆଗକୁ ଏପରି ଚଢ଼ାଉ ଆହୁରି ଜୋର୍‌ଦାର ହେବ ବୋଲି ତହସିଲଦାର ସୂଚନା ଦେଇଛନ୍ତି।
ଏ ନେଇ ଆର୍‌ଆଇ ପ୍ରଦ୍ୟୁମ୍ନ ସେଠୀ କୁହନ୍ତି, ବିଭାଗ ପକ୍ଷରୁ ଥରେ ଦୁଇଥର ଚଢ଼ାଉ କରାଯାଇ ଗାଡ଼ି ଜବତ କରାଯାଇଛି। ବ୍ରାହ୍ମଣୀ ନଦୀର ନିଲାମ ହୋଇ ନ ଥିବା ଘାଟରୁ ବାଲିଚାଲାଣ ସମ୍ପର୍କରେ ରାଜସ୍ବ ବିଭାଗ ପକ୍ଷରୁ କ’ଣ ପଦକ୍ଷେପ ନିଆଯାଇଛି ବୋଲି ପଚାରିବାରେ ସେ ପ୍ରସଙ୍ଗ ଏଡ଼ାଇ ଯାଇଥିଲେ।


All Right Reserved By Dharitri.Com

Posted inUncategorized View All

ପ୍ରଜନନ ଋତୁରେ ଗ୍ରେ ସିଲ୍‌ ଲାଞ୍ଜ ଦ୍ୱାରା ନିଜ ନିଜ ମଧ୍ୟରେ ଯୋଗାଯୋଗ କରନ୍ତି

ଓ୍ବାଶିଂଟନ,୩।୨: ପ୍ରଜନନ ଋତୁରେ ଗ୍ରେ ସିଲ୍‌ ଲାଞ୍ଜ ଦ୍ୱାରା ନିଜ ନିଜ ମଧ୍ୟରେ ଯୋଗାଯୋଗ କରିଥାନ୍ତି। ଆମେରିକା ମୋନାଶ୍‌ ବିଶ୍ୱବିଦ୍ୟାଳୟର ସ୍କୁଲ ଅଫ୍‌ ବାୟୋଲୋଜିକାଲ ସାଇନ୍ସ୍‌...

କଷ୍ଟ ସମୟ

ସମ୍ପାଦକୀୟ/ତଥାଗତ ସତପଥୀ ଗଣତନ୍ତ୍ର ଉପରେ ଯେତେବେଳେ ଚାପ ବୃଦ୍ଧି ପାଉଛି, ସେତେବେଳେ ଗଣମାଧ୍ୟମର ଗୁରୁତ୍ୱ ମଧ୍ୟ ବଢୁଛି। ଏହା ସତ୍ୟ ଯେ, ୧୯୪୭ ମସିହାଠାରୁ ଆଜି...

ଦିପାବଳୀ ପୂର୍ବରୁ ପଞ୍ଜାବରେ ଆତଙ୍କବାଦୀ ଆକ୍ରମଣ ଯୋଜନା: ୩ ସନ୍ଦିଗ୍ଧ ଗିରଫ

ଅମୃତସର,୪।୧୦: ଆସନ୍ତା ଦିବାବଳୀରେ ପଞ୍ଜାବରେ ପାକିସ୍ତାନ ଆତଙ୍କବାଦୀ ଆକ୍ରମଣ ଯୋଜନା କରିଥିବା କହିଛି ଗୁଇନ୍ଦା ବିଭାଗ। ମିଳିଥିବା ସୂଚନା ମୁତାବକ ପାକିସ୍ତାନରୁ ବାରୁଦ ଓ ବିସ୍ଫୋରଣ...

ବାର୍ଷିକ ଦଶହରା କ୍ରୀଡ଼ା ପ୍ରତିଯୋଗିତା ଉଦ୍‌ଘାଟିତ

ତାଳଚେର, ୮।୧୦(ନି.ପ୍ର.)-ତାଳଚେର କିଶୋର କ୍ଲବର ୫୪ତମ ବାର୍ଷିକ ଦଶହରା କ୍ରୀଡ଼ା ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ଏମ୍‌ପି ମହେଶ ସାହୁ, ସମ୍ମାନିତ ଅତିଥି ବ୍ଲକ...

ଅଭିନନ୍ଦନଙ୍କ ଉପରେ ନିର୍ମାଣ ହେବ ଫିଲ୍ମ, ଏହି ଅଭିନେତାଙ୍କୁ ମିଳିଲା ଅନୁମତି

ଭାରତୀୟ ବାୟୁସେନା ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ବାହାଦୁରୀର କାହାଣୀ ଇତିହାସରେ ଲିପିବଦ୍ଧ ହୋଇସାରିଛି। ନିକଟରେ ସରକାର ତାଙ୍କୁ ବୀର ଚକ୍ର ପ୍ରଦାନ କରିଥିଲେ। ଅଭିନନ୍ଦନଙ୍କୁ ନେଇ...

Leave a comment

Your email address will not be published. Required fields are marked *