ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ଉତ୍ତେଜନା

ଖଲ୍ଲିକୋଟ,୩୦ା୮(ଡି.ଏନ.ଏ.)- ଖଲ୍ଲିକୋଟ ବ୍ଲକ ଭିକାପଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନିମ୍ନମାନର ମଧ୍ୟାହ୍ନ ଭୋଜନ ଦିଆଯାଉଥିବା ନେଇ ଗୁରୁବାର ଉତ୍ତେଜନା ଦେଖା ଦେଇଛି। ଖାଦ୍ୟ ଥାଳିରେ ପୋକ ବାହାରିବା ନେଇ ଛାତ୍ରୀଛାତ୍ର ଅସନ୍ତୋଷ ବ୍ୟକ୍ତ କରିଥିଲେ। ଖବର ପାଇ ଗ୍ରାମବାସୀ ଓ ଅଭିଭାବକ ବିଦ୍ୟାଳୟରେ ପହଞ୍ଚତ୍ ପ୍ରତିବାଦ କରିଥିଲେ। ପୂର୍ବରୁ ମଧ୍ୟ ଏପରି ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ ହୋଇଛି। ପୋକ ଲାଗିଥିବା ପନିପରିବା, ଡ଼ାଲି ରନ୍ଧା ଯାଉଥିବା ଅଭିଭାବକମାନେ ଅଭିଯୋଗ କରିଥିଲେ। କିଛି ସମୟ ଧରି ସ୍କୁଲ ପରିସରରେ ଉତ୍ତେଜନା ଦେଖା ଦେଇଥିଲା। ଏନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋପାଳ ବେହେରାଙ୍କୁ ପଚାରିବାରୁ ସେ କହିଥିଲେ ସେପରି କୌଣସି ନିମ୍ନମାନର ଖାଦ୍ୟ ଦିଆଯାଉନାହିଁ। କଞ୍ଚା ପରିବାରୁ ହିଁ ପୋକ ବାହାରିଥାଏ। ଏଥିପାଇଁ ମୁଁ ପାଚିକା ଓ ସହାୟିକାଙ୍କୁ ତାଗିଦ କରିଛି। ରାଜନୈତିକ ଆକ୍ରୋଶ ରଖି କେତେକ ବ୍ୟକ୍ତି ଏପରି ଅପପ୍ରଚାର କରି ଅଶାନ୍ତି ସୃଷ୍ଟି କରୁଥିବା ସେ କହିଛନ୍ତି।


All Right Reserved By Dharitri.Com

ବାହାର ଫେରନ୍ତାଙ୍କ ପାଇଁ ଆଜିଠୁ ପଞ୍ଜୀକରଣ

ଭୁବନେଶ୍ୱର,୨୪।୪(ବ୍ୟୁରୋ): ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ ମେ ୩ ପର୍ଯ୍ୟନ୍ତ ଜାରି ରହିଛି। ଲକ୍‌ଡାଉନ୍‌ ହଟିବା ପରେ ନିଜ ରାଜ୍ୟକୁ ଫେରିବେ ପ୍ରବାସୀ ଓଡ଼ିଆ। ଏନେଇ ଶୁକ୍ରବାରଠାରୁ...

ସରକାରୀ କଟକଣାର ଖୋଲା ଉଲ୍ଲଂଘନ: ବଜାରରେ ଅସମ୍ଭବ ଭିଡ଼

ସୁନ୍ଦରଗଡ଼/ସବ୍‌ଡେଗା,୧୫ା୪(ଡି.ଏନ୍‌.ଏ.) : କରୋନା ମୁକାବିଲା ପାଇଁ ସରକାର ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏହି ସମୟରେ ଥିବା ସରକାରୀ କଟକଣାର କଡ଼ାକଡ଼ି ଭାବେ ପାଳନ ପାଇଁ ନିର୍ଦ୍ଦେଶ...

ଏଥର ପ୍ରଦୂଷଣମୁକ୍ତ ଦଶହରା

ଭୁବନେଶ୍ୱର,୨୧ା୯(ବ୍ୟୁରୋ): ଭୁବନେଶ୍ୱରରେ ଏଥର ଦେଖିବାକୁ ମିଳିବ ପ୍ଲାଷ୍ଟିକ୍‌ ଓ ଶବ୍ଦ ପ୍ରଦୂଷଣମୁକ୍ତ ଦଶହରା। ସହରରେ ବଢ଼ୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ଚଳିତବର୍ଷ ପୂଜାକୁ ଶବ୍ଦ, ବାୟୁ...

ବକେୟା ଟଙ୍କା ପ୍ରଦାନ ଦାବି: ମେସ୍କୋ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ବଡ଼ବିଲ,୨୭।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ କାଶିଆସ୍ଥିତ ମେସ୍କୋ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ପରିବହନକାରୀ ସଂସ୍ଥା ଗୁରୁବାର ଏକତ୍ରିତ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

୫ ହଜାର ଲାଞ୍ଚ ନେବା ବେଳେ ଦର୍ପନାରାୟଣପୁର ଫରେଷ୍ଟର, ଓ୍ବାଚ୍‌ର୍‌ ଭିଜିଲାନ୍ସ ଦ୍ୱାରା ଗିରଫ

ରଣପୁର,୨୩ ।୧୦(ସ୍ବ.ପ୍ର.)-ଜଙ୍ଗଲରୁ ଜାଳେଣି କାଠ ବିକ୍ରି ପାଇଁ ଲାଞ୍ଚ ନେଉଥିବାବେଳେ ନୟାଗଡ ବନଖଣ୍ଡ ପଞ୍ଚରିଡା ରେଞ୍ଜ ଦର୍ପନାରାୟଣପୁର ଫରେଷ୍ଟର ଆଲୋକ କୁମାର ଗୁରୁ ଓ ୱାଚର...

ବଢ଼ୁଛି ହାତୀ ମୃତ୍ୟୁ ସଂଖ୍ୟା

ଭୁବନେଶ୍ୱର, ୧୭।୧୦(ବ୍ୟୁରୋ): ରାଜ୍ୟରେ ବଢ଼ିଚାଲିଛି ବିଦ୍ୟୁତ୍‌ ଓ ରେଳ ଦୁର୍ଘଟଣା ଜନିତ ହାତୀ ମୃତ୍ୟୁ ସଂଖ୍ୟା। ଯୋଜନା ପରେ ଯୋଜନା ହେଉଛି, କିନ୍ତୁ ହାତୀଙ୍କୁ ସୁରକ୍ଷା...

ତେନ୍ତୁଲିଡିହୀ ପଞ୍ଚାୟତ ଉପନିର୍ବାଚନ: ପ୍ରତାପ ବିଶ୍ୱାଳ ବିଜୟୀ

ଚାନ୍ଦବାଲି,୨୮।୧୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ତେନ୍ତୁଲିଡିହୀ ପଞ୍ଚାୟତ ଉପନିର୍ବାଚନରେ ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀ ପ୍ରତାପ କୁମାର ବିଶ୍ୱାଳ ୪୨୪ ଭୋଟରେ ନିଜର ପ୍ରତଦ୍ୱନ୍ଦୀ...

ରକ୍ତଭଣ୍ଡାରରେ ରକ୍ତ ଅଭାବ: ସ୍ବେଚ୍ଛାସେବୀ କଲେ ରକ୍ତଦାନ

ଲୋଇସିଂହା,୧୫।୪(ଡି.ଏନ.ଏ.): ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ଓ ଲୋଇସିଂହା ବିଜୁ ଯୁବ ବାହିନୀର ମିଳିତ ଆନୁକୂଲ୍ୟରେ ବଲାଙ୍ଗୀର ଜିଲା ଲୋଇସିଂହାଠାରେ ସମାଜିକ ଦୂରତା ରକ୍ଷା କରି ଏକ...

Leave a comment

Your email address will not be published. Required fields are marked *