Posted inଜାତୀୟ

ସୁରଟ ହୀରା କାରବାରରେ ମାନ୍ଦାବସ୍ଥା ମାଡ଼:୬୦ ହଜାର କର୍ମଚାରୀ ବେକାର

ନୂଆଦିଲ୍ଲୀ,୩୦-୮:ଦେଶର ହୀରା କାରବାର ଗଡ଼ ଭାବେ ପରିଚିତ ଗୁଜରାଟର ସୁରଟରେ ଏବେ ମାନ୍ଦାବସ୍ଥା ଛାଇଗଲାଣି। ଗତ କିଛି ମାସ ମଧ୍ୟରେ ଏଠାରେ ୬୦ ହଜାର କର୍ମଚାରୀ ନିଯୁକ୍ତି ହରାଇ ଏବେ ଦୁଃଖରେ କାଳାତିପାତ କରୁଛନ୍ତି। ପରିସ୍ଥିତି ଏପରି ହେଲାଣି ଯେ, ୪୦ ପ୍ରତିଶତ କାରଖାନାକୁ ଅସମୟରେ ବନ୍ଦ କରିଦିଆଯାଇଛି। ଫଳରେ ଲୋକେ ରୋଜଗାର ହରାଇ ଚାଲିଛନ୍ତି।
ମିଡିଆ ରିପୋର୍ଟ ଅନୁଯାୟୀ, ସୁରଟରେ ହୀରା ବ୍ୟବସାୟ ୨୦୧୬ ନଭେମ୍ବରରୁ ସବୁଠୁ ଖରାପ ସମୟ ଦେଇ ଗତିକରୁଛି। ନଭେମ୍ବର ୮ରେ ବିମୁଦ୍ରୀକରଣ ଘୋଷଣା କରାଗଲା। ସରକାରଙ୍କ ଏହି ନିଷ୍ପତ୍ତି ସୁରଟର ହୀରା ବ୍ୟବସାୟକୁ ଯଥେଷ୍ଟ କ୍ଷତି ପହଞ୍ଚାଇଥିଲା। ଏଥିରୁ ବାହାରି ଆସିବା ଲାଗି ବ୍ୟବସାୟୀ ଉଦ୍ୟମ କରୁଥିବା ବେଳେ ୨୦୧୭ ଜୁଲାଇ ପହିଲାରୁ ଦେଶରେ ସାମଗ୍ରୀ ଏବଂ ସେବା ଟିକସ(ଜିଏସ୍‌ଟି) ଲାଗୁ ହେଲା। ଏହାପରେ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି) ମହାଦୁର୍ନୀତି ପଦାକୁ ଆସିଲା। ଏଥିରେ ପ୍ରମୁଖ ହୀରା ବ୍ୟବସାୟୀ ନୀରବ ମୋଦି, ମେହୁଲ ଚୋକ୍‌ସୀଙ୍କ ସମ୍ପୃକ୍ତି ଧରାପଡିବା,ସିନ୍ଥେଟିକ ହୀରାର ପ୍ରଚଳନ ବୃଦ୍ଧି ଯୋଗୁ ହୀରା ବ୍ୟବସାୟର ଅଣ୍ଟା ଭାଙ୍ଗିଯାଇଥିବା ସୁରଟ ଡାଇମଣ୍ଡ ଆସୋସିଏଶନ ପକ୍ଷରୁ କୁହାଯାଇଛି। ଡାଇମଣ୍ଡ ଓ୍ବାର୍କର୍ସ ୟୁନିୟନ ପ୍ରେଡିଡେଣ୍ଟ ରନ୍‌ମାଲ ଜିଲାରିୟାୟା କହିଛନ୍ତି ଯେ, ହୀରା ଶିଳ୍ପରେ ଏବେ ନିଯୁକ୍ତି ଦୃଶ୍ୟପଟ ଅତ୍ୟନ୍ତ ଶୋଚନୀୟ। ଅନେକ ସ୍ଥାନରେ କାରଖାନାରେ ୩ ଓଳି ବଦଳରେ ଗୋଟିଏ ଓଳିରେ କାମ ହେଉଛି। ଲୋକଙ୍କୁ ବିନା ଦରମା ଦେଇ ପ୍ରାକ୍‌ ନୋଟିସ୍‌ରେ ହଠାତ୍‌ ଚାକିରିରୁ ବିଦା କରିଦିଆଯାଉଛି। ସେ କହିଛନ୍ତି ଯେ, ବର୍ତ୍ତମାନ ଗୁଜରାଟରେ ପ୍ରାୟ ୧୫ ହଜାର ଛୋଟ ବଡ଼ ହୀରା ଉଦ୍ୟୋଗ ରହିଥିବା ବେଳେ ୭ ଲକ୍ଷ ବ୍ୟକ୍ତି ଏଥିରେ ନିୟୋଜିତ ରହିଛନ୍ତି। କେବଳ ସୁରଟରେ ୬ ଲକ୍ଷ ବ୍ୟକ୍ତି ହୀରା ବ୍ୟବସାୟ ସହ ଜଡ଼ିତ। ସୁରଟ ବ୍ୟତୀତ ଅମରୋଲି ଓ ଭାବନଗରରେ ହୀରାର କଟିଂ ଓ ପଲିସିଂ କାରବାର ରହିଛି। ସୋନୀ ଡାଇମଣ୍ଡ ବିଜ୍‌ନେସ୍‌ ଇନ୍‌ଷ୍ଟିିଚ୍ୟୁଟର ମୁଖ୍ୟ ଶ୍ରେୟାନ ସୋନୀ କହିଛନ୍ତି ଯେ, ଗୁଜରାଟରେ ହୀରା ବ୍ୟବସାୟ ସଙ୍ଗୀନ ହେଲାଣି। କାରଣ ବିଦେଶରେ ଭାରତୀୟ ହୀରା ଚାହିଦା ପ୍ରାୟ ୨୦% କମିଗଲାଣି। ଜୁଲାଇରେ ପଲିସ ହୀରା ରପ୍ତାନି ୧୮.୧୫%କୁ ହ୍ରାସ ପାଇଛି। ଏହି ସମୟରେ ମାତ୍ର ୧୮,୬୩୩.୧୦ କୋଟି ଟଙ୍କାର ହୀରା ରପ୍ତାନି ହୋଇପାରିଛି। ଗତବର୍ଷ ଏହି ସମୟରେ ୮୪,୨୭୨.୩୦ କୋଟି ଟଙ୍କାର ରପ୍ତାନି ହୋଇଥିଲା।


All Right Reserved By Dharitri.Com

ଦେଶକୁ ମିଳିବ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌

ନୂଆଦିଲ୍ଲୀ,୧୫।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବାଧୀନତା ଦିବସ ଅବସରରେ ଘୋଷଣା କରିଛନ୍ତି କି ଏବେ ଦେଶକୁ ମିଳିବ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌। ସ୍ଥଳସେନା, ନୌସେନା...

ମନ୍ଦିର ନିର୍ମାଣ ପାଇଁ ରାମଜନ୍ମଭୂମି ନ୍ୟାସକୁ ୫୧ ହଜାରର ଚେକ୍‌ ପ୍ରଦାନ କଲା ଶିହା ଓ୍ବାକଫ୍‌ ବୋର୍ଡ

ଲକ୍ଷ୍ନୌ,୧୪।୧୧: ଅଯୋଦ୍ଧାରେ ମନ୍ଦିର ନିର୍ମାଣ ପାଇଁ ରାମଜନ୍ମଭୂମି ନ୍ୟାସକୁ ଶିହା ଓ୍ବାକଫ୍‌ ବୋର୍ଡ ପକ୍ଷରୁ ୫୧ ହଜାର ଟଙ୍କାର ଚେକ୍‌ ପ୍ରଦାନ କରାଯାଇଛି। ଶିହା ଓ୍ବାକଫ୍‌...

ମାଓବାଦୀ ପ୍ରବଣ ଅଞ୍ଚଳରେ ପୋଲିସ କୁକୁର ବେକରେ ବନ୍ଧାଯିବ କ୍ୟାମେରା

ରାୟପୁର,୨୨।୧୦: ଛତିଶଗଡ଼ ମାଓବାଦୀ ପ୍ରବଣ ଅଞ୍ଚଳରେ ପୋଲିସ କୁକୁର ବେକରେ କ୍ୟାମେରା ବନ୍ଧାଯିବ। ଏହାଦ୍ୱାରା ମାଓବାଦୀଙ୍କ ସମ୍ପର୍କରେ ସୂଚନା ମିଳିପାରିବ। ଏନେଇ ସିଆର୍‌ପିଏଫ୍‌ ପକ୍ଷରୁ ଯୋଜନା...

ୟୁଏପିଏ ବିଲ୍‌ ପାର୍ଲାମେଣ୍ଟରେ ଗୃହୀତ

ନୂଆଦିଲ୍ଲୀ,୩ା୮(ପି.ଟି.): ଆତଙ୍କବାଦ ନିରୋଧୀ ଆଇନ (ୟୁଏପିଏ)ରେ ଗୁରୁତ୍ୱପୂର୍ଣ୍ଣ ସଂଶୋଧନକୁ ଶୁକ୍ରବାର ପାର୍ଲାମେଣ୍ଟ ଅନୁମୋଦନ କରିଛି। ଫଳରେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ କେନ୍ଦ୍ର ଓ ରାଜ୍ୟ କର୍ତ୍ତୃପକ୍ଷ ଆତଙ୍କବାଦୀ...

ରଥଟାଣି ପୁଣି ବିବାଦରେ ନୁସରତ

କୋଲକାତା,୪।୭: ଅଭିନେତ୍ରୀରୁ ଏମ୍‌ପି ହୋଇଥିବା ନୁସରତ ଜହାଁ ଏବେ ପୁଣି ଆସିଛନ୍ତି ଚର୍ଚ୍ଚାକୁ। ଗୁରୁବାର ଶ୍ରୀଗୁଣ୍ଡିଚା ଅବସରରେ ସେ କୋଲକତାରେ ଆୟୋଜିତ ରଥଯାତ୍ରା ଉତ୍ସବରେ ମୁଖ୍ୟ...

ଆଇଏସ୍‌ଆଇ ଇସାରାରେ ଜୈଶ୍‌-ଲଶ୍କର ଓ ଅଲ୍‌-ଉମର ଭାରତରେ ଆକ୍ରମଣ ପାଇଁ ରଚିଛନ୍ତି ଷଡ଼ଯନ୍ତ୍ର: ଆଇବି ରିପୋର୍ଟ

ନୂଆଦିଲ୍ଲୀ,୩।୧୦: ଭାରତରେ ଆତଙ୍କବାଦୀ ଆକ୍ରମଣ ପାଇଁ ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ପକ୍ଷରୁ ଷଡ଼ଯନ୍ତ୍ର ରଚାଯାଇଛି। ଦେଶର ପ୍ରମୁଖ ସହର ଉପରେ ଆକ୍ରମଣ ପାଇଁ ଆଇଏସ୍‌ଆଇ...

ଥାନାରେ ରୋବୋ ପୋଲିସ: ଏତଲା ରଖିବ, ସମାଧାନ ବି କରିବ

ବିଶାଖାପାଟଣା: ଥାନାରେ ପୋଲିସ୍‌ କର୍ମଚାରୀଙ୍କୁ କାମରେ ସହଯୋଗ କରିବ ରୋବୋ। ଏତଲା ରଖିବାଠାରୁ ଆରମ୍ଭ କରି ମାମଲା ସମାଧାନ ହେବାରେ ଏହା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ...

ବର୍ଲିରେ ଲାଗିଲା ପୋଷ୍ଟର: ଆଦିତ୍ୟ ଭାବି ମୁଖ୍ୟମନ୍ତ୍ରୀ

ମୁମ୍ବାଇ,୨୫।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଫଳାଫଳ ଗୁରୁବାର ସାମ୍ନାକୁ ଆସିଛି। ମହାରାଷ୍ଟ୍ରରେ ଭାଜପା ଓ ଶିବସେନାଙ୍କ ମେଣ୍ଟକୁ ଏହି ନିର୍ବାଚନରେ ବହୁମତ ମିଳିଛି। ଏହାରି ଭିତରେ...

Leave a comment

Your email address will not be published. Required fields are marked *