ଜୁଆ ଆଡ୍ଡା ଉପରେ ଚଢ଼ାଉ, ୬ ଗିରଫ

ବାଲେଶ୍ୱର ଅଫିସ, ୩୦।୮-ବାଲେଶ୍ୱର ସହଦେବଖୁଣ୍ଟା ଥାନା ଗୋଳାପୋଲ ଅଞ୍ଚଳରେ ଦୀର୍ଘଦିନ ଧରି ଜୁଆ ଆଡ୍ଡା ଚାଲୁଥିବା ଅଭିଯୋଗ ହୋଇଥିଲା। ବୁଧବାର ମଧ୍ୟରାତ୍ରିରେ ସହଦେବଖୁଣ୍ଟା ମଡ଼େଲ ଥାନା ପୋଲିସ ଉକ୍ତ ଆଡ୍ଡାରେ ଚଢ଼ାଉ କରି ୬ଜଣଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ଜୁଆ ସାମଗ୍ରୀ ସହ ୫ହଜାର ୨ଶହ ଟଙ୍କା ଓ ୨ଟି ମୋଟରସାଇକେଲ ଜବତ କରାଯାଇଛି। ଏନେଇ ଥାନାରେ ମାମଲା (ନଂ. ୨୪୩/୧୯) ରୁଜୁ କରାଯାଇ ଗୁରୁବାର ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି। ଗିରଫ ଅଭିଯୁକ୍ତ ହେଲେ ଗୋଳାପୋଲ ଅଞ୍ଚଳର ଏସ୍‌କେ ସେଖାୱତ ଖାନ୍‌ (୨୦), ଏସ୍‌କେ ସାରୁକ (୨୫), ଜୁମାନ ମଲ୍ଲିକ (୨୨), ସମାଉନ ମଲ୍ଲିକ (୨୧), ଏସ୍‌କେ ରବି (୨୦), ଏସ୍‌କେ ହବିବୁଲ (୧୮)। ଏମାନଙ୍କ ନାମରେ ପୂର୍ବରୁ ଏକାଧିକ ମାମଲା ବିଭିନ୍ନ ଥାନାରେ ରୁଜୁ ରହିଥିବାର ଥାନାଧିକାରୀ ପରେଶ ରାଉତ ପ୍ରକାଶ କରିଛନ୍ତି।


All Right Reserved By Dharitri.Com

ବାହୁଡ଼ିଲା ନରହନ୍ତା ଦନ୍ତା

ପରଜଙ୍ଗ, ୧୪।୮(ଡି.ଏନ୍‌.ଏ.)-ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନରେ କିଛିଦିନ ବ୍ୟବଧାନରେ ପୁଣିଥରେ ନିଜର ଉପସ୍ଥିତି ଜାହିର କରିଛି ନରହନ୍ତା ଦନ୍ତା। ଦାନ୍ତ କଟାଯିବା...

ଅଙ୍ଗନଓ୍ବାଡି ଶିଶୁଙ୍କୁ ନିମ୍ନମାନର ଖାଦ୍ୟ: ଦିଆଗଲା ପୋକଖିଆ, ଫିମ୍ପି ଚାଉଳର ଭାତ

ନୂଆଗାଁ,୧୭।୧୦ (ଡି.ଏନ.ଏ.): ନୟାଗଡ ଜିଲା ନୂଆଗାଁ ବ୍ଲକ ଉଦୟପୁର ପଞ୍ଚାୟତ ଶିଖରଗୋଛା ଅଙ୍ଗନଓ୍ବାଡି କେନ୍ଦ୍ରରେ ଶିଶୁମାନଙ୍କୁ ପୋକଖିଆ, ଫିମ୍ପିଲଗା ଚାଉଳର ଭାତ ଦିଆଯାଉଛି। ବୁଧବାର ଏହା...

ମା’କେ ଝୁରି ହେଉଛନ୍‌ ଶିବାନନ୍ଦ: ସରକାରୀ ସାହାଯ୍‌ ଆଶ୍‌ରେ ପରିବାର

ଲୋଇସିଂହା, ୨୮ା୧୨ (ଡି.ଏନ୍‌.ଏ.)- ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଛେଲବାହାଲ ଗଁାର ପ୍ରେମାନନ୍ଦ ଦନ୍ତା(୪୫)କଁର ମାଏକିନା ଲବଙ୍ଗକଁର ମାସେ ତଲେ ମୁର୍‌ତୁ ହେଇଛେ। ଏନ୍‌ତାଥି ତାକର...

ସେନାଙ୍କୁ ଜାଣନ୍ତୁ ଏନ୍‌ସିସି କ୍ୟାଡେଟ୍‌

ବ୍ରହ୍ମପୁର ଅଫିସ,୧୨ା୮-ଗୋଳାବନ୍ଧ ଆର୍ମି ଏୟାର୍‌ ଡିଫେନ୍ସ କଲେଜରେ ରବିବାର ‘ନୋ ଇୟୋର୍‌ ଫୋର୍ସ (ସେନାଙ୍କୁ ଜାଣନ୍ତୁ)’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ରହ୍ମପୁରର ବିଭିନ୍ନ ବିଦ୍ୟାଳୟ...

ଜୋନାଲସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା: ରେମଣ୍ଡା ଗାଲର୍‌ସ ହାଇସ୍କୁଲ ପ୍ରଥମ

ସୋନପୁର,୮।୮(ନି.ପ୍ର): ସୁବର୍ଣ୍ଣପୁରରେ ପଶ୍ଚିମ ଓଡିଶା ଜୋନାଲସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା ମହାରାଜା ହାଇସ୍କୁଲ ଶତବାର୍ଷିକୀ ସମ୍ମିଳନୀ କକ୍ଷରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଜିଲା ଶିକ୍ଷା ଅଧିକାରୀଙ୍କ...

ଡିଆରଏମ୍‌ଙ୍କ ରୂପ୍‌ସା ଜଙ୍କଶନ ପରିଦର୍ଶନ: ୧୦ରେ ଆସିବେ ଜେନେରାଲ ମ୍ୟାନେଜର

ରୂପ୍‌ସା, ୮।୧(ଡି.ଏନ.ଏ.)-ଦକ୍ଷିଣ-ପୂର୍ବ ରେଳପଥର ଖଡ଼ଗପୁର ଡିଭିଜନର ରେଳବାଇ ମ୍ୟାନେଜର (ଡିଆରଏମ୍‌) ମନୋରଞ୍ଜନ ପ୍ରଧାନ ମଙ୍ଗଳବାର ତୃତୀୟଥର ପାଇଁ ବାଲେଶ୍ୱର ଜିଲା ଅଧିନ ରୂପ୍‌ସା ରେଳ ଜଙ୍କଶନ...

କୁହୁଡ଼ି ଯୋଗୁ ସମୁଦ୍ରରେ ଫସିରହିଥିବା ଲଞ୍ଚ ଉଦ୍ଧାର

ରାଜନଗର,୧୭।୧(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ତାଳଚୁଆ ଫେରିଘାଟରୁ ଚାନ୍ଦବାଲି ଯାଉଥିବା ଏକ ସରକାରୀ ଯାତ୍ରୀବାହୀ ଲଞ୍ଚ ଘନ କୁହୁଡ଼ି ଯୋଗୁ ମଝି ସମୁଦ୍ରରେ ଫସିରହିଥିଲା। ଖବର ପାଇ...

ଟ୍ରାକ୍ଟର-ବାଇକ୍‌ ମୁହାଁମୁହିଁ: ଜଣେ ମୃତ, ଜଣେ ଗୁରୁତର

ରାୟଗଡ଼ା ଅଫିସ,୨।୧: ରାୟଗଡ଼ା ଜିଲା କୁର୍ଲୀ ପଞ୍ଚାୟତର ଉତକାପାଡ଼ୁ ଗ୍ରାମ ନିକଟରେ ଟ୍ରାକ୍ଟର ବାଇକ ମୁହାଁମୁହିଁ ହେବାରୁ ଘଟଣାସ୍ଥଳରେ ବାଇକ୍‌ ଚାଳକ କଣ୍ଡାଗରୀ କାନଟୁଙ୍କ ମୃତ୍ୟୁ...

Leave a comment

Your email address will not be published. Required fields are marked *