ବଗପାଳ କ୍ଷୁଦ୍ର ଜଳସେଚନ ଡ୍ୟାମ୍‌ରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଛତିଆ,୩୦-୮(ଡି.ଏନ୍‌.ଏ.)- ବଡ଼ଚଣା ବ୍ଲକ ଅଧୀନସ୍ତ ବୈରୀ ଥାନା ଅନ୍ତର୍ଗତ ସମିଆ ପଞ୍ଚାୟତରେ ଥିବା ବଗପାଳ କ୍ଷୁଦ୍ର ଜଳସେଚନ ଡ୍ୟାମ୍‌ରୁ ଗୁରୁବାର ସକାଳେ ଜଣେ ଯୁବକଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ମୃତକ ଜଣଙ୍କ ସମିଆ ପଞ୍ଚାୟତର ୭ମାଣ ଗ୍ରାମର ରାଜୁ ବାଲମୁଖୀ (୨୨)। ଏ ନେଇ ପୋଲିସ ଏକ ଅପମୃତ୍ୟୁ ମାମଲା (ନଂ. ୮/୧୯) ରୁଜୁକରି ମୃତଦେହ ବ୍ୟବଚ୍ଛେଦ ପାଇଁ ବଡ଼ଚଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ତଦନ୍ତକାରୀ ଅଧିକାରୀ କହିଛନ୍ତି।
ପ୍ରକାଶ ଯେ, ରାଜୁ ବୁଧବାର ଅପରାହ୍ନରେ ବଗପାଳ ବନ୍ଧ ନିକଟରେ ଧାନ ଜମିକୁ ଦେଖିବା ପାଇଁ ଯାଇଥିଲେ। ମାତ୍ର ରାତ୍ରିରେ ନ ଫେରିବାରୁ ପରିବାର ଲୋକେ ବହୁତ ଖୋଜାଖୋଜି କରିଥିଲେ ମଧ୍ୟ ପାଇ ନ ଥିଲେ। ସକାଳୁ ବଗପାଳ ଡ୍ୟାମ୍ପରେ ରାଜୁର ମୃତଦେହ ଭାସୁଥିବା ଦେଖି ବୈରୀ ପୋଲିସକୁ ଖବର ଦେଇଥିଲେ। ଥାନା ସବ୍‌ଇନ୍‌ସ୍ପେକ୍ଟର ବିଶ୍ୱଜିତ୍‌ ବିଶ୍ୱାଳ, ଏଏସ୍‌ଆଇ ଅନୀଲ ସାହୁ ଘଟଣା ସ୍ଥଳରେ ପହଞ୍ଚତ୍ ମୃତ ଦେହ ଉଦ୍ଧାର କରିଥିଲେ ।


All Right Reserved By Dharitri.Com

ମାନସିକଧାରୀ ଭୋଗ ଲଗାଇଲେ ଆରିସା ପିଠା, ଖିର ଗଇଁଠା

ଚଣ୍ଡିଖୋଲ,୨୪।୧(ଡି.ଏନ.ଏ) ଓଡ଼ିଶା ପ୍ରସିଦ୍ଧ ଓଳାଶୁଣୀ ଗୁମ୍ଫା ମେଳା ଶୁକ୍ରବାର ୫ମ ଦିନରେ ପହଞ୍ଚିଛି। ଅପରାହ୍ନରେ ମେଳାରେ ପଡ଼ିଥିବା ତିନିକଡ଼ ରାସ୍ତାରେ ବ୍ୟାପକ ଜନଗହଳି ସହିତ ପାହାଡ଼...

ବିଧାନସଭାରେ ନୀରବ ଜନପ୍ରତିନିଧି

ଯାଜପୁର ଅଫିସ,୩ା୩: ଯାଜପୁର ଜିଲାରେ ପ୍ରାୟ ୧୮ହଜାର ହେକ୍ଟର ଜମିରେ ପନିପରିବା ଚାଷ ହେଉଛି। ଏଠାରୁ ପନିପରିବା ଜିଲା ତଥା ରାଜ୍ୟ ବାହାରକୁ ମଧ୍ୟ ରପ୍ତାନୀ...

‘ବୃକ୍ଷ ମଣିଷ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ’

ବିିଞ୍ଝାରପୁର/ସିଂହପୁର,୧୪|୮(ଡି.ଏନ୍‌.ଏ.)- ବିଞ୍ଝାରପୁର ବ୍ଲକର ବିଭିନ୍ନ ଅଞ୍ଚଳରେ ମଙ୍ଗଳବାର ଯାଜପୁର ଜିଲାପାଳ ରଞ୍ଜନ କୁମାର ଦାସ ଓ ପଞ୍ଚାୟତ ସମିତି ଅଧ୍ୟକ୍ଷ ନନ୍ଦକିଶୋର ସାମଲ ଚାରାରୋପଣ କରିଛନ୍ତି।...

ଗୋଟିଏ ଦିନରେ ବରୀ ବ୍ଲକରୁ ୪ କରୋନା ପଜିଟିଭ୍‌ ଚିହ୍ନଟ

ରତ୍ନଗିରି,୨ା୫(ଡି.ଏନ୍‌.ଏ.) : ଶନିବାର ସକାଳେ ଯାଜପୁର ଜିଲା ବରୀ ବ୍ଲକରୁ ୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଅପରାହ୍ନରେ ଆଉ ଜଣେ ଏହି...

ଯାଜପୁରରେ ପତାକା ଉତ୍ତୋଳନ କଲେ ଗଣଶିକ୍ଷା ମନ୍ତ୍ରୀ

ଯାଜପୁର ଅଫିସ,୧୫।୮: ଯାଜପୁର ଜିଲାରେ ୭୩ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ନରସିଂହ ଚୌଧୁରୀ ମହାବିଦ୍ୟାଳୟର ଖେଳପଡ଼ିଆଠାରେ ଆୟୋଜିତ ସମାରୋହରେ ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ ସମୀର...

ଅଧାପନ୍ତରିଆ ପ୍ରକଳ୍ପ ସାରିବାକୁ ନାହିଁ ଆନ୍ତରିକତା

ଯାଜପୁର ଅଫିସ/ବରୀ(ସ୍ବ.ପ୍ର.),୧୪-୧:ଯାଜପୁର ଜିଲାର ଜଳ, ଖଣିଜ ସମ୍ପଦ, ପରିବହନ, ଶିଳ୍ପ ପ୍ରଭୃତି କ୍ଷେତ୍ରରୁ ବାର୍ଷିକ କୋଟିକୋଟି ଟଙ୍କାର ରାଜସ୍ବ ଆଦାୟ ହେଉଛି। କିନ୍ତୁ ଲୋକେ ଯାହା...

ଫାଷ୍ଟ କମ୍‌ ଫାଷ୍ଟ ଲୋଡ଼ିଂ ବିବାଦ”: ‘ପ୍ରଶାସନର ଉଦାସୀନତାକୁ ବରଦାସ୍ତ କରାଯିବନି’

କାଳିଆପାଣି,୧୭ା୮(ଡି.ଏନ୍‌.ଏ.)- ଖଣି ଅଞ୍ଚଳରେ କ୍ରୋମାଇଟ ପରିବହନକୁ ଶୁକ୍ରବାର କ୍ଷତିର ସମ୍ମୁଖୀନ ହେଉଥିବା ଶତାଧିକ ଟ୍ରକ୍‌ ମାଲିକଙ୍କୁ ନେଇ ଏକ ସାଧାରଣ ବୈଠକ ଅଶୋକଝରଠାରେ ଅନୁଷ୍ଠିତ ହୋଇଯାଇଛି।...

ବରୀ ବ୍ଲକ: ୧୭୯ ଜଣଙ୍କ ସ୍ବାବ୍‌ ସଂଗ୍ରହ

ରତ୍ନଗିରି,୮।୫(ଡି.ଏନ.ଏ.)-ବରୀ ବ୍ଲକରୁ ୪ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ତତ୍ପର ହୋଇପଡ଼ିଛି ଯାଜପୁର ଜିଲା ପ୍ରଶାସନ। ଶୁକ୍ରବାର ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ...

Leave a comment

Your email address will not be published. Required fields are marked *