Posted inଖେଳ

ଓସିଏ ନିର୍ବାଚନ: ଅକ୍ଟୋବର ୨୦ ସୁଦ୍ଧା ସରିବ

କଟକ ଅଫିସ,୩୦ା୮- ଆସନ୍ତା ଅକ୍ଟୋବର ୨୦ ତାରିଖ ମଧ୍ୟରେ ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ)ର କର୍ମକର୍ତ୍ତା ନିର୍ବାଚନ ହେବ। ଏ ନେଇ ଗୁରୁବାର ଓସିଏର ନିର୍ବାଚନ ଅଧିକାରୀ ମାଖନ ଲାଲ ମଜୁମଦାର ପ୍ରେସ ବିଜ୍ଞପ୍ତି ଜାରି କରିଛନ୍ତି। ଓସିଏ ନିର୍ବାଚନକୁ ନେଇ ଏବେ ଏହା ହେଉଛି ସବୁଠାରୁ ବଡ଼ ଘୋଷଣା। ଗୁରୁବାର ନିର୍ବାଚନ ଅଧିକାରୀ ମାଖନଲାଲ କିଛି ଦିନ ନିମନ୍ତେ ବିହାର ଫେରି ଯାଇଥିବା ବେଳେ ଉକ୍ତ ଘୋଷଣା ରାଜ୍ୟ କ୍ରିକେଟ ସଙ୍ଗଠକଙ୍କ ମହଲରେ ଆଲୋଡନ ସୃଷ୍ଟି କରିଛି। ଅକ୍ଟୋବର ୨୨ରେ ହେଉଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର କର୍ମକର୍ତ୍ତା ନିର୍ବାଚନ। ଏହା ପୂର୍ବରୁ ରାଜ୍ୟ ସଂଘର ନିର୍ବାଚନ ଶେଷ କରିବାକୁ ଚେଷ୍ଟା କରାଯାଉଛି। କୌଣସି ସଠିକ ତାରିଖ ନିର୍ଦ୍ଧାରଣ ହୋଇ ନ ଥିଲେ ମଧ୍ୟ ଅକ୍ଟୋବର ୧୭ରୁ ୨୦ ତାରିଖ ମଧ୍ୟରେ ଏହା ହେବା ନିଶ୍ଚିତ ବୋଲି ଓସିଏ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ନୂତନ ସମ୍ବିଧାନରେ ଓସିଏ ସହ ଅନୁବନ୍ଧିତ ୟୁନିଟ ଗୁଡ଼ିକ ନିଜର ପ୍ରତିନିଧି ତାଲିକା ଆସନ୍ତା ସେପ୍ଟେମ୍ବର ୧୨ ତାରିଖ ଅପରାହ୍ନ ୪ଟା ସୁଦ୍ଧା ପଠାଇବାକୁ ନିର୍ବାଚନ ଅଧିକାରୀ ମାଖନଲାଲଙ୍କ ନିର୍ଦ୍ଦେଶ ରହିଛି।
ଓସିଏ ନିର୍ବାଚନ ନେଇ ନିର୍ଦ୍ଦିଷ୍ଟ ତାରିଖ ସ୍ଥିର ହୋଇ ନ ଥିଲେ ବି ଏହା ଏକ ପ୍ରକାର ନିର୍ବାଚନୀ ବିଗୁଲ ବୋଲି କୁହାଯାଇ ପାରେ। ଆଶାୟୀମାନଙ୍କ ମଧ୍ୟରେ ପ୍ରତିଯୋଗିତା ଏବେଠାରୁ ଆରମ୍ଭ ହୋଇଯିବ। ସେପ୍ଟେମ୍ବର ୧୨ ମଧ୍ୟରେ ଅନୁବନ୍ଧିତ ୟୁନିଟ ଗୁଡ଼ିକ ପ୍ରତିନିଧି ତାଲିକା ପଠାଇବେ। ଏହି ତାଲିକାରୁ ହିଁ ବଛାଯିବେ ଓସିଏର ଆଗାମୀ ଉତ୍ତରାଧିକାରୀ। ଏଣୁ ପ୍ରତିନିଧି ବାଛିବା ହିଁ ସମସ୍ତ ଅନୁବନ୍ଧିତ ୟୁନିଟ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିବ। ଓସିଏର ନୂତନ ସମ୍ବିଧାନରେ ସଦସ୍ୟ ସଂଖ୍ୟା ହେଉଛି ୭୩। ୩୦ଟି ଜିଲା, ୨୦ କ୍ଲବ, ୧୦ ସ୍କୁଲ, ୫ କଲେଜ, ଭୁବନେଶ୍ୱର, ରାଉରକେଲା, ରେଲୱେ, ପାରାଦ୍ୱୀପ ଓ କିଟ୍‌ ଜଣେ ଲେଖାଏ ସଦସ୍ୟଙ୍କ ନାମ ପଠାଇଲେ ଭୋଟରଙ୍କ ସଂଖ୍ୟା ୭୦ ହେବ। ଏହାଛଡ଼ା ସଦସ୍ୟ ଭାବେ ସାମିଲ ହୋଇଥିବା ୩ ଅନ୍ତର୍ଜାତୀୟ ଖେଳାଳି ଶିବ ସୁନ୍ଦର ଦାସ, ସଞ୍ଜୟ ରାଉଳ ଓ ଦେବାଶିଷ ମହାନ୍ତି ମଧ୍ୟ ଏହି ପ୍ରକ୍ରିୟାରେ ଭୋଟ ଦେବେ। ଅକ୍ଟୋବର ୨୦ ମଧ୍ୟରେ ୬ଟି ପଦବୀର ନିର୍ବାଚନ କରାଯିବ। ଏଗୁଡ଼ିକ ହେଲା ସଭାପତି, ଉପସଭାପତି, ସମ୍ପାଦକ, ଯୁଗ୍ମ ସମ୍ପାଦକ, କୋଷାଧ୍ୟକ୍ଷ ଓ କାଉନସିଲ ମେମ୍ବର। ଏହା ପରେ ଖେଳାଳି ସଂଘରୁ ଜଣ ଲେଖାଏ ନିର୍ବାଚିତ ହେବା ବେଳେ ଏଜି ଗୋଟିଏ ପଦବୀରେ ରହିବେ। ମୋଟ ୯ଜଣଙ୍କୁ ନେଇ ଓସିଏ ପରିପୂର୍ଣ୍ଣ ହେବ। ଖେଳାଳି ସଂଘରୁ ଜଣେ ଲେଖାଏ ପୁରୁଷ ଓ ମହିଳା ଖେଳାଳି ନିର୍ବାଚନ ମାଧ୍ୟମରେ ଓସିଏର ପଦବୀରେ ଅବସ୍ଥାପିତ ହେବେ।


All Right Reserved By Dharitri.Com

Posted inଖେଳ View All

ଭାରତ ରନର୍ସ ଅପ୍‌

ଜୋହର ବାହରୁ (ମାଲେସିଆ), ୨୦ା୧୦- ଭାରତୀୟ ଜୁନିୟର ପୁରୁଷ ହକି ଦଳ ଏଠାରେ ଚାଲିଥିବା ୯ମ ସୁଲ୍‌ତାନ ଅଫ୍‌ ଜୋହର କପ୍‌ ଟୁର୍ନାମେଣ୍ଟର ଫାଇନାଲରେ ହାରିଯାଇଛି।...

ଶୁଟିଂରେ ତୋମାରଙ୍କୁ ଅଲିମ୍ପିକ୍‌ କୋଟା

ଦୋହା,୧୦।୧୧(ପି.ଟି.)- ସ୍ବଳ୍ପ ବୟସ୍କ ଶୁଟର ଐଶ୍ୱାରି ପ୍ରତାପ ସିଂ ତୋମାର ଭାରତ ପାଇଁ ରେକର୍ଡ ୧୩ତମ ଅଲିମ୍ପିକ୍‌ କୋଟା ହାସଲ କରିଛନ୍ତି। ୧୮ ବର୍ଷୀୟ ତେମାର...

ଭାରତ ଗସ୍ତରୁ ଓହରିଲେ ତାମିମ

ଢାକା,୨୬।୧୦(ପି.ଟି.): ବାଂଲାଦେଶ ଭାରତ ଗସ୍ତରେ ଆସୁଥିବା ବେଳେ ସିନିୟର ଓପନର ତାମିମ ଇକ୍‌ବାଲ ଏଥିରୁ ଓହରିଯାଇଛନ୍ତି। ତାଙ୍କ ସ୍ତ୍ରୀ ଦ୍ୱିତୀୟଥର ପାଇଁ ମା’ ହେବାକୁ ଯାଉଛନ୍ତି।...

ରବି ଶାସ୍ତ୍ରୀ ଏନ୍‌ସିଏ ସହିତ ସମ୍ପୃକ୍ତ ରହିବେ

କୋଲକାତା, ୧ା୧୧ (ପି.ଟି.)-ରବି ଶାସ୍ତ୍ରୀଙ୍କୁ ସିନିୟର ଦଳର କୋଚ ଦାୟିତ୍ୱ ତୁଲାଇବା ବ୍ୟତୀତ ନ୍ୟାଶନାଲ କ୍ରିକେଟ ଏକାଡେମୀ (ଏନସିଏ) ସହିତ ସମ୍ପୃକ୍ତ ହେବାକୁ ପଡ଼ିବ ବୋଲି...

ପାକିସ୍ତାନ ବିଶ୍ୱକପ୍‌ ଦଳରେ ଆମୀରଙ୍କ ସ୍ଥାନ ନାହିଁ

କରାଚୀ, ୧୯।୪(ପି.ଟି.)- ମେ ୩୦ ତାରିଖରୁ ଇଂଲଣ୍ଡରେ ଆରମ୍ଭ ହେବାକୁ ଥିବା ଆନ୍ତର୍ଜାତିକ କ୍ରିକେଟ କାଉନସିଲ (ଆଇସିସି) ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ପାକିସ୍ତାନ ଦଳ...

ଭାରତ ବିପକ୍ଷ ମ୍ୟାଚ୍‌ ପରେ ମଧ୍ୟ ଖେଳାଳିଙ୍କ ନିକଟରେ ରହିପାରିବେ ପତ୍ନୀ

ଲାହୋର,୨୫।୫- ଇଂଲଣ୍ଡର ମାଞ୍ଚେଷ୍ଟରଠାରେ ଜୁନ୍‌ ୧୬ ତାରିଖରେ ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମଧ୍ୟରେ ବିଶ୍ୱକପ୍‌ର ଗ୍ରୁପ୍‌ ପର୍ଯ୍ୟାୟ ମ୍ୟାଚ୍‌ ଖେଳାଯିବ। ଏହି ହାଇଭୋଲ୍‌ଟେଜ...

ଜାତୀୟ ବାସ୍କେଟବଲ ଶିବିରରେ ଫୟାଜ୍‌

କଟକ ଅଫିସ, ୧।୬- ୧୬ବର୍ଷରୁ କମ୍‌ ଜାତୀୟ ବାସ୍କେଟବଲ ଶିବିରରେ ଓଡ଼ିଶାର ଏକମାତ୍ର ଖେଳାଳି ଭାବେ ସ୍ଥାନ ପାଇଛନ୍ତି ସେଖ୍‌ ଫୟାଜ। ବେଙ୍ଗାଲୁରୁ ବିଦ୍ୟାନଗରସ୍ଥିତ ଜୟପ୍ରକାଶ...

ଜାଡେଜାଙ୍କ ରେକର୍ଡ

ବିଶାଖାପାଟଣା,୪।୧୦: ଏଠାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟରେ ଭାରତୀୟ ଦଳର ଷ୍ଟାର ଅଲରାଉଣ୍ଡ ରବୀନ୍ଦ୍ର ଜାଡେଜା ଏକ ସ୍ବତନ୍ତ୍ର ରେକର୍ଡ ଅଧିକାରୀ ହୋଇଛନ୍ତି।...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *