ବେଆଇନ ମୋରମ ଚାଲାଣ:ମେଡିକାଲ କର୍ମଚାରୀଙ୍କ ସମ୍ପୃକ୍ତି ସନ୍ଦେହ, ତଦନ୍ତ ଦାବି

ରଣପୁର,୩୦।୮(ସ୍ବ.ପ୍ର.)-ରୟାଲ୍‌ଟି ନଁାରେ ୬ମାସ ଧରି ନୟାଗଡ଼ ଜିଲା ଚାନ୍ଦପୁର ବସନ୍ତ ମଞ୍ଜରୀ ସାଧାରଣ ମେଡିକାଲ ପରିସରରୁ ଚାଲିଥିଲା ବେଆଇନ ମୋରମ ଚାଲାଣ । ତେବେ ଗୁରୁବାର ତହସିଲଦାରଙ୍କ ଚଢ଼ାଉ ପରେ ମେଡ଼ିକାଲ କର୍ତ୍ତୃପକ୍ଷଙ୍କ ମିଛ ବୟାନ ଧରା ପଡ଼ିଯାଇଛି। ଘଟଣାସ୍ଥଳରୁ ୧ ଜେସିବି, ୩ ଟାକ୍ଟର ଜବତ କରାଯାଇଛି। ଏଥିରେ ମେଡ଼ିକାଲ କର୍ମଚାରୀଙ୍କର ସମ୍ପୃକ୍ତି ରହିଥିବା ସନ୍ଦେହ ହୋଇଛି। ତେଣୁ ଏହାର ଉପଯୁକ୍ତ ତଦନ୍ତ ନିମନ୍ତେ ବିଭିନ୍ନ ମହଲରେ ଦାବି ହୋଇଛି। ତେବେ ମାଫିଆଙ୍କ ମୋରମ ଚାଲାଣ ଯୋଗୁ ମେଡିକାଲ ପରିସରରେ ୬ ମାସ ମଧ୍ୟରେ ପ୍ରାୟ ୪୦ ଫୁଟର ଗର୍ତ୍ତ ସୃଷ୍ଟି ହୋଇଛି । ଏହାକୁ ତୁରନ୍ତ ପୋତା ନ ଗଲେ ରୋଗୀ, ରୋଗୀଙ୍କ ସମ୍ପର୍କୀୟ, ଡାକ୍ତର ଓ କର୍ମଚାରୀଙ୍କ ପାଇଁ ବିପଦର କାରଣ ହୋଇପାରେ ବୋଲି ମତ ପ୍ରକାଶ ପାଇଛି। ପ୍ରକାଶ ଯେ, ୨୫ ଏକର ଜମିରେ ଗଢ଼ି ଉଠିଥିବା ବସନ୍ତ ମଞ୍ଜରୀ ସାଧାରଣ ମେଡିକାଲର ଉନ୍ନତୀକରଣ ପାଇଁ ୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହୋଇ ସାରିଲାଣି । ତେବେ ମେଡ଼ିକାଲ ପଛପାଖରେ ଥିବା ପଡ଼ିଆରୁ ୬ ମାସ ହେଲା ବିଭାଗୀୟ କର୍ମଚାରୀଙ୍କ ସହାୟତାରେ ମାଫିଆ ଜେସିବି, ଟ୍ରାକ୍ଟର ଲଗାଇ ଶହ ଶହ ଟ୍ରିପ ମୋରମ ଚୋରାଚାଲାଣ କରି ଆସୁଥିବା ଅଭିଯୋଗ ହୋଇଆସୁଥିଲା। ଦିନକୁ ଲକ୍ଷାଧିକ ଟଙ୍କାର ମୋରମ୍‌ ଚାଲାଣ ହେଉଥିଲେ ମଧ୍ୟ ଏଥିପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିଲା। ଏଭଳି ଖନନ ନେଇ ମେଡିକାଲ କର୍ମକର୍ତ୍ତା ସୂର୍ଯ୍ୟ ନାରାୟଣ ବେହେରାଙ୍କ ସହ ଯୋଗାଯୋଗ କରିବାରୁ ସେ କହିଥିଲେ, ରୟାଲିଟି ମାଧ୍ୟମରେ ମୋରମ ଚାଲାଣ ହେଉଛି। ହେଲେ ରୟାଲ୍‌ଟି କିଏ ନେଉଛି ସେ କହି ପାରି ନ ଥିଲେ । ରଣପୁର ତହସିଲଦାର ସୁଶାନ୍ତ କୁମାର ପତି କହିଥିଲେ, ମୁଁ ଆଜି ଚଢ଼ାଉ କରିଛି। ବିନା ରୟାଲ୍‌ଟିରେ ବେଆଇନ ଭାବେ ମୋରମ ଚାଲାଣ ହେଉଥିଲା। ୧ ଜେସିବି, ୩ ଟ୍ରାକ୍ଟର ଜବତ କରାଯିବା ସହ ଏଥିରେ କେଉଁମାନେ ସମ୍ପୃକ୍ତ ଅଛନ୍ତି ସେ ନେଇ ତଦନ୍ତ ଚାଲିଛି । ଦୋଷୀ କିଏ ଜଣାପଡିବା ପରେ ଆଇନଗତ ପଦକ୍ଷେପ ନିଆଯିବ । ଆଗକୁ ଚଢ଼ାଉ ତ୍ୱରାନ୍ବିତ ହେବ ବୋଲି ତହସିଲଦାର କହିଥିଲେ।


All Right Reserved By Dharitri.Com

କେରଳ, ମଧ୍ୟପ୍ରଦେଶରେ ଫସିଛନ୍ତି ୧୫୦ ଶ୍ରମିକ

ରଣପୁର, ୧୮ା୫ (ସ୍ବ.ପ୍ର.): ଲକ୍‌ଡାଉନ ଯୋଗୁ ରଣପୁର ବ୍ଲକ ଅଞ୍ଚଳର ୧୫୦ରୁ ଊର୍ଦ୍ଧ୍ୱ ଶ୍ରମିକ କେରଳ ଓ ମଧ୍ୟପ୍ରଦେଶରେ ଫସିରହିଛନ୍ତି। କେରଳ ରାଜ୍ୟର ତ୍ରିବେନ୍ଦ୍ର ହାଉସିଂ...

ଚାଲି ଚାଲି, ସାଇକେଲରେ ଫେରିଲେ ୧୩ ଶ୍ରମିକ

ନୟାଗଡ଼ ଅଫିସ, ୧୩ା୫: ଝାଡ଼ଖଣ୍ଡ ଓ ଆନ୍ଧ୍ରରୁ ଚାଲି ଚାଲି ଓ ସାଇକେଲ ଯୋଗେ ୧୩ଜଣ ପ୍ରବାସୀ ଶ୍ରମିକ ନୟାଗଡ଼ ଫେରିଛନ୍ତି। ଆନ୍ଧ୍ରରୁ ଗୋଡିପଡା ନିକଟ...

ସଙ୍ଗରୋଧ କେନ୍ଦ୍ରରୁ ପ୍ରବାସୀ ଶ୍ରମିକ ଫେରାର

ନୟାଗଡ ଅଫିସ/ରଣପୁର,୧୧ା୫(ସ୍ବ.ପ୍ର.): ନୟାଗଡ ଜିଲା ରଣପୁର ବ୍ଲକ ମଝିଆଖଣ୍ଡ ପଞ୍ଚାୟତର ଏକ ସଙ୍ଗରୋଧ କେନ୍ଦ୍ରରୁ ଜଣେ ପ୍ରବାସୀ ଶ୍ରମିକ ସୋମବାର ଫେରାର ହୋଇଯାଇଛନ୍ତି। ଲୋଧାଚୁଆ ଗଁାର...

ଶଟ୍‌ଡାଉନ୍‌ ଘୋଷଣା କଲେ ସରପଞ୍ଚ

ରଣପୁର, ୧୮ା୫ (ସ୍ବ.ପ୍ର.): କରୋନା ମୁକାବିଲା ପାଇଁ ସରକାର ପଞ୍ଚାୟତ ସ୍ତରରେ ସରପଞ୍ଚମାନଙ୍କୁ ଜିଲାପାଳଙ୍କ କ୍ଷମତା ପ୍ରଦାନ କରିଛନ୍ତି। ରଣପୁର ବ୍ଲକ ବ୍ରଜରାଜପୁର ସରପଞ୍ଚ ସୁକାନ୍ତ...

ଜିଲାସ୍ତରୀୟ ଯୁବ ଉତ୍ସବ ଉଦ୍‌ଯାପିତ: ପ୍ରତିଭା ପ୍ରଦର୍ଶନର ଉତ୍ତମ ମଞ୍ଚ

ନୟାଗଡ଼ ଅଫିସ,୨୧।୧୧: ନୟାଗଡ଼ ଜିଲା ପ୍ରଶାସନ ପକ୍ଷରୁ ଦୁଇ ଦିନ ଧରି ଅନୁଷ୍ଠିତ ଜିଲାସ୍ତରୀୟ ଯୁବ ଉତ୍ସବ ୨୦୧୯ ବୁଧବାର ପଠାଣି ସାମନ୍ତ ଅଡ଼ିଟୋରିୟମଠାରେ ଉଦ୍‌ଯାପିତ...

ରଣପୁର ପଞ୍ଚାୟତ ସମିତି ବୈଠକରେ ଉତ୍ତେଜନା

ରଣପୁର,୨୧।୧୨(ସ୍ବ.ପ୍ର.)-ରଣପୁର ପଞ୍ଚାୟତ ସମିତି ବୈଠକ ସ୍ଥାନୀୟ ସମ୍ମିଳନୀ କକ୍ଷରେ ଶୁକ୍ରବାର ଚେୟାରମ୍ୟାନ ନିରୁପମା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ସମିତି ବୈଠକ ଶାନ୍ତିଶୃଙ୍ଖଳାର...

ନୟାଗଡ଼ ଜିଲା ମହୋତ୍ସବ ଉଦ୍‌ଘାଟିତ: ଲୋକକଳାଙ୍କୁ ଉଜ୍ଜୀବିତ ରଖେ ମହୋତ୍ସବ

ନୟାଗଡ଼ ଅଫିସ,୨୫ା୧୨: ନୟାଗଡ଼ ଖେଳପଡ଼ିଆଠାରେ ନୟାଗଡ଼ ଜିଲା ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ୨୦୧୯ ମଙ୍ଗଳବାର ସନ୍ଧ୍ୟାରେ ଉଦ୍‌ଘାଟିତ ହୋଇଛି। ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ...

ଅଭାବୀ ବିକ୍ରି ରୋକିବା ନେଇ ପଦକ୍ଷେପ

ନୟାଗଡ ଅଫିସ,୧୦ା୪: ଜିଲା ସଦର ମହକୁମା ନିୟନ୍ତ୍ରିତ ବଜାର କମିଟି (ଆର୍‌ଏମ୍‌ସି) ସଭାଗୃହରେ ଗୁରୁବାର ଜିଲାପାଳ ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।...

Leave a comment

Your email address will not be published. Required fields are marked *