ଗାନ୍ଧୀ ଜୟନ୍ତୀରୁ ଏୟାର ଇଣ୍ଡିଆରେ ପ୍ଳାଷ୍ଟିକ ବ୍ୟାନ୍‌

ନୂଆଦିଲ୍ଲୀ,୩୦-୮: ଦେଶକୁ ପ୍ଲାଷ୍ଟିକମୁକ୍ତ କରିବା ଉଦ୍ଦେଶ୍ୟରେ ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ପ୍ଲାଷ୍ଟିକ ବ୍ୟବହାର କରିବ ନାହିଁ ବୋଲି ନିଷ୍ପତ୍ତି ନେଇଛି। ଅକ୍ଟୋବର ୨ ଅର୍ଥାତ୍‌ ଗାନ୍ଧୀ ଜୟନ୍ତୀରୁ ଏୟାର ଇଣ୍ଡିଆରେ ପ୍ଲାଷ୍ଟିକ ବ୍ୟବହାର ଉପରେ କଟକଣା ଲାଗୁ କରାଯିବ ବୋଲି କମ୍ପାନୀ ସିଏମ୍‌ଡି ଅଶ୍ୱିନୀ ଲୋହାନୀ ଗୁରୁବାର କହିଛନ୍ତି। ସେ କହିଛନ୍ତି ଯେ, ପ୍ରଥମ ପର୍ଯ୍ୟାୟରେ ଏୟାର ଏକ୍ସପ୍ରେସର ସମସ୍ତ ବିମାନ ଓ ସହଯୋଗୀ ବିମାନରେ ପ୍ଲାଷ୍ଟିକ ବ୍ୟବହାରକୁ ବ୍ୟାନ କରାଯିବ। ଦ୍ୱିତୀୟ ପର୍ଯ୍ୟାୟରେ ଏୟାର ଇଣ୍ଡିଆର ସମସ୍ତ ବିମାନରେ ଏହାକୁ ଲାଗୁ କରାଯିବ। ଦେଶକୁ ପ୍ଲାଷ୍ଟିକ ମୁକ୍ତ କରିବା ଲାଗି ଜନଆନ୍ଦୋଳନ ଆରମ୍ଭ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ବାନ ଦେଇଛନ୍ତି। ଏହାକୁ ସାକାର କରିବା ଦିଗରେ ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଉକ୍ତ ପଦକ୍ଷେପ ନେବାକୁ ଯାଉଛି।


All Right Reserved By Dharitri.Com

ନିବେଶକଙ୍କ ୧୧.୧୨ ଲକ୍ଷ କୋଟି ଲାଭ

ନୂଆଦିଲ୍ଲୀ,୨୭। ୩: ଗତ ୩ ଦିନ ଧରି ଦେଶର ପୁଞ୍ଜି ବଜାର କାରବାର ଉନ୍ନତ ରହିବା ଯୋଗୁ ଏହି ସମୟରେ ନିବେଶକଙ୍କୁ ୧୧.୧୨ ଲକ୍ଷ କୋଟି...

ଜିଏସ୍‌ଟି ରାଜସ୍ବ ବୃଦ୍ଧି ପାଇଁ ସରକାରଙ୍କ ଯୋଜନା

ନୂଆଦିଲ୍ଲୀ,୧୧-୧୦: କିଛି ମାସ ହେବ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ବାବଦକୁ ଆଦାୟ ହେଉଥିବା ଟିକସ ଧାର୍ଯ୍ୟ ଲକ୍ଷ୍ୟଠାରୁ କମ୍‌ ରହୁଛି। ଏହା ସରକାରଙ୍କ...

ସୁନା ଆମଦାନୀ ୩୫.୫% ବୃଦ୍ଧି

ନୂଆଦିଲ୍ଲୀ,୧୩-୮: ଦେଶର ସୁନା ଆମଦାନୀ ଚଳିତ ଆର୍ଥିକ ବର୍ଷର ଏପ୍ରିଲରୁ ଜୁନ୍‌ ତ୍ରୈମାସରେ ୩୫.୫% ବୃଦ୍ଧି ପାଇ ୧୧.୪୫ ବିଲିୟନ ଡଲାର(ପ୍ରାୟ ୮୦ ହଜାର କୋଟି...

ବିଦେଶୀ ମୁଦ୍ରା ଭଣ୍ଡାରରେ ସର୍ବକାଳୀନ ରେକର୍ଡ

ମୁମ୍ବାଇ,୧୭ -୮: ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ଅଗଷ୍ଟ ୯ସୁଦ୍ଧା ଶେଷ ହୋଇଥିବା ସପ୍ତାହରେ ୧.୬୨୦ ବିଲିୟନ ଡଲାର ବୃଦ୍ଧି ପାଇ ୪୩୦.୫୭୨ ବିଲିୟନ ଡଲାର...

ଶିବାଜୀରାଓ ସମବାୟ ବ୍ୟାଙ୍କରେ ୩୦୦ କୋଟିର ଠକେଇ

ନୂଆଦିଲ୍ଲୀ,୧୪-୧୦: ପଞ୍ଜାବ ଏବଂ ମହାରାଷ୍ଟ୍ର କୋଅପରେଟିଭ(ପିଏମ୍‌ସି) ବ୍ୟାଙ୍କରେ ଋଣ ଠକେଇ ପରେ ଏବେ ମହାରାଷ୍ଟ୍ରର ଆଉ ଏକ ବ୍ୟାଙ୍କରେ ଏଭଳି ଘଟଣା ସାମ୍ନାକୁ ଆସିଛି। ଶିବାଜୀ...

ଖୋଲା ରହିବ ବଛା ବଛା ବ୍ୟାଙ୍କ ଶାଖା

ନୂଆଦିଲ୍ଲୀ,୨୪-୩: କରୋନା ଲାଗି ବର୍ତ୍ତମାନ ସାରା ଦେଶର ବିଭିନ୍ନ ସ୍ଥାନରେ ଲକ୍‌ଡାଉନ ଘୋଷଣା କରାଯାଇଛି। ଏହି ସ୍ଥାନଗୁଡିକରେ କେତେକ ବଛା ବଛା ଶାଖା ଖୋଲା ରଖିବାକୁ...

ଆମେରିକା-ଇରାନ ଯୁଦ୍ଧ ଲାଗିଲେ; ଅଶୋଧିତ ତେଲ ଦରରେ ଲାଗିବ ନିଆଁ

ନୂଆଦିଲ୍ଲୀ,୨୧-୬: ଇରାନ ବିରୋଧରେ ଆମେରିକାର କଟକଣା ଜାରି ପରେ ତେହରାନ ଓ ଓ୍ବାଶିଂଟନ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଇତିମଧ୍ୟରେ ଆମେରିକାର ଏକ ସାମରିକ ଡ୍ରୋନକୁ...

ଆଧାରରେ ରିଟର୍ନ ଫାଇଲ କଲେ ସିଧାସଳଖ ମିଳିଯିବ ପାନ୍‌

ନୂଆଦିଲ୍ଲୀ, ୩-୯: ଆଧାରରେ ଆୟକର ରିଟର୍ନ ପୈଠ କଲେ ଟିକସଦାତାଙ୍କୁ ସିଧାସଳଖ ପାନ୍‌ ଜାରି କରାଯିବ। ଆୟକର ବିଭାଗ ଏଭଳି ଟିକସଦାତାଙ୍କ ଲାଗି ନୂଆ ପଦକ୍ଷେପ...

Leave a comment

Your email address will not be published. Required fields are marked *