କାନ୍‌ସରେ ଉନ୍ମୋଚିତ ହେଲା ‘ଜଙ୍ଗଲ କ୍ରାଏ’ର ପୋଷ୍ଟର : ଟିଜର୍‌ ଫିଲ୍ମରେ ବିଶ୍ୱବିଜେତା ଓଡ଼ିଶା ଜନଜାତି ଟିମ୍‌

ଭୁବନେଶ୍ୱର,୨୦।୫(ବ୍ୟୁରୋ): ଜୁନିୟର ରଗ୍‌ବୀ ଓ୍ବାର୍ଲଡ କପ୍‌ ଜିତି ସମଗ୍ର ବିଶ୍ୱ ପାଇଁ ପ୍ରେରଣା ପାଲଟିଥିବା କିସ୍‌ ରଗ୍‌ବୀ ଦଳ ଉପରେ ଆଧାରିତ ହିନ୍ଦୀ ଚଳଚ୍ଚିତ୍ର ‘ଜଙ୍ଗଲ କ୍ରାଏ’ର ପ୍ରଥମ ପୋଷ୍ଟର ଓ ଟିଜର୍‌ ୭୧ତମ କାନ୍‌ସ ଫିଲ୍ମ ଫେଷ୍ଟିଭାଲରେ ରିଲିଜ ହୋଇଛି। ଶୁକ୍ରବାର ରିଲିଜ ହୋଇଥିବା ଏହି ଟିଜରରେ କିସ୍‌ ଜନଜାତି ଛାତ୍ରୀଛାତ୍ରଙ୍କ କ୍ରୀଡ଼ା ପ୍ରତି ରହିଥିବା ଭଲପାଇବା ଓ ଏକାଗ୍ରତାକୁ ଦେଖିବାକୁ ମିଳିଛି। ଏହାସହ ଦଳର କୋଚ୍‌ ରୁଦ୍ରକେଶ ଜେନାଙ୍କୁ ଏଥିରେ ମୁଖ୍ୟ ଚରିତ୍ର ଭାବେ ଦର୍ଶାଯାଇଛି। ୨୦୦୭ ମସିହାରେ ଏକ ଚ୍ୟାଲେଞ୍ଜ ନେଇ କିସ୍‌ରେ ପଢ଼ୁଥିବା ୧୩ବର୍ଷରୁ କମ୍‌ ବୟସର ଜନଜାତି ପିଲାମାନଙ୍କୁ ରଗ୍‌ବୀ ଖେଳିବା ପାଇଁ ଲଣ୍ଡନ ପଠାଯାଇଥିଲା। ଆଉ ଏହି ଚ୍ୟାଲେଞ୍ଜକୁ ଗ୍ରହଣ କରି ପିଲାମାନେ କୋଚ୍‌ଙ୍କ ନେତୃତ୍ୱରେ ଲଣ୍ଡନରେ ରଗ୍‌ବୀ ବିଶ୍ୱ ଚାମ୍ପିୟନ ହୋଇଥିଲେ। ଏହାକୁ ଆଧାରକରି ବଲିଉଡ୍‌ ଓ ହଲିଉଡ୍‌ର ଚଳଚ୍ଚିତ୍ର ନିର୍ମାତା ଏବଂ ନିର୍ଦ୍ଦେଶକଙ୍କ ଦ୍ୱାରା ‘ଜଙ୍ଗଲ କ୍ରାଏ’ ନିର୍ମାଣ କରାଯାଇଛି। ଜନଜାତି ପିଲାମାନଙ୍କ ମାଧ୍ୟମରେ କିଭଳି ରଗ୍‌ବୀକୁ ପ୍ରୋତ୍ସାହନ ଦେଇ ବିଶ୍ୱ ଦରବାରରେ ପହଞ୍ଚାଯାଇ ପାରିଛି, ତାହା ହେଉଛି ଏହି ଚଳଚ୍ଚିତ୍ରର ବିଶେଷତ୍ୱ।
ଚଳଚ୍ଚିତ୍ରର ମୁଖ୍ୟ ଚରିତ୍ର କୋଚ୍‌ ରୁଦ୍ରକେଶ ଜେନାଙ୍କ ଭୂମିକାରେ ଅଭିନୟ କରିଛନ୍ତି ଲୋକପ୍ରିୟ ବଲିଉଡ୍‌ ଅଭିନେତା ଅଭୟ ଦଓ୍ବେଲ୍‌। ତାଙ୍କ ବିପକ୍ଷରେ ରହିଛନ୍ତି ଅଭିନେତ୍ରୀ ଏମ୍‌ଲି ଶାହା। କିସ୍‌ର ରଗ୍‌ବୀ ଖେଳାଳି ମଧ୍ୟ ଏଥିରେ ଅଭିନୟ କରିବାର ସୁଯୋଗ ପାଇଛନ୍ତି। ଫିଲ୍ମର ନିର୍ଦ୍ଦେଶନା ହିନ୍ଦୀ ଫିଲ୍ମ ‘ଭେଜା ଫ୍ରାଏ’ର ନିର୍ଦ୍ଦେଶକ ସାଗର ବଲାରି ଦେଇଥିବା ବେଳେ ପ୍ରଯୋଜନା କରିଛନ୍ତି ସବିର ବକ୍‌ସଓ୍ବାଲା ଓ ପ୍ରଶାନ୍ତ ଶାହା। କାହାଣୀ ଲେଖିଛନ୍ତି ଲେଖକ ଦୀପଙ୍କର ଗିରି। ଫିଲ୍ମର ୮୦ ପ୍ରତିଶତ ଓଡ଼ିଶାରେ ଶୁଟିଂ ହୋଇଥିବା ବେଳେ ଲଣ୍ଡନ ଓ ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଶୁଟିଂ କରାଯାଇଛି। ୨୦ ତାରିଖ ଅର୍ଥାତ୍‌ ସୋମବାର ‘ଜଙ୍ଗଲ କ୍ରାଏ’ର ପୋଷ୍ଟର ଓ ଟିଜର୍‌ ହାଉସ୍‌ ଅଫ୍‌ ଲର୍ଡ୍‌ସରେ ଉନ୍ମୋଚନ ହେବ। ଆସନ୍ତା ସେପ୍ଟେମ୍ବରରେ ଏହି ଚଳଚ୍ଚିତ୍ର ରିଲିଜ୍‌ ହେବ। ଏହାପୂର୍ବରୁ ଏହାକୁ ବିଭିନ୍ନ ଅନ୍ତର୍ଜାତୀୟ ସ୍ତରୀୟ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶନ କରାଯିବ।


All Right Reserved By

ବଡଦାଣ୍ଡରେ ଆକର୍ଷଣ ସାଜିଲେ ବିଭିନ୍ନ ବେଶଧାରୀ

ପୁରୀ ଅଫିସ, ୧୨ା୭: ବାହୁଡା ଯାତ୍ରାରେ କାଳିଆ ସାଆନ୍ତ ଭାଇଭଉଣୀଙ୍କୁ ସାଙ୍ଗରେ ଘେନି ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏହି ପବିତ୍ର ଯାତ୍ରା ଲାଗି ଲୋକାରଣ୍ୟ ହୋଇଉଠିଥିଲା...

୨୦୧୭ରୁ କେବିକେ ଯୋଜନା ବନ୍ଦ କରିଛି କେନ୍ଦ୍ର: ଏହି ଯୋଜନାରେ ରାଜ୍ୟ ସରକାର ପାଇଛନ୍ତି ୩୩୪୩. ୯୫ କୋଟି

ଭୁବନେଶ୍ୱର,୧।୮(ବ୍ୟୁରୋ): ଅବିଭକ୍ତ କୋରାପୁଟ, କଳାହାଣ୍ଡି, ବଲାଙ୍ଗୀର ଜିଲା ପାଇଁ କେନ୍ଦ୍ର ସରକାର ୧୯୯୮ରେ କେବିକେ ଯୋଜନା ଆରମ୍ଭ କରିଥିଲେ। ୨୦୧୭ରୁ ଏହି ଯୋଜନା ବନ୍ଦ ହୋଇଯାଇଛି।...

ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ

ଭୁବନେଶ୍ୱର,୧୬।୭(ବ୍ୟୁରୋ): ରାଜ୍ୟରେ ଅରାଜକତା ଦେଖାଦେଇଛି। ଆଇନ କାନୁନ ବୋଲି କିଛି ନାହିଁ। ଦିନ ଦ୍ୱିପ୍ରହରରେ ଅପରାଧୀମାନେ ଗୋଡ଼ାଇ ଗୋଡ଼ାଇ ହତ୍ୟା କରୁଛନ୍ତି। ବଳାତ୍କାର, ଚୋରି, ଡକାୟତି...

ଡ୍ୟୁଟିବେଳେ ଟ୍ରାଫିକ ପୋଷ୍ଟରେ ଅନୁପସ୍ଥିତ ରହିବା ମହଙ୍ଗା ପଡ଼ିଲା

କଟକ ଅଫିସ, ୫।୯: ଭୁବନେଶ୍ୱର ରୁପାଲି ଛକରେ ଡ୍ୟୁଟିବେଳେ ଟ୍ରାଫିକ ପୋଷ୍ଟରେ ଅନୁପସ୍ଥିତ ରହି ନିଲମ୍ବିତ ହୋଇଥିବା ୨ଜଣ କନଷ୍ଟେବଳଙ୍କୁ ବୁଧବାର ଜିଲାପାର ବଦଳି କରାଯାଇଛି। ଡିଜିପି...

କଲେଜରେ ୭ ଘଣ୍ଟା କାର୍ଯ୍ୟ କରିବା ନିୟମକୁ ଅଧ୍ୟାପକଙ୍କ ପରୋକ୍ଷ ବିରୋଧ: ପ୍ରଥମେ ଭିତ୍ତିଭୂମି ସଜାଡ଼, ପରେ ନିୟମ କଲେ ଦ୍ୱିଧା ନାହିଁ

ଭୁବନେଶ୍ୱର,୮।୭(ବ୍ୟୁରୋ): ସରକାରୀ ଓ ଅନୁଦାନପ୍ରାପ୍ତ ବେସରକାରୀ କଲେଜର ନିୟମିତ ଅଧ୍ୟାପକମାନେ କଲେଜରେ ଛଅ ଘଣ୍ଟା ବଦଳରେ ୭ଘଣ୍ଟା ରହିବା ପାଇଁ ବିଜ୍ଞପ୍ତି ପ୍ରକାଶ କରାଯିବା ପରେ...

କମିଶନ୍‌ରେଟ ପୋଲିସର ଅଭିନବ ଟ୍ରାଫିକ ସଚେତନତା: ଜରିମାନା ନେଲେ, ହେଲ୍‌ମେଟ ଦେଲେ

ଭୁବନେଶ୍ୱର,୧୧-୯(ବ୍ୟୁରୋ):ଜରିମାନାକୁ ନେଇ ଶନିବାର ଭୁବନେଶ୍ୱରରେ ପୋଲିସ-ଜନତା ଖଣ୍ଡଯୁଦ୍ଧ ପରେ ରାଜ୍ୟ ସରକାର ଟ୍ରାଫିକ ନିୟମକୁ ୩ ମାସ ପାଇଁ କୋହଳ କରିଛନ୍ତି। ବିନା ପୂର୍ବ ପ୍ରସ୍ତୁତି...

ମୌସୁମୀ ପୂର୍ବରୁ ସଫା ହେବ ସମସ୍ତ ଡ୍ରେନ୍‌ : ୨୩୦ ଶ୍ରମିକ ନିୟୋଜିତ, ୬୭ ଓ୍ବାର୍ଡରେ ବିଏମ୍‌ସି ପକ୍ଷରୁ ୨୫ ଘରୋଇ ଠିକା ସଂସ୍ଥାକୁ ଦାୟିତ୍ୱ

ଭୁବନେଶ୍ୱର,୨୭।୫(ବ୍ୟୁରୋ) : ଚଳିତବର୍ଷ ମୌସୁମୀ ଆସିବା ପୂର୍ବରୁ ରାଜଧାନୀ ଭୁବନେଶ୍ୱରର ସମସ୍ତ ମୁଖ୍ୟ ଓ ସବ୍‌ ଡ୍ରେନ୍‌ ସଫା କରାଯିବ। ଏ ନେଇ ଭୁବନେଶ୍ୱର ମହାନଗର...

ଅମୃତ ଯୋଜନାରେ ପାର୍କ ପୁନରୁଦ୍ଧାର କାର୍ଯ୍ୟ ଅଧା: ୧୭ ସରିଛି, ୧୯ ବାକି

ଭୁବନେଶ୍ୱର, ୨୦।୮(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ଅମୃତ ଯୋଜନାରେ ରାଜଧାନୀରେ ବିଭିନ୍ନ ପାର୍କର ପୁନରୁଦ୍ଧାର ଓ ନବୀକରଣ କାର୍ଯ୍ୟ ଚାଲିଛି। ସୌନ୍ଦର୍ଯ୍ୟକରଣ ସହ ନୂତନ ନିର୍ମାଣ ଓ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *