୨୦୧୮-୧୯ରେ ୭୧,୫୪୩ କୋଟିର ବ୍ୟାଙ୍କ ଠକେଇ

ମୁମ୍ବାଇ,୨୯-୮: ଦେଶରେ ଗତ ଆର୍ଥିକ ବର୍ଷ ବ୍ୟାଙ୍କ ଠକେଇ ମାମଲା ବାର୍ଷିକ ଆଧାରରେ ୧୫% ବୃଦ୍ଧି ପାଇଛି। ଏହି ସମୟରେ ଠକେଇ ପରିମାଣ ୭୩.୮% ବଢ଼ି ୭୧,୫୪୨.୯୩ କୋଟି ଟଙ୍କାରେ ପହଞ୍ଚତ୍ୟାଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ବାର୍ଷିକ ରିପୋର୍ଟରେ ଏ ସମ୍ପର୍କରେ ତଥ୍ୟ ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ, ୨୦୧୮-୧୯ ଆର୍ଥିକ ବର୍ଷରେ ୬୮୦୧ ବ୍ୟାଙ୍କ ଠକେଇ ମାମଲା ସାମ୍ନାକୁ ଆସିଛି। ଅନ୍ୟପକ୍ଷରେ ଦେଶରେ ଏବେ ନଗଦ ଅର୍ଥର ପରିମାଣ ୧୭% ବୃଦ୍ଧି ପାଇ ୨୧.୧୦ ଲକ୍ଷ କୋଟି ଟଙ୍କାରେ ପହଞ୍ଚତ୍ଛି। ରିପୋର୍ଟରେ କୁହାଯାଇଛି ଯେ, ଆର୍‌ବିଆଇର କଣ୍ଟିଜେନ୍ସି ଫଣ୍ଡ ପରିମାଣ ହ୍ରାସ ପାଇ ୧,୯୬,୩୪୪ କୋଟି ଟଙ୍କା ହୋଇଛି। ଗତବର୍ଷ ଏହି ସମୟରେ ଏହା ୨,୩୨,୧୦୮ କୋଟି ଟଙ୍କା ଥିଲା। ଅତିରିକ୍ତ ପାଣ୍ଠିରୁ ଆର୍‌ବିଆଇ ସରକାରଙ୍କୁ ୫୨,୦୦୦ କୋଟି ଟଙ୍କା ଦେବାକୁ ଯାଉଛି। ସେହିପରି ବଳକା ପାଣ୍ଠିରୁ କେନ୍ଦ୍ରୀୟ ବ୍ୟାଙ୍କ ୧.୨୩ ଲକ୍ଷ କୋଟି ଟଙ୍କା ସରକାରଙ୍କୁ ଦେବାକୁ ଘୋଷଣା କରିସାରିଛି। ରିପୋର୍ଟ ଅନୁଯାୟୀ ଆର୍‌ବିଆଇର ଘରୋଇ ସ୍ରୋତରୁ ଆୟ ଜୁନ୍‌ ୩୦ରେ ଶେଷ ହୋଇଥିବା ଅବଧିରେ ୧୩୨.୦୭ ପ୍ରତିଶତ ବଢ଼ି ୧,୧୮,-୭୮ କୋଟି ଟଙ୍କା ରହିଛି, ଯାହା କି, ପୂର୍ବବର୍ଷ ୫୦,୮୮୦ କୋଟି ଟଙ୍କା ଥିଲା।


All Right Reserved By Dharitri.Com

ଉତ୍ତରପୂର୍ବରେ ବନ୍ଦ ପାଳନ

ନୂଆଦିଲ୍ଲୀ,୧୧ା୧୨: ନାଗରିକତ୍ୱ ସଂଶୋଧନ ବିଲ୍‌ ଲୋକ ସଭାରେ ଗୃହୀତ ହେବାର ଦିନକ ପରେ ଓ ରାଜ୍ୟ ସଭାରେ ଉପସ୍ଥାନ କରାଯିବାର ଦିନକ ପୂର୍ବରୁ ଏହାକୁ ଉତ୍ତର-ପୂର୍ବାଞ୍ଚଳରେ...

୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୫ ନୂଆ ରୋଗୀ: ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୨୪

ନୂଆଦିଲ୍ଲୀ,୨୭।୩: ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ ବଢିବାରେ ଲାଗିଛି। ଶୁକ୍ରବାର ୭୫ ଜଣ ନୂଆ ରୋଗୀ ଚିହ୍ନଟ ହେବା ପରେ ଏବେ ଭାରତରେ...

କରୋନା ପାଇଁ ସହାୟତାର ହାତ ବଢାଇଲେ ଅକ୍ଷୟ, ବରୁଣ ଧନ୍ୟବାଦ ଦେଲେ ମୋଦି

ମୁମ୍ବାଇ,୨୯।୩: କରୋନା ଭାଇରସ ଏବେ ବିଶ୍ୱକୁ ତା କବଳକୁ ନେଇଯିବା ଫଳରେ ସବୁଠି ଲକ୍‌ ଡାଉନ୍‌ ପରିସ୍ଥିତି। ଭାରତରେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୧...

ଶହୀଦ୍‌ଙ୍କୁ ସମ୍ମାନ ଦେବା ଦେଶ ନାଗରିକଙ୍କ କର୍ତ୍ତବ୍ୟ: ଜେନେରାଲ ହୋଦା

ନୂଆଦିଲ୍ଲୀ,୨୨।୪: ଭୋପାଳରୁ ଭାଜପାର ଲୋକ ସଭା ପ୍ରାର୍ଥୀ ହୋଇଥିବା ସ୍ବାଧୀ ପ୍ରଜ୍ଞା ସିଂ ଠାକୁରପ ମୁମ୍ବାଇ ଏଟିଏସ୍‌ ମୁଖ୍ୟ ଶହୀଦ୍‌ ହେମନ୍ତ କରକାରେଙ୍କ ବିରୋଧରେ ବିବାଦୀୟ...

ରାହୁଲ ଗାନ୍ଧୀଙ୍କୁ ନିଜ ରକ୍ତରେ ଲେଖିଲେ ଚିଠି, ‘ଦୟାକରି ଇସ୍ତଫା ଦିଅନ୍ତୁ ନାହିଁ ’

ଲକ୍ଷ୍ନୌ, ୩୦।୫: ସାଧାରଣ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପାଇଁ ଅଡି ବସିଛନ୍ତି ରାହୁଲ ଗାନ୍ଧୀ। ତାଙ୍କୁ...

ନରମିଲେ ମମତା: ମୋଦିଙ୍କ ଶପଥ ଗ୍ରହଣ ଉତ୍ସବକୁ ଯିବେ

କୋଲକାତା, ୨୯।୫: ନିର୍ବାଚନ ପୂର୍ବରୁ ଭାଜପା ଏବଂ ତୃଣମୂଳ କଂଗ୍ରେସ(ଟିଏମସି) ମଧ୍ୟରେ ଲାଗିଥିବା କନ୍ଦଳରୁ ଫାଇଦା ଉଠାଇଛି ଭାଜପା। ସାଧାରଣ ନିର୍ବାଚନରେ ଭାଜପା ପଶ୍ଚିମବଙ୍ଗରେ ସଫଳତା...

ନିର୍ମଳାଙ୍କ ଜବାବ ରଖିଲେ ରାଜନ

ନୂଆଦିଲ୍ଲୀ,୧-୧୧: ରଘୁରାମ ରାଜନ ଏବଂ ମନମୋହନ ସିଂଙ୍କ ସମୟ ଭାରତୀୟ ବ୍ୟାଙ୍କିଙ୍ଗ ଶିଳ୍ପ ଲାଗି ସଙ୍କଟ ସମୟ ଥିଲା ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ କିଛିଦିନ...

ଦିଲ୍ଲୀରେ ଏକାଠି ହୋଇପାରିବେ ନାହିଁ ୫୦ରୁ ଊର୍ଦ୍ଧ୍ୱ ଜନତା

ନୂଆଦିଲ୍ଲୀ,୧୬।୩: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ସୋମବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ସବୁ ଜିଲା ଅଧିକାରୀଙ୍କର ଏକ ବୈଠକ ଡାକିଥିଲେ।...

Leave a comment

Your email address will not be published. Required fields are marked *