Posted inଖେଳ

ପ୍ରମୋଦଙ୍କୁ କ୍ରୀଡ଼ା, ଶ୍ରୀମତୀଙ୍କୁ ବିଜୁ ପଟ୍ଟନାୟକ ସାହସିକତା ପୁରସ୍କାର

ଭୁବନେଶ୍ୱର, ୨୯।୮(ସ୍ପୋଟର୍‌ସ ବ୍ୟୁରୋ)- ଜାତୀୟ କ୍ରୀଡ଼ା ଦିବସ ତଥା କିମ୍ବଦନ୍ତୀ ହକି ଖେଳାଳି ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ଦିନ ଅବସରରେ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ପଟ୍ଟନାୟକ କ୍ରୀଡ଼ା ସାହସିକତା ଓ ସମାଜସେବା ପୁରସ୍କାର ପ୍ରଦାନ କରିଛନ୍ତି। କ୍ରୀଡ଼ା ପାଇଁ ପାରା ବ୍ୟାଡମିଣ୍ଟନ ତାରକା ପ୍ରମୋଦ ଭଗତଙ୍କୁ ଓ ସାହସିକତାରେ ବନ୍ଧୁଙ୍କୁ ଦୁର୍ଘଟଣାରେ ବଞ୍ଚାଇଥିବା ଅନୁଗୋଳର ଛୋଟ ଝିଅ ଶ୍ରୀମତୀ ଭଦ୍ରାଙ୍କୁ ବିଜୁ ପଟ୍ଟନାୟକ  ପୁରସ୍କାର ପ୍ରଦାନ କରାଯାଇଛି। ଉଭୟଙ୍କୁ ୨ ଲକ୍ଷ ଟଙ୍କା ଲେଖାଏ ଓ ମାନପତ୍ର ପ୍ରଦାନ କରାଯାଇଛି। ସ୍ଥାନୀୟ ଜୟଦେବ ଭବନଠାରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ଉପସ୍ଥିତ କ୍ରୀଡ଼ାବିତ୍‌ ଓ କ୍ରୀଡ଼ାପ୍ରେମୀଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ନିଜର ବକ୍ତବ୍ୟ ରଖିଥିଲେ। ରାଜ୍ୟର ପ୍ରତିଭା ସମ୍ପନ୍ନ କ୍ରୀଡ଼ାବତ୍‌ମାନେ ବିଭିନ୍ନ ଜାତୀୟ ତଥା ଅନ୍ତର୍ଜାତୀୟସ୍ତରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି ଓ ଏହି ସଫଳତା ଯୁବ କ୍ରୀଡ଼ାବିତ୍‌ ତଥା ପ୍ରତିଭାଙ୍କୁ ଉତ୍ସାହିତ କରିବ ବୋଲି ସେ କହିଛନ୍ତି। ଯୁବ କ୍ରୀଡ଼ାବିତମାନଙ୍କୁ ସମର୍ପିତ ଭାବନା ନେଇ ପ୍ରୟାସ ଜାରି ରଖିବାକୁ ସେ ଆହ୍ବାନ ଦେଇଥିଲେ। କ୍ରୀଡ଼ା ଓ ଯୁବସେବା ବିଭାଗ ମନ୍ତ୍ରୀ ତୁଷାରକାନ୍ତି ବେହେରା ଏହି ଉତ୍ସବରେ ଯୋଗ ଦେଇ ନିଜର ବ୍ୟକ୍ତବ୍ୟ ରଖିଥିଲେ। ସେ ସଫଳତ କ୍ରୀଡ଼ାବିତ୍‌ମାନଙ୍କୁ ଅଭିନନ୍ଦନ ଜଣାଇଥିଲେ ଓ ଏହି କ୍ରୀଡ଼ାବିତ୍‌ମାନେ ରାଜ୍ୟର ଗର୍ବ। ରାଜ୍ୟ ଏବେ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ବିଶ୍ୱସ୍ତରୀୟ ଇଭେଣ୍ଟଗୁଡିକ ଆୟୋଜନ କରିବା ସହ ରାଜ୍ୟ ଏବେ ସଫଳ କ୍ରୀଡ଼ାବିତ୍‌ ସୃଷ୍ଟି କରିବାରେ ସଫଳ ହୋଇଛି ବୋଲି ସେ କହିଛନ୍ତି। ତୃଣମୂଳସ୍ତରରେ ପ୍ରତିଭା ଚିହ୍ନଟ ଓ ବିକାଶ ପାଇଁ ରାଜ୍ୟ ସରକାର ଚେଷ୍ଟିତ ରହିଛନ୍ତି। କୋଚିଂ, ବୈଷୟିକ ସୁବିଧାସୁଯୋଗ, ଆବଶ୍ୟକୀୟ ଭିତ୍ତିଭୂମୀ ଯୋଗା ଦେବାଲାଗି ସରକାର ପ୍ରୟାସ ଜାରି ରଖିବେ ବୋଲି ସେ କହିଥିଲେ।
୪ଟି ବର୍ଗ ପାଇଁ ଓ ମୋଟ ଉପରେ ୯ଟି ପୁରସ୍କାର ପ୍ରଦାନ କରାଯାଇଥିଲା। କ୍ରୀଡ଼ାରେ ଉତ୍କୃଷ୍ଠତା ପାଇଁ ଜଣାଶୁଣା ପାରା ବ୍ୟାଡ୍‌ମିଣ୍ଟନ ତାରକା ପ୍ରମୋଦ ଭଗତ, କ୍ରୀଡ଼ାରେ ଶ୍ରେଷ୍ଠ ଅବଦାନ, ପ୍ରଚାର ଓ ପ୍ରସାର ପାଇଁ କିଟ୍‌, ସାହସିକତା ପାଇଁ ଅନୁଗୋଳର ସ୍କୁଲ ଛାତ୍ରୀ ଶ୍ରୀମତୀ ଭଦ୍ରାଙ୍କୁ ପୁରସ୍କୃତ କରାଯାଇଥିଲା। ସେହିପରି ସମାଜସେବା ପାଇଁ ମଧ୍ୟ ପୁରସ୍କାର ପ୍ରଦାନ କରାଯାଇଥିଲା। ମୋଟ୍‌ ଉପରେ ୯ଟି ପୁରସ୍କାର ପ୍ରଦାନ କରାଯାଇଥିଲା। ସମାଜ ସେବା ପାଇଁ ୬ ଜଣ ବ୍ୟକ୍ତିଙ୍କୁ ସମ୍ମାନିତ କାରଯାଇଥିଲା। ସେମାନେ ହେଲେ ଭଦ୍ରକ ଜିଲାର ରାଧାକାନ୍ତ ତ୍ରିପାଠୀ ଓ ପୁରୀ ଜିଲାର ବଦ୍ରି ମିଶ୍ର, ନୂଆପଡ଼ା ଜିଲାର ମହେନ୍ଦ୍ର କୁମାର ଜୋଶୀ, କୋରାପୁଟ ଜିଲାର କାମାଖ୍ୟା ପ୍ରସାଦ ମାଝି, ବଲାଙ୍ଗୀର ଜିଲାର ରାମ ନାରାୟଣ ଦାଶ ଓ କେନ୍ଦୁଝର ଜିଲାର ଅବଦୁଲ ରହମାନ ଖାଁ। ଏହା ବ୍ୟତୀତ ୨୦୧୮ରେ ସଫଳତା ହାସଲ କରିଥିବା ୧୩୮ଜଣ କ୍ରୀଡ଼ାବିତ୍‌ଙ୍କୁ ଉତ୍ସବ ଅବ୍ୟବହତି ପୂର୍ବରୁ କ୍ରୀଡ଼ାମନ୍ତ୍ରୀ ନଗଦ ଅର୍ଥ ରାଶି ପ୍ରଦାନ କରିଥିଲେ।


All Right Reserved By Dharitri.Com

Posted inଖେଳ View All

ଗାଙ୍ଗୁଲି ହୋଇପାରନ୍ତି ବିସିସିଆଇ ମୁଖ୍ୟ

କୋଲକାତା,୧୪।୧୦- ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି ସର୍ବସମ୍ମତି କ୍ରମେ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଅଫ୍‌ ଇଣ୍ଡିଆ (ବିସିସିଆଇ)ର ନୂଆ ସଭାପତି ହୋଇପାରନ୍ତି। ପୂର୍ବତନ କ୍ରିକେଟର...

ଗାଙ୍ଗୁଲିଙ୍କୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସହ ତୁଳନା କଲେ ଅଖତର

କରାଚୀ,୧୮।୧୦- ପୂର୍ବତନ ପାକିସ୍ତାନ ସ୍ପିଡ୍‌ଷ୍ଟାର ଶୋଏବ ଅଖତର ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ନୂଆ ଅଧ୍ୟକ୍ଷ ହେବାକୁ ଯାଉଥିବା ସୌରଭ ଗାଙ୍ଗୁଲିଙ୍କୁ ସମର୍ଥନ କରିଛନ୍ତି। ଏହା...

ବିଦେଶ ମାଟିରେ ଖେଳିବାକୁ ବ୍ୟଗ୍ର: ସୁଶ୍ରୀ

ଭୁବନେଶ୍ୱର, ୧୧।୯-ସୁଶ୍ରୀ ଦିବ୍ୟଦର୍ଶିନୀ ପ୍ରଧାନ। ଓଡ଼ିଶା ମହିଳା କ୍ରିକେଟରେ ଏହା ଏବେ ସବୁଠାରୁ ଚର୍ଚ୍ଚିତ ନାମ। ରାଜ୍ୟ ଏବଂ ଜୋନାଲ ସ୍ତରରେ ଆକର୍ଷଣୀୟ ପ୍ରଦର୍ଶନ କରି...

ସାବାସ୍‌ ସିନ୍ଧୁ

ଭାରତର ତାରକା ମହିଳା ବ୍ୟାଡ୍‌ମିଣ୍ଟନ ଖେଳାଳି ପି.ଭି. ସିନ୍ଧୁ ଏବେ ଟପ୍‌ ଫର୍ମରେ। ନିଜ ଜାଜ୍ୱଲ୍ୟମାନ କ୍ୟାରିୟରରେ ସେ ଯୋଡ଼ିଛନ୍ତି ଆଉ ଏକ ସ୍ବର୍ଣ୍ଣିମ ସଫଳତା।...

ୟୁଏସ୍‌ ଓପନ୍‌: ଜୋକୋଭିଚ୍‌, ଓସାକଙ୍କୁ ଟପ୍‌ ସିଡ୍‌

ନ୍ୟୁୟର୍କ, ୨୨।୮ (ଏଏଫ୍‌ପି)- ଚଳିତ ବର୍ଷର ଅନ୍ତିମ ତଥା ୪ର୍ଥ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତା ୟୁଏସ୍‌ ଓପନ୍‌ ଆସନ୍ତା ସପ୍ତାହରୁ ଆରମ୍ଭ ହେବାକୁ ଯାଉଛି। ଏହି...

ପୁଲଓ୍ବାମା ଶହୀଦଙ୍କ ପୁଅଙ୍କୁ ମାଗଣା କ୍ରିକେଟ ଟ୍ରେନିଂ ଦେବେ ସେହଓ୍ବାଗ

ଭାରତୀୟ କ୍ରିକେଟ ଦଳର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ବିରେନ୍ଦ୍ର ସେହଓ୍ବାଗ ଏକ ମହତ କାମ ପାଇଁ ହାତ ବଢାଇଛନ୍ତି। ସେ ପୁଲଓ୍ବାମା ଶହୀଦଙ୍କ ପୁଅଙ୍କୁ ମାଗଣା କ୍ରିକେଟ...

ଇଂଲଣ୍ଡ ଦଳକୁ ଫେରିବା ନେଇ ରୟ ଆଶାବାଦୀ

ଲିଡ୍ସ, ୨୧।୬ (ଏଏଫ୍‌ପି)-ଆଘାତପ୍ରାପ୍ତ ଖେଳାଳି ଜାସନ ରୟ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ ବେଳକୁ ଇଂଲଣ୍ଡ କ୍ରିକେଟ ଦଳକୁ ଫେରିବା ନେଇ ଆଶାବାଦୀ ଅଛନ୍ତି। ଚଳିତ ଆଇସିସି...

ସିରିଜ କ୍ଲିନ୍‌ ସୁଇପ୍‌ ଲକ୍ଷ୍ୟରେ ଭାରତ

ରାଞ୍ଚି,୧୯।୧୦(ପି.ଟି.)- ସ୍ଥାନୀୟ ଝାଡଖଣ୍ଡ ଷ୍ଟେଟ୍‌ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଶନିବାରଠାରୁ ଭାରତ ଓ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ ଆୟୋଜନ...

Leave a comment

Your email address will not be published. Required fields are marked *