Posted inUncategorized

ଜାତୀୟ ରାଜପଥରେ ଗ୍ୟାରେଜ: ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ, ଘଟୁଛି ଦୁର୍ଘଟଣା

ଝୁମ୍ପୁରା ୨୯।୮ (ଡି.ଏନ.ଏ.)-୨୦ନଂ ଜାତୀୟ ରାଜପଥର ଝୁମ୍ପୁରା ଥାନା ପଛ ପାଖରେ ଜାତୀୟ ରାଜପଥର ଅଧିକୃତ ଜାଗା ଉପରେ ହିଁ ଗଢି ଉଠିଥିବା ଗ୍ୟାରେଜ ଯୋଗୁଁ ବିପର୍ଯ୍ୟସ୍ତ ହୋଇ ପଡିଛି ଟ୍ରାଫିକ ସେବା। ଜାତୀୟ ରାଜପଥର ନିର୍ମାଣ କାମ ଥାନା ପଛ ପାଖରେ ଅସମ୍ପୂର୍ଣ୍ଣ ହୋଇ ପଡି ରହିଥିବାବେଳେ, ଏହାର ସୁଯୋଗ ନେଇ ଟାୟାର ଦୋକାନ, ଗ୍ୟାରେଜ କାମ ବେନିୟମ ଭାବେ ଚାଲିଛି। ମାଳ ମାଳ ଟ୍ରକ ଗ୍ୟାରେଜ ସମ୍ମୁଖରେ ଜାତୀୟ ରାଜପଥକୁ ଅବରୋଧ କରି ଘଣ୍ଟା ଘଣ୍ଟା ଧରି ଛିଡା ହୋଇ ରହୁଛି। ଜାତୀୟ ରାଜପଥର ଗୋଟିଏ ପାର୍ଶ୍ୱରେ ବିଷ୍ଣୁପୁର ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ରହିଥିବାବେଳେ, ଅନ୍ୟ ପାର୍ଶ୍ୱ ରାସ୍ତା ଝୁମ୍ପୁରା ଥାନା ରାସ୍ତା ଦେଇ ଝୁମ୍ପୁରା ବଜାରକୁ ସଂଯୋଗ କରୁଛି। ସର୍ଭିସ ରାସ୍ତା, ଆପ୍ରୋଚ ରାସ୍ତାରୁ ବାଇକ ଆରୋହୀ, ସାଧାରଣ ପଥଚାରୀ ଜାତୀୟ ରାଜପଥ ଉପରକୁ ଆସିବା ବେଳେ ଗ୍ୟାରେଜ ସମ୍ମୁଖରେ ମାଳ ମାଳ ଟ୍ରକ ଛିଡା ହୋଇ ରହିଥିବାରୁ ରାଜପଥର ଗୋଟିଏ ପାର୍ଶ୍ୱ ରାସ୍ତା ଆଦୌ ଦେଖାଯାଏ ନାହିଁ। ଫଳରେ ବାଇକ ଆରୋହୀ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ନିକଟରେ ଗ୍ୟାରେଜ ପାଖରୁ ଅନତି ଦୂରରେ ବାଇକ ଦୁର୍ଘଟଣା ଘଟି ଜଣେ ଝୁମ୍ପୁରା ଥାନା ପୋଲିସ ଏ ଏସ ଆଇଙ୍କ ମୃତ୍ୟୁ ଘଟିଥିବାବେଳେ ସବୁ ସମୟରେ ଏହିପରି ଛୋଟବଡ ଦୁର୍ଘଟଣା ଘଟି ଚାଲିଛି। ଏତେ ସବୁ ପରେ ଏବଂ ଅଭିଯୋଗ ହୋଇ ଚାଲିଥିଲେ ହେଁ ଗ୍ୟାରେଜ ମାଲିକ କାହାରିକୁ ମାନୁ ନାହାନ୍ତି। ଝୁମ୍ପୁରା ଥାନା ପୋଲିସର କୋହଳ ମନୋଭାବ ଯୋଗୁଁ ଏପରି ହୋଇ ଚାଲିଛି ବୋଲି ବିଷ୍ଣପୁର ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏସମ୍ପର୍କରେ ନୂତନ ଭାବେ ଥାନାରେ ଯୋଗ ଦେଇଥିବା ଥାନା ଅଧିକାରୀ ବିରଞ୍ଚି ବାଗଙ୍କୁ ପଚାରିବାରୁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।


All Right Reserved By Dharitri.Com

Posted inUncategorized View All

ଦୂରହୋଇପାରୁନି ଭୟ

ପୁରୀ ଅଫିସ,୯ା୧୧: ବାତ୍ୟା ବୁଲ୍‌ବୁଲ ଯଦିଓ ଓଡ଼ିଶାକୁ ଛୁଇଁବ ନାହିଁ କିନ୍ତୁ ଏହାର ପ୍ରଭାବ ପଡିବ। ରାଜ୍ୟର ଉପକୂଳବର୍ତ୍ତୀ ଜିଲାରେ ବର୍ଷା ଓ ପବନ ହେବ।...

ସୂଚନା ଅଧିକାର କର୍ମୀଙ୍କୁ ହତ୍ୟା, ଆକ୍ରମଣ ବଢୁଛି: ଉଦ୍‌ବେଗ ପ୍ରକାଶ କଲା ସୂଚନା ଅଧିକାର ଅଭିଯାନ

ଭୁବନେଶ୍ୱର, ୧୬।୨(ବ୍ୟୁରୋ): ଦୁର୍ନୀତିର ପର୍ଦ୍ଦାଫାଶ ସହ ଏହା ବିରୋଧରେ ସ୍ବର ଉଠାଉଥିବା ସୂଚନା ଅଧିକାର କର୍ମୀଙ୍କୁ ହତ୍ୟା ଓ ମରଣାନ୍ତକ ଆକ୍ରମଣ ବଢ଼ିଚାଲିଛି। ଗତ ଦୁଇମାସ...

ଭାରତୀୟ ଖେଳାଳିଙ୍କୁ ନିଜ ବିବାହରେ ଡାକିବାକୁ ଚାହୁଁଛନ୍ତି ଏହି ପାକିସ୍ତାନ କ୍ରିକେଟର

ପାକିସ୍ତାନୀ ପେସ ବୋଲର ହାସନ ଅଲ୍ଲୀ ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ସେ ହରିୟାଣାର ନୁହରେ ରହୁଥିବା ଶାମିଆ ଆରଜୁଙ୍କୁ ବିବାହ...

ଲୋକ ସଭା ନିର୍ବାଚନ:ମଇଦାନରେ ୧୬୩ ନିରକ୍ଷର

ନୂଆଦିଲ୍ଲୀ,୧୭।୫(ଆଇଏଏନ୍‌ଏସ୍‌):୨୦୧୯ ସାଧାରଣ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ସମସ୍ତ ପ୍ରାର୍ଥୀଙ୍କ ମଧ୍ୟରୁ ମାତ୍ର ୪୮% ସ୍ନାତକ ହୋଇଥିବାବେଳେ ୧୬୩ ଜଣ ନିରକ୍ଷର। ନିର୍ବାଚନୀ ସଂସ୍କାର କ୍ଷେତ୍ରରେ କାର୍ଯ୍ୟରତ...

ବେସାହାରା ପ୍ରାଣୀଙ୍କ ସାହାରା ୯ ବର୍ଷର ବାଳକ

ଅନେକ ସମୟରେ ପାଖରେ ଟଙ୍କା ଥାଇ ବି ମନରେ ଅନ୍ୟକୁ ସାହାଯ୍ୟ କରିବା ମନୋବୃତ୍ତି ନ ଥିବା ଯୋଗୁ ଲୋକେ ଅନ୍ୟର ଅସୁବିଧା ଦେଖି ବି...

୬ ବର୍ଷରେ କମିଛି ୯୦ ଲକ୍ଷ ନିଯୁକ୍ତି

ନୂଆଦିଲ୍ଲୀ,୨-୧୧: ୨୦୧୧-୧୨ଠାରୁ ୨୦୧୭-୧୮ ମଧ୍ୟରେ ସାରା ଦେଶରେ ୯୦ ଲକ୍ଷ ନିଯୁକ୍ତି କମିଛି। ଅଜୀମ ପ୍ରେମଜୀ ବିଶ୍ୱବିଦ୍ୟାଳୟର ସେଣ୍ଟର ଅଫ୍‌ ସଷ୍ଟେନେବୁଲ ଏମ୍ପ୍ଲଏମେଣ୍ଟ ପକ୍ଷରୁ ପ୍ରକାଶିତ...

Leave a comment

Your email address will not be published. Required fields are marked *