ବ୍ଲକେଜ୍‌ ହଟାଇବ ରୋବୋଟିକ ଥ୍ରେଡ୍‌

ଓ୍ବାଶିଂଟନ: ମାସାଚ୍ୟୁସେଟସ ଇନ୍‌ଷ୍ଟିଚ୍ୟୁଟସ ଅଫ୍‌ ଟେକନୋଲୋଜି(ଏମ୍‌ଆଇଟି)ର ଗବେଷକମାନେ ବିକାଶ କରିଛନ୍ତି ଏକ ରୋବୋଟିକ ଥ୍ରେଡ୍‌। ଏହା ଚୁମ୍ବକୀୟ ଶକ୍ତି ଦ୍ୱାରା ସଞ୍ଚାଳିତ ହୋଇପାରୁଛି। ଏହା ଅତି ସରୁ ଓ କ୍ଷୁଦ୍ର ବ୍ଲଡ୍‌ ଭେସେଲସ୍‌ ବା ରକ୍ତ ବାହିକା ମଧ୍ୟରେ ଗତି କରି ବ୍ଲକେଜ୍‌ ଦୂର କରିପାରିବ ବୋଲି କୁହାଯାଇଛି। ଏହା ଦ୍ୱାରା ଷ୍ଟ୍ରୋକ୍‌ର କାରଣ ହେଉଥିବା ବ୍ଲକେଜ୍‌ ଓ ବ୍ରେନ୍‌ ବ୍ଲକେଜ୍‌ର ଚିକିତ୍ସା ସହଜ ହୋଇପାରିବ । ଷ୍ଟ୍ରୋକ୍‌ର ଚିକିତ୍ସା ୯୦ ମିନିଟ୍‌ ମଧ୍ୟରେ କରାଯାଇ ଅଧିକ ପୀଡ଼ିତଙ୍କୁ ବଞ୍ଚାଇ ହେବ ବୋଲି ଏମଆଇଟିର ସହକାରୀ ପ୍ରାଧ୍ୟାପକ ଜୁହାଁଇ ଝାଓ କହିଛନ୍ତି। ଏବେ ବ୍ରେନ୍‌ରେ ରକ୍ତ ଜମାଟ ବାନ୍ଧିଲେ ଏକ ଅତି ସରୁ ତାର ପୀଡ଼ିତଙ୍କ ମୁଖ୍ୟ ଧମନୀରେ ପ୍ରବେଶ କରାଯାଇ ତା’ମାଧ୍ୟମରେ ବ୍ଲକେଜ ଦୂର କରାଯାଉଛି। ଏହାକୁ ଫ୍ଲରୋସ୍କୋପ୍‌ ମାଧ୍ୟମରେ କରାଯାଉଛି। ଏହି ରୋବୋଟିକ ଥ୍ରେଡ୍‌କୁ ନିକେଲ-ଟିଟାନିୟମ ଆଲଏରେ କରାଯାଇଛି। ଏହା ଉପରେ ଏକ ମ୍ୟାଗ୍ନେଟିକ ପେଷ୍ଟ୍‌ ମଧ୍ୟ ଦିଆଯାଇଛି। ଅତି କ୍ଷୁଦ୍ର ସିଲିକନ୍‌ ନିର୍ମିତ ବ୍ରେନ୍‌ ପ୍ରତିକୃତିରେ ଏହାର ପରୀକ୍ଷା କରାଯାଇଛି ଓ ସଫଳତା ମଧ୍ୟ ମିଳିଛି।


All Right Reserved By Dharitri.Com

ଚାଇନା ସରକାର ନା ପ୍ରମାଣିକ ତଥ୍ୟ କିଏ ସତ: କରୋନା ମୃତ୍ୟୁ ସଂଖ୍ୟା କ’ଣ କୋଟିଏ ୫୦ ଲକ୍ଷ !

ବେଜିଂ,୨୩।୩: ଚାଇନାରେ କରୋନା ସଂକ୍ରମଣ ଯୋଗୁ ମୃତ୍ୟୁ ସଂଖ୍ୟା ୩,୨୬୮ ବୋଲି ସରକାରୀ ରିପୋର୍ଟରେ ଦର୍ଶାଯାଇଛି। ତେବେ କେତେକ ପ୍ରାମାଣିକ ତଥ୍ୟ ଅନୁସାରେ ଚାଇନା ସରକାର...

ଭୂକମ୍ପରେ ଥରିଲା ଆଫଗାନିସ୍ତାନ

କାବୁଲ, ୧୬।୮: ଆଫଗାନିସ୍ତାନରେ ଶୁକ୍ରବାର ସକାଳ ୭.୩୯ରେ ଭୂକମ୍ପ ଝଟକା ଲାଗିଛି। ଭୂକମ୍ପର ତିବ୍ରତା ରିକ୍ଟର ସ୍କେଲରେ ୫.୧ ରହିଛି। ଏଥିରେ କୌଣସି ବ୍ୟକ୍ତିଙ୍କ ମୃତାହତ...

ବିତ୍ତଶାଳୀ ଆମେରିକାରେ କରୋନା ତାଣ୍ଡବ: ଅନ୍ତିମ ସଂସ୍କାର ନ କରି ମୃତଦେହକୁ ରାସ୍ତାକଡ଼ରେ ଛାଡିଯାଉଛନ୍ତି ଲୋକେ; ଚିକିତ୍ସା ପାଇଁ ପାଖରେ ନାହିଁ ଅର୍ଥ

ଓ୍ବାଶିଂଟନ,୨୦।୪: କରୋନା ସଂକ୍ରମଣର ତାଣ୍ଡବ ଯୋଗୁ ବିତ୍ତଶାଳୀ ଆମେରିକାର ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ଲକ୍‌ ଡାଉନ୍‌ ଯୋଗୁ ଲୋକଙ୍କ ଆର୍ଥିକ ସ୍ଥିତି ଖରାପ ହେବାରେ...

ଦେଶର ପ୍ରଥମ ମହିଳା ବିଧାୟକ ଡା.ମୁଥୁଲକ୍ଷ୍ମୀ ରେଡ୍ଡୀଙ୍କୁ ମନେପକାଇଲା ଗୁଗୁଲଡୁଡୁଲ

ନୂଆଦିଲ୍ଲୀ, ୩୦।୭: ଭାରତର ପ୍ରଥମ ମହିଳା ବିଧାୟକ ଡା. ମୁଥୁଲକ୍ଷ୍ମୀ ରେଡ୍ଡୀଙ୍କ ଆଜି ୧୩୩ତମ ଜନ୍ମଦିବସ। ଏହି ଅବସରରେ ଗୁଗୁଲ ଡୁଡୁଲ ପ୍ରସ୍ତୁତ କରି ତାଙ୍କୁ...

ମଣିଷଙ୍କୁ ବ୍ୟାୟାମ କରାଉଛି କୁକୁର: ସୋସିଆଲ୍‌ ମିଡ଼ିଆରେ ଭିଡ଼ିଓ ଭାଇରାଲ; ମିଳିଲାଣି ୭୨ ଲକ୍ଷରୁ ଅଧିକ ଲାଇକ୍‌

ଓ୍ବାଶିଂଟନ,୧୪।୩: କୁକୁର ମଣିଷର ସମ୍ପର୍କ ଅତି ନିବିଡ଼। ମାନବ ସୃଷ୍ଟି ହେବାର ପରେ ପରେ ପ୍ରଥମେ ହିଁ କୁକୁର ସହିତ ବନ୍ଧୁତା ଆରମ୍ଭ କରିଥିଲା। ସମ୍ପ୍ରତି...

ଆଫଗାନିସ୍ତାନରେ ଯାତ୍ରୀ ବିମାନ ଦୁର୍ଘଟଣାଗ୍ରସ୍ତ

କାବୁଲ,୨୭।୧: ଆଫଗାନିସ୍ତାନରେ ଏକ ଯାତ୍ରୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ପୂର୍ବ ଗଜନି ଅଞ୍ଚଳର ଦେହ ୟାକ ଜିଲାରେ ସୋମବାର ଅପରାହ୍ନରେ ଏରିୟାନା ଆଫଗାନ ଏୟାରଲାଇନ୍ସର ବିମାନ...

ଜଣେ ପୂର୍ବତନ ବିଧାୟକଙ୍କ ଜୀବନ ଗାଥା

କାନପୁର: ମନ୍ଦିର-ମସ୍‌ଜିଦକୁ ନେଇ ଆମ ଦେଶରେ ଅନେକ ବିବାଦ ଦେଖାଦିଏ। କିନ୍ତୁ ଈଶ୍ୱର ମନ୍ଦିର କି ମସ୍‌ଜିଦରେ ନାହାନ୍ତି , କର୍ମ ଓ ସଂସ୍କାରରେ ଅଛନ୍ତି...

ରାଷ୍ଟ୍ରପତି ଭବନର ୨୦ କର୍ମଚାରୀ କରୋନା ପଜିଟିଭ୍‌: ଟେଷ୍ଟ୍‌ କିଟ୍‌ର ଅଭାବ ଯୋଗୁ ଆଫଗାନିସ୍ତାନରେ ବଢୁଛି ସଂକ୍ରମିତଙ୍କ ସଂଖ୍ୟା

କାବୁଲ,୧୧।୪: କରୋନା ସଂକ୍ରମଣ ନେଇ ଆଫଗାନିସ୍ତାନରେ ଆତଙ୍କ ଦେଖାଦେଇଛି। ଏଠାରେ କରୋନା ସଂକ୍ରମଣ ଯୋଗୁ ମୃତ୍ୟୁ ସଂଖ୍ୟା ବଢ଼ିଚାଲିଛି। ରାଷ୍ଟ୍ରପତିଭବନର ୨୦ ଜଣ କର୍ମଚାରୀଙ୍କ ରିପୋର୍ଟ...

Leave a comment

Your email address will not be published. Required fields are marked *