Posted inଖେଳ

ପରିପକ୍ୱ ହୋଇପାରିବେ ନାହିଁ ଆଫ୍ରିଦୀ: ଗମ୍ଭୀର

ନୂଆଦିଲ୍ଲୀ,୨୯।୮: ଜମ୍ମୁ-କଶ୍ମୀର ଭାଇଙ୍କ ନିମନ୍ତେ ପାକିସ୍ତାନ ବାସୀଙ୍କ ସହ ଏକତା ଦେଖାଇବା ପାଇଁ ଲାଇନ ଅଫ୍‌ କଣ୍ଟ୍ରୋଲ (ଏଲ୍‌ଓସି) ଗସ୍ତ କରିବା ପାଇଁ ପୂର୍ବତନ କ୍ରିକେଟର ଶାହିଦ ଆଫ୍ରିଦୀ ମନ୍ତବ୍ୟ ଦେଇଥିଲେ। ଏହାକୁ ଆଫ୍ରିଦୀ ଓ ପୂର୍ବତନ ଭାରତୀୟ ଓପନର ତଥା ଭାଜପା ଏମ୍‌ପି ଗୌତମ ଗମ୍ଭୀର ଟୁଇଟରରେ ମୁହଁାମୁହିଁ ହୋଇଛନ୍ତି। ଉକ୍ତ ଟୁଇଟ୍‌ର ଜବାବ ଦେଇ ଗମ୍ଭୀର ଦୁଇ ଜଣଙ୍କ ପଡ଼ିଆରେ ମୁହଁାମୁହିଁ ହେବାବେଳର ଏକ ଫଟୋ ଅପଲୋଡ୍‌ କରି ଲେଖିଛନ୍ତି, ଏହି ଫଟୋରେ ଆଫ୍ରିଦୀ ନିଜକୁ ଲଜ୍ଜିତ କରିବା ପାଇଁ ଆଉ କ’ଣ କରିବା ଉଚିତ ବୋଲି ପ୍ରଶ୍ନ କରୁଛନ୍ତି। ଏହା ପ୍ରମାଣ କରିଦେଲା ଯେ, ଆଫ୍ରିଦୀ କଦାପି ପରିପକ୍ୱ ହୋଇପାରିବେ ନାହିଁ। ମୁଁ ସହାୟତା ପାଇଁ ଅନ୍‌ଲାଇନ କିଣ୍ଡରଗାର୍ଟନ ଅର୍ଡର କରିଛି। ଏହାର ଜବାବ ଦେଇଛନ୍ତି ପୂର୍ବତନ ପାକିସ୍ତାନ ଅଧିନାୟକ। ମାନସିକ ସ୍ଥିତି ସମ୍ପର୍କିତ କୋଚ ପ୍ୟାଡି ଅପଟନ ତାଙ୍କ ଅଟୋବାୟୋଗ୍ରାଫିରେ ଗମ୍ଭୀରଙ୍କ ମାନସିକତା ସ୍ଥିର ନୁହେଁ ଓ ସର୍ବଦା ନେଗେଟିଭ ଚିନ୍ତା କରନ୍ତି ବୋଲି ଲେଖିଥିବା ଆଫ୍ରିଦୀ କମେଣ୍ଟ କରିଛନ୍ତି। ଆଫ୍ରିଦୀ ଓ ଗମ୍ଭୀରଙ୍କ ମଧ୍ୟରେ ପଡ଼ିଆ ଭିତରେ ଓ ବାହାରେ ମଧ୍ୟ ବହୁ ଥର ମୁହଁାମୁହିଁ ହୋଇଛନ୍ତି।


All Right Reserved By Dharitri.Com

Posted inଖେଳ View All

ଫ୍ରାନ୍ସ ଯିବେ ଅନଓ୍ବାର ଅଲ୍ଲୀ ଜୁନିୟର

ମୁମ୍ବାଇ, ୧୯ା୧୦ (ପି.ଟି.)-: ହୃତ୍‌ପୀଣ୍ଡ ଜନିତ ସମସ୍ୟା ଯୋଗୁ ଡକ୍ତରୀ ପରାମର୍ଶ ଲାଗି ଉଦୀୟମାନ ଡିଫେଣ୍ଡର ଅନଓ୍ବାର ଅଲ୍ଲୀ (ଜୁନିୟର) ଫ୍ରାନ୍ସ ଯିବେ। ତାଙ୍କ କ୍ଲବ...

ଅଭୟ ନେଗିଙ୍କ ନାମରେ ଦ୍ରୁତତ୍ତମ ଅର୍ଦ୍ଧଶତକ

ମେଘାଳୟର ଅଭୟ ନେଗି ସୟଦ ମୁସ୍ତାକ ଅଲି ଟି୨୦ କ୍ରିକେଟ୍‌ରେ ଦ୍ରୁତତ୍ତମ ଅର୍ଦ୍ଧଶତକ ହାସଲ କରିବାର ରେକର୍ଡ କରିଛନ୍ତି। ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ମିଜୋରାମ ବିପକ୍ଷ...

ଆଫ୍ରିଦୀଙ୍କ ଘରେ କିମ୍ବଦନ୍ତୀଙ୍କ ରାତ୍ରଭୋଜନ

ଦୋହା,୩୦।୯: ପୂର୍ବତନ ପାକିସ୍ତାନ ଅଧିନାୟକ ଶାହିଦ ଆଫ୍ରିଦୀ କରାଚୀ ସ୍ଥିତ ବାସଭବନରେ ଓ୍ବେଷ୍ଟଇଣ୍ଡିଜ କିମ୍ବଦନ୍ତୀ କ୍ରିକେଟର ମାଇକେଲ ହୋଲ୍ଡିଂଙ୍କ ରାତ୍ରଭୋଜନ କରିଛନ୍ତି। ଏ ନେଇ ଆଫ୍ରିଦୀ...

ବାଂଲାଦେଶ ବିପକ୍ଷ ଟେଷ୍ଟ ପରେ ନବୀ ଅବସର ନେବେ

ଚିଟ୍ଟାଗଙ୍ଗ,୮।୯(ପି.ଟି.)- ଆଫଗାନିସ୍ତାନ ପୂର୍ବତନ ଅଧିନାୟକ ମହମ୍ମଦ ନବୀ ଟେଷ୍ଟ କ୍ରିକେଟରୁ ଅବସର ନେବେ ବୋଲି ଘୋଷଣା କରିଛନ୍ତି। ଏଠାରେ ଚାଲିଥିବା ଘରୋଇ ବାଂଲାଦେଶ ବିପକ୍ଷ ଏକମାତ୍ର...

ମହାଷ୍ଟମୀରେ ଦେଶବାସୀଙ୍କୁ ଉପହାର: ଦକ୍ଷିଣ ଆଫ୍ରିକାକୁ ୨୦୩ ରନ୍‌ରେ ପରାସ୍ତ କଲା ଭାରତ

ବିଶାଖାପାଟଣା,୬।୧୦: ଏଠାରେ ଚାଲିଥିବା ପ୍ରଥମ ଟେଷ୍ଟରେ ଭାରତ ଦକ୍ଷିଣ ଆଫ୍ରିକାକୁ ୨୦୩ ରନ୍‌ରେ ପରାସ୍ତ କରିଛି। ଦୁଇଟି ଇନିଂଶରେ ରୋହିତ ଶର୍ମାଙ୍କ ଶତକ ଏବଂ ଆର....

ବାଓଟୋ ଏଟିପି ଚ୍ୟାଲେଞ୍ଜର : ସିଙ୍ଗଲ୍ସ, ଡବଲ୍ସରେ ମୁକୁନ୍ଦ ରନର୍ସ-ଅପ୍‌

ବାଓଟୋ,୧।୯(ପି.ଟି.)- ଚାଇନାର ବାଓଟୋରେ ଅନୁଷ୍ଠିତ ହୋଇଥିବା ୫୪,୧୬୦ ଆମେରିକୀୟ ଡଲାର ପୁରସ୍କାର ରାଶି ବିଶିଷ୍ଟ କ୍ଲେ- କୋର୍ଟ ଏଟିପି ଚ୍ୟାଲେଞ୍ଜର ଇଭେଣ୍ଟରେ ଭାରତର ଶଶି କୁମାର...

ସୌମ୍ୟଙ୍କୁ ୫୮ତମ ଓପନ୍‌ ଚେସ୍‌ ଟାଇଟଲ

ଭୁବନେଶ୍ୱର, ୬।୧(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା ରାଜ୍ୟ ଚେସ୍‌ ଆସୋସିଏଶନ (ଓଏସ୍‌ସିଏ) ଓ ୟୁନିକ୍‌ ଫାଉଣ୍ଡେଶନର ମିଳିତ ଆନୁକୂଲ୍ୟରେ ଖୋର୍ଦ୍ଧା ଜିଲା ବୋଲଗଡ଼ର ଅସରାଳସ୍ଥିତ ହରିହର ବିଦ୍ୟାପୀଠରେ...

ଏଫଆଇଏଚ୍‌ ସିରିଜ ଫାଇନାଲ୍ସ:ଆମେରିକା-ଜାପାନ ମ୍ୟାଚ ଡ୍ର

ଭୁବନେଶ୍ୱର, ୧୧।୬(କ୍ରୀଡ଼ା ପ୍ରତିନିଧି)- କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫଆଇଏଚ୍‌୍‌ ସିରିଜ ଫାଇନାଲ୍ସ ହକି ଟୁର୍ନାମେଣ୍ଟର ସୋମବାର ଅନୁଷ୍ଠିତ ପୁଲ ‘ବି’ ମ୍ୟାଚରେ ଆମେରିକା ଓ ଜାପାନ...

Leave a comment

Your email address will not be published. Required fields are marked *