Posted inଖେଳ

ଧୋନୀଙ୍କ ପାଇଁ ପାଗଳ ସମର୍ଥକ: ଗାଡି ନମ୍ବର ପ୍ଲେଟରେ ଲେଖିରେ ନାଁ

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ପ୍ରଶଂସକ କେବଳ ଭାରତରେ ନୁହେଁ ବରଂ ବିଦେଶରେ ମଧ୍ୟ ଅଛନ୍ତି। ଯଦିଓ ଧୋନୀ ଏବେ କ୍ରିକେଟରୁ ଦୂରେଇ ଅଛନ୍ତି କିନ୍ତୁ ତାଙ୍କ ପ୍ରଶଂସକ ତାଙ୍କୁ ଏବେ ବି ପାଗଳଙ୍କ ଭଳି ଭଲ ପାଉଥିବା ଦେଖିବାକୁ ମିଳିଛି। ଆମେରିକା ଲସ ଆଞ୍ଜେଲସ୍‌ଠାରେ ଜଣେ ବ୍ୟକ୍ତି ନିଜ କାରର ନମ୍ବର ପ୍ଲେଟରେ ଏମ.ଏସ.ଧୋନୀ ଲେଖିଛନ୍ତି। ପ୍ରଶଂସକ ଜଣକ ନିଜ କାରର ଫଟୋ ଉଠାଇ ଟୁଇଟରରେ ପୋଷ୍ଟ କରିଛନ୍ତି। କେବଳ ଆମେରିକାରେ ନୁହେଁ ଭାରତରେ ମଧ୍ୟ କିଛି ପ୍ରଶଂସକ ଧୋନୀଙ୍କ ନାଁ ନିଜ ଗାଡିରେ ଲେଖିଛନ୍ତି। ସୂଚନାଯୋଗ୍ୟ, ଧୋନୀ କ୍ରିକେଟରୁ କିଛିଦିନ ଦୂରେଇ ଯାଇ ସେନାରେ ତାଲିମ୍‌ ନେଉଥିଲେ। ଏବେ ସେ ଆମେରିକା ଗସ୍ତରେ ଯାଇଛନ୍ତି।


All Right Reserved By Dharitri.Com

Posted inଖେଳ View All

ପାଣ୍ଡ୍ୟାଙ୍କୁ ଭାବପ୍ରବଣ ମେସେଜ୍‌ ଦେଲେ ସାକ୍ଷୀ

ନୂଆଦିଲ୍ଲୀ,୩।୧୧:ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ମନେ ପକାଇ ସୋସିଆଲ ମିଡିଆରେ ଷ୍ଟାର୍‌ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏକ ଫଟୋ ଶେୟାର...

ବାରବାଟୀ ଉତ୍ସାହ

ଆସନ୍ତା ୨୨ ତାରିଖରେ ବାରବାଟୀ ଷ୍ଟାଡିୟମରେ ଭାରତ ଓ ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ତୃତୀୟ ଦିନିକିଆ ମ୍ୟାଚ୍‌ ଆୟୋଜନ ହେବ। ଦୀର୍ଘ ଦିନପରେ ଏହି ଗ୍ରାଉଣ୍ଡରେ ଅନ୍ତର୍ଜାତୀୟ...

ପ୍ରମୋଦଙ୍କୁ କ୍ରୀଡ଼ା, ଶ୍ରୀମତୀଙ୍କୁ ବିଜୁ ପଟ୍ଟନାୟକ ସାହସିକତା ପୁରସ୍କାର

ଭୁବନେଶ୍ୱର, ୨୯।୮(ସ୍ପୋଟର୍‌ସ ବ୍ୟୁରୋ)- ଜାତୀୟ କ୍ରୀଡ଼ା ଦିବସ ତଥା କିମ୍ବଦନ୍ତୀ ହକି ଖେଳାଳି ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ଦିନ ଅବସରରେ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...

ଭାରତ ଓ ଶ୍ରୀଲଙ୍କା ପ୍ରଥମ ଟି୨୦ ମ୍ୟାଚ୍‌: ଟସ୍‌ ଜିତିଲା ଭାରତ

ଗୁଆହାଟୀ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ତିନିମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ ଆସାମର ଗୁଆହାଟୀଠାରେ ଆରମ୍ଭ ହୋଇଛି। ଏହି ମ୍ୟାଚ୍‌ରେ ଭାରତୀୟ ଦଳ...

ରଣଜୀ ମୁକାବିଲା: ଫଲୋଅନ ପରେ ଆସାମର ସଂଘର୍ଷ

କଟକ ଅଫିସ,୩୦ା୧-  ଡ୍ରିମ୍ସ ଗ୍ରାଉଣ୍ଡରେ ଚାଲିଥିବା ଓଡ଼ିଶା ବିପକ୍ଷ ରଣଜୀ ଟ୍ରଫି କ୍ରିକେଟ ମ୍ୟାଚରେ ଫଲୋଅନ ପାଇବା ସତ୍ତ୍ବେ ମ୍ୟାଚ୍‌ ବଞ୍ଚାଇବାକୁ ଚେଷ୍ଟା କରୁଛି ଭ୍ରମଣକାରୀ...

କିଟ୍‌ ମହିଳା ରଗ୍‌ବୀ ଦଳକୁ ସ୍ବର୍ଣ୍ଣ ପଦକ

ଭୁବନେଶ୍ୱର, ୨୯।୨(କ୍ରୀଡ଼ା ପ୍ରତିନିଧି)- ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ମହିଳା ରଗ୍‌ବୀରେ ଆୟୋଜକ କିଟ୍‌ ବାଜି ମାରିଛି। କିଟ୍‌ ମହିଳା ଦଳ ପ୍ରତିଯୋଗିତାର ପ୍ରଥମ ସଂସ୍କରଣରେ...

ହ୍ୟାଟ୍ରିକ ସହ ୧୦ ଉଇକେଟ ନେଲେ କାଶ୍‌ବୀ

କାଡପା (ଆନ୍ଧ୍ର ପ୍ରଦେଶ),୨୬ା୨-ସ୍ଥାନୀୟ କେଏସ୍‌ଆର୍‌ଏମ୍‌ କଲେଜ ଗ୍ରାଉଣ୍ଡରେ ଅନୁଷ୍ଠିତ ଅରୁଣାଚଳ ପ୍ରଦେଶ ବିପକ୍ଷ ୧୯ବର୍ଷରୁ କମ୍‌ ମହିଳା ଦିନିକିଆ କ୍ରିକେଟ ଟ୍ରଫିର ଏକ ମ୍ୟାଚରେ ଚଣ୍ଡିଗଡ...

ମା’ଙ୍କ ପାଇଁ ଯନ୍ତ୍ରଣା ସହି କ୍ରିକେଟ ମୈଦାନରେ ଖେଳି ଚାଲିଥିଲେ ଏହି ଖେଳାଳି

ମାଞ୍ଚେଷ୍ଟର, ୨୦।୬: ଆୟୋଜକ ଇଂଲଣ୍ଡ ବିଶ୍ୱକପର ୨୪ତମ ମ୍ୟାଚରେ ଅପେକ୍ଷାକୃତ ଦୁର୍ବଳ ଆଫଗାନିସ୍ତାନକୁ ବୃହତ୍‌ ୧୫୦ ରନରେ ପରାସ୍ତ କରିଛି। ସ୍ଥାନୀୟ ଓଲ୍ଡ ଟ୍ରାଫର୍ଡ ଗ୍ରାଉଣ୍ଡରେ...

Leave a comment

Your email address will not be published. Required fields are marked *