ମହାକାଶରେ ଯୁଦ୍ଧ ପାଇଁ ପ୍ରସ୍ତୁତି: ଆମେରିକା ଆରମ୍ଭ କଲା ସ୍ପେସ୍‌ କମାଣ୍ଡ

ଓ୍ବାଶିଂଟନ, ୨୯।୮: ଆମେରିକା ଏବେ ମହାକାଶରେ ଯୁଦ୍ଧ ପାଇଁ ଅଣ୍ଟା ଭିଡ଼ିଛି। ଗୁରୁବାର ରାଷ୍ଟ୍ରପତି ଡୋନାଲ୍ଡ୍‌ ଟ୍ରମ୍ପ୍‌ ଏବଂ ଉପରାଷ୍ଟ୍ରପତି ମାଇକ୍‌ ପେନ୍ସ୍‌ଙ୍କ ଉପସ୍ଥିତିରେ ସ୍ପେସ୍‌ କମାଣ୍ଡର ଶୁଭାରମ୍ଭ କରାଯାଇଛି। ଏହା ଦ୍ୱାରା ମହାକାଶରେ ଆମେରିକା ସ୍ଥିତି ବେଶ୍‌ ସୁଦୃଢ଼ ହୋଇପାରିବ ବୋଲି କୁହାଯାଉଛି। ଏହା ଆମେରିକା ସୈନ୍ୟ ବିଭାଗ ଦ୍ୱାରା ପରିଚାଳିତ ହେବ। ଏହି ନୂତନ ସ୍ପେସ୍‌ କମାଣ୍ଡ ଆମେରିକା ସୈନ୍ୟ ବାହିନୀର ୬ଷ୍ଠ ଶାଖା। ଗତ ବର୍ଷ ଟ୍ରମ୍ପ୍‌ ସ୍ପେସ୍‌ ଫୋର୍ସ ଗଠନ ନେଇ ସୂଚନା ଦେଇଥିଲେ। ଏହି ସ୍ପେସ୍‌ କମାଣ୍ଡ ଯୋଗୁ ଆମେରିକାର ଖର୍ଚ୍ଚ ବୃଦ୍ଧି ପାଇବ। ବର୍ଷ ପିଛା ଏଥିପାଇଁ ଶହେରୁ ୨ଶହ କୋଟି ଡଲାର ଖର୍ଚ୍ଚ କରିବ ବୋଲି କୁହାଯାଉଛି।


All Right Reserved By Dharitri.Com

ପ୍ରତିରକ୍ଷା କ୍ଷେତ୍ରରେ ଭାରତ ହେବ ଆତ୍ମନିର୍ଭରଶୀଳ: ୨୦୨୫ ସୁଦ୍ଧା ୨୬ ଶହ କୋଟି ଡଲାରର ପ୍ରତିରକ୍ଷା ଶିଳ୍ପ ସ୍ଥାପନ ଲକ୍ଷ୍ୟ

ବ୍ୟାଙ୍କକ୍‌,୧୮।୧୧: ଏଣିକି ଭାରତ ପ୍ରତିରକ୍ଷା ସରଞ୍ଜାମ ଆମଦାନି କରିବା କମାଇବ। ଭାରତ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବ। ଏଥିପାଇଁ ଦେଶରେ ୨୦୨୫ ସୁଦ୍ଧା ୨୬ ଶହ...

ବ୍ରିକ୍ସ ବିଜ୍‌ନେସ୍‌ ଫୋରମ୍‌ରେ ମୋଦିଙ୍କ ଉଦ୍‌ବୋଧନ:ଭାରତ ସବୁଠୁ ମୁକ୍ତ ଅର୍ଥନୀତି

ବ୍ରାସିଲିଆ,୧୫-୧୧(ପି.ଟି.):ଭାରତ ବିଶ୍ୱରେ ସବୁଠୁ ମୁକ୍ତ ଓ ନିବେଶ ଅନୁକୂଳ ଅର୍ଥନୀତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ବ୍ରିକ୍ସ ବିଜ୍‌ନେସ୍‌ ଫୋରମ୍‌ରେ ଗୁରୁବାର ଉଦ୍‌ବୋଧନ ଦେଇ...

ପିଓକେରେ ସ୍ବାଧୀନତା ଦିବସ ପାଳିବେ ଇମ୍ରାନ୍‌

ଇସ୍‌ଲମାବାଦ,୧୪ା୮ (ଆଇଏଏନ୍‌ଏସ୍‌): ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ପାକ୍‌-ଅଧିକୃତ କଶ୍ମୀର (ପିଓକେ)ରେ ବୁଧବାର ସ୍ବାଧୀନତା ଦିବସ ପାଳନ କରିବେ। ଏହାସହ ସେ ସେଠାକାର ବିଧାନସଭାକୁ ସମ୍ବୋଧିତ...

ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ କ୍ୟାବିନେଟର ପ୍ରଥମ ହିନ୍ଦୁ ମନ୍ତ୍ରୀ ହେଲେ ଅନିତା ଆନନ୍ଦ

ଓଟାଓ୍ବା,୨୧।୧୧: କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ବୁଧବାର ତାଙ୍କ କ୍ୟାବିନେଟର ଘୋଷଣା କରିଛନ୍ତି। ଏଥିରେ ସାମିଲ ହୋଇଥିବା ୭ ନୂଆ ମୁହଁଙ୍କ ମଧ୍ୟରେ ଭାରତୀୟ ମୂଳ...

ହଂକଂରେ ବିକ୍ଷୋଭ ବେଳେ ହିଂସା

ହଂକଂ,୧୦ା୬(ଏଏଫ୍‌ପି): ଚାଇନାର ପ୍ରତ୍ୟର୍ପଣ ଆଇନକୁ ବିରୋଧ କରି ହଂକଂରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏଥିରେ ଲକ୍ଷ ଲକ୍ଷ ଜନସାଧାରଣ ଭାଗ ନେଇ ଶୋଭାଯାତ୍ରାରେ ବାହାରିଥିବାବେଳେ...

ପାର୍ଲିିଆମେଣ୍ଟରେ ଶିଶୁକୁ କ୍ଷୀର ପିଆଇ ଚର୍ଚ୍ଚାରେ ବାଚସ୍ପତି

ଖ୍ରୀଷ୍ଟଚର୍ଚ୍ଚ, ୨୨।୮: ନ୍ୟୁଜିଲାଣ୍ଡ ପାର୍ଲିଆମେଣ୍ଟରୁ ଏକ ହୃଦୟସ୍ପର୍ଶୀ ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ପାର୍ଲିଆମେଣ୍ଟରେ ଡିବେଟ୍‌ ଚାଲିଥିବାବେଳେ ବାଚସ୍ପତି ଏକ ଶିଶୁକୁ କ୍ଷୀର ପିଆଉଥିବା...

୧୨ ଅଭିଯୁକ୍ତଙ୍କୁ ମୃତ୍ୟୁଦଣ୍ଡାଦେଶ

ଢାକା, ୨୨ା୧୦(ପି.ଟି.): ବାଂଲାଦେଶର ବାଜିତ୍‌ପୁରରେ ଜମି ବିବାଦକୁ ନେଇ ୨୦୧୫ ଅକ୍ଟୋବର ୨୨ରେ ଜଣେ ଆଇନଜୀବୀଙ୍କ ସହାୟକ ମୁବାରକ ହୋସେନ୍‌ଙ୍କୁ ହତ୍ୟା କରାଯାଇଥିଲା। ଏହି ମାମଲାର...

ପ୍ରଶାନ୍ତ ମହାସାଗରରେ ବିରାଟ ଆଗ୍ନେୟ ଶିଳା

କାନବେରା: ପ୍ରଶାନ୍ତ ମହାସାଗରରେ ଏକ ବିରାଟ ଆଗ୍ନେୟ ଶିଳାଥିବା ଏବେ ବୈଜ୍ଞାନିକମାନେ ଦେଖିବାକୁ ପାଇଛନ୍ତି। ଏହା ୧୫୦ ବର୍ଗ କିଲୋମିଟର ଯାଏ ପାଣି ଭିତରେ ବ୍ୟାପିଛି।...

Leave a comment

Your email address will not be published. Required fields are marked *