୨ ସ୍କୁଲ, ଘର ଭାଙ୍ଗିଲା ଦନ୍ତା

ବଡ଼ଗାଁ,୨୯।୮(ଡି.ଏନ୍‌.ଏ.) : ସୁନ୍ଦରଗଡ଼ ଜିଲା ବଡ଼ଗାଁ ବନଖଣ୍ଡ ଅଧୀନ ଜଙ୍ଗଲରେ ଥିବା ୧୬ଟି ହାତୀ ମଧ୍ୟରୁ ଗୋଠଛଡ଼ା ହୋଇଥିବା ଗୋଟିଏ ଦନ୍ତା ବିଭିନ୍ନ ସମୟରେ ଉପଦ୍ରବ କରୁଛି। ପଞ୍ଚରା ଫରେଷ୍ଟ ବିଟ୍‌ ଅଧୀନ କଟଙ୍ଗଝରିଆ ଅଞ୍ଚଳକୁ ଆସି ଆଜି ଘର ଭାଙ୍ଗି ଚାଉଳ ଖାଇବା ସହ ଫସଲ ନଷ୍ଟ କରୁଛି। ବୁଧବାର ରାତିରେ ଏକମା ଗୌଡ଼ପଡ଼ାରେ ପଶି ମାଧ ବାଗ୍‌ଙ୍କ ଘର ଭାଙ୍ଗିବା ପରେ ଏକମା ହାଇସ୍କୁଲ ପଟକୁ ଚାଲିଯାଇଥିଲା। ବାଳିକା ହଷ୍ଟେଲ ପାର୍ଶ୍ୱ ପାଚେରି ଭାଙ୍ଗି ଟିମନା ଗାଁ ପଟକୁ ଗଲାବେଳେ ଗେଡୁ ବାହାଲ ପ୍ରାଥମିକ ସ୍କୁଲ କୋଠରିର କବାଟ ଭାଙ୍ଗି ମଧ୍ୟାହ୍ନଭୋଜନ ଚାଉଳ ଖାଇଲା ପରେ କଟଙ୍ଗଝରିଆ ଜଙ୍ଗଲକୁ ଚାଲିଯାଇଥିଲା। କିଛିଦିନ ତଳେ ଏହି ଦନ୍ତା ଗରଗଡ଼ବାହାଲ, କୁସୁମଗେଡିର ପାହାଡ଼ଟୋଲିରେ ଘର ଭାଙ୍ଗିବା ସହ ଫସଲ ନଷ୍ଟ କରିଥିଲା।


All Right Reserved By Dharitri.Com

ମଦବିକ୍ରିକୁ ବିରୋଧ: ଏସ୍‌ଏଚ୍‌ଜି ମହିଳା ଥାନାର ଦ୍ୱାରସ୍ଥ

ମୁରିବାହାଲ, ୧୮।୭(ଡି.ଏନ.ଏ.): ବଲାଙ୍ଗୀର ଜିଲା ମୁରିବାହାଲ ବ୍ଲକ ବଡସାଇମରା ଗ୍ରାମ ପଞ୍ଚାୟତ ଅଧୀନ ଧୁମାମାଲ ଗ୍ରାମରେ ବ୍ୟାପକ ମଦ କାରବାର ଚାଲିଛି। ସ୍ଥାନୀୟ ପୋଲିସ ଓ...

ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ହାଣିଲେ

ବ୍ରହ୍ମପୁର ଅଫିସ,୧୭ା୫- ବଡବଜାର ଥାନା ପାଣ୍ଡବନଗରର ଟୁଟୁ ହାତୀ (୩୫)ଙ୍କୁ ଗୁରୁବାର ରାତି ପ୍ରାୟ ୯ଟାବେଳେ ଦୁର୍ବୃତ୍ତମାନେ ଖଣ୍ଡାରେ ଆକ୍ରମଣ କରିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ...

ଏସ୍‌ଓଜି ଯବାନ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ

ଭବାନୀପାଟଣା,୧୫।୮(ଡି.ଏନ.ଏ.) କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଗୁଣ୍ଡରି ରିର୍ଜଭ ଫରେଷ୍ଟରେ ବୁଧବାର ସନ୍ଧ୍ୟା ୬ଟାରେ ଏସ୍‌ଓଜି ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ...

୫୦ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

ରେମୁଣା,୨୪।୭(ଡି.ଏନ.ଏ.)-ଖନ୍ତାପଡ଼ା ଥାନା ବରପଦା ଗାଁରୁ ଏକ କାର୍‌(ନଂ. ଓଡ଼ି୩୧-୭୦୭୦)ରେ ଥିବା ୭ ପେଟି ଗଞ୍ଜେଇ (ଆନୁମାନିକ ଓଜନ ୫୦କେଜି)କୁ ମଙ୍ଗଳବାର ରାତି ପ୍ରାୟ ସାଢେ ୮ଟା...

ବିପଦସଙ୍କୁଳ ଅବସ୍ଥାରେ ବିଦ୍ୟୁତ ଖୁଣ୍ଟ

ଜମନକିରା,୨।୮(ଡି.ଏନ୍‌.ଏ): ସମ୍ବଲପୁର ଜିଲା ଜମନକିରା ବ୍ଲକ୍‌ ସଦର ମହକୁମାସ୍ଥିତ ମୁଖ୍ୟ ଛକ ଦେଇ ଯାଇଥିବା ଭୋଜପୁର ରାସ୍ତା କଡ଼ରେ ୨ ବର୍ଷରୁ ଅଧିକ ହେବ ଏକ...

ମହାନଦୀରେ ଗୋମୁହାଁ କୁମ୍ଭୀର ଆତଙ୍କ ବନ ବିଭାଗ ପକ୍ଷରୁ ପଦକ୍ଷେପ ଦାବି

ଖଣ୍ଡପଡ଼ା,୨୫ା୮(ସ୍ବ.ପ୍ର.)-ମହାନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ସମୟରେ ସାତକୋଶିଆ ବନ୍ୟପ୍ରାଣୀ ଅଭୟାରଣ୍ୟରେ ରହୁଥିବା କେତେକ କୁମ୍ଭୀର ଗଭୀର ଜଳ ସ୍ରୋତରେ ନଦୀର ତଳ ମୁଣ୍ଡକୁ ଚାଲି...

ପେଟ୍ରୋଲ୍‌ପମ୍ପରୁ ୨ଲକ୍ଷ ୭୦ହଜାର ଟଙ୍କା ଲୁଟ

ପୁରୁଷୋତ୍ତମପୁର,୨୬।୫(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ ଲୁଟେରାମାନେ ଦିନକୁ ଦିନ ସକ୍ରିୟ ହୋଇ ଗୋଟିଏ ପରେ ଗୋଟିଏ ଲୁଟ୍‌ପାଟ ଚଳାଇଛନ୍ତି। ସହର ଉପକଣ୍ଠରେ ଥିବା...

ଭୁଷଣ୍ଡେଶ୍ୱର ମନ୍ଦିର ନିର୍ମାଣ ଶୁଭାରମ୍ଭ: ଖର୍ଚ୍ଚ ହେବ ୧୨ରୁ ୧୫କୋଟି ଟଙ୍କା

ଭୋଗରାଇ, ୬।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସୁବର୍ଣ୍ଣରେଖା ନଦୀ ତଟରେ ଅବସ୍ଥିତ ଏସିଆର ସର୍ବବୃହତ୍‌ ଶିବଲିଙ୍ଗ ଭୁଷଣ୍ଡେଶ୍ୱର ମନ୍ଦିର ଦୀର୍ଘବର୍ଷ ଧରି ଧରାଶାୟୀ ହୋଇଛି। ଏଥିପାଇଁ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *